Unknown

 

 

 

 

 

 

 

 

 

 

ସୂର୍ଯ୍ୟଙ୍କ ସପ୍ତମ ଅଶ୍ୱ

ରଚନା : ଡ: ଧର୍ମବୀର ଭାରତୀ

ଅନୁବାଦ : ଶ୍ରୀ ବନମାଳୀ ଦାସ

 

ମୋର ପଦେ

 

“ସୂରଜ କା ସାତଓ୍ୱାଁ ଘୋଡ଼ା” ଆଧୁନିକ ଭାରତୀୟ ଉପନ୍ୟାସ ସାହିତ୍ୟରେ ଏକ ବଶିଷ୍ଠ ସ୍ଥାନ ଅଧିକାର କରିପାରଛି । ଏହି ଦୃଷ୍ଟିରୁ ଓଡ଼ିଆ ଅନୁବାଦ କରିବା ପାଇଁ ପ୍ରବଳ ଇଚ୍ଛା ଥିଲା । ଏଥିପାଇଁ ଲେଖକ ମହାଶୟ ସାନନ୍ଦ ଅନୁମତି ପ୍ରଦାନ କରିଥିବାରୁ ତାଙ୍କଠାରେ ଚିର-ଋଣୀ । ସାହିତ୍ୟାନୁରାଗୀ ପ୍ରକାଶକ ଶ୍ରୀ ଜଗନ୍ନାଥ ରଥଙ୍କ ଆଗ୍ରହ, ପ୍ରେରଣା ଉଦ୍ୟମ ଯୋଗୁଁ ଏହାର ପ୍ରଥମ ସଂସ୍କରଣ ସମ୍ଭବ ହୋଇଥିଲା, ଯାହା ବହୁଦିନ ଶେଷ ହୋଇଯାଇଛି ।

 

ଓଡ଼ିଆ ପାଠକବୃନ୍ଦ ଆଗ୍ରହର ସହିତ ଏହାକୁ ଗ୍ରହଣ କରିଛନ୍ତି । ତେଣୁ ମୁଁ ଅତ୍ୟନ୍ତ ଆନନ୍ଦିତ । ସନ୍ତୋଷ ପବ୍ଲିକେଶନ୍‍ସ ପକ୍ଷରୁ ଶ୍ରୀମାନ୍ ଉମେଶପ୍ରସାଦ ଏହି ପରିମାର୍ଜିତ ସଂସ୍କରଣର ପ୍ରକାଶ ଦାୟିତ୍ୱ ଗ୍ରହଣ କରିଥିବାରୁ ତାଙ୍କୁ ସାଧୁବାଦ ଦଉଛି ।

 

ବନମାଳୀ ଦାସ

Image

 

ଆଗେଇ ଆସ

ଅପେକ୍ଷା କରିଛି

ସୂର୍ଯ୍ୟୋଦୟ

ସୂର୍ଯ୍ୟଙ୍କୁ ମୁକ୍ତ କର

ପ୍ରକାଶିତ ହେଉ ଡେର କାହିଁକ ?

ଆଣ୍ଠୁ ପକାଅ

କାନ୍ଧ ଲଗାଅ

 

ରଥର ଚକ

ପଙ୍କଭିତରେ

ସାହାଯ୍ୟ କର ଏହା ହିଁ କର୍ତ୍ତବ୍ୟ

...କାରଣ

ଆମେ ହେଉଛେ

ତାଙ୍କର ଅଂଶ ।

 

ଏଁ ଜୋଲୋ ସିକେଲିୟାନୋ

Image

 

ଭୂମିକା

 

ପ୍ରତ୍ୟେକ ଲେଖକକୁ ସର୍ବଦା ଦୁଇ ବିଷୟରୁ ଦୂରରେ ରହିବା ଉଚିତ । ପ୍ରଥମଟି ହେଉଛି ଭୂମିକା ଲେଖିବା, ଦ୍ଵିତୀୟଟି ସମକାଳୀନ ଲେଖକମାନଙ୍କ ସମ୍ବନ୍ଧରେ ମତ ପ୍ରକାଶ କରିବା-। ବର୍ତ୍ତମାନ ମୁଁ ଦୁଇଟିଯାକ କରିବାକୁ ଉଦ୍ୟତ । ଏହାଦ୍ୱାର ଦୁଃଖ ହେବା ଦୂରେ ଥାଉ, ଟିକିଏ ସୁଦ୍ଧା ବିରକ୍ତି ଅନୁଭବ କରିପାରୁନାହିଁ । ମୁଁ ଭଲଭାବେ ଜାଣେ ଧର୍ମବୀର ଭାରତୀ ଆଜ ହିନ୍ଦୀର ପ୍ରଗତିଶୀଳ ପ୍ରତିଭାବାନ ଲେଖକମାନଙ୍କ ମଧ୍ୟରୁ ଜଣେ । ଏମାନେ ହିନ୍ଦୀ ସାହିତ୍ୟର ଭବିଷ୍ୟତର କର୍ଣ୍ଣଧାର । ଏମାନଙ୍କର ପ୍ରତିଭାକୁ ଦେଖି ଦୃଢ଼ଭାବରେ କୁହାଯାଇପାରେ ସେ ବନ୍ଦୀ ଯେଉଁ ଅନନ୍ତ ଅନ୍ଧକାର ମଧ୍ୟରେ ଆଜିଯାଏ ପଡ଼ିରହିଥିଲ, ସେଥିରୁ ସେ ମୁକ୍ତି ଲାଭ କଲାଣି । ଅନ୍ୟମାନଙ୍କର ମଧ୍ୟ ପ୍ରତିଭା ରହିଛି । କୃତିତ୍ୱ ବି ଉଲ୍ଲେଖଯୋଗ୍ୟ; କିନ୍ତୁ ଧର୍ମବୀରଙ୍କଠାରେ କିଛି ବିଶେଷତ୍ୱ ରହିଛି-। ସେ କେବଳ ଜଣେ ଉତ୍ତମ ପରିଶ୍ରମୀ ଓ ସରସ ଲେଖକ ନୁହନ୍ତି, ଆଜିର ଶ୍ରେଷ୍ଠ ଓ ମୌଳିକ ଲେଖକ । ମୋ ବିଚାରରେ ଏହାଏଁ ସବୁଠାରୁ ଉତ୍କୃଷ୍ଟ ବିଶେଷତ୍ୱ । ଏହି ନ୍ୟାୟ ବା ମତ ଦେବା ନିମିତ୍ତ ମୁଁ ଉକ୍ତ ଦୁଇଟିଯାକ ଭୁଲ୍‍ ସହର୍ଷ ସ୍ଵୀକାର କର ନେଇଛି । ପ୍ରଥମଟିରୁ ମୁଁ ସର୍ବଦା ଦୂରରେ ରହିଆସିଛି; କିନ୍ତୁ ଦ୍ୱିତୀୟଟିରୁ ଦୂରରେ ରହିବାର ଚେଷ୍ଟା କେବେ କରିନି । କାରଣ ମୋର ସମକାଳୀନ ବହୁ ଲେଖକଙ୍କ ଅଭ୍ୟାସର ପ୍ରତିକୂଳରେ ମୁଁ ନିଜର ସମସାମୟିକ ଲେଖକମାନଙ୍କର ରଚନାଗୁଡ଼ିକୁ ଖୁବ୍ ପଢ଼ିଥାଏ । ଏଣୁ ମୋ ବିଚାରରେ ସେମାନଙ୍କ ସମ୍ବନ୍ଧରେ ମତ ଦେବା ଯଦ୍ୟପି ବୁଦ୍ଧିମତ୍ତାର ପରିଚାୟକ ନୁହେଁ, ତଥାପି ଅସ୍ଵାଭାବିକ ମଧ୍ୟ ନୁହେଁ ।

 

‘ଭାରତୀ’ ଜୀନିୟସ ନୁହନ୍ତି । ଜୀନିୟସ କହିବା ମାନେ ପ୍ରତିଭାକୁ ଗୋଟିଏ ବଡ଼ ବିଶେଷଣ ଦେଇ ଉଡ଼ାଇ ଦେବା । ଜୀନିୟସ କ’ଣ, ତା’ବି ମୁଁ ଏପର୍ଯ୍ୟନ୍ତ ଜାଣେ ନାହିଁ । ଲକ୍ଷଣ ମାତ୍ର ଜାଣେ—ଅତ୍ୟଧିକ ଶ୍ରମସାମର୍ଥ୍ୟ ଓ ଅଧ୍ୟବସାୟ ବହୁମୁଖୀ କ୍ରିୟାଶୀଳତା, ପ୍ରାଚୁର୍ଯ୍ୟ, ଚିର ଜାଗ୍ରତ, ଚିର ନିର୍ମାଣଶୀଳ କଳ୍ପନା, ସତତ୍ ଜିଜ୍ଞାସା ଓ ପର୍ଯ୍ୟବେକ୍ଷଣ, ଦେଶକାଳ ବା ଯୁଗ-ସଜ୍ୟପ୍ରତି ଜାଗରୁକତା; ପରମ୍ପରା; ଜ୍ଞାନ, ମୌଳିକତା, ଆତ୍ମବିଶ୍ଵାସ ଏବଂ ଗଭୀର ବିନୟଭାବ । ଭାରତୀଙ୍କଠାରେ ଏ ସମସ୍ତ ଗୁଣ ବିଦ୍ୟମାନ । ତାଙ୍କର ସବୁଠାରୁ ବଡ଼ ବିଶେଷତା ହେଉଛି ହାସ୍ୟରସ, ଯାହାକୁ ପ୍ରତିଭାଠାରୁ ଟିକଏ ଭିନ୍ନ....

 

ତାଙ୍କର ଅନ୍ୟାନ୍ୟ ରଚନାମାନ ପଢ଼ିଥିବା ପାଠକମାନେ ମୋର ଏ କଥା ବୁଝିପାରିବେ ଏବଂ ଜାଣିପାରିବେ ଯେ ମୋର ଏ ଉକ୍ତରେ କେତେଦୂର ସତ୍ୟତା ରହିଛି । ‘ସ୍ଥାଳୀ ପୁଲାକ ନ୍ୟାୟ’ ଅନୁସାରେ ହିଁ ମୌଳିକ ପ୍ରତିଭାର ପରୀକ୍ଷା କରାଯାଇଥାଏ । ମୌଳିକ ପ୍ରତିଭା ପ୍ରତ୍ୟେକ ବ୍ୟକ୍ତିର କ୍ଷୁଦ୍ର କଳାକୃତିରେ ମଧ୍ୟ ସ୍ପଷ୍ଟ ହୋଇଥାଏ । ଏଣୁ “ସୂର୍ଯ୍ୟଙ୍କ ସପ୍ତମ ଅଶ୍ଵ”ରେ ବି ଭାରତୀଙ୍କ ବିଶିଷ୍ଟ ପ୍ରତିଭାର ପ୍ରତିବମ୍ବ ଦେଖିବାକୁ ମିଳେ । ପ୍ରଥମ କଥା ହେଉଛୁ । ଏହାର ରଚନା ଶୈଳୀ । ଏହା ବଡ଼ ସରଳ, ମଞ୍ଜୁଳ ଓ ପ୍ରାଚୀନ; ପିଲାଦିନେ ଶୁଣିଥ‌ିବା ସେହି ପଞ୍ଚତନ୍ତ୍ର, ଆଲଫାଲୈଲା ଓ ବୋକୈଛିୟୋ ଆଦର ଶୈଳୀ । ଯେଉଁଥରୁ କାହାଣୀଗତ ଆନନ୍ଦ ମିଳିବା ସଙ୍ଗେ-ସଙ୍ଗେ ବୁଢ଼ିଆଣୀ ସୂତା ପରି କାହାଣୀରୁ କାହାଣୀର ଖିଅ ବାହାରି ଚାଲିଥାଏ । ସାଧାରଣତଃ ବାହ୍ୟ ଦୃଷ୍ଟିରୁ ଦେଖିଲେ ଏ ଶୈଳୀ କଳ୍ପନା-ବିଳାସ ଯୁଗର ପରି ମନେହୁଏ । ସେତେବେଳେ କାହାଣୀ ବଡ଼ ଆରାମ ଏବଂ ଆନନ୍ଦସହକାରେ କୁହାଯାଉଥିଲା କିନ୍ତୁ ଭାରତୀ କ’ଣ ଏହି ଉଦ୍ଦେଶ୍ୟ ନେଇ ଲେଖିଛନ୍ତି ? କେବେ ନୁହେ । ଏପରି ସରଳ ସୁନ୍ଦର ଢଙ୍ଗରେ କହିବାର ତାତ୍ପର୍ଯ୍ୟ ହେଉଛି ନିଜ ବିଷୟରେ ଏକ ସ୍ପଷ୍ଟ ଧାରଣା ଜନ୍ମାଇବା; କାଳକ୍ଷେପ କରିବା ବା ଆନନ୍ଦ ଦେବା ସକାଶେ ନୁହେ; ବରଂ ହୃଦୟକୁ ବ୍ୟଥିତ କରି ବୁଦ୍ଧିକୁ ଆଘାତ ଦେଇ ସ୍ପନ୍ଦିତ କରିବାପାଇଁ । କେବଳ ଅଦ୍ଭୁତପୂର୍ବ ମୌଳକତା ଓ ସ୍ୱଚ୍ଛନ୍ଦ ନବୀନତାହିଁ ଏଥିରେ ନାହିଁ, ପ୍ରାଚୀନତାରେ ନୂତନ ପ୍ରାଣର ସମାବେଶ କରାଯାଇଛି ଏବଂ ସ୍ଥାନେ-ସ୍ଥାନେ ପ୍ରାଚୀନ ପ୍ରାଣକୁ ନବୀନ କାୟା ମଧ୍ୟଦେଇ ଦିଆଯାଇଛି । ଭାରତୀଜୀଙ୍କ ପ୍ରାଚୀନ ମନେ ହେଉଥିବା ଏହି ଶୈଳୀକୁ ପୂର୍ଣ୍ଣ ନବୀନ ଓ ଅଦ୍ଭୁତରୂପେ ହିନ୍ଦୀରେ ପ୍ରୟୋଗ କରିପାରିଛନ୍ତି । ଏହା କେବଳ ପ୍ରୟୋଗଜନିତ, ରସ ସୃଷ୍ଟି କରିବାପାଇଁ ନୁହେଁ, ନିଜର ଉଦ୍ଦେଶ୍ୟ ସିଦ୍ଧି ପାଇଁ । ମୋ ମତରେ ଏଥିରେ ସେ ଯଥେଷ୍ଟ ସଫଳ ହୋଇ ପାରିଛନ୍ତି ।

 

‘ସୂର୍ଯ୍ୟଙ୍କ ସପ୍ତମ ଅଶ୍ୱ’ ଏକରେ ଅନେକ କାହାଣୀର ସମାବେଶ ନୁହେଁ, ଅନେକରେ ଏକର ସମାବେଶ; ଯେପରିକ ସମାଜର ଅନ୍ତର୍ଶକ୍ତ ପରସ୍ପର ଆବଦ୍ଧ, ଆଶ୍ରିତ ଓ ପରସ୍ପର ସମ୍ଭୂତ । ଏହା ସମାଜର ଗୋଟିଏ ଚିତ୍ର ଓ ଆଲେଚନା । ଯେପରି ପ୍ରାଚୀନ ଚିତ୍ରମାନଙ୍କରେ ଗୋଟିଏ ଫଳକ ଉପରେ ପରସ୍ପର ସମ୍ବନ୍ଧିତର କେତେକ ଘଟଣାର ଅଙ୍କନ କର ମୂଳ ବର୍ଣ୍ଣନାତ୍ମକ କଥାକୁ ପୂର୍ଣ୍ଣାଙ୍ଗ କରାଯାଏ ଏବଂ ସେଥିରେ ଏକ ଘଟଣା-ଚିତ୍ରର ସ୍ଥିରତା ପରିବର୍ତ୍ତେ ଏକ ଘଟଣାକ୍ରମର ପ୍ରବହମାନତା ଅଣାଯାଏ, ଠିକ୍ ସେହିପର ଉକ୍ତ ସମାଜ-ଚିତ୍ରରେ ଗୋଟିଏ ବସ୍ତୁକୁ ଅନେକ ସ୍ତର, ଅନେକ କଥା ଓ ଅନେକ କାଳରେ ଦେଖିବା ଏବଂ ଦେଖାଇବାର ଚେଷ୍ଟା କରାଯାଇଛି; । ଯଦ୍ଦ୍ୱାରା ଦେଶ ଓ କାଳର ସୁନ୍ଦର ଓ ପ୍ରଶସ୍ତ ପ୍ରତିବିମ୍ୱ ପ୍ରତିବିମ୍ୱିତ ହୋଇ ପାରିଛି । ଯେପରି ଚିତ୍ରରେ ଲମ୍ବା ଓ ଚଉଡ଼ା ଏହି ଦୁଇଟି ଆୟତନ ବ୍ୟତୀତ ଫଳକ ଉପରେ ଗଭୀରତାର ତୃତୀୟ ଆୟତନ ମଧ୍ୟ ଛାୟାଦ୍ୱାରା ଦେଖାଇ ଦିଆଯାଏ, ସେହପରି ସାମାଜିକ ଚିତ୍ରରେ ଦେଶର ଉକ୍ତ ଆୟତନ ବ୍ୟତୀତ କାଳାୟତନ ମଧ୍ୟ ଦେଖାଇ ଦିଆଯାଇଥାଏ ଏବଂ ସେଗୁଡ଼ିକ . ଦେଖାଇବା ପାଇଁ କଳାକାରକୁ ଅନ୍ୟ ଉପାୟର ଆଶ୍ର ନେବାକୁ ପଡ଼ିଥାଏ ।

 

ଏ ଚିତ୍ର ସୁନ୍ଦର, ପ୍ରୀତିକର ବା ସୁଖଦ ନୁହେଁ । କାରଣ ଆମର ସାମାଜିକ ଜୀବନ ସେପରି ନୁହେ; ପୁଣି ଭାରତୀଜୀ ଏହାକୁ ଯଥାଶକ୍ତି, ଯଥାର୍ଥରୂପେ ଅଙ୍କନ କରିବାକୁ ଚାହିଛନ୍ତି; ତଥାପି ଏହା ଅସୁନ୍ଦର ବା ଅପ୍ରୀତିକର ହୋଇନାହିଁ; କାରଣ ଏହା ମୃତ୍ୟୁପୂଜକ ମଧ୍ୟ ନୁହେଁ । ଦୁଇଟି ବସ୍ତୁର ସମାବେଶଦ୍ୱାରା ଏହା ସମସ୍ତ ପ୍ରକାର ଦୋଷ-ଦୁର୍ବଳତାରୁ ଦୂରରେ ରହିବାରେ ସମର୍ଥ ହୋଇପାରିଛି । ସେଥିରୁ ଗୋଟିଏ ହୋଇଥିଲେ ବି ଯଥେଷ୍ଟ ହୋଇ ପାଈଥାନ୍ତା । ପ୍ରଥମ ହାସ୍ୟ, ଦ୍ୱିତୀୟ ଏକ ଅଦମ୍ୟ ନିଷ୍ଠାମୟୀ ଆଶା । ବାସ୍ତବିକ୍ ଜୀବନପ୍ରତି ଏକ ଅଟଳ ଆସ୍ଥା ହିଁ ‘ସୂର୍ଯ୍ୟଙ୍କର ସପ୍ତମ ଅଶ୍ୱ’; “ଯିଏକ ଆମକୁ ଭବିଷ୍ୟତର ସ୍ଵପ୍ନ ଓ ବର୍ତ୍ତମାନର ବିଶ୍ୱାସ ଦେଖାଇପାରୁଛି, ଯଦ୍ୱାରା ଆମେ ଏପରି କୌଣସି ମାର୍ଗ ପ୍ରସ୍ତୁତ କରିବୁ, ଯାହା ଉପରେ ଭବିଷ୍ୟତର ଅଶ୍ୱ ଦୌଡ଼ି ଆସିପାରିବ-।”

 

କଥାବସ୍ତୁର ସୁନ୍ଦର ନିର୍ବାହ, ଗମ୍ଭୀରତର ତତ୍ତ୍ୱର ଅନ୍ଵେଷଣ ଏବଂ ସତ୍‍ସାହସ ସହିତ ବିକାଶୋନ୍ମୁଖୀ ଦୃଢ଼ତା ପ୍ରଭୃତି ଏହି ଉପନ୍ୟାସକୁ ମହତ୍ତ୍ୱପୂର୍ଣ୍ଣ ଓ ସରସ କୃଷ୍ଣ କରିପାରିଛି । “ତଥାପି ଆମ ମଧ୍ୟରେ ଏପରି କୌଣସି ଏକ ଶକ୍ତି ଅଛି, ଯେ କି ଏ ପ୍ରକାର ଅନ୍ଧକାରକୁ ଦୂର କର ସମାଜ-ବ୍ୟବସ୍ଥାକୁ ବଦଳାଇ, ମାନବୀୟ ସହଜ ମୂଲ୍ୟର ପୁନରୁଦ୍ଧାର କରିବାର ସାମର୍ଥ୍ୟ ଓ ପ୍ରେରଣା ଦେଇଚାଲିଛି । ତୁମେ ତାକୁ ଆତ୍ମା କିମ୍ବା ଅନ୍ୟ କିଛି କହିପାର । ଏହି ପ୍ରକାଶମାନ ଆତ୍ମାକୁ ବିଶ୍ଵାସ, ସାହସ, ନିଷ୍ଠା ସର୍ବଦା ଆଗେଇ ନେଇ ଚାଲିଛନ୍ତି—ଯେପରି କ ସୂର୍ଯ୍ୟଙ୍କୁ ତାଙ୍କର ସାତୋଟିଯାକ ଅଶ୍ୱ ।”

 

ଏ କଥା ପ୍ରମୁଖ ପାତ୍ର ବା କାହାଣୀ କହିବାଲୋକ ମାଣିକ ମୁଲ୍ଲା କହିଛନ୍ତି । କୌଣସି ଉକ୍ତି ସକାଶେ ଜଣେ ପାତ୍ର ସଙ୍ଗେ ଲେଖକକୁ ସଂପୂର୍ଣ୍ଣରୂପେ ଏକାତ୍ମା ମନେ କରିବାର ପ୍ରଚଳିତ ମୂର୍ଖତା ମୁଁ କରିପାରିବି ନାହିଁ । କିନ୍ତୁ ଏହି ଉକ୍ତିରୁ ପ୍ରକାଶ ପାଉଥିବା ବିଶ୍ଵାସ ସ୍ଵୟଂ ଭାରତିଜୀ ବିଶ୍ୱାସ ପରି ମନେ ହୁଏ । ଏ ବିଶ୍ୱାସ ଆମମାନଙ୍କ ହୃଦୟରେ ସୁଦୃଢ଼ ହେଉ, ଏତିକି ହିଁ ମାତ୍ର ମୋର କାମନା ।

 

ଅଜ୍ଞେୟ

Image

 

ନିବେଦନ

 

‘ଗୁନାହୋଂକା ଦେବତା’ ପରେ ଏହା ମୋର ଦ୍ଵିତୀୟ କୃତି । ସମୟ ବ୍ୟତୀତ ଏ ଦୁଇଟିର କେନ୍ଦ୍ରବିନ୍ଦୁ, ଯାହାକୁ ନେଇ ମୁଁ ସମସ୍ୟାର ବିଶ୍ଳେଷଣ କରିଛି ସେଥିରେ ମଧ୍ୟ ବ୍ୟବଧାନ ଆସିଯାଇଛି ।

 

କଥାର ଶୈଳୀ ବଡ଼ ବିଚିତ୍ର....ଅଣ୍ଡା ପ୍ରାଚୀନ ରଙ୍ଗର ! ଏପରିକ ପାଠକମାନଙ୍କୁ ନବୀନ ବା ଅପରଶର ପର ଲଗିପାରେ । ଅଭ୍ୟନ୍ତ କ୍ଷୁଦ୍ର ପରସର ମଧ୍ୟରେ ଏରେ ବଡ଼ ଘଟଣା-ସମ ଓ ବସ୍ତୁର କ୍ଷେସର ଚନ୍ତ୍ରଣ କରୁଥିବାରୁ ଏପର ଶୈଳୀରେ କହବାକୁ ବାଧ୍ୟ ହେଲି ।

 

ଏ ଗଳ୍ପଗୁଡ଼କରେ ମୋର ଦୃଷ୍ଟିକୋଣ ସୁସ୍ପଷ୍ଟ । ଏଥରେ ମାର୍କସବାଦ ସମ୍ବନ୍ଧରେ କୌଣସି ପ୍ରକାର ତର୍କ ଉଠିପାରେ; କିନ୍ତୁ ସତ୍ୟ ପ୍ରତି ଦୃଷ୍ଟି ନ ଦେଇ ଉଚିତ ବା ଅନୁଚିତ ଢଙ୍ଗରେ ନିଜ ମତର ପରିପ୍ରଚାରକୁ ସମାଲେଚନା ମନେ କରୁଥିବା ଲୋକଙ୍କୁ ମୋର କିଛି କହିବାର ନାହିଁ । କାରଣ ସାହିତ୍ୟିକ ପ୍ରଗତିରେ ସେମାନଙ୍କର କୌଣସି ରଚନାତ୍ମକ ମହତ୍ତ ଥିଲାପରି ମୁଁ ମନେକରେନା । କିନ୍ତୁ ସହାନୁଭୂତିଶୀଳ, ବୁଦ୍ଧିମାନ ଓ ପରିହାସ ପ୍ରକୃତିର ବ୍ୟକ୍ତିମାନଙ୍କୁ ମୋର କିଛି କହିବାର ଅଛି ।

 

ତିନି-ଚାରିବର୍ଷ ହେଲା ମାର୍କସବାଦର ଅଧ୍ୟୟନଦ୍ୱାରା ମନକୁ ଯେତିକି ଶାନ୍ତି, ଉତ୍ସାହ ଓ ଆଶା ମିଳିଥିଲା, ହିନ୍ଦୀ ମାର୍କସ୍‍ବାଦର ସମୀକ୍ଷା ଓ ଚିନ୍ତନଦ୍ୱାର ସେତିକ ନିରାଶା ଓ ଅସନ୍ତୋଷ ଲାଗିଲା । ଏଠାର ମାର୍କସ୍‍ବାଦୀମାନେ ନିଜର ସମାଜ, ସଂସ୍କୃତି ଓ ପରମ୍ପରା ବିଷୟରେ ସଂପୂର୍ଣ୍ଣ ଅନଭିଜ୍ଞ । ଏଣୁ ଏମାନଙ୍କର ଦୃଷ୍ଟିକୋଣ ପ୍ରତି ଦୁଃଖ ଲାଗେ, ହସ ବି ମାଡ଼େ । ପୁଣି ଭାଙ୍କ ଦୋଷ-ଦୁର୍ବଳତା ପ୍ରଶ୍ନ ସଙ୍କେତ କରିବା ମାତ୍ରେ ତାଙ୍କର ଯେଉଁ ବିରକ୍ତି ତା’ ଆହୁରି ହାସ୍ୟାସ୍ପଦ ଓ ଦୟନୀୟ ମନେହୁଏ ।

 

ଏପରି ହେଲେହେଁ ମାର୍କସ୍‍ବାଦ ପ୍ରତି ମୋର ଅସ୍ଥା କେବେ କମି ନାହିଁ କି ଜନତାର ଦୁଃଖ-ଦୁର୍ଦ୍ଦଶା ପ୍ରତି ମୁଁ କେବେହେଲେ ବିମୁଖ ହୋଇନାହିଁ । ଧୀରେ-ଧୀରେ ନିଜ ଦୃଷ୍ଟିକୋଣରେ ଅଧିକାଧିକ ସାମାଜିକତାର ବିକାଶ ଦିଗରେ ମୁଁ ସଚ୍ଚୋଟତାର ସହିତ ଅଗ୍ରସର ହେଉଛି ଓ ହେବି । ଏଣୁ ଯେଉଁଠି ମୋତେ ମାର୍କସ୍‍ବାଦର ଶବ୍ଦଜାଲ ଭିତରେ ଅସନ୍ତୋଷ, ଅହଂବାଦ ଓ ସାଂପ୍ରଦାୟିକତା ପ୍ରଭୃତି ଦେଖାଦେଇଛି, ସେଇଠି ମୁଁ ସାହସର ସହିତ ଯେତେଦୂର ହୋଇପାରେ ସ୍ପଷ୍ଟ ଭାବରେ ନିର୍ଦ୍ଦେଶ କରିଦେବାକୁ ଉଚିତ ମନେ କରିଛି । କାରଣ ଏ ଭାବ ଓ ବିଚାର ସର୍ବଦା ଆମ ଜୀବନ ଓ ସଂସ୍କୃତିର ସୁଷ୍ଠୁ ପ୍ରଗତିର ବାଧକ । ମୁଁ ଜାଣେ ଯେଉଁ ମାର୍କସ୍‍ବାଦୀଙ୍କର ବ୍ୟକ୍ତିତ୍ୱରେ ସାମାଜିକତା ଏବଂ ମାର୍କସ୍‍ବାଦର ଧାରଣାରେ ଦୃଢ଼ତା ଆସିଗଲାଣି । ସେମାନେ ମୋର ଏ କଥା ଅବଶ୍ୟ ବୁଝିପାରିବେ—ଏତିକିହିଁ ମୋ ପକ୍ଷରେ ସନ୍ତୁଷ୍ଟ ହେବାପାଇଁ ଯଥେଷ୍ଟ ।

 

ଶ୍ରୀ ଅଜ୍ଞେୟଜୀ ଏହାର ଭୂମିକା ଲେଖିବା ପାଇଁ ଆନନ୍ଦସହକାରେ ସ୍ୱୀକାର କରିଥିବାଯୋଗୁଁ ମୁଁ ତାଙ୍କଠାରେ କୃତଜ୍ଞ । ସେ ମହାଶୟ ମୋ ହୃଦୟର ଆଶା ଓ ସଚ୍ଚୋଟପଣିଆ ଭଲଭାବରେ ଜାଣନ୍ତି । ଜଣେ ଲେଖକ ଏହାଠାରୁ ଅଧିକ କ’ଣ ବା ଆଶା କରନ୍ତା ! ସେ ଏହାର ବିଷୟବସ୍ତୁ ଓ ଶୈଳୀର ମର୍ମକୁ ଉତ୍ତମରୂପେ ଦେଖାଇ ଦେଇଛନ୍ତି । ଏହା ତାଙ୍କରି ପକ୍ଷରେ କେବଳ ସମ୍ଭବ ହୋଇପାରିଛି । ମୋ ବିଷୟରେ ସେ ଯେଉଁ କେତୋଟି ଆସ୍ଥାମୂଳକ ବାକ୍ୟ ଲେଖିଛନ୍ତି ମୁଁ ତାର ଯୋଗ୍ୟ କି ନା ଜାଣେନା, କିନ୍ତୁ ତାକୁ ମୁଁ ସ୍ନେହ ଓ ଆଶୀର୍ବାଦ ମନେକରି ନତମସ୍ତକ ହୋଇଗ୍ରହଣ କରି ନେଇଛି ଏବଂ ତାରି ଯୋଗ୍ୟ ହେବାପାଇଁ ଶତଚେଷ୍ଟା ମଧ୍ୟ କରୁଛି ।

 

ପାଠକମାନଙ୍କଠାରୁ ବଡ଼ତ ସ୍ନେହପୂର୍ଣ୍ଣ ପତ୍ର ପାଇଛି । ଏଗୁଡ଼ିକ ମୋ ସକାଶେ ଅତି ମୂଲ୍ୟବାନ୍ ବସ୍ତୁ । ସେମାନଙ୍କୁ କେବଳ ଗୋଟିଏ କଥା କହି ରଖିବା ଉଚିତ ମନେକରୁ—ବସ୍ତୁତଃ ମୁଁ ଲେଖି-ଲେଖି ଶିଖୁଛୁ ଓ ଶିଖି-ଶିଖ ଲେଖୁଛି; ଯାହାକିଛି, ସେ ସବୁ ସମାଜ ସକାଶେ.....ସ୍ୱାନ୍ତ ସୁଖାୟ । ମୋର ଏହି ‘ସ୍ୱ’ରେ ଆପଣମାନେ ଆପଣମାନଙ୍କ ସୁଖ-ଦୁଃଖ ଆନନ୍ଦ-ନିରାନନ୍ଦ ମଧ୍ୟ । ଆମ୍ଭମାନଙ୍କ ମାଧ୍ୟମରେ ବ୍ୟକ୍ତି ହୋଇଥିବା ଏହା ଗୋଟିଏ ଦୀର୍ଘ କାହାଣୀ, ଯାହାର କି ଗୋଟିଏ ଅଂଶ ମାତ୍ର ବ୍ୟକ୍ତ କରିବାକୁ ମୁଁ ଚେଷ୍ଟା କରିଛି । ଅତଏବ ଏଥିରେ ଥିବା ଭଲତକ ଆପଣଙ୍କର ଓ ମନ୍ଦତକ ମୋର ।

 

ଶିବରାତ୍ରୀ ୧୯୫୭

ଧର୍ମବୀର ଭାରତୀ

Image

 

ଉପୋଦ୍‍ଘାତ

 

ବର୍ତ୍ତମାନ ଆପଣମାନଙ୍କ ଆଗରେ ମାଣିକ ମୁଲ୍କାଙ୍କ ବିଚିତ୍ର ତତ୍ତ୍ୱମୂଳକ ପ୍ରେମ କାହାଣୀରୂପରେ କୁହା ଯାଇଥିବା “ସୂର୍ଯ୍ୟଙ୍କ ସପ୍ତମ ଅଶ୍ଵ” ନାମକ ଉପନ୍ୟାସ ପରିବେଷଣ କରିବି । ତା’ ପୂର୍ବରୁ ମୁଁ କହି ରଖେଁ—ମାଣିକ ମୁଲ୍ଲା କିଏ, ତାଙ୍କ ସହିତ ଆମମାନଙ୍କର କିପରି ଓ କେଉଁଠାରେ ପରିଚୟ ହେଲା, ତାଙ୍କ ପ୍ରେମ କାହାଣୀଗୁଡ଼ିକ କିପରି ଆମେ ଶୁଣିବାକୁ ପାଇଲୁ, ପ୍ରେମ ସମ୍ବନ୍ଧରେ ତାଙ୍କର ଧାରଣା କ’ଣ ଥିଲା, ସେ କ’ଣ ଅନୁଭବ କରୁଥିଲେ ଏବଂ କାହାଣୀର ଟେକ୍‌ନିକ୍ ଦୃଷ୍ଟିରୁ ତାଙ୍କର ମୌଳିକ କାହାଣୀ ଗୁଡ଼ିକ କିପରି ଥିଲା ?

 

‘ଥିଲା’ କହିବାର ଉଦ୍ଦେଶ୍ୟ ହେଉଛି, ସେ ବର୍ତ୍ତମାନ କେଉଁଠି, କ’ଣ କରୁଛନ୍ତି ମୋତେ ଜଣା ନାହିଁ; ପୁଣି କେବେ ସାକ୍ଷାତ ହେବ ତା’ବି କହିହେଉ ନାହିଁ । ବାସ୍ତବିକ ସେ ଯଦି ଚାଲିଯାଇଥାନ୍ତି, ତେବେ ତାଙ୍କ ପରି ତାଙ୍କ କାହାଣୀଗୁଡ଼ିକ କାଳେ ଉଭେଇଯିବ ଏହି ଆଶଙ୍କାରେ ହିଁ ମୁଁ ସେଗୁଡ଼ିକ ଆପଣମାନଙ୍କ ଆଗରେ କହିବାକୁ ମନସ୍ଥ କରିଛି ।

 

ଦିନ ଥିଲ, ଯେତେବେଳେ କି ସେ ଆମ ସାହିର ପ୍ରସିଦ୍ଧ ଲୋକ ଥିଲେ । ଏଇଠି ଜନ୍ମ ହୋଇ ବଢ଼ି, ପ୍ରସିଦ୍ଧି ପାଇଥିଲେ ଏବଂ ଏଇଠାରୁ ହିଁ ସ୍କୁଲ ଯାଇଛନ୍ତି । ଆମ ସାହି ଖୁବ୍ ବଡ଼, ଅନେକ ଭାଗରେ ବିଭକ୍ତ; କିନ୍ତୁ ଯେଉଁ ଭାଗଟି ଅଧିକ ସୁନ୍ଦର, ରହସ୍ୟପୂର୍ଣ୍ଣ ଓ ଯାହା ସମ୍ବନ୍ଧରେ ନୂଆ-ପୁରୁଣା କେତେକ ଆଶ୍ଚର୍ଯ୍ୟଜନକ କିମ୍ବଦନ୍ତୀମାନ ଶୁଣିବାକୁ ମିଳେ ସେହିପଟେ ହିଁ ସେ ରତ୍ନଥଲେ ।

 

‘ମୁଲ୍ଲା’ ତାଙ୍କ ଉପନାମ ନୁହେଁ, ତାଙ୍କ ଜାତି । ସେ କାଶ୍ମୀରର ଲୋକ । ଅନେକ ପୁରୁଷରୁ ତାଙ୍କ ପରିବାର ଏଠି ଘର କରି ରହିଆସିଛନ୍ତି । ସେ ତାଙ୍କ ଭାଇ-ଭାଉଜଙ୍କ ସାଙ୍ଗରେ ରହୁଥିଲେ । ଏ ମଧ୍ୟରେ ଭାଇଙ୍କର ବଦଳି ହୋଇଗଲ । ଭାଉଜ ମଧ୍ୟ ତାଙ୍କ ସାଙ୍ଗରେ ସ୍କୁଲଗଲେ । ଘରେ ସେ ଏକୁଟିଆ । ତାଙ୍କ ଘରେ ସାଂସ୍କୃତିକ ସ୍ୱାଧୀନତା ଓ କମ୍ୟୁନିଜ୍‍ମ ପୂରି ରହିଥାଏ । ଆମମାନଙ୍କ ଘର ବହୁ ଦୂରରେ ହେଲେ ବି ତାଙ୍କ ଘରଟି ଆମମାନଙ୍କର ଆଖଡ଼ା ହୋଇଥାଏ । ଆମେମାନେ ତାଙ୍କୁ ଗୁରୁପରି ମାନୁଥାଉଁ । ତାଙ୍କର ଆମମାନଙ୍କପ୍ରତି ନିର୍ମଳ ଓ ପ୍ରଗାଢ଼ ସ୍ନେହ ଥାଏ-। ସେ ସେତେବେଳେ ଚାକିରି କରୁଥିଲେ କି ପଢ଼ୁଥିଲେ କିଛି କହି ହେବ ନାହିଁ-।କାରଣ ଚାକିରୀ କରିବା ବା ପଢ଼ିବାର କୌଣସି ସୂଚନା ଆମେ କେବେ ପାଇନାହୁଁ-

 

ତାଙ୍କ ରୁମ୍‌ରେ ବହିପତ୍ରର ନାଁ-ଗନ୍ଧ ବି ନ ଥିଲା । ମାତ୍ର କେତୋଟି ଅସାଧାରଣ ଜିନିଷ ଥିଲା, ଯାହାକି ଅନ୍ୟ ଘରେ ଦୁର୍ଲ୍ଲଭ । କାନ୍ଥରେ ଗୋଟିଏ ମଟୋ ଟଙ୍ଗା ହୋଇଥାଏ । ସେଥିରେ ଲେଖାଯାଇଥାଏ ‘ଖାଅ, ଶରୀର ବଢ଼ାଅ’ । କ’ଣମାଛିରେ ରଖାଯାଇଥାଏ ଗୋଟିଏ ସୁନ୍ଦର କଳା ବେଣ୍ଟର ଚାକୁ; ଘର କୋଣରେ ଘୋଡ଼ାର କେତେ ଦିନର ଗୋଟାଏ ପୁରୁଣା ନାଲ ପଡ଼ିଥାଏ । ତା’ ଛଡ଼ା ଆଉ କେତେକ ଜିନିଷ ଥାଏ, କିନ୍ତୁ ସେଗୁଡ଼ିକର ଔଚିତ୍ୟ ସମ୍ବନ୍ଧରେ ଆମେ କେବେହେଲେ ଚିନ୍ତା କରି ନ ଥିଲୁ ଓ ଜାଣିବାର ଇଚ୍ଛା ବି ପ୍ରକାଶ କରି ନଥିଲୁ । ସବୁଠାରୁ ବଡ଼ କଥା ହେଉଛି ସେଇଠି ଶୀତଦନେ ଭୂଇଁଚଣା ଆଉ ଖରାଦିନେ ଖରଭୁଜ ଖାଇବାକୁ ମିଳେ । ସେଇଥିପାଇଁ ସବୁଦିନେ ସେଇଠି ଆମମାନଙ୍କର ଆଡ଼୍‍ଡା ଲାଗିରହିଥାଏ ।

 

ସାଧାରଣତଃ କୌଣସି କାମ ନ ଥିଲେ, ନିଜ ଅଧିକାରରେ ଖାଲି ଘରଟିଏ ଥିଲେ, ଆଉ ଦି-ଚାରିଜଣ ସାଙ୍ଗ-ସାଥି ଏକାଠି ଜୁଟିଲେ ରାଜନୀତି–ଚର୍ଚ୍ଚା ହେବା କଥା । ସେଥିରେ ବିରକ୍ତି ଆସିଲେ ପ୍ରେମଆଡ଼କୁ ମନବଳେ । ବିଶେଷ କରି ମଧ୍ୟମ ବର୍ଗଙ୍କ ଭିତରେ ଏ ଦୁଇଟି ଛଡ଼ା ଅନ୍ୟ କୌଣସି ବିଷୟର ଚର୍ଚ୍ଚା କେବେ କରାଯାଏ ନାହିଁ । ମାଣିକଙ୍କର ରାଜନୀତିରେ ଯେତିକି ଦଖଲ ଥିଲା, ପ୍ରେମ ଉପରେ ବ ସେତିକି ଥିଲ । ବିଶେଷତଃ ପ୍ରେମ କାହାଣୀକୁ ସେ ଅଧିକ ମହତ୍ତ୍ୱ ଦେଉଥିଲେ ।

 

ପ୍ରେମ ସମ୍ବନ୍ଧରେ ଚର୍ଚ୍ଚା କଲାବେଳେ ସେ କେତୋଟି କଥା ବଡ଼ ମଜାରେ କହନ୍ତି । ସେଥ‌ିରୁ ଗୋଟିଏ କଥା ମୋର ଏବେ ସୁଦ୍ଧା ମନେ ଅଛି । କିନ୍ତୁ ତା’ର ଉଦ୍ଦେଶ୍ୟ କଣ, ଆଜିଯାଏ ମୁଁ ବୁଝିପାରିଲି ନାହିଁ । ପ୍ରାୟ ସବୁଦିନ ପ୍ରେମ ବିଷୟରେ ନିଜର କେତେକ ଅନୁଭବପୂର୍ଣ୍ଣ କଥା କହି ଆମମାନଙ୍କର ଜ୍ଞାନ ବଢ଼ାଇବାପରେ ଖରଭୁଜ କାଟୁ କାଟୁ ସେ କହନ୍ତି, “ପ୍ରିୟ ଭାଇମାନେ, କଥାଗୁଡ଼ିକ ଯେଉଁ ଢଙ୍ଗର ହେଉନା କାହିଁକ, ଖରଭୁଜ ପ୍ରେମରେ ଚାକୁ ଉପରକୁ ଆସୁ କିନ୍ତୁ ଅଥବା ଋକୁ ଖରଭୁଜ ଉପରକୁ ଯାଉ, କିନ୍ତୁ ସଦା ଗୁଲୁର ହିଁ କ୍ଷତ ହୋଇଥାଏ । ଏଣୁ ଯାହାର ବ୍ୟକ୍ତିତ୍ୱ ଚାକୁଭଳି ତେଜ୍ ଓ ତୀକ୍ଷଣ୍‍ ତା’ର ଯେକୌଣସିମତେ ଏହି ସମସ୍ତ ବିବାଦରୁ ମୁକ୍ତ ରହିବା ଉଚିତ ।” ଏପରି ଅନେକ କଥା ସେ କହିଛନ୍ତି, ସେସବୁ ମନେପଡ଼ଲେ କେବେ ଲେଖିବି ।

 

ପ୍ରେମ କାହାଣୀ ହିଁ ସବୁଠାରୁ ଶ୍ରେଷ୍ଠ କାହାଣୀ ବୋଲି ତାଙ୍କର ଦୃଢ଼ ଧାରଣା ଥିଲା । ତାଙ୍କ ମତରେ କାହାଣୀରେ ରୋମାନସ୍ କିଛି ନା କିଛି ରହିବା, ନିତାନ୍ତ ଦରକାର । ଏହା ବ୍ୟତୀତ ସେଥିରେ ଲେଖକର ଦୃଷ୍ଟିକୋଣ ସଙ୍କୁଚିତ ନ ହୋଇ ସମାଜର କଲ୍ୟାଣ ସାଧିତ ହେଲାଭଳି ତା’ର ଚମତ୍କାରପୂର୍ଣ୍ଣ ବିଶ୍ଳେଷଣ ହେବା ଉଚିତ ।

 

“କାହାଣୀ ପ୍ରେମମୂଳକ, ପୁଣି କଲ୍ୟାଣକର ହେବା କେତେଦୂର ସମ୍ଭବପର?” ଆମର ଏ ପ୍ରଶ୍ନର ଉତ୍ତରରେ ସେ କହନ୍ତି—‘ମାଣିକ ମୁଲ୍ଲାଙ୍କ କାହାଣୀର ଏହା ହିଁ ବିଶେଷତା, ଯାହାକି ଅନ୍ୟ କୌଣସି କାହାଣୀକାରଙ୍କଠାରେ ଦେଖାଯାଏ ନାହିଁ ।”

 

ଆଜିଯାଏ ସେ ଗୋଟିଏ ହେଲେ କାହାଣୀ ଲେଖି ନଥିଲେ କ’ଣ ହେଲ, କାହାଣୀ ବିଷୟରେ ତାଙ୍କର ଗଭୀର ଅଧ୍ୟୟନ ଥିଲା । ଅନ୍ୟ କେହି ଅନୁଭବ କରୁ ବା ନ କରୁ; କାହାଣୀ-କଳାରେ ତାଙ୍କର ବିଶେଷ ପ୍ରବେଶ ଥିବା କଥା ଆମେମାନେ ଭଲ ଭାବରେ ହୃଦୟଙ୍ଗମ କରିପାରିଥିଲୁ ।

 

କାହାଣୀର ଟେକ୍‌ନିକ୍ ସମ୍ବନ୍ଧରେ ତାଙ୍କର ମତ ଯେ ଆଧୁନିକ କାହାଣୀରେ ଆଦି, ମଧ୍ୟ, ଅନ୍ତ ତିନୋଟିଯାକ ସ୍ତର ମଧ୍ୟରୁ କୌଣସି ନା କୌଣସି ସ୍ତରରେ ଅଭାବ ରହିଯାଉଛି । ଏଣୁ କାହାଣୀ ପୂର୍ଣ୍ଣାଙ୍ଗ ହୋଇପାରୁ ନାହିଁ । କାହାଣୀ ପୂର୍ଣ୍ଣାଙ୍ଗ ହେବ, ଯଦି ଆଦି ସ୍ଥାନରେ ଆଦି, ମଧ୍ୟ ସ୍ଥାନରେ ମଧ୍ୟ ଓ ଅନ୍ତ ସ୍ଥାନରେ ଅନ୍ତର ଉପଯୁକ୍ତ ବିଶ୍ଳେଷଣ ହୋଇପାରିବ ।

 

ସେ ତା'ର ବ୍ୟାଖ୍ୟା ଏହିଭଳି କରୁଥିଲେ—କାହାଣୀର ଆଦି ହେଉଛି ତାହା, ଯାହା ପୂର୍ବରୁ କି କିଛି ନାହିଁ ଓ ପରେ ମଧ୍ୟର ଅବସ୍ଥିତ ଅନୁଭୂତି ହେଉଛି । ମଧ ତାହାକୁ କହିବ ଯାହା ପୂର୍ବରେ କି ଆଦି ରହିଛି ଏବଂ ପରେ ରହିଛି ଅନ୍ତ । ଅନ୍ତ ତାକୁ କୁହାଯିବ—ଯାହା ପୂର୍ବରେ ଥିବ ମଧ୍ୟ ଓ ପରେ ରହିଥିବ ଅଳିଆ ଟୋକେଇ !!

 

ଏ ସମ୍ବନ୍ଧରେ ତାଙ୍କର ଦ୍ୱିତୀୟ ମତ ହେଉଛି ସେ କାହାଣୀ ଛାୟାବାଦୀ ବା ପ୍ରଗତିବାସୀ, ଐତିହାସିକ କମ୍ବା ସାମ୍ୟବାଦୀ ଅଥବା ମୁସ୍‌ଲିମ୍‌ଲିଗ୍‍ ସମ୍ବନ୍ଧୀ ହେଉ ସେଥିରେ କିଛି ନା’ କିଛି ଗୋଟାଏ ତତ୍ତ୍ୱ ରହିବା ଦରକାର ଏବଂ ତାହା ସମାଜର କଲ୍ୟାଣ ପାଇଁ ହେବା ଉଚିତ । ବର୍ତ୍ତମାନଯାଏ ସେ କୌଣସି କାହାଣୀ ନ ଲେଖିଥିଲେ ମଧ୍ୟ ନିଜକୁ କଥା-ସାହିତ୍ୟରେ ଭତ୍ତମୂଳକ କାହାଣୀର ପ୍ରବର୍ତ୍ତକବୋଲି ମନେ କରୁଥିଲେ ।

 

କାହାଣୀ-କଳା ସମ୍ବନ୍ଧରେ ତାଙ୍କର ମତ ହେଉଛି—କେତୋଟି ପାତ୍ର ନିଅ । ପ୍ରଥମେ ଗୋଟିଏ ତତ୍ତ୍ୱ ବିଷୟରେ କିଛି ଭାବି ରଖ । ତା’ପରେ ପାତ୍ରର ଚରିତ୍ର ଏପରି ଭାବରେ ଗଢ଼, ଯଦ୍ୱାରା ସେ ଆପେ-ଆପେ ପ୍ରେମରସରେ ରସାଣିତ ହୋଇଉଠିବ ଓ ଭୁମେ ଘବ ରଖିଥିବା ରଭୁ ମଧ୍ୟ ତାହାଦ୍ୱାରା ଫୁଛି ଉଠିବ ।

 

ତାଙ୍କର ଏ କଥା ଶୁଣି ମୋ ମନରେ ପ୍ରାୟ ନାନାପ୍ରକାର ପ୍ରଶ୍ନ ଉଠେ । କିନ୍ତୁ ତତ୍ତ୍ୱ ବିଷୟରେ ସେ କହନ୍ତି—ଏଥିପାଇଁ ହିନ୍ଦୀର ଅନେକ କାହାଣୀକାର ପ୍ରସିଦ୍ଧ ହୋଇପାରିଛନ୍ତି । କଥାବସ୍ତୁ ଦୁର୍ବଳ ଓ ପାତ୍ର ନିଷ୍ପ୍ରଭ ହେଲେ ହେଁ ସେମାନଙ୍କ କାହାଣୀର ସାମାଜିକ ଓ ରାଜନୀତିକ ତତ୍ତ୍ଵ ଅତି ଅଦ୍ଭୁତ ମନେହୁଏ ।

 

ପ୍ରେମବିଷୟକ କଥାବସ୍ତୁ ସଂପର୍କୀୟ ମୋର ଦ୍ୱିତୀୟ ପ୍ରଶ୍ନ ହେଉଛି, ଜୀବନରେ ଅଧିକାଧିକ ଦଶ ବର୍ଷ ଖଣ୍ଡେ ଆମେ ପ୍ରେମ କରିଥାଉଁ । ଏହି ଦଶବର୍ଷ ଭିତରେ ଖାଦ୍ୟ-ପେୟ, ଆର୍ଥିକ ସଂଘର୍ଷ, ସାମାଜିକ ଜୀବନ, ଲେଖାପଢ଼ା; ବୁଲା-ବୁଲି, ସିନେମା-ଥିଏଟର ଦେଖା, ସାଙ୍ଗ-ସାଥି ମିଳନ ଇତ୍ୟାଦିରୁ ଯେଉଁ ଟିକିଏ ସମୟ ମିଳେ, ସେଇତକ ଆମର ପ୍ରେମ କହିବାର ସମୟ । ଏଇଥିପାଇଁ ଏହାକୁ ଏତେ ମହତ୍ତ୍ୱ କାହିଁକି ଦିଆଯିବ ? ଏହାଛଡ଼ା ଯାତ୍ରା-ତୀର୍ଥ, ମେଳା-ମୌଜ, ବାଣିଜ୍ୟ-ବ୍ୟବସାୟ, ମଟର ଚଳାଇବା, ରିକ୍‌ସାବାଲ, ବଗିବାଲ, ପତ୍ର ସଂପାଦନା ଇତ୍ୟାଦି ବହୁତ ବିଷୟ ଅଛି । ଏଗୁଡ଼କୁ କାହିଁକ ମହତ୍ତ୍ୱ ନ ଦିଆଯିବ ? ଏମାନଙ୍କ ବିଷୟରେ କାହିଁକ କାହାଣୀ ଲେଖା ନ ଯିବ ? ପ୍ରେମ ପଛରେ ପଡ଼ି ଲାଭ କ’ଣ ?

 

ମୋ ପ୍ରଶ୍ନ ଶୁଣି ସେ ହଠାତ୍ ଭାବପ୍ରବଣ ହୋଇ ପଚାରିଲେ, ତୁମେ ବଙ୍ଗଳା ଜାଣ ? ମୁଁ ମନା କରି ‘କାହିଁକି’ ବୋଲି ପଚାରିବାରୁ ଦୀର୍ଘ ନିଶ୍ଵାସ ଛାଡ଼ି ସେ କହିଲେ—‘ଠାକୁର’ଙ୍କ ନାଁ’ ତ ଶୁଣିଥିବ ? ସେ ଲେଖିଛନ୍ତି—“ଆମାର ମାଝାରେ ସେ ଆଛେ ସେ ଗୋ କୋନୋ ବିରହିଣୀ ନାରୀ-?” ପୁଣି ନିଜ ମତର ସମର୍ଥନ କରି କହିଲେ—“ବିରହିଣୀ ନାରୀ ବହୁ ପ୍ରକାର ଦେଖାଯାନ୍ତି, ଅନୂଢ଼ା, ଉଢ଼ା, ମୁଗ୍‍ଧା, ପ୍ରୌଢ଼ା ଇତ୍ୟାଦି ।

 

ତାଙ୍କରି ମତରେ ବିରହ ମଧ୍ୟ ଅନେକ ପ୍ରକାରର । ବାହ୍ୟ ପରିସ୍ଥିତିଜନ୍ୟ, ଆନ୍ତରିକ ମନସ୍ଥିତିଜନ୍ୟ ପ୍ରଭୃତି । ଏସବୁକୁ ନେଇ କାହାଣୀ ଲେଖାଯାଇପାରେ ।” ତାଙ୍କର ସବୁଠାରୁ ବଡ଼ ବିଶେଷତା ମୁଁ ଅନୁଭବ କଲି, ଯାଦୁଗର ମୁହଁରୁ ନିଆଁ ହୁଳା ବାହାର କଲାପରି ସେ ଏ କାହାଣୀଗୁଡ଼ିକରୁ ସମାଜ-କଲ୍ୟାଣ ସମ୍ବନ୍ଧୀୟ ତତ୍ତ୍ୱ ବାହାର କରିନିଅନ୍ତି ।

 

‘ପ୍ରକାଶ’ ଯଦ୍ୟପି ମାଣିକଙ୍କ ବିଷୟରେ ଆମ ଆଗରେ ନିଜ ମତବ୍ୟକ୍ତ କରେ ‘‘ହିନ୍ଦୀର ଅନ୍ୟ କାହାଣୀକାରଙ୍କ ପରି ମାଣିକଙ୍କ ମନରେ ମଧ୍ୟ ନାରୀଜାତିପ୍ରତି କେତେକ Objection ରହିଛି;” କିନ୍ତୁ ତାଙ୍କଠାରୁ ଯଥୋଚିତ ଉତ୍ତର ପାଇବାର ଆଶଙ୍କାରେ ସେ ତାଙ୍କ ଆଗରେ ଏକଥା କେବେ ବ୍ୟକ୍ତ କରିବାର ଧୃଷ୍ଟତା କରିପାରି ନାହିଁ । ଆଉ ରହିଲି ମୁଁ, ଆଜିଯାଏ ମୁଁ ତାଙ୍କ ବିଷୟରେ କେବେ କୌଣସି ଜାଗାରେ ଉଚିତ ମତ ଦେଇପାରିନାହିଁ । ଏଣୁ ତାଙ୍କ କାହାଣୀଗୁଡ଼ିକୁ ଯଥାର୍ଥଭାବେ ଆପଣମାନଙ୍କ ଆଗରେ ରଖି ଦେଉଛି । ଏଣିକ ଆପଣମାନେ ସେଗୁଡ଼ିକ ଉପରେ ବିଚାର ଆଲୋଚନା କରନ୍ତୁ ।

 

ଏହାର ନାମକରଣ “ସୂର୍ଯ୍ୟଙ୍କ ସପ୍ତମ ଅଶ୍ଵ” କାହିଁକ ରଖାଗଲା ସେ ବିଷୟରେ ଶେଷରେ ସ୍ପଷ୍ଟ କରିଦିଆଯାଇଛି ।

 

ମୋର କହିବା ଢଙ୍ଗଭଳି ଏହାର ଭାଷା ସରସ, ଚିତ୍ରାତ୍ମକ ଓ ଆଳଙ୍କାରିକ ହୋଇପାରି ନାହିଁ, ଏଥିପାଇଁ ମୁଁ ଆପଣମାନଙ୍କୁ କ୍ଷମା ମାଗୁଛି । ପ୍ରକୃତରେ ଏ କାହାଣୀ ଗୁଡ଼ିକ ମାଣିକ ମୁଲ୍ଲାଙ୍କର । ତାଙ୍କଠାରୁ ଯେପରି ଶୁଣିଛି, ଠିକ୍ ସେହିପରି କହିବାର ଚେଷ୍ଟା କରିଛି । ମୁଁ କେବଳ ଜଣେ ପରିବେଷକ ମାତ୍ର ।

Image

 

ଉପୋଦ୍‌ଘାତ

 

ବର୍ତ୍ତମାନ ଆପଣମାନଙ୍କ ଆଗରେ ମାଣିକ ମୁଲ୍ଲାଙ୍କ ବିଚିତ୍ର ତତ୍ତ୍ୱମୂଳକ ପ୍ରେମ କାହାଣୀରୂପରେ କୁହାଯାଇଥିବା ‘‘ସୂର୍ଯ୍ୟଙ୍କ ସମପ୍ତ ଅଶ୍ୱ’’ ନାମକ ଉପନ୍ୟାସ ପରିବେଷଣ କରିବି । ତା’ ପୂର୍ବରୁ ମୁଁ କହି ରଖେଁ—ମାଣିକ ମୁଲ୍ଲା କିଏ, ତାଙ୍କ ସହିତ ଆମମାନଙ୍କର କିପରି ଓ କେଉଁଠାରେ ପରିଚୟ ହେଲା, ତାଙ୍କ ପ୍ରେମ କାହାଣୀଗୁଡ଼ିକ କିପରି ଆମେ ଶୁଣିବାକୁ ପାଇଲୁ, ପ୍ରେମ ସମ୍ବନ୍ଧରେ ତାଙ୍କର ଧାରଣା କ’ଣ ଥିଲା, ସେ କ’ଣ ଅନୁଭବ କରୁଥିଲେ ଏବଂ କାହାଣୀର ଟେକ୍‌ନିକ୍‌ ଦୃଷ୍ଟିରୁ ତାଙ୍କର ମୌଳିକ କାହାଣୀ ଗୁଡ଼ିକ କିପରି ଥିଲା ?

 

‘ଥିଲା’ କହିବାର ଉଦ୍ଦେଶ୍ୟ ହେଉଛି, ସେ ବର୍ତ୍ତମାନ କେଉଁଠି, କ’ଣ କରୁଛନ୍ତି ମୋତେ ଜଣା ନାହିଁ; ପୁଣି କେବେ ସାକ୍ଷାତ ହେବ ତା’ବି କହିହେଉ ନାହଁ । ବାସ୍ତବିକ ସେ ଯଦି ଚାଲିଯାଇଥାନ୍ତି, ତେବେ ତାଙ୍କପରି ତାଙ୍କ କାହାଣୀଗୁଡ଼ିକ କାଳେ ଉଭେଇଯିବ ଏହି ଆଶଙ୍କାରେ ହିଁ ମୁଁ ସେଗୁଡ଼ିକ ଆପଣମାନଙ୍କ ଆଗରେ କହିବାକୁ ମନସ୍ଥ କରିଛି ।

 

ଦିନ ଥିଲା, ଯେତେବେଳେ କି ସେ ଆମ ସାହିର ପ୍ରସିଦ୍ଧ ଲୋକ ଥିଲେ । ଏଈଠି ଜନ୍ମ ହୋଇ ବଢ଼ି, ପ୍ରସିଦ୍ଧି ପାଇଥିଲେ ଏବଂ ଏଈଠାରୁ ହିଁ ଚାଲିଯାଇଛନ୍ତି । ଆମ ସାହି ଖୁବ୍‌ ବଡ଼, ଅନେକ ଭାଗରେ ବିଭକ୍ତ; କିନ୍ତୁ ଯେଉଁ ଭାଗଟି ଅଧିକ ସୁନ୍ଦର, ରହସ୍ୟପୂର୍ଣ୍ଣ ଓ ଯାହା ସମ୍ବନ୍ଧରେ ନୂଆ-ପୁରୁଣା କେତେକ ଆଶ୍ଚର୍ଯ୍ୟଜନକ କିମ୍ବଦନ୍ତୀମାନ ଶୁଣିବାକୁ ମିଳେ ସେହିପଟେ ହିଁ ସେ ରହୁଥିଲେ ।

 

‘ମୁଲ୍ଲା’ ତାଙ୍କ ଉପନାମ ନୁହେଁ, ତାଙ୍କ ଜାତି । ସେ କାଶ୍ମୀରର ଲୋକ । ଅନେକ ପୁରୁଷରୁ ତାଙ୍କ ପରିବାର ଏଠି ଘର କରି ରହିଆସିଛନ୍ତି । ସେ ତାଙ୍କ ଭାଇ-ଭାଉଜଙ୍କ ସାଙ୍ଗରେ ରହୁଥିଲେ । ଏ ମଧ୍ୟରେ ଭାଇଙ୍କର ବଦଳି ହୋଇଗଲା । ଭାଉଜ ମଧ୍ୟ ତାଙ୍କ ସାଙ୍ଗରେ ଚାଲିଗଲେ-। ଘରେ ସେ ଏକୁଟିଆ । ତାଙ୍କ ଘରେ ସାଂସ୍କୃତିକ ସ୍ୱାଧୀନତା ଓ କମ୍ୟୁନିଜ୍‌ମ ପୂରି ରହିଥାଏ-। ଆମମାନଙ୍କ ଘର ବହୁ ଦୂରରେ ହେଲେ ବି ତାଙ୍କ ଘରଟା ଆମମାନଙ୍କର ଆଖଡା ହୋଇଥାଏ-। ଆମେମାନେ ତାଙ୍କୁ ଗୁରୁପରି ମାନୁଥାଉଁ । ତାଙ୍କର ଆମମାନଙ୍କପ୍ରତି ନିର୍ମଳ ଓ ପ୍ରଗାଢ ସ୍ନେହ ଥାଏ-। ସେ ସେତେବେଳେ ଚାକିରି କରୁଥିଲେ କି ପଢ଼ୁଥିଲେ କିଛି କହି ହେବ ନାହିଁ-। କାରଣ ଚାକିରୀ କରିବା ବା ପଢ଼ିବାର କୌଣସି ସୂଚନା ଆମେ କେବେ ପାଇନାହୁଁ-

 

ତାଙ୍କ ରୁମ୍‌ରେ ବହିପତ୍ରର ନାଁ-ଗନ୍ଧ ବି ନ ଥିଲା । ମାତ୍ର କେତୋଟି ଅସାଧାରଣ ଜିନିଷ ଥିଲା ଯାହାକି ଅନ୍ୟ ଘରେ ଦୁର୍ଲ୍ଲଭ । କାନ୍ଥରେ ଗୋଟିଏ ମଟୋ ଟଙ୍ଗା ହୋଇଥାଏ । ସେଥିରେ ଲେଖାଯାଇଥାଏ ‘ଖାଅ, ଶରୀର ବଢ଼ାଅ’ କଣମାଛିରେ ରଖାଯାଇଥାଏ ଗୋଟିଏ ସୁନ୍ଦର କଳା ବେଣ୍ଟର ଚାକୁ; ଘର କୋଣରେ ଘୋଡ଼ାର କେତେ ଦିନର ଗୋଟାଏ ପୁରୁଣା ନାଲ ପଡ଼ିଥାଏ । ତା’ ଛଡ଼ା ଆଉ କେତେକ ଜିନିଷ ଥାଏ, କିନ୍ତୁ ସେଗୁଡ଼ିକର ଔଚିତ୍ୟ ସମ୍ୱନ୍ଧରେ ଆମେ କେବେହେଲେ ଚିନ୍ତା କରି ନ ଥିଲୁ ଓ ଜାଣିବାର ଇଚ୍ଛା ବି ପ୍ରକାଶ କରି ନ ଥିଲୁ । ସବୁଠାରୁ ବଡ଼ କଥା ହେଉଛି ସେଇଠି ଶୀତଦିନେ ଭୂଇଁଚଣା ଆଉ ଖରାଦିନେ ଖରଭୁଜ ଖାଇବାକୁ ମିଳେ । ସେଇଥିପାଇଁ ସବୁଦିନେ ସେଇଠି ଆମମାନଙ୍କର ଆଡ଼୍‍ଡା ଲାଗି ରହିଥାଏ ।

 

ସାଧାରଣତଃ କୌଣସି କାମ ନ ଥିଲେ, ନିଜ ଅଧିକାରରେ ଖାଲି ଘରଟିଏ ଥିଲେ, ଆଉ ଦି-ଚାରିଜଣ ସାଙ୍ଗ–ସାଥି ଏକାଠି ଜୁଟିଲେ ରାଜନୀତି-ଚର୍ଚ୍ଚା ହେବା କଥା । ସେଥିରେ ବିରକ୍ତି ଆସିଲେ ପ୍ରେମଆଡକୁ ମନବଳେ । ବିଶେଷ କରି ମଧ୍ୟମ ବର୍ଗଙ୍କ ଭିତରେ ଏ ଦୁଇଟା ଛଡ଼ା ଅନ୍ୟ କୌଣସି ବିଷୟରେ ଚର୍ଚ୍ଚା କେବେ କରାଯାଏ ନାହିଁ । ମାଣିକଙ୍କର ରାଜନୀତିରେ ଯେତିକି ଦଖଲ ଥିଲା, ପ୍ରେମ ଉପରେ ବି ସେତିକି ଥିଲା । ବିଶେଷତଃ ପ୍ରେମ କାହାଣୀକୁ ସେ ଅଧିକ ମହତ୍ତ୍ୱ ଦେଉଥିଲେ ।

 

ପ୍ରେମ ସମ୍ବନ୍ଧରେ ଚର୍ଚ୍ଚା କଲାବେଳେ ସେ କେତୋଟି କଥା ବଡ଼ ମଜାରେ କହନ୍ତି । ସେଥିରୁ ଗୋଟିଏ କଥା ମୋର ଏବେ ସୁଦ୍ଧା ମନେ ଅଛି । କିନ୍ତୁ ତାର ଉଦ୍ଦେଶ୍ୟ କଣ, ଆଜିଯାଏ ମୁଁ ବୁଝିପାରିଲି ନାହିଁ । ପ୍ରାୟ ସବୁଦିନେ ପ୍ରେମ ବିଷୟରେ ନିଜର କେତେକ ଅନୁଭବପୂର୍ଣ୍ଣ କଥା କହି ଆମମାନଙ୍କର ଜ୍ଞାନ ବଢାଈବାପରେ ଖରଭୁଜ କାଟୁ–କାଟୁ ସେ କହନ୍ତି, ‘‘ପ୍ରିୟ ଭାଇମାନେ, କଥାଗୁଡ଼ିକ ଯେଉଁ ଢଙ୍ଗରେ ହେଉନା କାହିଁକି, ଖରଭୁଜ ପ୍ରେମରେ ଚାକୁର ହଁ କ୍ଷତି ହୋଇଥାଏ । ଏଣୁ ଯାହାର ବ୍ୟକ୍ତିତ୍ୱ ଚାକୁଭଳି ତେଜ୍‌ ଓ ତୀକ୍ଷ୍‌ଣ ତା’ର ଯେକୌଣସିମତେ ଏହି ସମସ୍ତ ବିବାଦରୁ ମୁକ୍ତ ରହିବା ଉଚିତ ।’’ ଏପରି ଅନେକ କଥା ସେ କହିଛନ୍ତି, ସେସବୁ ମନେପଡିଲେ କେବେ ଲେଖିବି ।

 

ପ୍ରେମ କାହାଣୀ ହିଁ ସବୁଠାରୁ ଶ୍ରେଷ୍ଠ କାହାଣୀ ବୋଲି ତାଙ୍କର ଦୃଢ ଧାରଣା ଥିଲା । ତାଙ୍କ ମତରେ କାହାଣୀରେ ରୋମାନ୍‌ସ୍‌ କିଛି ନା କିଛି ରହିବା ନିତାନ୍ତ ଦରକାର । ଏହା ବ୍ୟତୀତ ସେଥିରେ ଲେଖକର ଦୃଷ୍ଟି କୋଣ ସଙ୍କୁଚିତ ନ ହୋଇ ସମାଜର କଲ୍ୟାଣ ସାଧିତ ହେଲାଭଳି ତା’ର ଚମତ୍କାରପୂର୍ଣ୍ଣ ବିଶ୍ଳେଷଣ ହେବା ଉଚିତ ।

 

‘‘କାହାଣୀ ପ୍ରେମମୂଳକ, ପୁଣି କଲ୍ୟାଣକର ହେବା କେତେଦୂର ସମ୍ଭବପର?’’ ଆମର ଏ ପ୍ରଶ୍ନର ଉତ୍ତରରେ ସେ କହନ୍ତି—‘‘ମାଣିକ ମୁଲ୍ଲାଙ୍କ କାହାଣୀର ଏହା ହିଁ ବିଶେଷତା, ଯାହାକି ଅନ୍ୟ କୌଣସି କାହାଣୀକାରଙ୍କଠାରେ ଦେଖାଯାଏ ନାହିଁ ।’

 

ଆଜିଯାଏ ସେ ଗୋଟିଏ ହେଲେ କାହାଣୀ ଲେଖି ନ ଥିଲେ କଣ ହେଲା, କାହାଣୀ ବିଷୟରେ ତାଙ୍କର ଗଭୀର ଅଧ୍ୟୟନ ଥିଲା । ଅନ୍ୟ କେହି ଅନୁଭବ କରୁ କି ନ କରୁ; କାହାଣୀ–କଳାରେ ତାଙ୍କର ବିଶେଷ ପ୍ରବେଶ ଥିବା କଥା ଆମେମାନେ ଭଲ ଭାବେ ହୃଦୟଙ୍ଗମ କରିପାରିଥିଲୁ ।

 

କାହାଣୀର ଟେକ୍‌ନିକ୍‌ ସମ୍ବନ୍ଧରେ ତାଙ୍କର ମତ ଯେ ଆଧୁନିକ କାହାଣୀରେ ଆଦି, ମଧ୍ୟ, ଅନ୍ତ ତିନୋଟିଯାକ ସ୍ତର ମଧ୍ୟରୁ କୌଣସି ନା କୌଣସି ସ୍ତରରେ ଅଭାବ ରହିଯାଉଛି । ଏଣୁ କାହାଣୀ ପୂର୍ଣ୍ଣାଙ୍ଗ ହୋଇପାରୁ ନାହିଁ । କାହାଣୀ ପୂର୍ଣ୍ଣାଙ୍ଗ ହେବ, ଯଦି ଆଦି ସ୍ଥାନରେ ମଧ୍ୟ ଓ ଅନ୍ତ ସ୍ଥାନରେ ଅନ୍ତର ଉପଯୁକ୍ତ ବିଶ୍ଳେଷଣ ହୋଇପାରିବ ।

 

ସେ ତା’ର ବ୍ୟାଖ୍ୟା ଏହିଭଳି କରୁଥିଲେ—କାହାଣୀର ଆଦି ହେଉଛି ତାହା, ଯାହା ପୂର୍ବରେ କି କିଛି ନାହିଁ ଓ ପରେ ମଧ୍ୟରେ ଅବସ୍ଥିତି ଅନୁଭୂତ ହେଉଛି । ମଧ୍ୟ ତାହାକୁ କହିବା ଯାହା ପୂର୍ବରେ କି ଆଦି ରହିଛି ଏବଂ ପରେ ରହିଛି ଅନ୍ତ । ଅନ୍ତ ତାକୁ କୁହାଯିବ-ଯାହା ପୂର୍ବରେ ଥିବ ମଧ୍ୟ ଓ ପରେ ରହିଥିବା ଅଳିଆ ଟୋକେଈ ! !

 

ଏ ସମ୍ବନ୍ଧରେ ତାଙ୍କର ଦ୍ୱିତୀୟ ମତ ହେଉଛି ଯେ କାହାଣୀ ଛାୟାବାଦୀ ବା ପ୍ରଗତିବାଦୀ, ଐତିହାସିକ କିମ୍ବା ସାମ୍ୟବାଦୀ ଅଥବା ମୁସ୍‌ଲିମ୍‌ଲୀଗ୍‌ ସମ୍ବନ୍ଧୀ ହେଉ ସେଥିରେ କିଛି ନା କିଛି ଗୋଟାଏ ତତ୍ତ୍ୱ ରହିବା ଦରକାର ଏବଂ ତାହା ସମାଜର କଲ୍ୟାଣପାଇଁ ହେବା ଉଚିତ । ବର୍ତ୍ତମାନଯାଏ ସେ କୌଣସି କାହାଣୀ ନ ଲେଖିଥିଲେ ମଧ୍ୟ ନିଜକୁ କଥା–ସାହିତ୍ୟରେ ତତ୍ତ୍ୱମୂଳକ କାହାଣୀର ପ୍ରବର୍ତ୍ତକବୋଲି ମନେ କରୁଥିଲେ ।

 

କାହାଣୀ–କଳା ସମ୍ବନ୍ଧରେ ତାଙ୍କର ମତ ହେଉଛି–କେତୋଟି ପାତ୍ର ନିଅ । ପ୍ରଥମେ ଗୋଟିଏ ତତ୍ତ୍ୱ ବିଷୟରେ କିଛି ଭାବିରଖ । ତା’ ପରେ ପାତ୍ରର ଚରିତ୍ର ଏପରିଭାବରେ ଗଢ଼, ଯଦ୍ୱାରା ସେ ଆପେ-ଆପେ ପ୍ରେମରସରେ ରସାଣିତ ହୋଇଉଠିବ ଓ ତୁମେ ଭାବି ରଖିଥିବା ତତ୍ତ୍ୱ ମଧ୍ୟ ତାହାଦ୍ୱାରା ଫୁଟି ଉଠିବ ।

 

ତାଙ୍କର ଏ କଥା ଶୁଣି ମୋ ମନରେ ପ୍ରାୟ ନାନାପ୍ରକାର ପ୍ରଶ୍ନ ଉଠେ । କିନ୍ତୁ ତତ୍ତ୍ୱ ବିଷୟରେ ସେ କହନ୍ତି–ଏଥିପାଇଁ ହିନ୍ଦୀର ଅନେକ କାହାଣୀକାର ପ୍ରସିଦ୍ଧ ହୋଇପାରିଛନ୍ତି । କଥାବସ୍ତୁ ଦୁର୍ବଳ ଓ ପାତ୍ର ନିଷ୍ପ୍ରଭ ହେଲେ ହେଁ ସେମାନଙ୍କ କାହାଣୀର ସାମାଜିକ ଓ ରାଜନୀତିକ ତତ୍ତ୍ୱ ଅତି ଅଦ୍ଭୁତ ମନେହୁଏ ।

 

ପ୍ରେମବିଷୟକ କଥାବସ୍ତୁ ସଂପର୍କୀୟ ମୋର ଦ୍ୱିତୀୟ ପ୍ରଶ୍ନ ହେଉଛି, ଜୀବନରେ ଅଧିକାଧିକ ଦଶ ବର୍ଷ ଖଣ୍ଡେ ଆମେ ପ୍ରେମ କରିଥାଉଁ । ଏହି ଦଶ ବର୍ଷ ଭିତରେ ଖାଦ୍ୟପେୟ, ଆର୍ଥିକ ସଂଘର୍ଷ, ସାମାଜିକ ଜୀବନ, ଲେଖାପଢ଼ା; ବୁଲା-ବୁଲି, ସିନେମା-ଥିଏଟର ଦେଖା, ସାଙ୍ଗ-ସାଥି ମିଳନ ଇତ୍ୟାଦିରୁ ଯେଉଁ ଟିକିଏ ସମୟ ମିଳେ, ସେଈତକ ଆମର ପ୍ରେମ କହିବାର ସମୟ । ଏଈଥିପାଇଁ ଏହାକୁ ଏତେ ମହତ୍ତ୍ୱ କାହିଁକି ଦିଆଯିବ ? ଏହାଛଡ଼ା ଯାତ୍ରା-ତୀର୍ଥ, ମେଳା-ମୌଜ, ବାଣିଜ୍ୟ-ବ୍ୟବସାୟ, ମଟର ଚଳାଈବା, ରିକ୍‌ସାବାଲା, ବଗିବାଲା, ପତ୍ର ସଂପାଦନା ଇତ୍ୟାଦି ବହୁତ ବିଷୟ ଅଛି । ଏଗୁଡ଼ିକୁ କାହିଁକି ମହତ୍ତ୍ୱ ନ ଦିଆଯିବ ? ଏମାନଙ୍କ ବିଷୟରେ କାହିଁକି କାହାଣୀ ଲେଖା ନ ଯିବ ? ପ୍ରେମ ପଛରେ ପଡ଼ି ଲାଭ କ’ଣ ?

 

ମୋ ପ୍ରଶ୍ନ ଶୁଣି ସେ ହଠାତ୍‌ ଭାବପ୍ରବଣ ହୋଇ ପଚାରିଲେ, ତୁମେ ବଙ୍ଗଳା ଜାଣ ? ମୁଁ ମନା କରି ‘କାହିଁକି’ ବୋଲି ପଚାରିବାରୁ ଦୀର୍ଘ ନିଶ୍ୱାସ ଛାଡ଼ି ସେ କହିଲେ—‘ଠାକୁର’ ଙ୍କ ନାଁ’ ତ ଶୁଣିଥିବ ? ସେ ଲେଖିଛନ୍ତି—‘‘ଆମର ମାଝାରେ ଯେ ଆଛେ ସେ ଗୋ କୋନା ବିରହିଣୀ ନାରୀ-?’’ ପୁଣି ନିଜ ମତର ସମର୍ଥନ କରି କହିଲେ—‘‘ବିରହିଣୀ ନାରୀ ବହୁ ପ୍ରକାର ଦେଖାଯାନ୍ତି, ଅନୂଢ଼ା, ଉଢ଼ା, ମୁଗ୍‌ଧା, ପ୍ରୌଢ଼ା ଇତ୍ୟାଦି ।

 

ତାଙ୍କରି ମତରେ ବିରହ ମଧ୍ୟ ଅନେକ ପ୍ରକାରର । ବାହ୍ୟ ପରିସ୍ଥିତିଜନ୍ୟ, ଆନ୍ତରିକ ମନସ୍ଥିତିଜନ୍ୟ ପ୍ରଭୃତି । ଏସବୁକୁ ନେଇ କାହାଣୀ ଲେଖା ଯାଇପାରେ ।’’ ତାଙ୍କର ସବୁଠାରୁ ବଡ଼ ବିଶେଷତା ମୁଁ ଅନୁଭବ କଲି, ଯାଦୁଗର ମୁହଁରୁ ନିଆଁ ହୁଳା ବାହାର କଲାପରି ସେ ଏ କାହାଣୀଗୁଡ଼ିକରୁ ସମାଜ-କଲ୍ୟାଣ ସମ୍ୱନ୍ଧୀୟ ତତ୍ତ୍ୱ ବାହାର କରିନିଅନ୍ତି ।

 

‘ପ୍ରକାଶ’ ଯଦ୍ୟପି ମାଣିକଙ୍କ ବିଷୟରେ ଆମ ଆଗରେ ନିଜ ମତବ୍ୟକ୍ତ କରେ ‘‘ହିନ୍ଦୀର ଅନ୍ୟ କାହାଣୀକାରଙ୍କ ପରି ମାଣିକଙ୍କ ମନରେ ମଧ୍ୟ ନାରୀଜାତିପ୍ରତି କେତେକ objection ରହିଛି;’’ କିନ୍ତୁ ତାଙ୍କଠାରୁ ଯଥୋଚିତ ଉତ୍ତର ପାଇବାର ଆଶଙ୍କାରେ ସେ ତାଙ୍କ ଆଗରେ ଏକଥା କେବେ ବ୍ୟକ୍ତ କରିବାର ଧୃଷ୍ଟତା କରିପାରି ନାହିଁ । ଆଉ ରହିଲି ମୁଁ, ଆଜିଯାଏ ମୁଁ ତାଙ୍କ ବିଷୟରେ କେବେ କୌଣସି ଜାଗାରେ ଉଚିତ ମତ ଦେଇପାରିନାହିଁ । ଏଣୁ ତାଙ୍କ କାହାଣୀଗୁଡ଼ିକୁ ଯଥାର୍ଥଭାବେ ଆପଣମାନଙ୍କ ଆଗରେ ରଖି ଦେଉଚି । ଏଣିକି ଆପଣମାନେ ସେଗୁଡ଼ିକ ଉପରେ ବିଚାରି ଆଲୋଚନା କରନ୍ତୁ ।

 

ଏହାର ନାମକରଣ ‘‘ସୂର୍ଯ୍ୟଙ୍କ ସପ୍ତମ ଅଶ୍ୱ’’ କାହିଁକି ରଖାଗଲା ସେ ବିଷୟରେ ଶେଷରେ ସ୍ପଷ୍ଟ କରିଦିଆଯାଇଛି ।

 

ମୋର କହିବା ଢଙ୍ଗଭଳି ଏହାର ଭାଷା ସରସ, ଚିତ୍ରାତ୍ମକ ଓ ଆଳଙ୍କାରିକ ହୋଇପାରିନାହିଁ, ଏଥିପାଇଁ ମୁଁ ଆପଣମାନଙ୍କୁ କ୍ଷମା ମାଗୁଛି । ପ୍ରକୃତରେ ଏ କାହାଣୀ ଗୁଡ଼ିକ ମାଣିକ ମୁଲ୍ଲାଙ୍କର । ତାଙ୍କଠାରୁ ଯେପରି ଶୁଣିଛି, ଠିକ୍‌ ସେହିପରି ଚେଷ୍ଟା କରିଛି । ମୁଁ କେବଳ ଜଣେ ପରିବେଷକ ମାତ୍ର ।

Image

 

 

 

 

 

 

 

 

 

 

 

 

ପ୍ରଥମ ଦ୍ୱିପ୍ରହର

 

ନିମକସଚ୍ଚା

 

ଖରାଦିନ, ଉଦୁଉଦିଆ ଦିପହର, ଆମେମାନେ ‘ଲୁ’ ଭୟରେ କବାଟ କିଳି ମୁଣ୍ଡରେ ଓଦା ତଉଲିଆ ପକେଇ ଗଡ଼ୁଥାଉଁ । ପ୍ରକାଶ ଓ ଓଁ କାର ତାସ ବାଣ୍ଟୁଥାନ୍ତି, ମୁଁ ଅଭ୍ୟାସ ଅନୁସାରେ କୌଣସି ଗୋଟିଏ ବହି ପଢ଼ିବାର ଚେଷ୍ଟା କରୁଥାଏ । ମାଣିକ ମୋ ବହି ଛଡ଼େଇ ନେଇ ଗମ୍ଭୀର ସ୍ୱରରେ କହିଲେ—‘‘ଏ ଟୋକା ଏକଦମ୍‌ ଅକର୍ମଣ୍ୟ ହୋଇଗଲା । ମୋ ଘରେ ବସି ଅନ୍ୟର କାହାଣୀ ପଢ଼େଛି । ଛିଃ ଏଇଟା ଗୋଟେ କଥା ! କହ, କେତେ କାହାଣୀ ଶୁଣିବ?’’ ଏତିକିରେ ସମସ୍ତେ ଉଠିବସିଲେ । ମାଣିକ ମୁଲ୍ଲାଙ୍କୁ କାହାଣୀ କହିବାକୁ ଅନୁରୋଧ କରାଗଲା । ବହୁ ଅନୁରୋଧ ପରେ ସେ କାହାଣୀ କହିବାକୁ ଆରମ୍ଭ କଲେ । ସେଥିରେ ତା’ର ବିଶ୍ଲେଷଣ କରି କହିଲେ ପ୍ରେମ-ଭାବନା; କୌଣସି ରହସ୍ୟ, ଅଧ୍ୟାତ୍ମିକ ବା ସଂପୂର୍ଣ୍ଣରୂପେ ବ୍ୟକ୍ତିଗତ ଭାବନା ନୁହେଁ-। ବାସ୍ତବିକ ଏହା ଏକ ମାନବୀୟ ସାମାଜିକ ଭାବନା । ଏଣୁ ଏହା ସାମାଜିକ ବ୍ୟବସ୍ଥାଦ୍ୱାରା ଅନୁଶାସିତ ଓ ଏହାର ଭିତ୍ତି ଆର୍ଥିକ ସଂଗଠନ ଏବଂ ଶ୍ରେଣୀ ସମ୍ବନ୍ଧ ଉପରେ ପ୍ରତିଷ୍ଠିତ ।

 

ନିୟମାନୁସାରେ ପ୍ରଥମେ ସେ କାହାଣୀର ଶୀର୍ଷକ କହିଲେ ‘‘ନିମକସଚ୍ଚା’’ । ଏ କାହାଣୀଟି ଉପରେ ହିନ୍ଦୀ ଉପନ୍ୟାସସମ୍ରାଟ ପ୍ରେମଚନ୍ଦଙ୍କ ‘‘ନିମକ ଦାରୋଗା’’ର ଯଥେଷ୍ଟ ପ୍ରଭାବ ପଡ଼ିଥିଲାପରି ମନେ ହେଉଥାଏ । କିନ୍ତୁ ଏହାର କଥାବସ୍ତୁ ସଂପୂର୍ଣ୍ଣ ମୌଳିକ । କାହାଣୀ ହେଉଛି—ମାଣିକ ମୁଲ୍ଲାଙ୍କ ଘରକଡ଼ରେ ଗୋଟିଏ ପୁରୁଣା କୋଠା । ତା’ପଛରେ ଛୋଟିଆ ବାରି ସେଥିରେ ଗୋଟିଏ ଗାଈ ରଖାଯାଇଥାଏ ଏବଂ କୋଠାରେ ଗୋଟିଏ ବାଳିକା ରହୁଥାଏ । ତା’ ନା୍ଁ ଯମୁନା, ଗାଈ ନାଁ ଜଣା ନାହିଁ । ଗାଈଟି ବୁଢ଼ୀ । ତାର ରଙ୍ଗ କଷରା, ସିଂହ ଯୋଡ଼ାକ ଗୋଜିଆ । ବାଳିକାର ବୟସ ପନ୍ଦରରୁ ଅଧିକ ହବନି । ଗହମ ରଙ୍ଗର ଦେହ, ସ୍ୱଭାବ ବଡ଼ ମଧୁର, ବିକଶିତ ମୁଖାରବିନ୍ଦ, ସୁସ୍ଥ ଶରୀର । ସେତେବେଳକୁ ମାଣିକ ଦଶ ବରଷର । ସେ ତାକୁ ଯମୁନିଆଁ କହି ଚିଡ଼ଉଥାନ୍ତି । ଯମୁନା ବୟସରେ ବଡ଼ ହେବାରୁ କେବେ-କିମିତି ମାଣିକର କାନ ଧରି ମୋଡ଼ିଦିଏ । ସେ ତା’ଠାରୁ ଉଧାରିବାର କୌଣସି ଉପାୟ ନ ଦେଖି ପାଟି କରନ୍ତି କ୍ଷମା ମାଗନ୍ତି ଆଉ ପଳେଇ ଯାଆନ୍ତି ।

 

କିନ୍ତୁ ଯମୁନାର ଦୁଇଟି କାମ ମାଣିକଙ୍କ ଉପରେ ନିର୍ଭର କରୁଥାଏ । ଗୋଟିଏ ହେଉଛି, ଏଲାହାବାଦ୍‌ରୁ ବାହାରୁଥିବା ସମସ୍ତ ଶସ୍ତା ପ୍ରେମ–କାହାଣୀର ପତ୍ରିକାଗୁଡ଼ିକ ଯମୁନା ସକାଶେ କିଣି ଆଣିଦେବ । ଓ ଅନ୍ୟଟି ସହରର ଯେ କୌଣସି ସିନେମା ଘରକୁ ନବୀନ ଚଳଚିତ୍ର ଆସିଲା ତ, ତା’ର ଗୀତ ବହି କିଣି ଆଣିଦେବା । ଏଭଳିଭାବେ ଯମୁନାର ଘରୋଇ ଲାଇବ୍ରେରୀ ଦିନକୁ ଦିନ ବଢ଼ି ଚାଲିଥାଏ ।

 

ସମୟ ଯିବାକୁ କେତେ ବେଳେ ବା ଲାଗେ ! କାହାଣୀ ବହି ପଢ଼ୁ–ପଢ଼ୁ, ସିନେମା ସଙ୍ଗୀତ ମନେ ରଖୁ–ରଖୁ ଯମୁନା କୋଡ଼ିଏ ବର୍ଷର ହୋଇଗଲା ଏବଂ ମାଣିକ ପନ୍ଦର ବର୍ଷର । ଭଗବାନଙ୍କର ମାୟା ଯେ ଆଜିଯାଏ ଯମୁନାର ବିବାହ କୌଣସି ଜାଗାରେ ଠିକ୍‌ ହୋଇପାରିନାହିଁ । ଏପରି କେତେ ଜାଗାରୁ ପ୍ରସଙ୍ଗ ମାତ୍ର ଆସିଛି । ସାଇରେ ଚହଳ ପଡ଼ିଛି ସେ ପଡ଼ିଶାରେ ଥିବା ମହେଶ୍ୱର ଦଲାଲର ପୁଅ ତନ୍ନା ସହିତ ତାର ବିବାହ ହେବ । କାରଣ ଏ ଦୁହିଁଙ୍କ ମଧ୍ୟରେ ଖୁବ୍‌ ପଟୁଥାଏ । ତନ୍ନା ମଧ୍ୟ ଯମୁନାର ଜାତିର, କିନ୍ତୁ ଟିକିଏ ନୀଚ ଗୋତ୍ରର । ସବୁଠୁ ବଡ଼ କଥା ସାଇସାରା ମହେଶ୍ୱର ଦଲାଲକୁ ଡରୁଥାନ୍ତି । ମହେଶ୍ୱର ବଡ଼ କଳିଆ, ଗର୍ବୀ ଆଉ ଲମ୍ପଟୀ । ତନ୍ନା ସରଳ, ବିନମ୍ର ଓ ଚିରିତ୍ରବାନ୍‌ । ସାଇଲୋକେ ତାକୁ ପ୍ରଶଂସା କରନ୍ତି ।

 

ଆଗରୁ କୁହାଯାଇଛି ତନ୍ନା ଟିକିଏ ନୀଚ ଗୋତ୍ରର ଆଉ ଯମୁନା ଟିକିଏ ଉଚ୍ଚ ଗୋତ୍ରର । ଏଣୁ ଯମୁନାର ମା’ ଏ ପ୍ରସଙ୍ଗରେ ରାଜିହେଲେ ନାହିଁ । ଯମୁନାର ବାପା ବ୍ୟାଙ୍କରେ ଜଣେ ସାଧାରଣ କିରାଣୀ । କେତେ ବା ବେତନ ! ଦୈନିକ ଖର୍ଚ୍ଚକୁ ଅଣ୍ଟେନି । ଓଷା-ବ୍ରତ, ପୁନିଅ-ପରବ, ଦିହ-ପା ପାଇଁ ପୂର୍ବ ଜମାରୁ ଖର୍ଚ୍ଚ କରିବାକୁ ପଡ଼େ । ଏପରି କରୁ–କରୁ ଗତ ମହାଯୁଦ୍ଧ ପରେ ପ୍ରତ୍ୟେକ ମଧ୍ୟମ ଶ୍ରେଣୀ ପରିବାରର ଦଶା ଯାହା, ତାଙ୍କର ମଧ୍ୟ ସେଇିଆ ହେଲା । ଦେଖୁ–ଦେଖୁ ସମସ୍ତ ଜମା ଖର୍ଚ୍ଚ ହୋଇଗଲା । ବିବାହ ସକାଶେ କାଣୀ କଉଡ଼ିଟିଏ ବି ରହିଲା ନାହିଁ ।

 

ଏଣୁ ବିଚାରୀ ଯମୁନା ତନ୍ନାଠୁ ସମ୍ବନ୍ଧ ଛିଡ଼ିଯିବା ଯୋଗୁଁ ଖୁବ୍‌ କାନ୍ଦିଲା ପରେ ନିଜକୁ ନିଜେ ସାନ୍ତ୍ୱନାଦେଇ ସିନେମାର ନୂଆ ନୂଆ ଗୀତ ଘୋଷିବାରେ ମନଦେଲା । ଏପରି କରୁ କରୁ କୋଡ଼ିଏ ପୂରିଗଲା । ଯମୁନା ବୟସରେ ବଢ଼ିବା ସଙ୍ଗେ ସଙ୍ଗେ ଦୁର୍ବଳ ହୋଇଯାଉଥାଏ । ତାକୁ ଦେଖି ମାଣିକ କେତେକାଂଶରେ ପ୍ରସନ୍ନ ହେଲେବି ବେଳେବେଳେ କ୍ଷୁବ୍ଧ ହେଉଥାନ୍ତି । କିନ୍ତୁ ଯମୁନାରେ ଗୋଟିଏ ସ୍ୱଭାବ ହୋଇଯାଇଥାଏ, ମାଣିକ ତା’କୁ ଚିଡ଼ାନ୍ତୁ ବା ନ ଚିଡ଼ାନ୍ତୁ ସେ ତାଙ୍କୁ କୌଣସି ନିରୋଳା ଜାଗାରେ ପାଇଲେ ଏପରି ଜାକି ପକାଏ ଯେ ମାଣିକଙ୍କର ପ୍ରାଣବାୟୁ ଉଡ଼ିଯିବାକୁ ବସେ । ଏଣୁ ତା ଛାଇ ଦେଖିବା ମାତ୍ରେ ସେ ଡରୁଥାନ୍ତି । କିନ୍ତୁ ନିୟତିର ଗତି ବିଚିତ୍ର ! ସେତିକିବେଳକୁ ସାଇଭିତରେ ଧର୍ମର ସୁଅ ମାଡ଼ି ଆସିଲା । ସବୁ ସାଇ ମାଇପେ—ଯାହାର ଅଭିଆଡ଼ୀ ଝିଅ ଘରେ ଅଛି, ଯାହାର ଗିରସ୍ତ ପଚାରୁନି, ଯାହାର ସ୍ୱାମୀ ରେଙ୍ଗୁନ ଚାଲିଯାଇଛି, ଯାହାର ପୁଅ ଲଢ଼େଇକି ଚାଲିଯାଇଛି, ଯାହାର ଅଳଙ୍କାର ପତ୍ର ବିକାକିଣା ହୋଇଯାଇଛି, ଯିଏ ଋଣରେ ବୁଡ଼ି ରହିଛି; ସେ ସମସ୍ତେ ଭଗବାନଙ୍କ ଆଶ୍ରା ନେଲେ । ସାଇରେ ନାମ କୀର୍ତ୍ତନ ଆରମ୍ଭ ହୋଇଗଲା । କେତେକ କୌପୁନି ନେଲେ । ମାଣିକଙ୍କର ଭାଉଜ ମଧ୍ୟ ହନୁମାନ ମନ୍ଦିରରେ ରହୁଥିବା ବ୍ରହ୍ମଚାରୀଙ୍କଠାରୁ ଦୀକ୍ଷା ନେଇ ଦୁଇବେଳା ନିୟମାନୁସାରେ ଭୋଗରାଗ କରିବାକୁ ଲାଗିଲେ । ସକାଳେ-ସନ୍ଧ୍ୟାର ରନ୍ଧାଖାଦ୍ୟରୁ ପ୍ରଥମେ କିଛି ଗୋମାତାପାଇଁ ରଖାଗଲା । ଘରେ ଗାଈ ନଥିବା ଯୋଗୁଁ କୋଠାରେ ଥିବା ବୁଢ଼ୀ ଗାଈର ଭାଗ୍ୟ ତେଜି ଉଠିଲା । ଦି’ପହର ବେଳେ ମାଣିକ ସ୍କୁଲକୁ ଚାଲିଯାଇଥାନ୍ତି । ଦିନ ହୋଇଥିବା ଯୋଗୁଁ ଭାଉଜ ଓଢ଼ଣା ଟାଣି ଗାଈକୁ ଭାତ ଦେଇଆସନ୍ତି । କିନ୍ତୁ ରାତିବେଳା ମାଣିକଙ୍କୁ ହିଁ ଯିବାକୁ ପଡ଼େ ।

 

ଗାଈ ପାଖକୁ ଯିବାକୁ ମାଣିକଙ୍କ ଛାତି ଥରି ଉଠେ । ଯମୁନାର କାନ ମୋଡ଼ିବା ତାଙ୍କୁ ଭଲ ଲାଗେନି, (ଭଲବି ଲାଗେ) ତେଣୁ ସେ ଡରି-ଡରି ଭଗବାନଙ୍କୁ ସ୍ମରଣ କରି ଗାଈ ପାଖକୁ ଯା’ନ୍ତି । ଦିନକର ଘଟଣା । ମାଣିକ ମୁଲ୍ଲାଙ୍କ ଘରକୁ କେତେଜଣ ଅତିଥି ଆସିଥାନ୍ତି । ଖା-ପିଅ କରୁ କରୁ ଖୁବ୍‌ ରାତି ହୋଇଗଲା । ମାଣିକ ଶୋଇପଡ଼ିଲେ । ଅତିଥିମାନଙ୍କର ଚର୍ଚ୍ଚା ସରିବା ପରେ ଭାଉଜ ତାଙ୍କୁ ଉଠେଇ ଭାତ ଦେଇ କହିଲେ,—‘‘ନିଅ, ଗାଈକୁ ଦେଇ ଆସ’’, ମାଣିକ ଯଥେଷ୍ଟ ଛଳନା ଦେଖେଇଲେ । କିନ୍ତୁ ଫଳ କିଛି ହେଲାନି । ଶେଷରେ ଆଖି ମଳି-ମଳି ହତା ଭିତରେ ପହଞ୍ଚିଲେ । ସେଠାରେ ପହଞ୍ଚି ଦେଖନ୍ତି ତ ଗାଈ ପାଖରେ ଥିବା ଭୂସି କୋଠରି ଦୁଆରେ ଗୋଟିଏ ଛାୟା ମୂର୍ତ୍ତି ସଫାଲୁଗା ପିନ୍ଧି ଠିଆ ହୋଇଛି । କଲିଜା ଥରିବାକୁ ଲାଗିଲା । କିନ୍ତୁ ସେ ଆଗରୁ ଶୁଣିଥିଲେ ଭୂତ-ପ୍ରେତ ଆଗରେ ଭୟଭୀତ ନ ହୋଇ ସାହସ ଓ ଧୈର୍ଯ୍ୟ ଧରିବା ଦରକାର । ନଚେତ୍‌ ପ୍ରାଣ ଚାଲି ଯାଇପାରେ ।

 

ମାଣିକ ଦମ୍ଭଧରି, ଛାତି ଫୁଲେଇ ଆଗେଇଯାଇ ଗାଈ ପାଖରେ ପହଞ୍ଚିଲେ ଦେଖନ୍ତି ତ ସେଠି କେହି ନାହିଁ । ଟିକିଏ ସାହାସ ଆସିଲା । ଗାଈକୁ ଭାତଦେଇ ଲେଉଟିଲାବେଳକୁ ତାଙ୍କୁ ଜଣାଗଲା—ତାଙ୍କ ପଛପଟୁ ତାଙ୍କ ନାଁ’ ଧରି କିଏ ଡାକୁଛି । ସେ ଆଗରୁ ଜାଣିଥିଲେ ଭୂତ ସାଇଯାକର ପିଲାଙ୍କ ନାଁ ଜାଣେ । ଏଣୁ ସେ ସେଠି ଠିଆହୋଇ ରହିବା ଉଚିତ ମନେ କଲେନି । କିନ୍ତୁ ସ୍ୱର ନିକଟରୁ ନିକଟତରୁ ହୋଇଆସିଲା । ହଠାତ୍‌ କିଏ ତାଙ୍କ ପଛପଟୁ ଆସି କାମିଜର କାଲର ଭିଡ଼ି ଧରିଲା । ମାଣିକ ବଡ଼ ପାଟିରେ ଚିତ୍କାର କଲାବେଳକୁ ତାଙ୍କର ମୁହଁ ଉପରେ ହାତରଖି ମୁହଁ ବନ୍ଦ କରିଦେଲା । ସେ ସ୍ପର୍ଶ ଅନୁଭବ କରିପାରୁଥିଲେ । ଆପେ–ଆପେ ପାଟିରୁ ବାହାରି ପଡ଼ିଲା ‘ଯମୁନା’ ! ଏଥର ସେ କାନ ମୋଡ଼ିଲାଣି । କହିଲା, ‘‘ଚାଲିଆସ’’ । ମାଣିକ ନିରୂପାୟ । ଚୁପ୍‌ଚାପ ଆସି ବସିଲେ । ବର୍ତ୍ତମାନ ମାଣିକ ଚୁପ, ଯମୁନା ବି ଚୁପ୍‌ । ମାଣିକ ଯମୁନାକୁ ଦେଖିଲେ, ଯମୁନା ମାଣିକଙ୍କୁ ଆଉ ଗାଈ ସେ ଦୁହିଁଙ୍କୁ । ଅଳ୍ପ ସମୟ ପରେ ମାଣିକ ବଡ଼ ଚଞ୍ଚଳ ଚିତ୍ତରେ କହିଲେ—‘‘ମୋତେ ଛାଡ଼ିଦିଅ ଯମୁନା !’’ ଯମୁନା କହିଲା—‘‘ଟିକିଏ ବସ, କଥାବାର୍ତ୍ତା କରିବା, ବଡ଼ ଡର ଲାଗୁଛି ।’’

 

ମାଣିକ ବସି ପଡ଼ିଲା । କିନ୍ତୁ କି କଥାବାର୍ତ୍ତା କରିବେ ? ଆଜି-କାଲି ତାଙ୍କ କ୍ଲାସ୍‌ରେ ଭୂଗୋଳରେ ‘ସୁଏଜ କେନାଲ’ ଇତିହାସରେ, ‘ସମ୍ରାଟଜଲାଲ୍ଲୁଦ୍ଦିନ ଆକବର ହିନ୍ଦୀରେ ‘ଇତ୍ୟାଦିର ଆତ୍ମକଥା’, ଆଉ ଇଂରାଜୀରେ ‘ରେଡ଼ି ରାଇଡ଼ିଙ୍ଗି ହୁଡ଼୍‍’, ଓଡ଼ିଆର ‘ଏଣ୍ଡିପୋକ ଚାଷ’ ଆଦି ପଢ଼ା ଚାଲିଛି । କିନ୍ତୁ ଯମୁନା ସହିତ ଏ ସମ୍ବନ୍ଧରେ ବା କି ଚର୍ଚ୍ଚା କରିବେ ? କିଛି ସମୟ ପରେ କମାଣି ଟିକିଏ ବିରକ୍ତ ହୋଇ କହିଲେ—‘‘ମୁଁ ଯାଏ ଯମୁନା, ମୋତେ ନିଦ ଆସିଲାଣି ।’’

 

‘‘ଇଲୋ ରାତି କେତେ ହୋଇଛିକି, ଟିକିଏ ବସ । କାନଧରି ଯମୁନା କହିଲା । ମାଣିକ ଟିକିଏ ଡରିଯାଇ କହିଲେ–‘‘ନିଦ ଲାଗୁନି ଯେ ଭୋକ ଲାଗୁଛି ।’’

 

‘‘ଭୋକ ଲାଗୁଛି ? ଆଛା ଟିକିଏ ବସ । ମୁଁ ସାଙ୍ଗେ-ସାଙ୍ଗେ ଆସୁଛି’’ କହି ଯମୁନା ଝଟ୍‌କିନା ଅଗଣା ପାରହୋଇ ଘର ଭିତରକୁ ଚାଲିଗଲା । ମାଣିକ ଭାବିଲେ—ଆଜି ହଠାତ୍‌ ଯମୁନା ଏପରି ଦୟାବତୀ ହେଲା କିମିତି ! ସେ କିଛି ବୁଝି ପାରିଲେନି । ସାଙ୍ଗେ-ସାଙ୍ଗେ ଯମୁନା ଲେଉଟି ଆସିଲା । ପଣତ ତଳୁ କେତୋଟି ଫେଣି ବାହାରକରି କହିଲା—‘ନିଅ, ୟାକୁ ଖାଇଦିଅ । ଆଜି ବୋଉ ଭାଗବତ ଶୁଣିବାକୁ ଯାଇଛି’ । ପୁଣି ସେହିପରି ମାଣିକଙ୍କୁ ନିଜ ଆଡ଼କୁ ଟାଣିନେଇ ଫେଣି ଖୁଆଇବାକୁ ଲାଗିଲା ।

 

ଗୋଟିଏ ଫେଣି ଖାଇବା ପରେ ମାଣିକ ଉଠି ଠିଆହେଲେ । ତାଙ୍କୁ ଏପରି ଦେଖି ଯମୁନା କହିଲା–‘‘ନିଅ, ଆଉକିଛି ଖାଇଦିଅ ।’’ ମାଣିକ କହିଲେ, ‘‘ମୋତେ ମିଠା ଫେଣି ଭଲ ଲାଗେନି । ବେସନର ଲୁଣିଆ ଫେଣି ହୋଇଥାନ୍ତା କି ।’’

 

‘‘ଆଛା, କାଲି ତୁମ ସକାଶେ ବେସନର ଲୁଣିଆ ଫେଣି କରି ରଖିବି, ଆସିବଟି ? ଭାଗବତ ସାତଦିନ ଯାଏ ଚାଲିବ ।’’ ମାଣିକ ସନ୍ତୋଷରେ ଉଠି ଠିଆହେଲେ । ଲେଉଟି ଆସିଲାବେଳକୁ ଭାଉଜ ଶୋଇ ପଡ଼ିଲେଣି । ମାଣିକ ଗାଈକୁ ଧ୍ୟାନ କରି ଚୁପ୍‌ଚାପ୍‍ ଶୋଇ ପଡ଼ିଲେ-

 

ତା’ ପରଦିନ ମାଣିକ ଯିବାକୁ ଚେଷ୍ଟାକଲେ । ତାଙ୍କୁ ଭାରି ଡର ଲାଗୁଥାଏ ଏବଂ ଯିବାକୁ ଇଚ୍ଛା ବି ହେଉଥାଏ । କୌଣସି ଅଜ୍ଞାତ ଶକ୍ତି ହୃଦୟଭିତରୁ କହି ଉଠୁଥାଏ—‘‘ମାଣିକ, ତୁମର ଏଇଟା ଭଲକାମ ନୁହେଁ ଯମୁନା ଭଲପିଲା ନୁହେଁ ।’’ ଏହାଛଡ଼ା ଅନ୍ୟ ଏକ ଶକ୍ତି କହୁଥାଏ–‘‘ଚାଲ ମାଣିକ, ଏଥିରେ ତୁମର କ୍ଷତି ବା କ’ଣ ? ଦେଖାଯାଉ କ’ଣ ହେଉଛି ?’’

 

ସବୁଠୁଁ ବଡ଼ ଆକର୍ଷଣ ଥିଲା ବେସନର ଲୁଣିଆ ଫେଣି । ଯେଉଁଥିପାଇଁ ଲୋକ-ପରଲୋକ ଉଭୟ ନଷ୍ଟ କରିବାକୁ ମଧ୍ୟ ସେ ତିଆରି ଥିଲେ । ସେଦିନ ମାଣିକ ଗଲାବେଳକୁ ଯମୁନା ଧୂସର ରଙ୍ଗର ବଢ଼ିଆ ଶାଢୀ ପିନ୍ଧିଥାଏ । ପତଳା ସିଲ୍‌କ୍‌ର ସୁନ୍ଦର ବ୍ଲାଉଜ । ମୁଣ୍ଡରେ ଦୁଇଟି ଲମ୍ବା ବେଣୀ । ଚମକୁଥିବା ଟିକିଲି କପାଳରେ ଲଗେଇଥାଏ । ଯମୁନାର ଏପରି ବେଶ-ଭୂଷା ଦେଖି ବଡ଼ ଆଶ୍ଚର୍ଯ୍ୟ ଲାଗିଲା । କାରଣ ବାଳିକାମାନେ ସ୍କୁଲକୁ ଗଲାବେଳେ ହିଁ ଏପରି ସଜବାଜ ହୋଇଯାଆନ୍ତି । କିନ୍ତୁ ଘରେ ମଇଳା ଶାଢ଼ି ପିନ୍ଧିଥାନ୍ତି । ଏମିତି ଭାବୁ–ଭାବୁ ତାଙ୍କ ପାଟିରୁ ପାହାରି ପଡ଼ିଲା–‘‘ଯମୁନା, କ’ଣ ଇଲେ ସ୍କୁଲରୁ ଫେରିଲ କି ?’’

 

‘‘ସ୍କୁଲ ! ସ୍କୁଲ ଯିବାତ ମା’ ଚାରିବର୍ଷ ହେଲା ବନ୍ଦ କରିଦେଲେଣି । ଘରେ ବସି କାହାଣୀ ପଢ଼ୁଛି ନତୁବା ଶୋଇ ରହୁଛି ।’’ ମାଣିକ ବୁଝି ପାରିଲେନି, ଯଦି ଦିନଯାକ କେବଳ ଶୋଇବା ହିଁ ସାର ତା’ ହେଲେ ଏ ସଜବାଜର ଦରକାର କଣ ? ମାଣିକଙ୍କର ଆଶ୍ଚର୍ଯ୍ୟର ସୀମା ରହିଲାନି । ସେ ତାକୁ ଚାହିଁରହିଲେ । ଯମୁନା କହିଲା ‘‘କଣ ଏଡ଼େ ଆଖିରେ ଅନେଇଚ ମ ? ଅସଲି ଚର୍ମାନୀ ସିଲ୍‌କ୍‌ । ବାବା କଲିକତାରୁ ଆଣିଥିଲା । ହେଇଟି ଦେଖୁନ, କିମିତି ଛୋଟ ଛୋଟ ଫୁଲଗୁଡାଏ ଫୁଟିଛି ।’’

 

କଲିକତାରୁ ଆସିଥିବା ଫୁଲ ଫୁଟା ଅସଲି ଜର୍ମାନୀ ସିଲ୍‌କ୍‌କୁ ସ୍ପର୍ଶକରି ମାଣିକ ବଡ଼ ଆଶ୍ଚର୍ଯ୍ୟ ହେଲେ ।

 

ମାଣିକ ଗାଈକୁ ଭାତ ଦେଇଦେବା ପରେ ଯମୁନା ବେସନର ଲୁଣିଆ ଫେଣି ବାହାର କରି କହିଲା–‘‘ପ୍ରଥମେ ବସିପଡି, ତାପରେ ଖୁଆଇବି ।’’ ମାଣିକ ବସି ପଡିଲେ । ଯମୁନା ଛୋଟଟର୍ଚ୍ଚ ଟିକିଏ ଟିପିଦେଲା । କିନ୍ତୁ ମାଣିକ ଭୟରେ କମ୍ପୁଥାନ୍ତି । ସେଠୁ ଯେମିତି ସାପ କି ବିଛା ବାହାରିଲା ପରି ତାଙ୍କୁ ଲାଗୁଥାଏ । ରୁଦ୍ଧ କଣ୍ଠରେ କହିଲେ–‘‘ମୁଁ ଖାଇବିନି । ମୋତେ ଛାଡ଼ିଦିଅ ।’’

 

ଯମୁନା କହିଲା—‘‘କଇଥ ଚଟଣି କରିଛି । ମାଣିକ ନିରୁପାୟ । କଇଥକୁ ସେ ଭାରି ଭଲପାଆନ୍ତି । ଶେଷରେ ସାପ—ବିଛା ଆଦିର ଭୟ ଛାଡ଼ି କୌଣସି ପ୍ରକାରେ ବସି ରହିଲେ । ପୁଣି ପୂର୍ବପରି ଯମୁନାକୁ ମାଣିକ ଆଉ ମାଣିକକୁ ଯମୁନା ଚୁପଚାପ ଦେଖିବାକୁ ଲାଗିଲେ ଏବଂ ସେ ଦୁହିଁକୁ ଗାଈ । ଯମୁନା ଚାହୁଁଥିଲା, ସେ ତା ଶାଢୀ ସମ୍ବନ୍ଧରେ କିଛି ପଚାରନ୍ତୁ । କିନ୍ତୁ ଯେତେବେଳେ ମାଣିକ ତା’ ମନକଥା ବୁଝି କିଛି ପଚାରିଲା ନାହିଁ ସେ ନିଜେ ପଚାରିଲା–‘‘ମାଣିକ, ଏ ଶାଢୀଟି ଭଲ ହୋଇନି ?’’ ‘‘ଭାରି ବଢ଼ିଆ’’ ଉତ୍ତର ଦେଲେ ସେ । ପୁଣି ଆରମ୍ଭ କଲା–‘‘ହଁ, ସେଇ ତନ୍ନା ନୁହେଁ ! ତା’ ସଙ୍ଗେ ପ୍ରସଙ୍ଗ ପଡିଥିବାବେଳେ ବାବା ଏଗୁଡିକୁ କଲିକତାରୁ ଆଣିଥିଲେ, କିନ୍ତୁ ଭାଙ୍ଗିଗଲା । ଇଲେତ ମୁଁ ତା’ ପାଖାକୁ ଯାଇଥିଲି । ଏକୁଟିଆ ରହିବାକୁ ମନ ଆଦୌ ହଉନି । ଭାରି ଖରାପ ଲାଗୁଛି । ସେଥିପାଇଁ ଲୁଗା ପାଲଟିଥିଲି । କିନ୍ତୁ ଏବେତ ତନ୍ନା କଥା କହୁନି ।’

 

‘‘କଥା କାହିଁକି କହୁନି?’’ ମାଣିକ ପଚାରିଲେ ।

 

‘‘ସେ ଭାରି ଭୟାଳୁ । ମୁଁ ମା’କୁ ରାଜି କରେଇ ନେଇଥିଲି । କିନ୍ତୁ ତାକୁ ତା’ ବାପା ଭାରି ଧମକେଇଲା । ସେତିକିବେଳୁ ସେ ଡରିଯାଇଛି । ମୋତେ କଥା ବି କହୁନି ।’’ ମାଣିକ କିଛି ନ କହିବାରୁ ଯମୁନା ପୁନରାୟ ଆରମ୍ଭ କଲା—‘‘ବାସ୍ତବିକ ମହେଶ୍ୱର ବଡ଼ ନୀଚ । ତନ୍ନା ଖରାପ ପିଲା ନୁହଁ, ମା ମଲାଦିନୁ ସେ ବଡ଼ ଦୁଃଖରେ ରହିଛି ।’’ ହଠାତ୍‌ ସେ ସ୍ୱର ବଦଳେଇ କହିଲା— ‘‘ଆଚ୍ଛା କହିଲ ଭଲା, ମୋତେ କାହିଁକି ତନ୍ନା ଆଶା ଦେଖେଇଚି? ମାଣିକ ! ମୋତେ ଏବେ କିଛି ଭଲ ଲାଗୁନି କି କିଛି ରୁଚୁନି । ସ୍କୁଲ ଯିବା ବି ବନ୍ଦ । ଖାଲି କାନ୍ଦି-କାନ୍ଦି ଦିନ କଟୁଛି । ସତ କହୁଛି ମାଣିକ, ବଡ଼ କଷ୍ଟ ହଉଛି ।’’ ତା’ ପରେ ସେ ଚୁପ । ଟିକିଏ ସହାନୁଭୂତି ଦେଖେଇ ମାଣିକ କହିଲେ–‘‘ମୁଁ ଦେଖୁଛି ତନ୍ନା ବଡ଼ ଭୟାଳୁ । ସେ ଭାରି ଭୁଲ କରି ବସୁଛି ।’’ ତାଙ୍କ କଥା ଶୁଣି ଯମୁନା ସମ୍ଭାଳି ନ ପାରି କହିଲା–‘‘ଏଇତ ଦୁନିଆ !’ ତା’ ପରେ ସେ ପଢ଼ିଥିବା ଆଉ ସିନେମାରେ ଦେଖିଥିବା କେତୋଟି କାହାଣୀ ଉଦାହରଣସ୍ୱରୂପ କହି ବସିଲା ।

 

ମାଣିକ ଉଠିଲାବେଳକୁ ଯମୁନା ପଚାରିଲା–‘‘ସବୁଦିନ ଆସିବଟି ?’’ ମାଣିକ ମନାକରିଦେବାରୁ ଯମୁନା ଆରମ୍ଭ କଲା—‘‘ଦେଖ ମାଣିକ, ତୁମେ ନିମକ ଖାଉଛ । ନିମକ ଖାଇ ତା’ ଅନୁସାରେ କାମ କରିବା ଦରକାର । ନକଲେ ବଡ଼ ପାପହୁଏ । କାରଣ ଉପରେ ଥାଇ ଭଗବାନ ସବୁ ଦେଖନ୍ତି ଆଉ ତାଙ୍କ ଟିପାଖାତାରେ ଟିପି ରଖନ୍ତି ।’’ ମାଣିକ ନିରୁପାୟ ! ଏବେ ତାଙ୍କୁ ପ୍ରତିଦିନ ଆସିବାକୁ ପଡ଼େ । ଯମୁନା ତାଙ୍କୁ ବସେଇ ସବୁଦିନ ସେଇ ତନ୍ନା କଥା କହୁଥାଏ ।

 

‘‘ପୁଣି କ’ଣ ହେଲା ? ଆମ୍ଭେମେନେ ପଚାରିବାରୁ ସେ ଆରମ୍ଭ କଲେ–

 

‘‘ଦିନକର’’ ଘଟଣା । ସେ ତନ୍ନା କଥା କହୁ–କହୁ ମୋ କାନ୍ଧଉପରେ ମୁଣ୍ଡରଖି ଖୁବ୍‌ କାନ୍ଦିଲା । ଚୁପ ହେଲାପରେ ଆଖିରୁ ଲୁହ ପୋଛି କୌଣସି କାହାଣୀର ଲିଖିତ କଥାପରି କେତେ କଣ କହିଗଲା । ବଡ଼ ଖରାପ ଲାଗିଲା ମୋତେ । ଭାବିଲି, ଏଣିକି କେବେହେଲେ ଆସିବନି । କିନ୍ତୁ ନିମକ ଖାଉଛି! ଉପରେ ଭଗବାନ ସବୁ ଦେଖୁଛନ୍ତି । ହଁ, ଯମୁନା କହିଲବେଳେ ମୁଁ ଭାବୁଥାଏ, ୟାକୁ ସ୍କୁଲକଥା କିଛି କହିବି । ବହିର କୌଣସି କାହାଣୀ କହି ତା’ ମନ ବଦଳେଇଦେବି । କିନ୍ତୁ ସେ ଲୁହ ପୋଛି କାହାଣୀ କହିଲାପରି କଥା ଆରମ୍ଭ କଲା । ମୋ ମୁହଁରୁ ବି ଦିନେ ସିଇମିତି କଥା ବାହାରି ପଡିଲା ।’’

 

‘‘ପୁଣି କ’ଣ ହେଲା ?’’ ଆମେମାନେ ପଚାରିଲୁ ।

 

‘‘ବଡ଼ ଅଡୁଆ କଥା । ବାସ୍ତବିକ ତୁମମାନଙ୍କ କହିବା ବଡ଼ ମୂସ୍‌କିଲ୍‌ । ଯମୁନା ଚୁପଚାପ ମୋ ଆଡକୁ ଦେଖି କାନ୍ଦି କାନ୍ଦି କହିଲା–‘‘ମୁଁ ବଡ଼ ଖରାପ ଝିଅ । ମୋତେ କଷ୍ଟହେବାରୁ ତୁମ ସହିତ କିଛି କଥାବାର୍ତ୍ତା କରିବାକୁ ଆସୁଛି । ତୁମର ମୁଁ କ୍ଷତି କରିବାକୁ ଚାହେଁନି । ଆଜିଠୁ ଆଉ ଆସିବିନି ।’’ କିନ୍ତୁ ଦ୍ୱିତୀୟ ଦିନ ଯାଇ ଯମୁନା ପୂଣି ସେଇଠି ଆସି ବସିଛି ।

 

ମାଣିକଙ୍କୁ ସବୁଦିନ ଯିବାକୁ ପଡ଼େ । ଦିନେ, ଦୁଇ ଦିନ, ତିନି ଦିନ, ଚାରି ଦିନ, ପାଞ୍ଚ ଦିନ; ଏହା ଶୁଣି ଶୁଣି ଯେତେବେଳେ ଆମେ ବିବ୍ରତ ହୋଇ ପଚାରିଲୁ—ଶେଷରେ ହେଲା କ’ଣ ? ମାଣିକ ଉତ୍ତର ଦେଲେ—‘‘କିଛି ନାଇଁ, ହୁଅନ୍ତା କ’ଣ ? ମୁଁ ଗଲାବେଳକୁ ମୋତେ କିଏ ଯେପରି କହେ—‘‘ମାଣିକ, ସେ ଆଡ଼େ ଯାଇନାହିଁ, ସେ ଭାରି ଖରାପ ରାସ୍ତା ।’’ କିନ୍ତୁ ମୁଁ ନିରୁପାୟ । ନ ଯାଇ ରହି ପାରୁନାହିଁ । ତା’ପରେ ମୁଁ ଧୀରେ-ଧୀରେ ଅନୁଭବ କଲି ସେଠାକୁ ନ ଯାଇ ମୋତେ ଗତି ନାହିଁ । ଆଉ ଯମୁନାର ନ ଆସି...... ।’’

 

‘‘ହଁ, ତା’ତ ଠିକ୍‌; କିନ୍ତୁ ଏହାର ଚରମ ପରିଣତି କଣ ହେଲା ?’’ ଆମେ ପଚାରିଲୁ ।

 

‘‘ତା’ ହେଲେ ତ ତୁମେ ଖୁବ୍‌ ଚାଲାକ୍‌ ଜଣାପଡ଼ୁଛ!’’ ମାଣିକ ଜୋରଦେଇ ପଚାରିଲେ । ‘‘ଚରମ ପରିଣତି ଆଉ କ’ଣ ହୁଅନ୍ତା ! ପ୍ରେମ-କାହାଣୀର ଚରମ ପରିଣତ କ’ଣ ଦୁଇ ଚାରି ପ୍ରକାରେ ହୁଏ?....ନାୟିକାର ଅନ୍ୟ ଜଣକ ସାଙ୍ଗରେ ବିବାହ ହୋଇଗଲା କାମ ଶେଷ । ତାହା ହିଁ ହେଲା । ତା’ପରେ ମାଣିକ ବୃଷଭ ପଛପଟକୁ ଚାହିଁ ରହିଗଲେ । ଏହାକୁ ତୁମେ ଯେଭଳି ଢଙ୍ଗରେ କହ ପଛକେ ।’’

 

ବାସ୍ତବିକ୍‍ ଏପରି ମଧୁର କାହାଣୀର ଚରମ ପରିଣତି ଅତି ସାଧାରଣ ହୋଇଗଲା । ମନ ଉପରେ କୌଣସି ପ୍ରଭାବ ପଡ଼ିଲାନି କି ଆନନ୍ଦ ଲାଗିଲାନି । ତଥାପି ପ୍ରକାଶ ପଚାରିଲା–‘‘ଏଥିରୁ କେଉଁଠି ପ୍ରମାଣିତ ହେଲା ଯେ ପ୍ରେମ ଭାବନାର ଭିତ୍ତି ଆର୍ଥିକ ସମ୍ବନ୍ଧ ଉପରେ ହିଁ ପ୍ରତିଷ୍ଠିତ ଏବଂ ଶ୍ରେଣୀ-ସଂଘର୍ଷ ତାକୁ ପ୍ରଭାବିତ କରିଥାଏ ?’’

 

‘‘କ’ଣ ଏହା ବିଲ୍‌କୁଲ୍‌ ସ୍ପଷ୍ଟ ନୁହେଁ ?’’ ମାଣିକ ଉତ୍ତର ଦେଲେ—‘‘ଯଦି ସମସ୍ତଙ୍କ ଘରେ ଗାଈଥାନ୍ତା, ତା’ହେଲେ ଏପରି ପରିସ୍ଥିତି ସୃଷ୍ଟି ହୁଅନ୍ତା କାହିଁକି ? ସମ୍ପତ୍ତିର ବିଷମତା ହିଁ ଏହି ପ୍ରେମର ମୂଳ କାରଣ । ଯଦି ତା’ଙ୍କ ଘରେ ଗାଈ ନ ଥାନ୍ତା ତା’ହେଲେ ମୁଁ ଯାଆନ୍ତି କାହିଁକି; ଆଉ କୃତଜ୍ଞ ବା ହୁଅନ୍ତି କାହିଁକି ?’’

 

‘‘ଆଚ୍ଛା, ତେବେ ଏଥିରୁ ସାମାଜିକ ମଙ୍ଗଳପାଇଁ କି ପ୍ରକାର ତତ୍ତ୍ୱ ବାହାରିଲା ? ଆମେ ପଚାରିଲୁ ।’’

 

‘‘ତତ୍ତ୍ୱବିନା ମୁଁ କିଛି କହେନି ବନ୍ଧୁ ! ଏଥୁରୁ ଏଇ ତତ୍ତ୍ୱ ବାହାରୁଛି ଯେ ପ୍ରତିଘରେ ଗୋଟିଏ ଗାଈ ରହିବା ଦରକାର । ତଦ୍ୱାରା ଦେଶରେ ପଶୁଧନର ବୃଦ୍ଧି ହେବା ସଙ୍ଗେ-ସଙ୍ଗେ ପିଲାମାନଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ, ପଡ଼ୋଶୀମାନଙ୍କର ଉପକାର ସାଧିତ ହେବ, ପୁଣି ଭାରତବର୍ଷରେ ଦୁଧ-ଦହିର ନଦୀ ମଧ୍ୟ ବୋହି ଚାଲିବ ।’’

 

ତାଙ୍କର ଅର୍ଥନୀତି ସମ୍ବନ୍ଧୀୟ ସିଦ୍ଧାନ୍ତ ସହିତ ସହମତ ନ ଥିଲେ ସୁଦ୍ଧା ଏକଥା ଆମମାନଙ୍କୁ ଭାରି ଭଲ ଲାଗିଲା । ଆମେ ପଣ କଲୁ—ବଡ଼ ହେଲେ ନିଶ୍ଚୟ ଘରେ ଗୋଟଏ–ଗୋଟିଏ ଗାଈ ରଖିବୁ ।

 

ଏପରିଭାବେ ମାଣିକ ମୂଲ୍ଲାଙ୍କ ତତ୍ତ୍ୱମୂଳକ ପ୍ରଥମେ ପ୍ରେମ-କାହାଣୀଟି ଶେଷ ହେଲା ।

Image

 

ଅନଧ୍ୟାୟ

 

ପ୍ରକୃତରେ ଏ କାହାଣୀଦ୍ୱାରା ଆମେ ବିଶେଷ ପ୍ରଭାବିତ ହୋଇଥିଲୁ । ଖରାଦିନ, ସାଇରେ ଯେଉଁପଟେ ଆମେ ରହୁଥାଉ ସେପଟେ ଜୋରରେ ଗରମ ହେଉଥାଏ । ଛାତି ତାତି ଯାଉଥାଏ । ଏଣୁ ଆମେ ବୈଦ୍ୟଙ୍କ ଚାନ୍ଦିନୀରେ ଆସି ଆଡ଼୍‍ଡା ଜମାଉଥାଉ ।

 

ସେଦିନ ରାତିରେ ଶୋଇଲାବେଳକୁ ନିଦ ଲାଗୁ ନଥାଏ । ମଝି ମଝିରେ ଯମୁନାର କାହାଣୀ ମନେପଡ଼ୁ ଥାଏ । କେତେବେଳେ ତା’ର ସେଇ ଅସଲି କଲିକତୀ ସିଲ୍‌କ୍‌ ଶାଢ଼ି ତ ଆଉ, ‘‘କେତେବେଳେ ଲୁଣିଆ ବେସନର ଫେଣୀ । ଏସବୁ ମନେପକାଇ ଆମେ ଖୁବ୍‌ ହସୁ ।

 

ସେତିକିବେଳକୁ ଶ୍ୟାମ ଗୋଟିଏ ବାଉଁଶ ଖଟ ଧରି କାଖରେ ମାଣ୍ଡି-ମଶାଣି ଜାକି ଆସି ପହଞ୍ଚିଲା । ଦି’ପ୍ରହର ମଜଲିସ୍‌ରେ ଯୋଗଦେଇ ନଥିଲା ସେ । ଆମମାନଙ୍କୁ ହସିବାର ଦେଖି ବଡ଼ କୌତୁହଳୀ ହୋଇ ପଚାରିଲା, ‘‘ମାଣିକ କି କାହାଣୀ କହିଛନ୍ତି କି ?’’ ଆମମାନଙ୍କଠାରୁ ଯମୁନା କାହାଣୀ ଶୁଣି ହସନ୍ତା କ’ଣ, ଉଦାସ ହୋଇଗଲା । ‘‘କଣ ଶ୍ୟାମ, ଏ କାହାଣୀ ଶୁଣି ତୁମେ ଏତେ ଦୁଃଖିତ କାହିଁକି ? ଆଗରୁ କ’ଣ ଯମୁନାକୁ ଜାଣିଛ କି ?’’

 

ଆମେମାନେ ଏକ ସ୍ୱରରେ ପଚାରିଲୁ । ଶ୍ୟାମ ରୁଦ୍ଧକଣ୍ଠରେ ଉତ୍ତର ଦେଲା—‘‘ନା ମୁଁ ଯମୁନାକୁ ଜାଣେନି । ଆଜି ଶତକଡ଼ା ନବେ ବାଳିକା ଯମୁନା ପରିସ୍ଥିତିରେ ଦେଖାଯାଆନ୍ତି । ସେ ବିଚାରୀ କରନ୍ତା କ’ଣ ? ତନ୍ନା ସହିତ ତା’ର ବିବାହ ହୋଇପାରିଲାନି । ବାପା ଯୌତୁକ ଜୁଟାଇ ପାରିଲନି । ମନ ବଦଳେଇବାପାଇଁ ସେ ପାଇଲା ମଧୁର-ନଗ୍ନ-ରସରସିଆ ପ୍ରେମ-କାହାଣୀ । ଏ ଅବସ୍ଥାରେ ବିଚାରୀର ଉପାୟ କଣ ଥିଲା ? ଏହାତ ଅତ୍ୟନ୍ତ ଦୁଃଖଦାୟକ ବିଷୟ । ଏଥିରେ ହସିବାର କ’ଣ ଅଛି ? ଅନ୍ୟର ଦୁଃଖରେ ହସିବା ଠିକ୍‌ ନୁହେଁ । ସମସ୍ତଙ୍କ ଘରେ ତ ମାଟି ମାଠିଆ ରହିଛି....’’

 

ଶ୍ୟାମରେ ଏ କଥା ଶୁଣି ଆମମାନଙ୍କୁ ଭଲ ଲାଗିଲାନି । ଧୀରେ-ଧୀରେ ସମସ୍ତେ ଶୋଇପଡ଼ିଲୁ ।

Image

 

 

 

 

 

 

 

 

 

 

 

 

 

ଦ୍ୱିତୀୟ ଦ୍ୱିପ୍ରହର

 

ଘୋଡ଼ାର ନାଲ

 

ଦ୍ୱିତୀୟ ଦିନ ଖାଇପିଇ ଆମେ ପୁଣି ସେଇ ଜାଗାରେ । ଆମମାନଙ୍କର ସାଙ୍ଗରେ ଏଥର ଶ୍ୟାମ ମଧ୍ୟ ଥାଏ । ଆମେ ଯେତେବେଳେ ମାଣିକଙ୍କୁ କହିଲୁ—‘‘ଶ୍ୟାମ ଯମୁନାର କଥା ଶୁଣି କାନ୍ଦିବାକୁ ଲାଗିଲା ।’’ ସେ ବିରକ୍ତ ହୋଇ କହିଲା—‘‘ମୁଁ କେତେବେଳେ କାନ୍ଦୁଥିଲି ?’’ ମାଣିକ ହସି-ହସି କହିଲେ—‘‘ଆମେ ଜୀବନର ପ୍ରତି ସ୍ତରରେ ଏତେ କଳ୍ମଷ ଭରି ରହିଛି, ଯାହାକୁ ଦେଖିଲେ ବାସ୍ତବିକ କାନ୍ଦ ମାଡ଼େ । କିନ୍ତୁ ପ୍ରିୟ ବନ୍ଧୁମାନେ ! ଏଥିପାଇଁ ମୁଁ ଏତେ କାନ୍ଦିସାରିଲିଣି ଯେ ଆଉ କାନ୍ଦିବାକୁ ଆଖିରେ ଲୁହ ନାହିଁ । ଏଣୁ ନିରୁପାୟ ହୋଇ ସହିଯିବାକୁ ପଡ଼ୁଛି । ଆଉ ଗୋଟିଏ କଥା, ଯେଉଁମାନେ ଭାବକୁ ସେମାନେ କେବଳ କାନ୍ଦନ୍ତି ଆଉ ତାଙ୍କର ସାରା ଜୀବନ କାନ୍ଦିବାରେ ହିଁ କଟିଯାଏ । କିନ୍ତୁ ଯେଉଁମାନେ ହସିବା ଶିଖିଯାନ୍ତି, ସେମାନେ ଜୀବନକୁ ହସି-ହସି କଟେଇ ଦିଅନ୍ତି ।’’

 

ଖରଭୁଜ କାଟୁ-କାଟୁ ପୁଣି ଆରମ୍ଭ କଲେ—‘‘ଛାଡ଼ ଏସବୁ କଥା । ନିଅ ଏ ଜୌନପୁରୀ ଖରଭୁଜ । ଏହାର ମହକ ଦେଖ । ଗୋଲାପଠୁ ବଳି । କଣ ଶ୍ୟାମା, କାଇଁକି ମୁହଁ ପୋତି ବସିଛି ? ଆରେ,ମୁହଁ ଶୁଖେଇ ଲାଭ କଣ ? ଶୁଣ, ଏଇଲାଗେ କହୁଚି ଯମୁନା କେମିତି ବାହାହେଲା ।’’

 

ଆମେମାନେ ଏହା ହିଁ ଶୁଣିବାକୁ ଚାହୁଁଥିଲୁ । ଏଣୁ ଏକ ସ୍ୱରରେ କହି ଉଠିଲୁ—‘‘ହିଁ ହିଁ ଆଜି ଯମୁନାର ବାହାଘର କଥା ପଡ଼ୁ ।’’ କିନ୍ତୁ ମାଣିକ କହିଲେ—‘‘ନା, ପ୍ରଥମେ ଖରଭୁଜ ଚୋପା ବାହାରେ ଫିଙ୍ଗିଦେଇ ଆସ ।’’ ଆମେ ଘର ସଫା କରି ଦେବାପରେ ସେ ଆମକୁ ଆରାମରେ ବସିଯିବାକୁ ଆଦେଶଦେଲେ । କ’ଣ ମାଛିରୁ ଘୋଡ଼ାଇ ଗୋଟିଏ ପୂରୁଣା ନାଲ ଆଣି, ତାକୁ ଟିକିଏ ଉପରକୁ ଉଠେଇ ପଚାରିଲେ—‘‘ଏ କ’ଣ ?’’

 

‘‘ଘୋଡ଼ାର ନାଲ!’’ —ଆମେ ଏକ ସ୍ୱରରେ ଉତ୍ତର ଦେଲୁ ।

 

‘‘ଠିକ୍‌’’ ମାଣିକ ଯାଦୁକରପରି ନାଲକୁ ଆଶ୍ଚର୍ଯ୍ୟଜନକଭାବେ ଶୀଘ୍ର ଆଙ୍ଗୁଠି ଉପରେ ନଚେଇ ଆରମ୍ଭ କଲେ—‘‘ଏ ନାଲ ଯମୁନାର ବୈବାହିକ ଜୀବନର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ସ୍ମୃତି-ଚିହ୍ନ । ତୁମେ ପ୍ରଶ୍ନ କରିପାର ଏହା କିପରି? ସେହି କଥା ହିଁ ମୁଁ ବିସ୍ତାରସହ କହୁଛି ।’’

 

ମାଣିକ ବିଶଦ୍‌ଭାବେ ଯାହା ବର୍ଣ୍ଣନା କଲେ ତା’ର ସଂକ୍ଷିପ୍ତ ରୂପ ହେଉଛି, ବହୁଦିନଯାଏ ଯମୁନାର ବିବାହ ସ୍ଥିର ହୋଇ ପାରିଲା ନାହିଁ ନିରାଶ ହୋଇ ତା’ ମା ପୂଜା-ପାଠ କରିବା ଆରମ୍ଭ କରିଦେଲେ ଏବଂ ବାପା ବ୍ୟାଙ୍କରେ ଓଭର୍‌ ଟାଇମ୍‌ କାମ କରିବାକୁ ବାଧ୍ୟ ହେଲେ । ଅକସ୍ମାତ୍ ଦିନେ ଦୂର ସମ୍ପର୍କୀୟ ବନ୍ଧୁ ରାମବୋଉ ଆସି ପହଞ୍ଚିଲେ । ସେ ଶିମ୍ବରୁ ଚୋପା ବାହାର କରୁ କରୁ କହିଲେ—‘‘ଆଲୋ ମୋ ମାଆ ଲୋ ! ଝିଅର ବୟସ ଦେଖ ! ଯିମିତି ନାଁ ସେମିତି ରୂପ । ଭାଦ୍ରବର ଯମୁନାପରି ଉଛୁଳି ପଡ଼ୁଛି ।’’ ପୁଣି ଟିକିଏ ନଇଁପଡ଼ି ଫୁସ୍‌-ଫୁସ୍‌କରି ମା କାନରେ କହିଲେ–‘‘ୟାର ବିବାହ ଆଜିଯାଏ କିଆଁ ଠିକ୍‌ କରିନ ମ ?’’ ତାଙ୍କ କଥା ଶୁଣି ମା କହିଲେ–‘‘ଜାତିର ଲୋକ ବହୁତ ଯୌତୁକ ମାଗୁଛନ୍ତି । ଅନ୍ୟ ଜାତିରେ ଦେବା ଅପେକ୍ଷା ମା–ଝିଅ ଦିହେଁ ବେକରେ ଦଉଡ଼ି ବାନ୍ଧି କୁଅକୁ ଡେଇଁପଡ଼ିବା ଭଲ ।’’ ରାମବୋଉ ଏହା ଶୁଣି ବିରକ୍ତ ହୋଇକହିଲେ–‘‘ଛିଃ-ଛିଃ ! କିମିତି କୁ–କଥା ତୁଣ୍ଡରେ ଧରୁଛ ଯମୁନା ମା ! ଏପରି କହିବାକୁ ତୁମର ମନ ବଳୁଚି-? ତୁମର ଶତ୍ରୁମାନେ କୂଅରେ ପଡ଼ନ୍ତୁ, ପାଖ ପଡ଼ିଶା ପଡ଼ୁନ୍ତୁ, ପରର ସୁଖ ଦେଖି ଛାତି ଫାଟିଯାଉଥିବା ଲୋକ ତନ୍ନା ଆଉ ମହେଶ୍ୱର ପଡ଼ନ୍ତୁ !’’ ତା’ ପରେ ସେ ସଙ୍ଗେ ସଙ୍ଗେ ଜାକେଟ (ବ୍ଲାଉଜ)ରୁ ନିଜ ଭଣଜାର ଜାତକ କାଢ଼ି କହିଲେ—‘‘ସମୟ ପଡ଼ିଲେ ମନୁଷ୍ୟ ମନୁଷ୍ୟର କାମରେ ଆସେ । ବିପଦବେଳେ ଯିଏ ଟିକିଏ ଆହା କହିବାକୁ ଠିଆ ନ ହୁଏ ସେଇଟା କି ମନୁଷ୍ୟ-! ମୁଁ ତ ସେଭଳି ଲୋକକୁ ଗୋଟେ ପଶୁବୋଲି ମନେ କରେ । ଏ ମୋର ଭଣଜା ହବ । ଘରେ ଏକୁଟିଆ-। ଶାଶୁ ନାହିଁ କି ଶଶୁର ନାହିଁ, ନଣନ୍ଦ ନାହିଁ କି ଦିଅର—ଦେଢ଼ଶୁର ନାହିଁ । ଘରେ କୌଣସି ପ୍ରକାର ଅଭାବ ଅସୁବିଧା ନାହିଁ । ସବୁ ଜମି-ଜମା ୟା ନାଁରେ । ଘରେ ଘୋଡ଼ା, ବଗି ସବୁ ଅଛି । ଧନ-ସମ୍ପତ୍ତି କଥା ଛାଡି । ପୂରୁଣା ନାମଜାଦା ଖାନ୍‌ଦାନ୍‌ ଘରେ । ଝିଅରାଣୀ, ମହାରାଣୀର ସୁଖ ଭୋଗକରିବ ।’’

 

ସଞ୍ଜବେଳେ ଯମୁନା ମା ବାପାଙ୍କୁ ଏକଥା କହିବାରୁ ସେ ରାଗରେ ଭାତଥାଳି ଫୋପାଡ଼ିଦେଇ କହିଲେ–‘‘ତା’ର ତ ଦୁଇଟି ସ୍ତ୍ରୀ ମରିଗଲେଣି । ଦାନ୍ତ ପଡିଗଲାଣି । ମୋ’ ଠାରୁ ମାତ୍ର ଚାରି ପାଞ୍ଚ ବର୍ଷ ସାନ ହେବ । ଆହା କେଡେ ସୁନ୍ଦର ପ୍ରସ୍ତାବ ! ଲାଜ ଲାଗୁନି ତୁମକୁ !! ଛି, ଛି-!!!’’

 

‘‘ଥାଳି କାହିଁକି ଫିଙ୍ଗୁଛମ ? ନ ଖାଇବ ତ ନାଇଁ । କାଇଁ ଜୋଇଁଟିଏତ ଖୋଜି ଆଣୁନ । ଯୁଠି ଝିଅ ବୟସ ମୋ ସଙ୍ଗେ ସମାନ, ସେଠି ଏଗାର ବର୍ଷର ପୁଅକୁଠୁ ତୁମକୁ ମିଳିଯିବ ?’’ ଏ ସମ୍ବନ୍ଧରେ ପତି-ପତ୍ନୀଙ୍କ ଭିତରେ ଖୁବ୍‌ ପଟେ ଝଗଡ଼ା ଚାଲିଲା । ଶେଷରେ ସ୍ତ୍ରୀ ପାନ ଭାଙ୍ଗିଦେଇ ପତିଙ୍କୁ ବୁଝେଇ-ସୁଝେଇ କହିଲେ—‘‘ବୟସ ହେଲା ତ କ’ଣ ହେଲା, ପୁରୁଷ ପୁଅ ତ ! ଇଟା କାନ୍ଥପରି ଯେତିକି ପାଣି ଖାଇବ ସେତିକି ପୋଖତ ହବ ।’’

 

ଯମୁନା ଘରକୁ ବରଯାତ୍ରୀ ଆସିବା ମାଣିକ ଦେଖିଥିଲେ । କିନ୍ତୁ ସେ ଆମ ଆଗରେ ଯେପରି ପୋଖତ କାନ୍ଥର ବର୍ଣ୍ଣନା କଲେ, ତା’, ଶୁଣି ଆମେ ହସି ହସି ଲୋଟିଗଲୁ । ତାକୁ ଦେଖି ବିଚାରି ଯମୁନା ଖୁବ୍ କାନ୍ଦିଲା । କିନ୍ତୁ ଅଳଙ୍କାର ଲଗେଇବାପରେ ବଡ଼ ଖୁସି ହେଲା—ଆଶ୍ଚର୍ଯ୍ୟର କଥା ଯେ ବର ସହିତ ଗଲାବେଳକୁ ତା’ ଆଖିରୁ ଲୋତକଧାର ଯେପରି ଛୁଟି ଚାଲିଥାଏ; ସେପରି ହୃଦୟରେ ଅପାର ଆନନ୍ଦ ମଧ୍ୟ !

 

କେତେ ଦିନପରେ ଯମୁନା ବାପଘରକୁ ଆସିଲା । ସବୁ ସାଈ-ସଙ୍ଗାତଙ୍କ ଘରକୁ ଗଲା-। ତା’ ଦେହରେ ଅଳଙ୍କାର ଲଦା ହୋଇଥାଏ । ସତେ ଯେପରି ଶିରା-ପ୍ରଶିରାରୁ ଆନନ୍ଦ ଫୁଟି ପଡ଼ୁଛି-। ପତିର ପ୍ରଶଂସା କରିବାରେ ଜିଭ ଅବିରାମ କାମ କରି ଚାଲିଛି—‘‘ଆଲୋ କମଳା, ସେ ତ ଏତେ ସରଳ ଯେ ସାଧାରଣ ଦୁଇ-ଚାରି ଗଣି ବି ଜାଣନ୍ତି ନି, ଯେପରି ଛୋଟ ପିଲା । ପ୍ରଥମ ସ୍ତ୍ରୀର ବାପଘର ଲୋକେ ସବୁ ଧନ ସମ୍ପତ୍ତି ଲୁଟି ନେଇଗଲେ, ନଇଲେ ଧନ ଫାଟିପଡ଼ୁଥାନ୍ତା-। ଏସବୁ ଦେଖି ମୁଁ କହିଲି—‘‘ଏଥର ତୁମର ଶଳା-ଶାଳୀ ଆସିଲେ ତୁମ ଆଗରେ ସେମାନଙ୍କୁ ବାହାରେ–ବାହାରେ ବିଦା କରିଦେବି ।’’ ମୋ କଥା ଶୁଣି ସେ ହସି-ହସି କହିଲେ—‘‘ତୁମେ ଘରର ମାଲିକିଆଣୀ, ତୁମର ଯାହା ଇଚ୍ଛା ତା’କର । ମୋତେ ସଞ୍ଜ-ସକାଳେ ମୁଠେ ମିଳିଲେ ହେଲା-। ଅନ୍ୟ କଥାରେ ମୋର ଯାଏ–ଆସେ କେତେ ?’’ ଚାରି ପ୍ରହରଯାକ ମୁହଁ ଚାହିଁ ବସିଥିବେ-। ପାଖରୁ ମୋଟେ ଛାଡ଼ିବେନି । ଟିକିଏ କୁଆଡ଼େ ଗଲି ତ ପାଟି କରିବେ—‘‘କୁଆଡ଼େ ଗଲ, ଶୁଣୁଛ, ଆରେ ଆସମ ।’’ ମୁଁ ତ ବ୍ୟସ୍ତ ହୋଇପଡ଼ିଲାଣି ଲୋ କମଳା ! ଯେତିକି ଜଳିବ, ସେତିକି ଜଳେଇବି-।’’ ମୁଁ ବି ଖରା ମୁଣ୍ଡ ଉପରେ ଆସିଲାପରେ ଯାଇ ଦୁଆର ଖୋଲୁଛି । ମୋ ଉପରେ କ’ଣ କମ୍‌ ସିନିହ-! ଆସିଲାବେଳକୁ ରାଣ-ନିୟମ ପକେଇ ମୋ ଟ୍ରଙ୍କରେ ଜବରଦସ୍ତି ଅଢ଼େଇଶହ ଟଙ୍କା ରଖିଦେଲେ, କହିଲେ—ମୋ ରାଣ ଏତକ ନେଇକରି ଯାଅ ।’’

 

କିନ୍ତୁ ଯମୁନାକୁ ଅତିଶୀଘ୍ର ଶାଶୁ ଘରକୁ ଫେରିଯିବାକୁ ପଡ଼ିଲା । କାରଣ ଦିନେ ତା’ ବାପା ବ୍ୟଗ୍ର ହୋଇ ରାତି ଆଠଟାକୁ ବ୍ୟାଙ୍କରୁ ଫେରିଲେ । ଆସ କହିଲେ—ଜମାରୁ ଶହେ ସତେଇଶ ଟଙ୍କା ଏକାଅଶୀ ପଇସା କମ୍‌ ଅଛି । ଯଦି କାଲି ସକାଳୁ ଜମା ନ କରାଯାଏ, ତା’ ହେଲେ ମୋତେ ଜେଲ ଯିବାକୁ ପଡ଼ିବ । ଏକଥା ଶୁଣିବାମାତ୍ରେ ଘରେ ଉଦାସୀନତା ଖେଳିଗଲା । କିନ୍ତୁ ଯମୁନା ଝଟ୍‌କରି ଟ୍ରଙ୍କରୁ ନୋଟବିଡ଼ାଟି ବାହାର କରିନେଇ ଚାଳଭିତରେ ଖୋସିଦେଲା । ଯେତେବେଳେ ମା’ ଉଧାର ମାଗିଲେ, ଯମୁନା ଚାବି ପେନ୍ଥାଟି ମା’ ହାତକୁ ବଢ଼େଇଦେଇ କହିଲା–‘‘ନଉନୁ,ଦେଖେ, ଟ୍ରଙ୍କରେ ପଇଶାଟିଏ ପଡ଼ିଥିବ କି ନାଇଁ । କୁଆଡ଼ୁ ଆସିବ କଲେ-?’’

 

ଆଜିର ଘଟଣା ପରେ ଯମୁନା ମନେ ମନେ ଚିନ୍ତାକଲା—ଯାହାହେଉ ମୁଣ୍ଡ ଉପରୁ ବିପଦ ଟଳିଗଲେ ଗଲା । ନଚେତ୍‌ ବୋଦାର ମା ପରି କେତେଦିନଯାଏ ସେ ଏ ଶୁଭ ମନାସୁଥିବ ! ଯାହାଥିଲା ତ ପ୍ରଥମରୁ ଚାଲିଯାଇଛି । ଆଉ ଯାହା ବାକି ଅଛି ଯଦି ତା’ ବାପା ମା’ଙ୍କ ଲାଗି ଖର୍ଚ୍ଚ କରିଦିଏ ତା’ ହେଲେ ନିଜ ପିଲା-ପିଲିଙ୍କ ସକାଶେ ବଞ୍ଚିବ କ’ଣ ? ବାପା ମା ବି ଆଉ କେତେ ଦିନକୁ ? ତା’ ପିଲାମାନେ ସିନା ତାର ଆଶ୍ରୟ !

 

ମାଣିକ ଟିକିଏ ରହିଯାଇ ଆମଆଡ଼କୁ ଅନେଇ କହିଲେ—‘‘ପ୍ରିୟ ବଂଧୁଗଣ ! ସର୍ବଦା ମନେରଖ, ନାରୀ ପ୍ରଥମେ ମା’ ହୁଏ, ତା’ପରେ ଆଉ ଯାହା ! ତା’ର ଜନ୍ମ ଏଇଥିପାଇଁ ଯେ ସେ ମା’ ହେବ ଓ ସୃଷ୍ଟିର ବିକାଶକୁ ଗତିଶୀଳ କରିବ । ଏଇଥିରେ ହିଁ ତା’ର ମହାନତା । ବର୍ତ୍ତମାନ ତୁମେ ଯମୁନାର କାର୍ଯ୍ୟରୁ ଅନୁଭବ କରିପାରୁଥିବ, ପ୍ରଥମେ କେମିତି ସେ ତା’ ନିଜ ପିଲାଙ୍କପ୍ରତି ଧ୍ୟାନ ଦେବାରେ ତପ୍ତର ।’’

 

ଯାହା ହେଉ, ଯମୁନା ନିଜର ଭାବିପିଲା-ପିଲାଙ୍କ ଭବିଷ୍ୟତ ଚିନ୍ତାକରି ଶାଶୁ-ଘରକୁ ଫେରିଯାଇ ସୁଖରେ ରହିବାକୁ ଲାଗିଲା । ପ୍ରକୃତରେ ଦେଖିବାକୁ ଗଲେ ଏ କାହାଣୀର ଅନ୍ତ ଏଇଠି ହୋଇଯିବା ଉଚିତ ।

 

‘‘କିନ୍ତୁ ଆପଣ ଘୋଡ଼ାର ଯେଉଁ ନାଲ ଦେଖାଇଥିଲେ ତା’ର ଚର୍ଚ୍ଚାତ ଏତେବେଳେଯାଏ ନାହାନ୍ତି ।’’

 

‘‘ଓଃ, ମୁଁ ଦେଖୁଥିଲି ତୁମେମାନେ ମନଦେଇ କଥା ଶୁଣୁଛ କି ନାହିଁ । ବର୍ତ୍ତମାନ କହୁଛି-।’’ ତା’ପରେ ନାଲ ବିଷୟରେ କହିବା ଆରମ୍ଭ କଲେ—

 

ପ୍ରକୃତରେ ଯମୁନାର ପତି ହେଉଛନ୍ତି ତୃତାୟପକ୍ଷ ଅର୍ଥାତ ପୋଖତ କାନ୍ଥ । ଯମୁନା ଓ ତାଙ୍କ ମଧ୍ୟରେ ସେତିକି ଅନ୍ତର, ଯେତିକି ଲିପା-ପୋଛା ତୁଳସୀ ଚଉରା ଓ ପଲସ୍ତରା ଖସିପଡ଼ିଥିବା ପୁରୁଣା କାନ୍ଥ ମଧ୍ୟରେ । ଲୋକେ ଯମୁନା ଓ ତନ୍ନା କଥା କହୁଥାନ୍ତି । କିନ୍ତୁ ପ୍ରକୃତରେ ସେ ପତିପରାୟଣା । ପତି ବି ତା’ର ଲୁଗା-ପଟା, ଅଳଙ୍କାର-ପତ୍ରପ୍ରତି ଦୃଷ୍ଟିଦେବା ସଙ୍ଗେ-ସଙ୍ଗେ ଭଜନସାର,ଦାର୍ଢ଼୍ୟତାଭକ୍ତି, ନାମରତ୍ନଗୀତା, ବିଲଙ୍କାରାମାୟଣ ଆଦି କ’ଣ ଆଣି ଦେଇଥାନ୍ତି । ସେଗୁଡ଼ିକ ପଢ଼ି ସେ ବଡ଼ ଆନନ୍ଦ ଅନୁଭବ କରୁଥାଏ । ଏପରି ହେଉ–ହେଉ ଧର୍ମପ୍ରତି ତା’ର ଆଗ୍ରହ ବଢ଼ିଲା । ଭଜନ-କୀର୍ତ୍ତନ ଆଦିରେ ସେ ଏତେ ନିମଗ୍ନ ହୋଇପଡ଼ିଲା ଯେ ସଞ୍ଜ-ସକାଳ ଦିନ–ରାତି ସେ ପାଗଳୀଙ୍କ ପରି ବୁଲିବାକୁ ଲାଗିଲା । ସର୍ବଦା ତା’ ଘରେ ସାଧୁ-ସନ୍ଥଙ୍କର ଅଡ଼୍‍ଡା । ସେମାନଙ୍କର ଖାଇବା-ପିଇବା ଚାଲିଥାଏ । ଏଭଳି ତପସ୍ୱୀ ଓ ରୂପବାନ ବି ଜୁଟୁଥାନ୍ତି, ଯାହାଙ୍କ ଶରୀରରୁ ଜ୍ୟୋତି ଫୁଟି ପଡ଼ୁଥାଏ ।

 

ସାଧାରଣତଃ ନିଷ୍କାମ-ଭକ୍ତିରେ ତନ୍ମୟ ରହୁଥାଏ ଯମୁନା । କିନ୍ତୁ ସାଧୁସନ୍ଥଙ୍କଠାରୁ ‘‘ସନ୍ତାନବତୀ ଭବ’’ ଆଶୀର୍ବାଦ ବାଣୀ ଶୁଣିଲେ ତାର ମନ ଉଦାସ ହୋଇଯାଏ । ତା’ ପତି ତାକୁ ବହୁତ ବୁଝାନ୍ତି—‘‘ଆରେ, ଏତ ଭଗବାନଙ୍କର ମାୟା, ଏଥିରେ ଦୁଃଖିତ ହବାର କ’ଣ ଅଛି ?’’ କିନ୍ତୁ ସନ୍ତାନ-ସନ୍ତତିର ଚିନ୍ତା ଯେ ସେ କରୁ ନଥିଲେ ତା’ ନୁହେଁ । କାରଣ, ଏତେ ବଡ଼ ଜମିଦାରୀର ଉତ୍ତରାଧିକାରୀ ତ କିଏ ହେବ ! ଶେଷରେ ଦିନେ ପତି-ପତ୍ନୀ ଜଣେ ଜ୍ୟୋତିଷ ପାଖରେ ଯାଇ ପହଞ୍ଚିଲେ । ସେ ଯମୁନା କହିଲା—‘‘କାର୍ତ୍ତିକ ମାସଯାକ ଭୋରରୁ ଗଙ୍ଗା-ସ୍ନାନ କରି ଚଣ୍ଡିକୁ ହଳଦିଆ ଫୁଲଏ ଚଢ଼ାଅ । ବ୍ରାହ୍ମଣମାନଙ୍କୁ ଚାଉଳ, ମୁଗ ଓ ସୁନା ଦାନ କର ଫଳ ନିଶ୍ଚୟ ହୋଇବ-।’’

 

ଯମୁନା ସଙ୍ଗେ ସଙ୍ଗେ ରାଜି ହୋଇଗଲା । କିନ୍ତୁ ଏତେ ଭୋରରୁ ସାଙ୍ଗରେ ଯିବ କିଏ ! ଯମୁନା ପତିଙ୍କୁ କହିଲା ସାଙ୍ଗରେ ଯିବାକୁ, କିନ୍ତୁ ସେ ବିଚାରା ବୁଢ଼ାଲୋକ । ଥଣ୍ଡା ଟିକିଏ ଲାଗିବାମାତ୍ରେ କାଶ ଆରମ୍ଭ ହୋଇଯାଉଥାଏ । ଶେଷରେ ଠିକ୍‌ ହେଲା—ବଗିବାଲା ରାମଧନ ସାଙ୍ଗରେ ଯିବ । ସେ ସନ୍ଧ୍ୟାରେ ଜଲଦି ଚାଲିଯାଉଥିବ ଆଉ ଭୋର ଚାରିଟାରୁ ଆସି ବଗି ଯୋଚୁଥିବ । ଯମୁନା ନିୟମିତ ସ୍ନାନ କରିବାକୁ ଯାଏ । କାର୍ତ୍ତିକମାସ, ଯଥେଷ୍ଟ ଥଣ୍ଡା ପଡ଼ୁଛି । ଚଣ୍ଡୀକୁ ଫୁଲ ଦେବାପାଇଁ ନଦୀଘାଟରୁ ଯାଏ ମନ୍ଦିରକୁ । ଦେହରେ କେବଳ ଖଣ୍ଡିଏ ପତଳା ସିଲ୍କ୍ ଶାଢ଼ି । ଶୀତ ଯୋଗୁଁ ଦେହ ବରଡ଼ା ପତରାପରି ଥରୁଥାଏ । ଦିନେ ଶୀତରେ ତା’ ଗୋଡ଼–ହାତ କୋଲମାରି ନିର୍ଜୀବ ହୋଇଗଲା । ସେ ଲଥକିନା ନଦୀ–ବାଲିରେ ବସିପଡିଲା । ଯଦି ରାମଧନ ତାକୁ ପୂରା ଟେକିଆଣି ବଗି ଉପରେ ବସେଇ ଦେଇ ତ ଥାନ୍ତା ତା’ ହେଲେ ସେ ସେଇଠି ଶେଷ ପାଇଯାଇଥାନ୍ତା ।

 

ଶେଷରେ ରାମଧନ ଏ କଷ୍ଟ ଦେଖି ସହି ପାରିଲାନି । ଦିନେ ସେ କହିଲା– ‘‘ସାଆନ୍ତାଣି-! ଆପଣ ନିଜ ଜୀବନଟାକୁ ଏପରି ନଷ୍ଟ କରିଦେବାକୁ କାହିଁକି ଯାଉଛନ୍ତି-। ଏମିତି ତପସ୍ୟା ତ ସାଇବାଣୀମାନେ କରୁନାହାନ୍ତି ? ଏବେ ଟିକିଏ ଗରିବର କଥା ଶୁଣନ୍ତୁ !’’ ଯମୁନା ତା’ କଥା ଶୁଣିବାପାଇଁ ଆଗ୍ରହ ପ୍ରକାଶ କରିବାରୁ ସେ ଆରମ୍ଭ କଲା—‘‘ଯେଉଁ ଘୋଡ଼ାରେ ମୁଣ୍ଡରେ ଧଳା ଚିହ୍ନ ଅଛି, ତା’ର ଆଗ ବାଆଁ ପଟ ଗୋଡ଼ର ସରି ଯାଇଥିବା ନାଲ ଚନ୍ଦ୍ରଗ୍ରହଣ ସମୟରେ ନିଜ ହାତରେ କାଢ଼ି ଆଣି ସେଥିରେ ମୁଦି ଗଢ଼େଇ ଲଗେଇଲେ ସବୁ କାମନା ପୂର୍ଣ୍ଣ ହୋଇଯିବ-।’’

 

ଯମୁନା ଏଥିରେ ଆଗ୍ରହ ପ୍ରକାଶ କଲାନି । କାରଣ ଚନ୍ଦ୍ର ଗ୍ରହଣ କେବେ ହେବ କିଏ ଜାଣେ ! କିନ୍ତୁ ରାମଧନଠାରୁ ଜଣାଗଲା ଯେ ତିନିଦିନ ପରେ ଚନ୍ଦ୍ର ଗ୍ରହଣ ପଡ଼ୁଛି । ମୁସୁକିଲ୍‌ କଥା, ନାଲ ତ ନୂଆ ଲାଗିଛି । ତିନିଦିନ ମଧ୍ୟରେ ସେ ସରିବ କେମିତି ! ନୂଆ ନାଲରେ କିଛି ଲାଭ ହେବନାହିଁ ।

 

‘‘ତା’ ହେଲେ କଣ କରାଯିବ ? ତୁ କିଛି ଉପାୟ ବତା ।’’

 

‘‘ସାଆନ୍ତାଣି, ଗୋଟିଏ ଉପାୟ ଅଛି ।’’

 

‘‘କ’ଣ ?

 

‘‘ନିହାତି ପକ୍ଷେ ଆମ ବଗି ଯଦି ବାରମାଈଲ ବାଟ ଚାଲନ୍ତା, ତା’ ହେଲେ କାମ ହେଇଯାଆନ୍ତା, କିନ୍ତୁ ସାଆନ୍ତେ ତ କୁଆଡ଼େ ଯାଆନ୍ତି ନାହିଁ । ମୋତେ ଏକୁଟିଆ ନେଇ ଯିବାକୁ ବି ଦେବେନି । ଆପଣ ଯଦି ଯାଆନ୍ତେ ତ ଠିକ୍‌ ହୁଅନ୍ତା ।’’

 

‘‘କିନ୍ତୁ ବାର ମାଇଲ ବାଟ କୁଆଡ଼େ ଯିବା ?’’

 

‘‘କ’ଣ କହୁଛନ୍ତି ସାଆନ୍ତାଣି ! ଆପଣ ଟିକିଏ ଜଲ୍‌ଦି ଉଠି ପଡ଼ିବେ । ରାତି ଦିଟା ଅଢ଼େଇଟାରୁ ବାହାରିପଡ଼ିବା । ଗଙ୍ଗା ଆରପଟେ ପକ୍‌କା ସଡ଼କ । ବାରମାଇଲ ବାଟ ବୁଲେଇ ଆଣି ଠିକ୍‌ ସମୟରେ ପହଁଚାଇ ଦେବି । ତିନିଟା ଦିନ କଥା ତ ।’’

 

ଯମୁନା ରାଜି ହୋଇଗଲା । ତିନି ଦିନ ଯାଏ ବଗି ସେହିପରି ଯାଏ । ରାମଧନର ଅନ୍ଦାଜ ଠିକ୍‌ ହେଲା । ତୃତୀୟ ଦିନ ଚନ୍ଦ୍ର ଗ୍ରହଣ ସମୟରେ ନାଲ ବାହାରକରି ମୁଦି କରାଗଲା । ମୁଦିର ମହିମା ଦେଖ ! ଅଳ୍ପଦିନ ଭିତରେ ଜମିଦାର ସାହେବଙ୍କର ଘରେ ମଙ୍ଗଳିକ ବାଜା ବାଜିଉଠିଲା । ନର୍ସକୁ ପୁରସ୍କାର ମିଳିଲା ଶହେ ଏକଟଙ୍କା ।

 

ଜମିଦାର ବିଚରା ବୁଢ଼ା ହୋଇଯାଇଥିଲେ । ତାଙ୍କୁ ବଡ଼ କଷ୍ଟ ହୋଇଥାଏ । ଉତ୍ତରାଧିକାରୀଟିଏ ବି ମିଳିଯାଇଥିଲା । ଏଣୁ ଭଗବାନ ତାଙ୍କପ୍ରତି ସଦୟ ହୋଇ ନିଜ ଦରବାରକୁ ଶୀଘ୍ର ଡକାଇନେଲେ । ଯମୁନା ପତି ବିୟୋଗରେ ମୁଣ୍ଡ ବାଡ଼େଇଦେଲା । ଚୁଡ଼ି ଉତାରି ଦେଇ ଖାଇବା-ପିଇବା ଛାଡ଼ିଦେଲା । ଶେଷରେ ପାଖ-ପଡ଼ିଶାର ଲୋକେ ବୁଝେଇଲେ—ଛୋଟପିଲା, ତା’ ମୁହଁ ଧୈର୍ଯ୍ୟ ଧରିବା ଦରକାର । ଯାହା ହେବାର ଥିଲା ହେଲା । ସଂସାରରେ କେହି ରହି ନାହିଁ କି ରହିବ ନାହିଁ । କାଳ ଦିନେ ନା ଦିନେ ସମସ୍ତଙ୍କୁ ନେବ । ଏପରି ବହୁତ ବୁଝାଇବା ପରେ ସାନ୍ତ୍ୱନା ପାଇ ଯମୁନା ଲୁହ ପୋଛି, ଧୈର୍ଯ୍ୟ ଧରି ଘରଦ୍ୱାର ସମ୍ଭାଳିଲା । ବହୁତ ବଡ଼ କୋଠି । ଏକୁଟିଆ ରହିବା ବିଧବା ପକ୍ଷେ ଅସମ୍ଭବ ଓ ଅନୁଚିତା ମଧ୍ୟ । ଏଣୁ ସେ ରାମଧନକୁ ତା’ ଭିତରୁ ଗୋଟିଏ କୋଠରୀରେ ରଖାଇ ଦେଇ ପବିତ୍ର ଭାବେ କାଳାତିପାତ କରିବାକୁ ଲାଗିଲା ।

 

ଯମୁନା କାହାଣୀ ସମାପ୍ତ ହୋଇଯାଇଥାଏ । କିନ୍ତୁ ଆମେ ଆଶ୍ଚର୍ଯ୍ୟ ହେଲୁ, ଏ ଘସରା ନାଲ ମାଣିକଙ୍କୁ ମିଳିଲା କେଉଁଠୁ, ସେତ ମୁଦି ହୋଇସାରିଥିଲା ! ପଚାରିବାରେ ଜଣାଗଲା ଯେ ଦିନେ ରେଳଗାଡ଼ିରେ ରାମଧନ ସହିତ ତାଙ୍କର ହଠାତ୍‌ ଦେଖା ହୋଇଯିବାରୁ ତା’ର ସିଲ୍‍କ୍‌ କୁରୁତା, ପାନ-ଡିବା ଆଦି ଆଡ଼ମ୍ବର ଦେଖି ମାଣିକ ଚକିତ ହୋଇପଡ଼ିଲେ । ତାଙ୍କୁ ଦେଖିବାମାତ୍ରେ ସେ ତାର ଭାଗ୍ୟୋଦୟର ସମସ୍ତ ଘଟଣା ଶୁଣାଇଲା ଏବଂ ଘୋଡ଼ା ନାଲର ମହିମା ମଧ୍ୟ । ତା’ପରେ ସେ ଗୋଟିଏ ନାଲ ମାଣିକଙ୍କ ପାଖକୁ ପଠାଇ ଦେଇଥିଲା । କିନ୍ତୁ ସେ ତାକୁ ମୁଦି ନ କରି ବଡ଼ ଯତ୍ନ ସହକାରେ ରଖିଛନ୍ତି । କାହାଣୀ ଶେଷ କରି ସେ ଶ୍ୟାମ ଆଡକୁ ଚାହିଁ କହିଲେ–‘‘ଦେଖ ଶ୍ୟାମ, ଭଗବାନ ଯାହା କରନ୍ତି ମଙ୍ଗଳପାଇଁ । ଶେଷରେ ଯମୁନାକୁ କେତେ ସୁଖ ନ ମିଳିଲା ? ତୁମେ ବୃଥାରେ ଦୁଃଖିତ ହେଉଥିଲ ସିନା ?’’

 

ପ୍ରସନ୍ନ ଚିତ୍ତରେ ଶ୍ୟାମ ସ୍ୱୀକାର କଲା ଯେ ସେ ଅକାରଣରେ ଦୁଃଖିତ ହେଉଥିଲା । ପୁଣି ମାଣିକ ଆରମ୍ଭ କଲେ—‘‘ଆଚ୍ଛା କହ, ଏ କଥାରୁ ସାର କ’ଣ ବାହାରୁଛି ?’’ ଆମମାନଙ୍କୁ ମଧ୍ୟରୁ କେହି କିଛି କହି ନ ପାରିବାରୁ ସେ କହିବାକୁ ଲାଗିଲେ—‘‘ଏ କଥାର ସାର ହେଉଛି, ଦୁନିଆରେ କୌଣସି କାମ ଖରାପ ନୁହେଁ । କୌଣସି କାମକୁ ଖରାପ ଦୃଷ୍ଟିରେ ଦେଖିବା ବି ଅନୁଚିତ, ବଗି ଚଳାଇବା ନ ହେଲା କାହିଁକି !’’

 

କାହାଣୀର ଏ ଉଦ୍ଦେଶ୍ୟ ଭାରି ଭଲ ଲାଗିଲା ଆମମାନଙ୍କୁ । ଆମେ ସମସ୍ତେ ଶପଥ କଲୁ ଆଜିଠାରୁ କୌଣସି କାମକୁ ଖରାପ ଦୃଷ୍ଟିରେ ଦେଖିବୁନି, ତା’ ଯେ କୌଣସି କାମ ହେଉ ପଛକେ । ଏପରିଭାବେ ମାଣିକଙ୍କର ଦ୍ୱିତୀୟ ତତ୍ତ୍ୱମୁଳକ କାହାଣୀ ‘ଘୋଡ଼ାର ନାଲ’ ଶେଷ ହେଲା-

 

ଅନଧ୍ୟାୟ

 

ଯମୁନାର ଜୀବନ-ଗାଥା ଶେଷ ହୋଇଯାଇଥାଏ । ତା’ ଜୀବନର ଏପରି ସୁଖଦ ସମାଧାନ ଦେଖି ଆମେମାନେ ବଡ଼ ଆନନ୍ଦ ଅନୁଭବ କରୁଥାଉ । ଯେପରି ସମସ୍ତ ରସର ପରିଣତ ଶାନ୍ତ ବା ନିବେଦରେ ହୁଏ, ଠିକ୍‌ ସେହିପରି ଅଭାଗିନୀ ଯମୁନା-ଜୀବନର ସମସ୍ତ ସଂଘର୍ଷ ଓ ପୀଡାର ପରିଣତି ମାତୃତ୍ୱରେ ପ୍ଲାବିତ, ଶାନ୍ତ, ନିଷ୍କମ୍ପ ଦୀପ ଶିଖାପରି ପ୍ରକାଶମାନ, ପବିତ୍ର ଏବଂ ନିଷ୍କଳଙ୍କ ବୈଧବ୍ୟରେ ହିଁ ହେଲା ।

 

ରାତିରେ ଆମେମାନେ ନିଜ-ନିଜର ଖଟିଆ ଆଉ ମାଣ୍ଡି-ମୂଚୁଳା ଜାକି ବୈଦ୍ୟଙ୍କ ଚାନ୍ଦିନୀରେ ଏକାଠି ହେଲୁ । ଯମୁନାର ଜୀବନ–ଗାଥା ଆମମାନଙ୍କ ମୁଣ୍ଡରେ ଘାରି ହେଇଥାଏ । ସେଇକଥା ନେଇ ଆମ ଭିତରେ ଖୁବ୍‌ ଘଣ୍ଟା-ଚକଟା । ତା’ର ନାଟକୀୟ ବିବରଣୀ ହେଉଛି—

 

ମୁଁ— (ଖଟ ଉପରେ ବସି, ତକିଆ ଉଠେଇ କୋଳରେ ରଖୁ ରଖୁ) ଭାଇ, କାହାଣୀ ବଡ଼ ବଢ଼ିଆ !

 

ଓଁକାର— (ହାଇମାରି)......ହୁଁ

 

ପ୍ରକାଶ— (କର ଲେଉଟାଇ) କିନ୍ତୁ ତୁମେ ତା’ ଅର୍ଥ ବୁଝିଲେଟି ?

 

ଶ୍ୟାମ— (ଉତ୍ସାହର ସହିତ) କାହିଁକି, ସେଥିରେ କି କଠିନ ଭାଷା ଥିଲା କି ?

 

ପ୍ରକାଶ— ଏହା ହିଁ ତ ମାଣିକଙ୍କ କାହାଣୀର ବିଶେଷତା । ଯଦି ଟିକିଏ ସଚେଇ ହୋଇ ଦେଇ ନ ଶୁଣ ତା’ହେଲେ ତାଙ୍କୁ କାହାରିରୁ କୌଣସି ତଥ୍ୟ ପାଇପାରିବା ବଡ଼ କଷ୍ଟକର । ହଉ, କାହାଣୀ ବିଷୟରେ ତୁମର ବିଚାର କ’ଣ ? ......ତୁମେ ହିଁ କୁହ ?

 

ମୁଁ— (ଏତେବେଳେ ଟିକେ ଆଲୋଚନା କରିଦେବା ବିଦ୍‌ବତାର ପରିଚାୟକ ହେବ ଭାବି କହିଲି) ମୁଁ ତ ବୁଝିପାରୁନି ମାଣିକ ଯମୁନାପରି ନାୟିକାର କାହାଣୀ କାହିଁକି କହିଲେ ? ଶକୁନ୍ତଳାପରି ଅତି ସରଳହୃଦୟା, ରାଧାପରି ଅତି ପବିତ୍ରା ଅଥବା ଅତ୍ୟାଧୁନିକା ସୁନୀତାପରି ସାହାସିକା ବା ଦେବସେନାପରି ଆଦର୍ଶ ଚରିତ୍ରବତୀ କିମ୍ବା ‘ଶେଖର’ ର ଶଶୀବଶୀପରି ନାୟିକାର କାହାଣୀ କହିଥିଲେ କେଡ଼େ ଭଲ ହୋଇଥାନ୍ତା !

 

ପ୍ରକାଶ-ଆଚ୍ଛା କହିଲ, ଜୀବନରେ ଅଧିକାଂଶ ନାୟିକା ଯମୁନାପରି ଦେଖାଯାନ୍ତେ କି ରାଧା, ସୁଧା, ସୁନୀତା ଅଥବା ଦେବସେନାପରି ?

 

ମୁଁ— (କଥା ଟାଳିଦେବା ଉଦ୍ଦେଶ୍ୟରେ) କହିପାରିବି ନି । ମୋର ନାୟିକାମାନଙ୍କ ବିଷୟରେ ମୋଟା ଧାରଣା ନାହିଁ । ଏ ସମ୍ପର୍କରେ ତୁମେ ହିଁ ଭଲରୂପେ କହିପାରିବ ।

 

ଶ୍ୟାମ—ଭାଇ, ଆମ ଦୁର୍ଭାଗ୍ୟରୁ ଶହକେ ନବେ ଲୋକ ଯମୁନା ଅବସ୍ଥାରେ ହିଁ ଦେଖାଯାନ୍ତି । ଏଥିରୁ ଆମର ଯାଏ-ଆସେ କେତେ ? କାହାଣୀକାରକୁ ସତ୍ୟ,ଶିବ ଓ ସୁନ୍ଦରର ଚିତ୍ରଣ କରିବା ଦରକାର ।

 

ପ୍ରକାଶ—ତା ତ ଠିକ୍‌, ଧରିନିଅ କୌଣସି ଅକାତକାତ ପାଣିଥିବା ହ୍ରଦ ଉପରେ ଅଧ ଇଞ୍ଚେ ବରଫ ଜମିଛି । ସେଠି ଜଣେ ଛିଡା ହୋଇ ବରଫର ସୂଚନା ମାତ୍ର କିନ୍ତୁ ପାଣି ସମ୍ବନ୍ଧରେ କିଛି କହୁନାହିଁ, ତା’ ହେଲେ ସେ । ସେ ବାଟୋଈମାନଙ୍କୁ ଧପୋଉ ନାହିଁ ?

 

ମୁଁ–ନିଶ୍ଚୟ !

 

ପ୍ରକାଶ-ବାଟୋଇ ବରଫ ଦେଇ ଯିବାବେଳେ ଦେଇ ଯଦି ଅକାତକାତ ପାଣିରେ ଡୁବିଯାଏ, ସେ ପାପ କାହାକୁ ଲାଗିବ ? ....ଗାଡ଼ିକୁ ଲାଗିବନି ?

 

ଶ୍ୟାମ–ତା’ କଣ ଲାଗନ୍ତାନି ?

 

ପ୍ରକାଶ–ଠିକ୍‌ ସେହିପରି, ମାଣିକ ତୁମମାନଙ୍କୁ ସେହି ଅକାତକାତ ପାଣିର ଧାରଣା ଦେଉଛନ୍ତି; ଯେଉଁଠାରେ ମୃତ୍ୟୁ, ଅନ୍ଧକାର, କଳୁଷ ଆଦି ପୂରିରହିଛି । ଏକେତ ଅନ୍ୟ ରାସ୍ତା ଦେଖ, ନାହିଁ ତ ପାଣିରେ ବୁଡି ମର–କିନ୍ତୁ ଏ ଅଧଈଞ୍ଚେ ବରଫଦ୍ୱାରା ତୁମର ରକ୍ଷା ହୋଇପାରିବ ନାହିଁ । ଏକ ଦିଗରେ ଆଧୁନିକ ଲୋକମାନଙ୍କୁ ରୋମାଣ୍ଟିକ୍‌ ଦୃଷ୍ଟିକୋଣ ଓ ଭାବୁକତା; ଅନ୍ୟ ଦିଗରେ ବୃଦ୍ଧମାନଙ୍କ ମୂଲ୍ୟହୀନ ଆଦର୍ଶ ଓ ମିଥ୍ୟା ଅବୈଜ୍ଞାନିକ ମର୍ଯ୍ୟାଦା । ଏହା ଠିକ୍‌ ସେହି ଅଧ ଇଞ୍ଚେ ବରଫ ପରି, ଯାହା କି ପାଣିର ସେ ଭୟଙ୍କର ଅଗାଧତାକୁ ଲୁଚେଈ ରଖିଛି ।

 

(ଏସବୁ ଶୁଣି ଶୁଣି ଓଁ କାର, ମୁଁ ଓ ଶ୍ୟାମ ବିରକ୍ତ ହୋଇ ଯାଇଥିଲୁ । ଭାବୁଥିଲୁ, ଏ ଲେକ୍‌ଚର କେତେବେଳେ ବନ୍ଦ ହେବ !)

 

ପ୍ରକାଶ–(ବଡ଼ ଉତ୍ସାହର ସହିତ) ଯମୁନା ନିମ୍ନ-ମଧ୍ୟବିତ୍ତ ଶ୍ରଣୀର ଏକ ଭୟାନକ ସମସ୍ୟା । ଆର୍ଥିକ ବ୍ୟବସ୍ଥା ଅନ୍ତଃସାରଶୂନ୍ୟ ହୋଇଯିବା ଯୋଗୁଁ ବିବାହ, ପରିବାର, ପ୍ରେମ ଆଦିର ମୂଳ ଦୋହଲି ପଡିଛି–ସମାଜରେ ଅନୈତିକତା ଭରିରହିଛି; କିନ୍ତୁ ଏଥିପ୍ରତି କାହାର ଦୃଷ୍ଟି ନାହିଁ । ବାସ୍ତବିକ ଜୀବନର ବ୍ୟବସ୍ଥା ସମ୍ପୂର୍ଣ୍ଣ ବଦଳେଈ ଦେବାକୁ ହେବ ।

 

(ମୁଁ ବିରକ୍ତିରେ ହାଇ ମାରିବାକୁ ଲାଗିଲି ।)

 

କଣ ତୁମକୁ ଆସିଲାଣି କି ? ସେଥିପାଇଁ ମୁଁ ବହୁବାର କହିଲିଣି ଅନ୍ୟ କିଛି ପଢ଼ାପଢ଼ି କର; ଖାଲି ଉପନ୍ୟାସ ପଢ଼ି ଲାଭ କଣ ? ଗମ୍ଭୀର ବିଷୟ ପଢ । ସେଥିମଧ୍ୟରୁ ସମାଜର ରୀତି-ନୀତି, ପ୍ରଗତି ଆଉ ତା’ର ଆର୍ଥିକ ସ୍ଥିତି, ପୂଣି ସେଥିରେ ସାହିତ୍ୟର ସ୍ଥାନ ଇତ୍ୟାଦି ଜାଣିପାରିବ; ସଭ୍ୟଜୀବନ ସକାଶେ ଏହା ଅତ୍ୟନ୍ତ ଆବଶ୍ୟକ ।

 

ମୁଁ–(ସମ୍ଭାଳି ନ ପାରି ମଝିରେ କହିପକାଇଲି ) ତୁମେ ଅଧିକ ଗୁଡ଼େ କ’ଣ ପଡିଛ କହିଲ ? (ଲୋକଙ୍କ ଉପରେ ପ୍ରକାଶର ପାଣ୍ଡିତ୍ୟର ପ୍ରଭାବ ପଡୁଥିବାର ଦେଖି ଓ ନିଜକୁ ପଛରେ ନ ପକାଇବା ଉଦ୍ଦେଶ୍ୟରେ) ମୁଁ ମଧ୍ୟ

 

ଏହାର ମାର୍କସ୍‌ବାଦୀ ବ୍ୟାଖ୍ୟା କରିପାରେ ।

 

ପ୍ରକାଶ–କ’ଣ, କିପରି ବ୍ୟାଖ୍ୟା କରିପାରିବ ?

 

ମୁଁ–(ଜୋର ଦେଇ) ମାର୍କସ୍‌ବାଦୀ !

 

ଓଁ କାର-ଆରେ ଭାଇ ସେତିକି କର !

 

ଶ୍ୟାମ—ମୋତେ ନିଦ ଲାଗିଲାଣି ।

 

ମୁଁପ୍ରକୃତରେ ଏହାର ମାର୍କସ୍‌ବାଦୀ ବ୍ୟାଖ୍ୟା ଏପରି କରା ଯାଇପାରେ–ଯମୁନା ମନୁଷ୍ୟତାର ପ୍ରତୀକ । ମଧ୍ୟବର୍ଗ (ମାଣିକ ମୂଲ୍ଲା) ଓ ସାମନ୍ତବର୍ଗ (ଜମିଦାର) ତାକୁ ଉଦ୍ଧାର କରିବାରେ ସମ୍ପୂର୍ଣ୍ଣ ଅସମର୍ଥ ହୋଇପାରିଛି ।

 

ପ୍ରକାଶ—କ’ଣ (ଟିକିଏ ରହି ତା’ପରେ ମୁଣ୍ଡରେ ହାତମାରି) ବିଚରା ମାର୍କସ୍‌ବାଦ ବଡ଼ ଅଭାଗା । ସାରା ଦୁନିଆରେ ବିଜୟର ପତାକା ଉଡାଇ ଆସିଲା; କିନ୍ତୁ ଭାରତକୁ ଆସି ରାହୁହାତରେ ପଡ଼ିବ । ଖାଲି ତୁମେ କଣ, ଲୋକେ ତାର ଏପରି ବ୍ୟାଖ୍ୟା କରୁଛନ୍ତି ଯେ ସେ ନିଜ ଭାଗ୍ୟକୁ ନିନ୍ଦୁଛି ।’’ (ଏତିକି କହି ଜୋରେ ହସି ଉଠିଲା ପ୍ରକାଶ । ତା’ର ଏଭଳି ବ୍ୟବହାରରେ ମୁଁ ବିଶେଷ ମ୍ରିୟମାଣ ହୋଇପଡିଲା ।)

.

ବୈଦ୍ୟଙ୍କ ସ୍ତ୍ରୀ—(ନେପଥ୍ୟରୁ) ମୁଁ ପଚାରୁଛି ଏଇଟା କଣ ଚାନ୍ଦିନୀ ନା ମାଛ ହାଟ ? ଯାହାର ଇଚ୍ଛା ହେଉଛି, ସେ ଖଟିଆ ଧରି ଏଠାକୁ ଚାଲି ଆସୁଛି । ଅଧରାତିଯାଏ ଏଇଠି ବାହାଘର ଲାଗିରହିଛି । କାଲିଠାରୁ ଏଇଠିକି ଆସିବାପାଇଁ ଏମାନଙ୍କୁ ମନା କରିଦିଅ ।

 

ବୈଦ—(ଥରଥର ସ୍ୱରରେ) ଆରେ, ପିଲାମାନଙ୍କୁ ଟିକିଏ ହସିବାକୁ ଦିଅ ! ତୁମର ନିଜର ପିଲା ନାହିଁ, ଅନ୍ୟ ପିଲାଙ୍କୁ କାହିଁକି କାମୁଡ଼ି ଗୋଡ଼ୋଉଛ ! (ଆମେମାନେ ଚୁପ୍‍ ହୋଇଗଲୁ-। ମୁଁ ଟିକିଏ ଥକିଯାଇଥିଲି, ଶୋଇପଡ଼ିଲି । ନିମ୍ବ ଗଛରୁ ନିଦ ପରୀମାନେ ଓହ୍ଲାଇ ଆସି ପଲକ ଉପରେ ଝମ ଝମ ନାଚିବାକୁ ଲାଗିଲେ ।)

Image

 

 

 

 

 

 

 

 

 

 

 

 

 

ତୃତୀୟ ଦ୍ୱିପ୍ରହର

 

ବିନାଶୀର୍ଷକରେ

 

ରାତିରେ ପବନ ଏକଦମ୍ ବନ୍ଦ ହୋଇଯାଇଥାଏ । ସକାଳୁ ଉଠି ଦେଖୁଁ ତ ଗରମ ଅତି ମାତ୍ରାରେ ବଢ଼ିଯାଇଥାଏ । ଆମେ ସବୁ ଝାଳରେ ସୁଡ଼ୁସୁଡ଼ୁ ହୋଇଥାଉ । ମନବୋଧ କରି ସେଦିନ ଖୁବ୍ ଗାଧୋଇଲୁ; କିନ୍ତୁ ଗରମର ବାହାରେ ଏଭଳି ଗରମ ହେଉଛିକି ନାହିଁ, ସେ କଥା କିଏ କହିବ-! କିନ୍ତୁ ଯେଉଁଦିନ ଏପରି ଗରମ ହୁଏ, ସେଦିନ ସବୁ କାମ ବନ୍ଦ । ସରକାରୀ ଅଫିସରେ କିରାଣିମାନେ କାମ କରିପାରନ୍ତି ନାହିଁ । ସୁପରିଣ୍ଟେଣ୍ଡେଣ୍ଟ ହେଡ଼୍‌ ଆସିଷ୍ଟାଣ୍ଟମାନଙ୍କ ଉପରେ, ହେଡ଼ ଆସିଷ୍ଟାଣ୍ଟମାନେ ଆସିଷ୍ଟାଣ୍ଟମାନଙ୍କ ଉପରେ ଏବଂ ଆସିଷ୍ଟାଣ୍ଟମାନେ ଚପରାଶିମାନଙ୍କ ଉପରେ ବିରକ୍ତ ହୁଅନ୍ତି । ଚପରାଶିମାନେ ପାଣିବାଲାଙ୍କୁ, ମାଳିମାନଙ୍କୁ ଏବଂ କାନ୍ଥକୁ ଗାଳି ଦେଇ ଦେଇ କାମରେ ଲାଗିପଡ଼ନ୍ତି । ଦୋକାନୀମାନେ ସଉଦା ନ ଦେଇ ବାହାନା ଦେଖେଈ ଗରାକଙ୍କୁ ଫେରେଈ ଦିଅନ୍ତି । ରିକ୍‌ସାବାଲାମାନେ ଏତେ ପଈସା ମାଗନ୍ତି ଯେ ଚଢିବା ଲୋକେ ପଈସାର ନାଁ ଶୁଣି ନିରାଶ ହୋଇପଡନ୍ତି । ଏ ସମସ୍ତ ସାମାଜିକ ବିଭ୍ରାଟର ମୂଳ କାରଣ ଐତିହାସିକ ଦ୍ୱନ୍ଦ୍ୱାତ୍ମକ ପ୍ରଗତିର ସିଦ୍ଧାନ୍ତ ନୁହେଁ; ଏହା କେବଳ ଗରମ-ଟେମ୍ପରେଚର୍—୧୧୨ ଡିଗ୍ରୀ ଫ୍ୟାରେନହିଟ-!

 

କିନ୍ତୁ ଏତେ ଗରମ ହେଲେ ବି ଆମେ ମାଣିକଙ୍କଠାରୁ କାହାଣୀ ଶୁଣିବାର ମୋହ ସମ୍ବରଣ କରିପାରିଲୁ ନାହିଁ । ଠିକ୍ ସମୟରେ ସମସ୍ତେ ଉପସ୍ଥିତ ହୋଇଗଲୁ । ସେଇଠି ପହଞ୍ଚୁ–ପହଞ୍ଚୁ ସମସ୍ତଙ୍କ ମୁହଁରୁ ଏକସ୍ୱରରେ ବାହାରି ପଡ଼ିଲା—ଆଜି ବଡ଼ ଗରମ ।

 

‘‘ହଁ, ଆଜି ବଡ଼ ଗରମ, ଓହୋ!’’ ପ୍ରକାଶ ଆସି ପହଞ୍ଚିଲାମାତ୍ରେ ସମସ୍ତେ କହିଉଠିଲେ–ଆଜି ବଡ଼ ଗରମ । ସେ ତଳ ଝାଡ଼ୁ-ଝାଡ଼ୁ ଅଫଲାତୁନ ପରି ଗମ୍ଭୀର ହୋଇ (ମୋର ଏହି ବିରକ୍ତିପୂର୍ଣ୍ଣ ଟିପ୍‌ପଣୀ ସକାଶେ କ୍ଷମା କରିବେ ! କାରଣ କାଲି ରାତିରେ ମୋ ମାର୍କସ୍‌ବାଦର ବ୍ୟାଖ୍ୟକୁ ନେଇ ସେ ମୋତେ ଅପମାନିତ କରିଥିଲା ଏବଂ ପ୍ରକୃତ ମାର୍କସ୍‌ବାଦୀଙ୍କପରି ମୁଁ ମଧ୍ୟ ବିରକ୍ତ ହୋଇଉଠିଥିଲି । ଏଣୁ ନିଶ୍ଚୟ କରିସାରିଥିଲି ଯେ ସେ ଠିକ୍ କଥା କହିଲେ ବି ମୁଁ ତାର ଅବଶ୍ୟ ବିରୋଧ କରିବି) କହିଲା—‘‘ଆପଣମାନଙ୍କ ଜୀବନରେ ଯେଉଁ ଉଷ୍ଣତା ଓ ବ୍ୟାକୁଳତା ପୂରିରହିଛି, ତା’ ତୁଳନାରେ ତ ଏ ଗରମ କିଛି ନୁହେଁ । ଆମ ନିମ୍ନ-ମଧ୍ୟବିତ୍ତଶ୍ରେଣୀ ଲୋକଙ୍କ ଜୀବନରେ ତ ତାଜା ପବନର ଟିକିଏ ହେଲେ ନା’ଗନ୍ଧ ସୁଦ୍ଧା ନାହିଁ । ପ୍ରାଣ ବାହାରିଯାଉନା କାହିଁକି ପତ୍ରଟିଏ ବି ହଲୁନି । ସୂର୍ଯ୍ୟଙ୍କର ଆଲୋକ ଦେବା କଥା; କିନ୍ତୁ ସେ ଜାଳିପୋଡ଼ି ଭସ୍ମ କରିଦେଉଛନ୍ତି-। ଏଥିପାଇଁ କଣ କରାଯିବ କିଛି ଜଣା ପଡ଼ୁନାହିଁ । କୌଣସି ପ୍ରକାରେ ବର୍ତ୍ତମାନ ତଟକା ପବନ ଚାଲିବା ଦରକାର—‘ଲୁ’ ହେଉପଛକେ ।’’

 

ପ୍ରକାଶର ଏହି ମୂର୍ଖତାପୂର୍ଣ୍ଣ କଥାରେ କେହି କିଛି କହିଲେ ନାହିଁ । (କ୍ଷମା କରିବେ, ମୁଁ ମିଛ କହୁଛି । କାରଣ ପ୍ରକାଶର ଏ ମତକୁ ମାଣିକ ଯଥେଷ୍ଟ ସମର୍ଥନ କରିଥିଲେ । ଏପରି ମିଛ କହିବାର କାରଣ ମୁଁ ପୂର୍ବରୁ କହିସାରିଛି–ଭିତରେ ଭିତରେ ମୁଁ ତା’ପ୍ରତି ଖୁବ୍ ଚିଡ଼ୁଥିଲି ।)

 

ବର୍ତ୍ତମାନ ମାଣିକ ପୁଣି ଆରମ୍ଭ କଲେ—ପ୍ରେମ ବିଷୟକ କୌଣସି କଥା କହିଲାବେଳେ ମୋର ଉଦ୍ଦେଶ୍ୟ ଆର୍ଥିକ ସ୍ଥିତି ଉପରେ ନିର୍ଭର ଥାଏ । ବାସ୍ତବିକ ଆର୍ଥିକ ସ୍ଥିତି ଆମ ମନ ଉପରେ ବଡ଼ ବିଚିତ୍ର ପ୍ରଭାବ ପକାଏ । ଏଣୁ ମନର ସମସ୍ତ ଭାବନା କୌଣସି ପ୍ରକାର ସ୍ୱାଧୀନ ହୋଇପାରେ ନାହିଁ । ତା’ଛଡ଼ା ଆମଭଳି ନିମ୍ନ-ମଧ୍ୟବିତ୍ତଶ୍ରେଣୀ ଲୋକଙ୍କର ଜାତିପରମ୍ପରା, ମାନମର୍ଯ୍ୟାଦା, ରୀତି-ନୀତି ଆଦି ବହୁ ପୁରୁଣା ଓ ବିଷାକ୍ତ ହୋଇପଡ଼ିଛି । ଆମେମାନେ ଏସବୁର ନିରର୍ଥକ ପ୍ରଭାବରେ ପ୍ରଭାବିତ ହୋଇ ଯନ୍ତ୍ରବତ୍ କାମ କରି ଚାଲିଥାଏ । ଏଥିପାଇଁ ଆମମାନଙ୍କ ଉଚ୍ଚ କଳ୍ପନା ଓ ଉଦାର ମନୋଭାବ ନଷ୍ଟ ହୋଇଯାଇଥାଏ ଏବଂ ବିଚିତ୍ର ଜଡ଼ ମୂର୍ଚ୍ଛନା ଆମମାନଙ୍କୁ ଗ୍ରାସ କରି ନେଇଥାଏ ।

 

ପ୍ରକାଶ ଏହାକୁ ସମର୍ଥନ କଲାବେଳକୁ ମୁଁ ତା’ର ଖଣ୍ଡନ କରି କହିଲି—‘‘କିନ୍ତୁ ମନୁଷ୍ୟକୁ ସଦା-ସର୍ବଦା ସଚୋଟ ହେବା ଦରକାର । ଦିନକୁ ଦିନ ଏତେ ନୀଚ ହୋଇପଡ଼ିବା ଉଚିତ ନୁହେଁ ।’’ ମାଣିକ କହିଲେ—‘‘ଏହା ନିରାଟ ସତ୍ୟ; କିନ୍ତୁ ସମ୍ପୂର୍ଣ୍ଣ ସାମାଜିକ ବ୍ୟବସ୍ଥାରେ ବେଇମାନି ବ୍ୟାପିରହିଛି । ଜଣକର ପ୍ରକୃତ ସଚୋଟପଣିଆ ସେଇଠି ପ୍ରକାଶ ପାଇବ, ସେ ଯଦି ଉକ୍ତ ବ୍ୟବସ୍ଥାଦ୍ୱାରା ଲଦାଯାଇଥିବା ସମସ୍ତ ନୈତିକ ବିକୃତି ଏବଂ ତଦ୍ଦ୍ୱାରା ଆରୋପିତ ମିଥ୍ୟା ମର୍ଯ୍ୟାଦାକୁ ସାହସର ସହ ଅସ୍ୱୀକାର କରିଦିଏ । କିନ୍ତୁ ଏପରି ବିପ୍ଳବ ଆମଦ୍ୱାରା ହୋଇପାରୁନାହିଁ-। ଏଣୁ ଆମେ ଯମୁନା ଘଟଣାଭଳି ବହୁ ଅବ୍ୟବସ୍ଥିତ ପରିସ୍ଥିତି ସହିତ ସାଲିସ୍‌ କରି ଚାଲିଛେ-।’’

 

‘‘କିନ୍ତୁ ସମସ୍ତେ ତ ଯମୁନା ନୁହଁନ୍ତି ?’’ ମୁଁ ପୁଣି ପଚାରିଲି ।

 

‘‘ହଁ ଯମୁନାପରି ନୁହଁନ୍ତି । କିନ୍ତୁ ଯେଉଁମାନେ ଏଈ ନୈତିକ ବିକୃତିରୁ ନିଜକୁ ଦୂରରେ ରଖି ମଧ୍ୟ ଏସମସ୍ତ ବ୍ୟବସ୍ଥା ବିରୁଦ୍ଧରେ ଲଢ଼ନ୍ତି ନାହିଁ, ସେମାନଙ୍କର ମର୍ଯ୍ୟାଦାଜ୍ଞାନ କେବଳ ପରିଷ୍କୃତ କାପୁରୁଷତା ବୋଲି ହିଁ ଧରିନେବାକୁ ହେବ । ସଂସ୍କାରକମାନଙ୍କ ଅନ୍ଧାନୁସରଣ କରୁଥିବା ଲୋକଙ୍କ ମହାନ୍ ବ୍ୟକ୍ତି କୁହାଗଲେ ଓ ସେମାନଙ୍କର ଭୂରି–ଭୂରି ପ୍ରଶଂସା ହେଲେ ମଧ୍ୟ ତାଙ୍କ ଜୀବନ ବଡ଼ କରୁଣ ଓ ଅତି ଭୟାବହ । ତଥାପି ସେମାନେ ଜୀବନର ଏହି ରହସ୍ୟକୁ କେବେ ବୁଝନ୍ତି ନାହିଁ କି ବୁଝିବାର ଚେଷ୍ଟା ବି କରନ୍ତି ନାହିଁ । ଘଣା-ବଳଦ ପରି କେବଳ ମାଡ଼ିଚାଲିଥାନ୍ତି । ଉଦାହରଣସ୍ୱରୂପ ମୁଁ ତୁମକୁ ତନ୍ନାର କାହାଣୀ ଶୁଣେଇବି । ତନ୍ନା କଥା ମନେ ଅଛି ନା ? ସେଈ ମହେଶ୍ୱର ଦଲାଲର ପୁଅ ମ ।’’

 

ବାଦ-ବିବାଦରେ ସମସ୍ତେ ବିରକ୍ତ ହୋଇପଡ଼ିଥିଲେ । ଅଯଥା ଯୁକ୍ତି-ତର୍କରେ ମନ ନ ବଳେଇ କାହାଣୀ କହିବାପାଇଁ ମାଣିକଙ୍କୁ ଅନୁରୋଧ କରାଗଲା । ସେ ଆରମ୍ଭ କଲାବେଳକୁ ‘‘ଏହାର ଶୀର୍ଷକ ?’’ ହଠାତ୍ ଓଁକାର ପଚାରି ଦେଲା । ସେ ବିରକ୍ତ ହୋଇ କହିଲେ—‘‘ଆରେ ଛାଡ଼, ମୁଁ କ’ଣ କୌଣସି ପତ୍ରିକାକୁ କାହାଣୀ ପଠାଇବି ଯେ ଗୋଟିଏ ଶୀର୍ଷକର ଆବଶ୍ୟକତା ପଡ଼ିବ ? ତୁମେ କାହାଣୀ ଶୁଣିବାକୁ ଆସିଛ ନା ଶୀର୍ଷକ ? ମୁଁ ସେପରି କାହାଣୀମାନଙ୍କମଧ୍ୟରେ ନୁହେଁ, ଯେଉଁମାନେ କି ଆକର୍ଷକ ବିଷୟବସ୍ତୁ ଅଭାବରେ ଆକର୍ଷକ ଶୀର୍ଷକ ଦେଇ ସମ୍ପାଦକ ଓ ପାଠକମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥାନ୍ତି । ମାଣିକ ଓଁକାରକୁ ବିରକ୍ତ ହେବାର ଦେଖି ଆମେମାନେ ମଧ୍ୟ ତାକୁ ପଦେ ଅଧେ ଶୁଣେଈଲୁ । ସେ ପୁଣି ଆମମାନଙ୍କୁ ବିରକ୍ତ ହେବାଯାଏ ଆମମାନଙ୍କର ଏ କାମ ଚାଲୁ ରହିଲା । ତା’ପରେ ସେ କାହାଣୀ କହିବା ଆରମ୍ଭ କଲେ–

 

‘‘ତନ୍ନାର ଭାଇ ନ ଥିଲା, ତିନୋଟି ଭଉଣୀ ଥିଲେ । ସବା ସାନ ଭଉଣୀଙ୍କୁ ଜନ୍ମ କରି ମା’ ମରି ଯାଇଥିଲେ । କେବଳ ବାପା ଥିଲେ, ଯେ କି ଏକ ନମ୍ବର ଦଲାଲ । ପିଲେ ଅତି ଛୋଟ । ତାଙ୍କର ଯତ୍ନ ନେବାକୁ କେହି ନ ଥିଲା । ଏଣୁ ମହେଶ୍ୱର ଇଚ୍ଛାପ୍ରକାଶ କଲେ–ଯଦି କୌଣସି ଭଲ ଘରର ସୁଶୀଳା ଝିଅଟିଏ ମିଳିଯାନ୍ତା, ସେ ତାକୁ ରଖି ନିଅନ୍ତେ—ପିଲାଙ୍କ ଯତ୍ନ ନେବାକୁ । ସେ’ ତ ବୁଢ଼ା ଲୋକ । ତାଙ୍କର ଆଉ କ’ଣ ବା ସ୍ତ୍ରୀ–ସଉକ? ଛି, ଛି, ଏକଥା ଭାବିବା ମଧ୍ୟ ତାଙ୍କ ପକ୍ଷରେ ପାପ ! ତାଙ୍କୁ ତ କେବଳ ପିଲାଙ୍କ ଚିନ୍ତା; ନଚେତ୍ ସେ ଏତକ ଦିନ ରାମନାମ ଜପି, ଭଜନ କୀର୍ତ୍ତନ ଓ ଗଙ୍ଗା-ସ୍ନାନ କରି କଟେଇ ଦିଅନ୍ତେ । କିନ୍ତୁ ତନ୍ନା ମା’, ତାଙ୍କ କଥା କାହିଁକି ପଚାରୁଛ ! ସେ ଦେବୀ ଥିଲେ, ଚାଲିଗଲେ । ମହେଶ୍ୱର ପାପୀ ତେଣୁ ରହିଗଲେ । କେବଳ ପିଲାଙ୍କ ମୁହଁ ଚାହିଁ କିଛି କରିପାରୁନାହାନ୍ତି । ନଚେତ୍ ହରିଦ୍ୱାର ଯାଇ ବାବା କାଳିକମଲିବାଲାଙ୍କ ଭଣ୍ଡାରରେ ଦିଓଳି ‘ଦି’ ବକ୍ତ ପକେଇ ଇହକାଳ ଓ ପରକାଳ ସୁଧାରିବାରେ ଲାଗିଯା’ନ୍ତେ ।

 

କିନ୍ତୁ ସାଇଯାକର ବୁଢ଼ୀମାନେ ଚେଷ୍ଟାକରି ମଧ୍ୟ ଭଲ ଝିଅଟିଏ ଜୁଟେଇ ପାରିଲେ ନାହିଁ-। ଶେଷରେ ନିରୁପାୟ ହୋଇ ପିଲାଙ୍କ ଯତ୍ନ ନେବାଲାଗି ସେ ଗୋଟିଏ ସ୍ତ୍ରୀ ଆଣିଲେ-

 

ସେ ମାଇକନିଆ ଆସିବାମାତ୍ରେ ପ୍ରଥମେ ମହେଶ୍ୱର ଦଲାଲପାଇଁ ଆରାମର ସମସ୍ତ ପ୍ରକାର ବ୍ୟବସ୍ଥାକଲା । ତା’ର ଖଟ-ବିଛଣା ସଫା ଏବଂ ହୁକା ଚିଲମ ଆଦି ଠିକ୍ କଲା । ତା’ପରେ ତିନି ଝିଅଙ୍କର ଚରିତ୍ର ଆଦିର ଖୁବ୍ ପରୀକ୍ଷା କରି ତନ୍ନାର ବାଜେ ଚରିତ୍ର ଆଦିର ଖୁବ୍ ପରୀକ୍ଷା କରି ତନ୍ନାର ବାଜେ ଖର୍ଚ୍ଚ ବନ୍ଦ କରିବାପାଇଁ ଯଥେଷ୍ଟ ଉଦ୍ୟମ କଲା । ଏହା ଛଡ଼ା ବଡ଼ ସାବଧାନତାରେ ଘରଦ୍ୱାର ସମ୍ଭାଳି ନେଲା । ଏଥିରେ ତନ୍ନା ଓ ତା’ ଭଉଣୀମାନଙ୍କୁ ଯେ କଷ୍ଟ ହେଉ ନ ଥାଏ, ତା’ ନୁହେଁ । କିନ୍ତୁ କରିବେ କଣ ? ନିରୁପାୟ !

 

ତନ୍ନାର ବଡ଼ ଭଉଣୀ ଘରର କାମଧନ୍ଦା କରେ, ବାସନକୁସନ ମାଜେ, ଅଗଣା ଘର ଝାଡ଼ୁ ଦିଏ; ଆଉ ରନ୍ଧାବଢ଼ା ମଧ୍ୟ କରେ । ଜନ୍ମରୁ ଛୋଟି ମଝିଆଁ ଭଉଣୀ ଘରକୋଣରେ ବସିଥାଏ, ନାହିଁ ତ କେବେ-କିମିତି ଅଗଣାରେ ଘୁସୁରି-ଘୁସୁରି । ଭାଇଭଉଣୀଙ୍କୁ ଗାଳି ଦେବାରେ ଲାଗିଥାଏ । ଛୋଟଟି ପଞ୍ଚୁଆ ଦୋକାନରୁ ଲୁଣ-ତେଲ, ସୋରିଷ-ମରିଚ ଆଦି ମସଲା କିଣି ଆଣେ । ତା’ଛଡ଼ା ବଜାରରୁ ଆଳୁ, ପିଆଜ, ମୂଳା, ବାଇଁଗଣ, ଲେମ୍ବୁ, ଅଦା ଇତ୍ୟାଦି ଆଣିବାରେ ବ୍ୟସ୍ତ ରହେ । ତନ୍ନା ସକାଳୁ ଉଠି ଘରସାରା ଧୁଏ, ବାଉଁଶରେ ଝାଡ଼ୁ ବାନ୍ଧି ଘରଯାକର ବୁଢ଼ିଆଣୀଜାଲ ବାହାର କିରେ, ବାପାଙ୍କ ପାଇଁ ହୁକା ସଜାଡ଼େ । ଏସବୁ କାମ ସରୁ ସରୁ ସ୍କୁଲବେଳ ହୋଇଯାଇଥାଏ । କିନ୍ତୁ ସେତେବେଳକୁ ରୋଷେଇ ହୋଇପାରୁଛି କେଉଁଠି ! ତେଣୁ ବିଚରା କିଛି ନଖାଇ ନପିଇ ସ୍କୁଲକୁ ଚାଲିଯାଏ । ସିଆଡ଼ୁ ଆସି ସିମିତି ଉପାସ ଭୋକରେ ସଞ୍ଜବେଳ ପାଇ କାଠ ଚିରେ, କରତଗୁଣ୍ଡ ଚୁଲି-ଠିକ୍ କରେ, ଡିବି-ଲଣ୍ଠଣ, ସଜାଡ଼େ ଶେଷରେ ଅପାକୁ କରତଗୁଣ୍ଡଚୁଲି-ଠିକ୍ କରେ, ଡିବି-ଲଣ୍ଠଣ ସଜାଡ଼େ, ଶେଷରେ ଅପାକୁ କରତଗୁଣ୍ଡଚୁଲି-ଠିକ୍ କରେ, ଡିବି–ଲଣ୍ଠଣ ସଜାଡ଼େ, ଶେଷରେ ଅପାକୁ (ମହେଶ୍ୱର ସେ ‘ସ୍ତ୍ରୀକୁ’ ଅପା ଡାକିବାପାଇଁ ପିଲାମାନଙ୍କୁ ଶିଖାଇଥାଏ) ଟିକିଏ ଘଷିବାକୁ ପଡ଼େ । କାରଣ ସେ ବିଚାରୀ କାମ କରି-କରି ଥକି ଯାଇଥାଏ । ତା’ପରେ ଚାନ୍ଦିନୀ ଉପରକୁ ଯାଇ ମ୍ୟୁନିସିପାଟିର ମିଂଜି-ମିଂଜି ଆଲୁଅରେ ପାଠ ପଢ଼ିବା ଆରମ୍ଭ କରେ । କାରଣ, ଘରେ ଗୋଟିଏ ବୋଲି ଲଣ୍ଠଣ; ସେ କେବଳ ‘ଅପା’ ପାଇଁ । ତା’ରି ଘରେ ଜଳେ ଓ ଲିଭେ ।

 

ତନ୍ନାର ହୃଦୟ ବଡ଼ କୋମଳ । ମା’କୁ ମନେ ପକେଇ ସେ ଖୁବ୍ କାନ୍ଦେ । ତାକୁ କାନ୍ଦିବାର ଦେଖି ଛୋଟ ଓ ବଡ଼ ଭଉଣୀ ଦିହେଁ କାନ୍ଦନ୍ତି । ମଝିଆଣୀ ଛୋଟି ଗୋଡ଼ କଚାଡ଼ି–କଚାଡ଼ି ସେମାନଙ୍କୁ ଗାଳିଦିଏ । ବେଳେ-ବେଳେ ବାପା କିମ୍ବା ଅପା ଆଗରେ ଚୁଗୁଲି ମଧ୍ୟ କରିଦିଏ । ଅପା ମୁଣ୍ଡରେ ସିନ୍ଦୂର ଟୋପା ଲଗୋଉ–ଲଗୋଉ ସକେଇ-ସକେଇ କହେ—ଏ ନିଆଁ ଲଗାଗୁଡ଼ାଙ୍କୁ ଖୋଲି ମୋର ଖାଇବା-ପିଇବା, ଲଗେଇବା ଆଖିକି ଦିଶୁଛି ! ସଦା–ସରବଦା ମୋରି କଥା, ମୋରି ଅମଙ୍ଗଳଚିନ୍ତା ! ଭଲା ଏମାନଙ୍କୁ କ’ଣ ନିଅଣ୍ଟ ହେଉଛି ? ତନ୍ନାପରି ତ ନବାବଙ୍କ ପିଲେ ବି ରହୁ ନଥିବେ ! ଚହକ ଚିକ୍‌କଣ ହୋଇ ଖାଲି ଦିନରାତି ବୁଲୁଛି !’’ ପରିବାରର ମାନ-ମର୍ଯ୍ୟାଦା ବଜାୟ-ରଖିବା ସକାଶେ ମହେଶ୍ୱର ତନ୍ନାକୁ ଖୁବ୍ ଗୋଟା କେତେ ଦିଅନ୍ତି । ତା’ ଦେହରେ ନୋଳା ଫାଟିଯାଏ, ଜର ଆସେ । ଭଉଣୀ ଦିହେଁ ଭୟରେ ଥରିଉଠନ୍ତି; ତା’ପାଖକୁ ଯାଇପାରନ୍ତି ନାହିଁ । କିନ୍ତୁ ମଝିଆଣୀ ଅଗଣାରେ ଘୁଷୁଡ଼ି ଘୁଷୁଡ଼ି ସାନକୁ କହେ—ଆଜି ଖୁବ୍ ଗୋଟାକେତେ ହୋଇଛି । ଏତିକି କଣ ? ଭଗବାନ କଲେ ଗୋଡ଼ ଛୋଟା ହବ, ପାଟିରେ ଟିକିଏ ପାଣି ଦେବାକୁ କେହି ରହିବେ ନାହିଁ । ଆଲୋ ଏ; ଆ’ ମ, ମୋ ମୁଣ୍ଡ ଟିକିଏ ବାନ୍ଧି ଦେ ।

 

ଏ ଅବସ୍ଥାରେ ଯମୁନା ମା ତନ୍ନାକୁ ଯଥେଷ୍ଟ ସାହାଯ୍ୟ କରନ୍ତି । ତାଙ୍କ ଘରେ ପୂଜା-ପାଠ ପ୍ରାୟ ହେଉଥାଏ । ଏ ପୂଜାରେ ସେ ପାଞ୍ଚଟା ମାଙ୍କଡ଼ ଓ ପାଞ୍ଚଜଣ କୁଆଁରୀ କନ୍ୟାକୁ ଖୁଆନ୍ତି । ମାଙ୍କଡ଼ମାନଙ୍କ ମଧ୍ୟରେ ତନ୍ନାକୁ ଓ କୁଆଁରୀମାନଙ୍କ ମଧ୍ୟରେ ତାର ଭଉଣୀମାନଙ୍କୁ ଡକରା ଆସେ । ସେମାନେ ଗଲାବେଳେ ଅପା ସଫା-ସଫା କହି ଦେଇଥାଏ—‘‘ପର ଘରେ ଯାଇ ମାଗିଖିଆଙ୍କ ପରି ଖାଇବା ଠିକ୍ ନୁହେଁ, ଅଧା ନେଇଆସିବା କଥା ।’’ ପିଲେ ତାହା ହିଁ କରନ୍ତି । ପୁରୀ ଖାଇଲେ ପେଟ ଖରାପ ହୋଇଯାଏ । ଏଣୁ ଅପା ବିଚାରି ନିଜ ସକାଶେ ପୁରୀ ରଖିନେଇ ପିଲାଙ୍କପାଇଁ ଶୁଖିଲା ରୁଟି କରିଦିଏ । କୌଣସି ପ୍ରକାରେ ବାହାନା କରି ଯମୁନା ତନ୍ନାକୁ ଡକାଇନିଏ । ନିଜ ପାଖରେ ବସାଇ କିଛି ନା କିଛି ଖୁଆଏ । ସେ ଖାଉ-ଖାଉ କାନ୍ଦିପକାଏ । କାରଣ ଯମୁନା ଛୋଟ ହେଲେ ବି ତାକୁ ଦେଖିବାମାତ୍ରେ ତା ମା’ ମନେ ପଡ଼ନ୍ତି । ତନ୍ନାକୁ ଏପରି ଦେଖି ତା’ ପ୍ରତି ସହାନୁଭୂତି ଜନ୍ମେ । ଏଣୁ ଯମୁନା ଘଣ୍ଟା-ଘଣ୍ଟା ଧରି ତା’ ସହ ଦୁଃଖ-ସୁଖ ହୁଏ । ଏମିତି ହେଉ ହେଉ ତନ୍ନାର ମନେହେଲା—ସଂସାରରେ ଯଦି ତା’ର ଆତ୍ମୀୟ ହୋଇ କେହି ଅଛି, ସେ ହେଉଛି ଯମୁନା । ଆଉ ଯମୁନା ଯଦି କାହାରି ଚିନ୍ତା ଚବିଶ ଘଣ୍ଟା କରୁଥାଏ, ସେ ହେଉଛି ତନ୍ନା । ତୁମେ ଏହାକୁ ପ୍ରେମ କହିପାର, ଅଥବା ଆଉ ଯାହା କିଛି ।

 

ଯମୁନା ମା’ଙ୍କୁ ଏ କଥା ଅଛପା ରହିଲା ନାହିଁ; କାରଣ ତାଙ୍କର ବି ତ ଯମୁନାଭଳି ବୟସ ହୋଇଥିଲା । ଯମୁନାକୁ ଡକାଇ ସେ ବହୁତ ବୁଝେଇ ସୁଝେଇ କହିଲେ—‘‘ତନ୍ନା ବଡ଼ ଭଲ ପିଲା ହେଲେ ବି ନୀଚ ଗୋତ୍ରର ! ଏ କଥା ଶୁଣି ଯମୁନା ତିନିଦିନ ଯାଏ ନ ଖାଇ ନ ପିଈ ଖୁବ୍ କାନ୍ଦିବାରୁ ସେ ନିଜର ମତ ବଦଳେଇ କହିଲେ—‘‘ଯଦି ତନ୍ନା ଘରଜୁଆଇଁ ହୋଇ ରହିବାକୁ ପସନ୍ଦ କରନ୍ତା, ତା’ହେଲେ ଅବା କିଛି ହୁଅନ୍ତା ।’’ କିନ୍ତୁ ତନ୍ନା ବଡ଼ ସଚୋଟ ପିଲା । ସେ ସ୍ପଷ୍ଟ କହିଦେଲା ଯେ ବାପା ଯାହା କିଛି କରନ୍ତୁ ନା କାହିଁକି, ସେ ତାର ଜନ୍ମଦାତା । ତାଙ୍କର ସେବା କରିବାହିଁ ତା’ର ଧର୍ମ । ଏଣୁ ଘରଜୁଆଇଁ ହୋଇ ରହିବାକୁ ସେ ଆଦୌ ପସନ୍ଦ କରେ ନାହିଁ । ଏ ବିଷୟରେ ଯମୁନାଘରେ ବଡ଼ କଜିଆ ଲାଗିଲା । ଶେଷରେ ଯମୁନା ମା’ ଜିତାପଟ ନେଲେ । ସେ କହିଲେ—ଯେତେବେଳେ ଆମ ପାଖରେ ଯୌତୁକ ହେବ, ସେତେବେଳେ ଯାଇ ବାହା ଦେବୁ । ସେଯାଏ ଝିଅ ବାଡ଼ୁଅ ରହୁ । ତା’ ନ ହେଲେ ଝିଅକୁ ଓସ୍ତ ଗଛକୁ ବାହା କରାଇଦେବୁ ସିନା; ନୀଚ ଗୋତ୍ରରେ ଦେବୁ ନାହିଁ ।

 

ଏ କଥା ଶୁଣିବାମାତ୍ରେ ମହେଶ୍ୱରଙ୍କ ରକ୍ତ ତାତି ଉଠିଲା । ସେ ପଚାରିଲେ ‘‘ତନ୍ନା କାଇଁ-?’’ ଜଣେ କିଏ କହିଦେଲା—‘‘ମ୍ୟାଚ୍ ଦେଖିବାକୁ ଯାଇଛି ।’’ ଶୁଣାଗଲାଭଳି ଖୁବ୍ ପାଟିକରି ସେ କହିଲେ—‘‘ଆଜି ଆସୁ ସେ ହାରାମଜାଦା ! ଯଦି ତାର ଚମଡ଼ା ଉତାରି ତ ମୋ ନା ନାହିଁ ! ରାଣ୍ଡ ଛେଉଣ୍ଡ ପିଲାକୁ ଲୁଗା ପିନ୍ଧାଇ, ବାଜା ବଜେଇ ଆଣିବି ସିନା; ୟାଙ୍କ ଘରେ ବାହା କରିବି ନାହିଁ । କଦାପି ଏକଥା ହୋଇପାରିବ ନାହିଁ ।’’ ତା’ପରେ ସେ ଯମୁନାଘରର ଯାହା ବର୍ଣ୍ଣନା କଲେ, ସେସବୁ ତୁଣ୍ଡରେ ଧରିବା କଥା ନୁହେ । ପୁଣି ତନ୍ନାକୁ ଅପା ତିନି ଦିନଯାଏ ଖାଇବାକୁ ଦେଲା ନାହିଁ-। ମହେଶ୍ୱର ଖୁବ୍ ପିଟିଲେ, ଏତେ ପିଟିଲେ ଯେ ତା’ ପାଟିରୁ ଧାର-ଧାର ହୋଇ ରକ୍ତ ବୋହିବାକୁ ଲାଗିଲା । ତୃତୀୟ ଦିନ ଭୋକରେ ଛଟପଟ ହୋଇ ତନ୍ନା ଛାତ ଉପରକୁ ଗଲା-। ତାକୁ ଦେଖିବାମାତ୍ରେ ଯମୁନା ମା’ ଝଟ୍ କରି ଖିଡ଼ିକି ବନ୍ଦ କରିଦେଲେ । ଯମୁନା ଛାତ ଉପରେ ଲୁଗା ଶୁଖଉ-ଶୁଖଉ ଟିକିଏ ତା’ ଆଡ଼କୁ ଚାହିଁ ଚୁପ୍‌ଚାପ୍‍ ଲୁଗା ଧରି ତଳକୁ ତଳକୁ ଓହ୍ଳାଇଗଲା-। ସେ କିଛିକ୍ଷଣ ଉଦାସ ମନରେ ଠିଆହୋଇ ଆଖି ଛଳ-ଛଳ କରି ଓହ୍ଳାଇ ଆସିଲା । ଯମୁନାର ଏପରି ଭାବଭଙ୍ଗୀ ଦେଖି ତାର ମନେ ହେଲା—ଯମୁନାଉପରେ ତା’ର ଯାହା କିଛି ଅଧିକାର ଥିଲା, ସେସବୁ ଚାଲିଯାଇଛି । ସେ ବଡ଼ ସଚୋଟ ପିଲା । ତେଣୁ ସେଇଦିନୁ ସେ ଆଡ଼କୁ ଆଉ ମନ ବଳାଇଲା ନାହିଁ । ତଥାପି ସେପଟକୁ ଚାହିଁଦେବାମାତ୍ରେ ଆଖିରେ ଲୁହ ଭରିଯାଏ ଏବଂ ତାକୁ ଲାଗେ ତଣ୍ଟିରେ ଯେମିତି ଗୋଟିଏ କଣ୍ଟା ଅଟକି ଯାଉଛି, ଆଉ ଛାତିରେ କିଏ ଛୁଞ୍ଚିଟାଏ ଫୋଡ଼ିଦେଉଛି । ଧୀରେ-ଧୀରେ ପଢ଼ାପଢ଼ିରୁ ତନ୍ନାର ମନ ଛାଡ଼ିଗଲା । ସେ ଫାଷ୍ଟ ଇୟର୍‌ ରେ ଫେଲ୍ ହୋଇ ରହିଲା । ମହେଶ୍ୱର ପୁଣି ପିଟିଲେ ତାକୁ । ମଝିଆଣି ଭଉଣୀ ଖୁସି ହୋଇ ଛୋଟା ଗୋଡ଼ ହଲେଇ ହଲେଇ ଖୁବ୍ ଗାଳିଦେଲା । ତନ୍ନା କାନ୍ଦି-କାନ୍ଦି ଚୁପ୍‌ଚାପ ଏହାର ବିରୋଧ କଲେ ମଧ୍ୟ ଦଲାଲ ତାକୁ କଲେଜରୁ ଉଠାଈ ଆଣି ଆର୍.ଏମ୍.ଏସ୍ ରେ ଭରତି କରିଦେଲେ । ସେଈଦିନୁ ତନ୍ନା ଷ୍ଟେସନରେ ଡାକକାମ କରେ । ଠିକ୍ ସେତିକିବେଳେ ଦଲାଲ ଗୋଟିଏ ଝିଅକୁ....

 

(ଏଠି ମୁଁ ସ୍ପଷ୍ଟ କରିଦିଏଁ—ଆଜିର କାହାଣୀରେ ମାଣିକଙ୍କ କଥାଶୈଳୀର ସେ ସରସତା ନ ଥାଏ । ଏହାର କାରଣ ବିଷୟଗତ ହେଉ କିମ୍ବା ଗୁଳୁଗୁଳି ଯୋଗୁଁ ହେଉ; କିନ୍ତୁ ବିଚିତ୍ର ଢଙ୍ଗରେ, ନୀରସ ଶୈଳୀରେ ସେ କହିଚାଲିଥାନ୍ତି । ଆମେମାନେ ମଧ୍ୟ କୌଣସି ପ୍ରକାରେ ମନ ଦେବାର ଚେଷ୍ଟା କରୁଥାଉଁ । କିନ୍ତୁ ଘର ଭିତରେ ଓ କାହାଣୀରେ ଉଷ୍ମତା ବଢ଼ି ଚାଲିଥାଏ ।)

 

ସେ ଯାହାହେଉ, ଏତିକିବେଳକୁ ଦଲାଲଙ୍କର ନଜର ଗୋଟିଏ ଝିଅ ଉପରେ ପଡ଼ିଲା । ତା’ର ବାପା ମରିଯାଇଥାନ୍ତି । ବାପ-ମା’ର ସେ ଏକମାତ୍ର ସନ୍ତାନ । ମା’ର ବୟସ ଯାହାକିଛି ହେଉନା କାହିଁକି, ମା ଝିଅ ଭିତରେ ଉଣିଶ-ବିଶ ଠଉରେଇବା କଷ୍ଟକର । ତନ୍ନାଠୁ ବୟସରେ ବହୁତ ଛୋଟ ହେଲେ ବି ଝିଅଟି ଆଈ.ଏ.ପରୀକ୍ଷା ଦେଉଥାଏ । ସବୁଠୁ ବଡ଼ କଥା, ସେ ରୂପବତୀ ବିଧବାଙ୍କ ପାଖରେ ଯଥେଷ୍ଟ ସମ୍ପତ୍ତି ଥାଏ । କିନ୍ତୁ ତା’ର ରକ୍ଷଣାବେକ୍ଷଣ ପାଇଁ ଦିଅର, ଦେଢ଼ଶୁର ଓ ପୁଅପାତି କେହି ନ ଥାନ୍ତି । ଏଣୁ ତାଙ୍କୁ ସାହାଯ୍ୟ କରିବାର ଓ ରକ୍ଷଣାବେକ୍ଷଣର ଆଶ୍ୱାସନା ଦେଇ ଓ ତନ୍ନାକୁ ଆଇ.ଏ.ପାଶ କରାଇଦେବାକୁ କହି ଝିଅ ସହିତ ତାର ବାହାଘର କରିବା କଥା ସେ ସ୍ଥିର କରିନେଲେ । କିନ୍ତୁ ସର୍ତ୍ତ ରହିଲା, ଦଲାଲ ନିଜ ଝିଅର ବାହାଘର ଶେଷ କରିବାପରେ ହିଁ ପୁଅ ବାହାଘର କରିବେ ।

 

ଦଲାଲଙ୍କୁ ଝିଅ ପକ୍ଷରୁ ସମସ୍ତ ବ୍ୟବସ୍ଥା କରିବାକୁ ପଡ଼ୁଥାଏ । ଏଣୁ ରାତ୍ର ବାରଟାବେଳକୁ ସେ ଘରକୁ ଲେଉଟୁଥାନ୍ତି । ଦିନେଦିନେ ରାତିରେ ସେଠି ରହିଯାନ୍ତି ।

 

ଅପା ଏହାର ତୀବ୍ର ବିରୋଧ କଲା । ଫଳରେ ଦଲାଲ ସ୍ପଷ୍ଟ କହିଦେଲେ ଯେ ଅପା ଏଠାରେ ରହିବାଦ୍ୱାରା ସାଇର ଲୋକେ କିଏ କେତେ ପ୍ରକାର କହୁଛନ୍ତି । ପିଲାପିଲିଙ୍କୁ ବି ବାହା କରିବାକୁ ହେବ । ତାଙ୍କଭଳି ଜଣେ ଭଦ୍ରବ୍ୟକ୍ତି ଏପରି ଅପବାଦ-ନାଗରା କେତେ ଦିନଯାଏ ବେକରେ ପକାଇ ବୁଲୁଥିବେ ? ଶେଷରେ ଅପା ଯିମିତି ଆନନ୍ଦ ମନରେ ଏଠାକୁ ଆସିଥିଲା, ସେମିତି, ମନ ଦୁଃଖରେ କନ୍ଦା-କଟା କରି ଫେରିଗଲା । ପରେ ଜଣାଗଲା ଯେ ତନ୍ନା ମା’ର ସମସ୍ତ ଅଳଙ୍କାରପତ୍ର ଏବଂ ଭଉଣୀର ବାହାଘରପାଇଁ ଆସିଥିବା ଲୁଗାପଟା ଘରେ କିଛି ନାହିଁ ।

 

ଏହାଫଳରେ ତନ୍ନା ଉପରେ ବିରାଟ ବୋଝ ପଡ଼ିଲା । ଏପରି ସମୟରେ ଦଲାଲର ଗତି ବଡ଼ ବିଚିତ୍ର । ସାଈରେ ହାଟ ବସିଛି—ମହେଶ୍ୱର ଯାହା ଯେଉଁଠୁ ପାଉଛି, ସେସବୁ ଗୋଟିଏ ସାବୁନବାଲୀ ଟୋକୀ ଘରେ ଦେଇ ଆସୁଛି । ତନ୍ନାକୁ ଘରର ସମସ୍ତ ଖର୍ଚ୍ଚ ତୁଲାଇବା ଓ ବାହାଘରର ସବୁ ଆୟୋଜନ କରିବାକୁ ପଡ଼ୁଥାଏ । ଏଣୁ ଦି’ପହରେ ଏ.ଆର୍.ପିରେ ଓ ରାତିରେ ଅର୍. ଏମ୍.ଏସ୍‍ ରେ କାମ କରେ । ଅତିରିକ୍ତ ପରିଶ୍ରମ ଫଳରେ ଆଖି ପଶିଗଲା, ଅଣ୍ଟା ନଇଁପଡ଼ିଲା, ତେଜ କମି ଆସିଲା ଏବଂ ଆଖିଆଗରେ ସର୍ବଦା ଜୁଳୁଜୁଳିଆ ପୋକ ଉଡ଼ିଲାପରି ଲାଗିଲା ।

 

କୌଣସି ପ୍ରକାର ଭଉଣୀର ବାହାଘର ହୋଇଗଲା । ବାହାଘରକୁ ଯମୁନା ବି ଆସଥାଏ । କିନ୍ତୁ ସେ ତନ୍ନାକୁ କଥା କହିଲା ନାହିଁ । ଗୋଟିଏ ପିଣ୍ଡାରେ ଦୁହିଁଙ୍କର ସାକ୍ଷାତ୍ ହେଲା, ତଥାପି ଦିହେଁ ଚୁପ୍ । ଯମୁନା ପିଣ୍ଡାରେ ବସି ନଖରେ ମାଟି ଖୋଳୁଥାଏ । ତନ୍ନା କୁଟାରେ ଦାନ୍ତ ଖୁଣ୍ଟୁ ଥାଏ । ସେତେବେଳେ ଯମୁନା ଗୁଜୁରାତି ଜୁଡ଼ା ପକେଇ ଭାରି ସୁନ୍ଦର ଦେଖାଯାଉଥାଏ । କିନ୍ତୁ ବିଚରା ତନ୍ନା ଅତି ଖାଣ୍ଟି ଲୋକ ! ତାର ନିର୍ବନ୍ଧ ହେଲାଦିନ ସେ ଆହୁରି ସଜବାଜରେ ଆସି ତାକୁ ପଚାରିଲା—‘‘ନୂଆବୋଉ କଣ ଭାରି ସୁନ୍ଦର ନିର୍ବନ୍ଧ ହେଲାଦିନ ସେ ଆହୁରି ସଜବାଜରେ ଆସି ତାକୁ ପଚାରିଲା—‘‘ନୂଆବୋଉ କଣ ଭାରି ସୁନ୍ଦର, ତନ୍ନା ଭାଇ ? ‘‘ହଁ’’ ସ୍ୱାଭାବିକ ଢଙ୍ଗରେ ଉତ୍ତର ଦେଲା ସେ । ପୁଣି ସେ ରୁଦ୍ଧକଣ୍ଠରେ ପଚାରିଲା—‘‘କଣ ମୋଠୁ?’’ ତନ୍ନା ବିଚରା କିଛି ନ କହି ସଙ୍କୋଚରେ ବାହାରକୁ ଚାଲିଯାଇ ସକାଳପାଇଁ କାଠ ଚିରିବାକୁ ଲାଗିଲା ।

 

ତନ୍ନାର ବାହାଘର ପରେ ଯମୁନା ଭାଉଜ ସାଙ୍ଗରେ ଭାରି ମିଳିମିଶି ଯାଇଥାଏ । ସବୁଦିନ ସକାଳେ-ସନ୍ଧ୍ୟାରେ ଆସ; କିନ୍ତୁ ତନ୍ନାକୁ କଥା କହେନି । ଦିନେ ଯମୁନା ତନ୍ନା ଘରକୁ ଆସି କଣ ଚୁପ୍‌-ଚୁପ୍‌ କରି କହିଲା । ତନ୍ନା ଇମିତି କଥା କେବେ ଶୁଣି ନ ଥଲା । ତା’ ଜୀବନରେ ଏହା ପ୍ରଥମ । ସେ ତା’ ପାଦ ଛୁଇଁ କହିଲା—‘‘ଯମୁନା, ତୁ କିମିତି କଥା କହୁଚୁ ?’’ ଯମୁନା କେତେବେଳଯାଏ କାନ୍ଦି କାନ୍ଦି ସାପପରି ଫୁଁ ଫୁଁ ହୋଇ ଚାଲିଗଲା ।

 

ସେଦିନ ସାଇରେ ଗୋଟିଏ ଅଦ୍ଭୁତ ଘଟଣା । ଦଲାଲ ସହିତ ଯେଉଁ ସାବୁନବାଲୀ ଝିଅର ନାଁ ଶୁଣାଯାଉଥାଏ, ସେ ମୃତ; କିନ୍ତୁ ତା’ର ଶବ ଖପେଇ ଦିଆଯାଇଛି । ମହେଶ୍ୱର ପୁଲିସ ଭୟରେ ଯାଇ ସମୁଧି ଘରେ ଲୁଚିଥାନ୍ତି ।

 

ତନ୍ନାର ଜୀବନ ବଡ଼ ବିଚିତ୍ର । ସ୍ତ୍ରୀ ଅଧିକ ଶିକ୍ଷିତା, ଅଧିକ ଧନୀ ଓ ଅଧିକ ସୁନ୍ଦରୀ । ସର୍ବଦା ଉଲୁଗୁଣା ଦେଉଥାଏ । ମଝିଆଁ ଭଉଣୀ ଘୁସୁରି-ଘୁସୁରି ଗାଳି ଦେଉଥାଏ—‘‘ଭଗବାନ କରନ୍ତୁ, ଗୋଡ଼ରେ ପୋକ ପଡ଼ୁ, ଲୋକେ ଦେଖନ୍ତୁ ।’’ ଅକର୍ମଣ୍ୟ ମନେକରି ଅଫିସର ଏଭଳି ଡିଉଟି ଦେଉଥାନ୍ତି ଯେ ସପ୍ତାହରେ ଚାରିଦିନ ଓ ଚାରି ରାତି ରେଳଗାଡ଼ିରେ ବିତେ; ବାକି ଦିନତକ ହେଡକ୍ୱାଟରରେ ଗାଳି ଖାଏ । ଗାଳିର ସୀମା ନ ଥାଏ, ଫାଇଲି ପୂରି ଯାଇଥାଏ ବିଭିନ୍ନ ଅଭିଯୋଗରେ । ସେତିକିବେଳକୁ ସେ ବିଭାଗରେ କର୍ମଚାରୀମାନଙ୍କର ୟୁନିୟନ ଗଢ଼ାଯାଉଥାଏ । କିନ୍ତୁ ବିଚରା ତନ୍ନା ସଚୋଟ୍ ଥିବାଯୋଗୁଁ ସେଥିରେ ଯୋଗ ନ ଦେଇ ଅଲଗା ରହିଲା । ମାତ୍ର ଫଳ ହେଲା ଓଲଟା । ଏପଟେ ଅଫିସର ତ ନାରାଜ, ସେପଟେ ସାଙ୍ଗସାଥୀମାନେ ବି ବିରୁଦ୍ଧରେ ।

 

ଏ ଭିତରେ ଯମୁନାର ବିବାହ ହୋଇଯାଇଥାଏ । ଦଲାଲ ସଂସାର ଛାଡ଼ି ଚାଲିଯାଇଥାନ୍ତି । ପ୍ରଥମ ପୁଅ ଜନ୍ମବେଳକୁ ସ୍ତ୍ରୀ ମରୁ ମରୁ ବଞ୍ଚିଯାଇଥାଏ; କିନ୍ତୁ ତନ୍ନାକୁ ମଶା-ମାଛିଠାରୁ ବି ହୀନ ବୋଲି ଭାବି ଘୃଣା କରୁଥାଏ । ଏଣେ ଛୋଟ ଭଉଣୀଟି ବିବାହଯୋଗ୍ୟା ହୋଇ ରହିଛି । ତନ୍ନା ଚିନ୍ତା କରି କରି କଣ୍ଟା ହୋଇଗଲାଣି । କାନ ଉପରେ ବାଳ ଧଳା ହୋଇଆସିଲା । ଅଣ୍ଟା ନଇଁପଡ଼ିଲା । ଛାତି ଥରିବାକୁ ଲାଗିଲା । ଆଖିରୁ ଜ୍ୟୋତି କମିଗଲା । ଜୀର୍ଣ୍ଣ-ଶକ୍ତି ଏତେ କମିଗଲା ଯେ ବେଳେ ବି ଗଣ୍ଡେ ଖାଇଲେ ହଜମ ହେଲାନି ।

 

ଦିନେ ଡାକ ନେଇ ଗଲାବେଳେ ହଠାତ୍ ଯମୁନା ସଙ୍ଗେ ତାର ଦେଖା ହେଲା । ସେ ତୀର୍ଥକରି ନୀମସାର ଯାଉଥାଏ । ତା’ ସଙ୍ଗେ ରାମଧନ ଥାଏ । ସେ ବଡ଼ ସହୃଦୟତାର ସହିତ ତା’ ପାଖରେ ବସିଲା । ତା’ ପୁଅ ମାମୁଁଙ୍କୁ ପ୍ରଣାମ କଲା । ଯମୁନା ପାଖରେ ବସେଇ ସେ ଦୁହିଁଙ୍କି ଖାଇବାକୁ ଦେଲା । ତନ୍ନା ଭାତ ଗୁଣ୍ଡାଏ ପାଟିକୁ ନଉ ନଉ ଆଖିରେ ଆଖିଏ ଲୁହ । ଯମୁନା କହିଲା ‘‘ମୋର କୋଠି ଅଛି,ବଗି ଅଛି, ଖୋଲା ବାତାବରଣ, କିଛିଦିନ ଆସି ସେଇଠି ବିଶ୍ରାମ ନିଅ । ସ୍ୱାସ୍ଥ୍ୟ ସୁଧୁରିବ ।’’ କିନ୍ତୁ ବିଚରା ତନ୍ନା ! ତା ପାଖରେ ନୈତିକତା ଓ ସଚୋଟପଣିଆ ହେଲା ସବୁଠୁ ବଡ଼ ଜିନିଷ । ସେ କି ସହଜେ ରାଜି ହୁଏ !

 

ସେଆଡ଼ୁ ଫେରିବାପରେ ତନ୍ନା ବିଚରା ଶଯ୍ୟାଶାୟୀ । ମାସ ମାସ ଧରି ଜର । ଜର ସମ୍ବନ୍ଧରେ ଡାକ୍ତରମାନଙ୍କର ନାନା ମତ । କିଏ ଅସ୍ଥିଗତ ଜର କହେ ତ, କିଏ ରକ୍ତ ଅଭାବ କହେ । କେହି କେହି ଟି.ବି. କହନ୍ତି । ଘରର ଅବସ୍ଥା ଛାଡ଼ ! ଘରେ ଅଧଲାଟିଏ ହେଲେ ନ ଥାଏ । ସ୍ତ୍ରୀରେ ସମସ୍ତ ଅଳଙ୍କାରପତ୍ର ଶାଶୁ ଆସି ନେଇ ଯାଇଥାନ୍ତି । ସାନ ଭଉଣୀଟି ଖାଲି କାନ୍ଦୁଥାଏ । ଛୋଟି ଘୁସୁରି ଘୁସୁରି କହେ—‘‘କଣ ହେଲାଣି କି, ପୋକ ପଡ଼ିବ ।’’ କେବଳ ୟୁନିୟନର କେତେ ଜଣ ଆସି ଟିକିଏ ଧୈର୍ଯ୍ୟ ଦିଅନ୍ତି, ବୁଝେଇ-ସୁଝେଇ କହନ୍ତି—‘‘ଖୋଲା ପବନରେ ରଖ, ଫଳରସ ଦିଅ, ବିଛଣା ପ୍ରତିଦିନ ବଦଳାଅ ।’’ ଏହା ଛଡ଼ା ସେମାନେ ବା କରନ୍ତେ କ’ଣ ?

 

ଏପରି ହେଉ ହେଉ ଅବସ୍ଥା ବଡ଼ ଜଟିଳ ହୋଇପଡ଼ିଲା । ଚାକିରୀରୁ ତାକୁ ବାହାର କରି ଦିଆଗଲା । ଘରେ—‘‘ଅଣ୍ଟାରେ ଯଦି ବଳ ନ ଥିଲା, ଭେଦି ଖାଉଥିଲ କିଆଁ ? ଏଠି ୟୁନିୟନ-ଫ୍ୟୁନିୟନରୁ ବଜାରୀ-ଛତରା ଆସି ଆଡ଼୍‌ଡ଼ା ଜମାଉଛନ୍ତି । ତୁମ ଭଉଣୀ ସେମାନଙ୍କୁ ମୁହଁ ଦେଖଉ–ନାଚୁ, ଗାଉ, କିନ୍ତୁ ମୋ ଝିଅ ଏସବୁ କରିପାରିବ ନାହିଁ ।

 

ଏଣେ ୟୁନିୟନ ତା’ ଚାକିରୀପାଇଁ ଲଢ଼ୁଥାଏ । ଟିକିଏ ଆରୋଗ୍ୟ ହୋଇଯିବାପରେ ଲୋକେ ପରାମର୍ଶ ଦେଲେ, ‘‘ଦୁଇ ହପ୍ତାପାଇଁ ଚାଲ, ତୁମକୁ କାମ ମିଳିଯିବ । ତା’ପରେ ତୁମେ ଛୁଟି ନେଇ ଆସିବ ।’’ ତା’ ଦିହରେ କେବଳ ହାଡ଼ର ଛାଞ୍ଚଟାଏ ଥାଏ । ଚାଲିଲାବେଳେ ହାଡ଼ ଖଞ୍ଜାର ଖଟ୍‌-ଖଟ୍‌ ଶବ୍ଦ ଶୁଣାଯାଏ । କୌଣସି ପ୍ରକାର ସାହସ ବାନ୍ଧିଗଲା । କିନ୍ତୁ ଅଫିସରମାନେ ତା’ ଉପରେ ଆଗରୁ ଚିଡ଼ିଥାନ୍ତି । ତାକୁ ମେଲ ଟ୍ରେନ୍‌ରେ ରାତି ଡିଉଟି ଦେଇଦେଲେ । ତା’ପୁଣି ହୋରି ସମୟରେ । ରଙ୍ଗ ପାଣିରେ ଭିଜି ଥର-ଥର ହୋଇ ଷ୍ଟେସନରେ ପହଞ୍ଚିଲା । ଭିତରେ ଭିତରେ ଦିହ ସାରା ଜଳୁଥାଏ । କାମତକ ସାଥୀମାନେ କରିଦେଲେ । ସେ ବିଚରା ଡବା ଭିତରେ ଚୁପ୍‍ଚାପ୍‍ ପଡ଼ିରହିଲା । କିନ୍ତୁ ଡବା ଭିତର ଓଦା, ଶୀତ ଖୁବ୍ ଲାଗୁଥାଏ । ଶିରା-ପ୍ରଶିରା ଶିଥିଳ ହୋଇ ପଡ଼ିଥାଏ । ସକାଳ ହେଲଶ । ‘‘ଟୁଣ୍ଡଲା’’ ଷ୍ଟେସନ ପଡ଼ିଲା । କଁଅଳିଆ ଖରା ପଡ଼ୁଥାଏ । ଖରା ଆଶାରେ ଦୁଆରମୁହଁରେ ଠିଆ ହେଲା ମାତ୍ରେ ଗାଡ଼ି ପୁଣି ଛାଡ଼ିଲା । ଗୋଡ଼ ଥର-ଥର କମ୍ପୁଥାଏ । ହଠାତ୍ ଇଂଜିନ୍–ପାଣି ଟାଙ୍କିର ଝୁଲୁଥିବା ବାଲଟି ଛିଡ଼ି ତା’ କାନ ମୁଣ୍ଡାରେ ବାଜିଲା, ବିଚରା ସଂଜ୍ଞାଶୂନ୍ୟ !

 

ଆଖି ଫିଟାଇଲା ବେଳକୁ ସେ ଟୁଣ୍ଡଲା ରେଲଓ୍ୱେ ହାସ୍‌ପାତାଳରେ । ଦୁଇଟିଯାକ ଗୋଡ଼ ନାହିଁ, ପାଖରେ କେହି ନାହାନ୍ତି । ଭୀଷଣ ପୀଡ଼ା ! ରକ୍ତ ଏତେ ବୋହିଯାଇଥାଏ ଯେ ଆଖିକୁ କିଛି ଦେଖାଯାଉ ନ ଥାଏ । କାହାକୁ ଡାକିବ ବୋଲି ଭାବିଲାବେଳକୁ ମୁହଁରୁ ପ୍ରଥମେ ଯମୁନାର ନାଁ ବାହାରି ପଡ଼ିଲା । ତା’ପରେ ନିଜ ପୁଅର, ଶେଷରେ ବାପାର, ତା ପରେ ଚୁପ୍ ।

 

ଲୋକେ ବହୁତ ପଚାରିଲେ—କାହାକୁ ତାର ଦିଆଯିବ, କଣ କରାଯିବ ? କିନ୍ତୁ ସେ କିଛି ଉତ୍ତର ଦେଲା ନାହିଁ । ମଲାପୂର୍ବରୁ ସେ ନିଜର କଟା ଗୋଡ଼ ଯୋଡ଼ିକୁ କେବଳ ଦେଖିବାକୁ ଚାହିଥିଲା । ଗୋଡ଼ ଆଣିବାରୁ ଠିକ୍ ରୂପେ ଦେଖିପାରିଲା ନାହିଁ । ବାରମ୍ବାର ତାକୁ ଛୁଉଁଥାଏ, ଧରୁଥାଏ, ଉଠାଇବାକୁ ଚେଷ୍ଟା କରୁଥାଏ, ହାତ ଭିଡ଼ି ନେଉଥାଏ ଏବଂ ଥର ଥର କମ୍ପିବାକୁ ଲାଗୁଥାଏ ।

 

ଏ ଘଟଣା ଶୁଣି ଭାରି କଷ୍ଟ ଲାଗିଲା । ସାରାଂଶ ଶୁଣିବା ପୂର୍ବରୁ ମୁଁ ଉଠିଆସିଲି ।

Image

 

ଅନଧ୍ୟାୟ

 

ବଡ଼ ଗୁଳୁଗୁଳି ! ମନରେ ବିଚିତ୍ର ପ୍ରକାରର ଅଶାନ୍ତି ! ଛାଇନିଦ ଲାଗିଆସୁଥାଏ । ନିମ୍ବ ଡାଳଗୁଡ଼ାକ ସତେ ଯେପରି ନୀରବ ହୋଇ ରହିଛନ୍ତି । ପତ୍ର ହଲୁ ନ ଥାଏ । ବିଜୁଳି ଆଲୁଅରେ ଗଛର ଛାଇ ଘର, ଛାତ, ଅଗଣା ଓ ଗଳି ଆଦିରେ ପଡ଼ିଥାଏ ।

 

ମୋର ଅର୍ଦ୍ଧସୁପ୍ତ ମନରେ ଅସଂବଦ୍ଧ ସ୍ୱପ୍ନରେ ବିଚାରକ୍ରମ ଲାଗି ରହିଥାଏ । ସ୍ୱର୍ଗର ଫାଟକର ରୂପ,ରଙ୍ଗ,ରେଖା,ଆକାର ଇତ୍ୟାଦି କିଛି ନାହିଁ । କେବଳ ଯାହା କିଛି ଅନୁମାନ କରାଯାଇପାରେ । ଆଜିର ଅତି ଯଥାର୍ଥାଦୀ କବିତାଭଳି, ଯାହାର ଅର୍ଥ କିଛି ନାହିଁ, ଯାହା କେବଳ ଅନୁମାନ ମାତ୍ର । ଫାଟକ ବାହାରେ ରାମଧନ । ଭିତରେ ଯମୁନା, ଶ୍ୱେତବସନା,ଶାନ୍ତ,ଗମ୍ଭୀର । ପଦ୍ମପତ୍ରରେ ପଡ଼ିଥିବା ନୀହାରପରି ତା’ର ବିଶୃଙ୍ଖଳ ବାସନା ଓ ବୈଧବ୍ୟ ଚାରିଆଡ଼େ ଢଳଢଳ । ସେ ଆଜି ଠିକ୍‌ ସେହିପରି, ଯେପରି ସେ ପ୍ରଥମ ଥର ତନ୍ନାକୁ ଭେଟିଥିଲେ ।

 

ଫାଟକରେ ଘୋଡ଼ାର ନାଲ ମରାଯାଇଛି । ଗୋଟିଏ, ଯୋଡିଏ, ଅନେକ । ଦୂରର ଧୂସର ଦିଗ୍‌ବଳୟରୁ ଗୋଟିଏ ସରୁ ରାସ୍ତା ଗଡ଼ିଆସିଛି । ସେଥିରେ କୌଣସି ଦୁଇଟି ପ୍ରାଣୀ ଚାଲିଛନ୍ତି । ତାର ଖୁଣ୍ଟପରି ରହି ରହି ରାସ୍ତା ଥରି ଉଠୁଛି ।

 

ମେଘାମାଳରେ ଗୋଟଏ ଟର୍ଚର ଆଲୋକରେଖା । ରାସ୍ତାରେ ତନ୍ନା ଚାଲି ଆସୁଛି । ପଛରେ ଖଣ୍ଡିଆ ଗୋଡ ଯୋଡ଼ିକ ଘୁଷୁଡ଼ି-ଘୁଷୁଡ଼ି ଚାଲିଛି । ଗୋଡ଼ ଉପରେ ଆର୍‌.ଏମ୍‌.ଏସ୍‌.ର ରେଜିଷ୍ଟର ଲଦା ହୋଇଛି ।

 

ଫାଟକ ପାଖରେ ଗୋଡ ଦୁଈଟି ଅଟକିଯାଇଛି । ଫାଟକ ଖୋଲୁଛି ତନ୍ନା ଫାଈଲ ନେଇ ଭିତରକୁ ଚାଲିଯାଇଛି । ଦୁଈଟିଯାକ ଗୋଡ ଝିଟିପିଟିର କଟିଯାଇଥିବା ଲାଞ୍ଜ ପରି ବାହାରେ ଛଟପଟ ହେଉଛି ।

 

କୌଣସି ଗୋଟିଏ ବାଳକର କାନ୍ଦିବା ଶବ୍ଦ । ସେ ହେଛଛି ତନ୍ନାର ପୁଅ । ସ୍ୱର କ୍ଷୀଣ–ୟୁନିୟନ ଏସ୍‌. ଏମ୍‌. ଆର୍‌. ଏସ୍‌.-ଆର୍‌. ଏମ୍‌. ଏସ୍‌. । କଟା ଲେଉଟି ଚାଲିଛି । ଧୂମିଳ ରାସ୍ତା ତାରାଖୁଣ୍ଟପରି କମ୍ପି ଉଠୁଛି ।

 

ଡାକ ଗାଡିଟିଏ ଛୁଟିଚାଲିଛି କୌଣସି ଦୂର ଷ୍ଟେସନରୁ..... ।

 

 

 

 

 

 

 

 

 

 

 

 

 

Unknown

ଚତୁର୍ଥ ଦ୍ୱିପ୍ରହର

 

ମାଳବ ଯୁବରାଣୀ ଦେବସେନାର କାହାଣୀ

 

ଆଖି ଟିକିଏ ଲାଗିଯିବାପରେ ପବନ ବୋହିବାରୁ ଗୁଳୁଗୁଳି ଧୀରେ-ଧୀରେ କମିଆସିଥାଏ । ପବନ ଜୋରରେ ହଲିବାକୁ ଲାଗିଥାଏ ନିମ୍ବଡାଳ । କିଛି ସମୟପରେ ତାରାମାନଙ୍କ ଉପରେ ଗୋଟାଏ କଳା ପରଦା ଟଣା ହେଲାପରି ଜଣାପଡ଼ୁଥାଏ । ଥଣ୍ଡା ପବନ ସହ ମେଘ ମାଡ଼ିଆସିଥାଏ । ଶୀତଳ ପବନ ଯୋଗୁଁ ସକାଳେ ଆମେ ବହୁତ ବେଳଯାଏ ଶୋଇପଡ଼ିଥାଉଁ । ଉଠିଲାବେଳକୁ ଡେରି ହୋଇଯାଇଥିଲେ ବି ଖରାର ନାଁ-ଗନ୍ଧ ସୁଦ୍ଧା ନ ଥାଏ ।

 

ମନ ଭଲ ଲାଗୁ ନଥାଏ । ବହୁତ ସମୟଯାଏ ଶୋଈବାର ପରିଣାମ ଅଥବା ମେଘୁଆ ପାଗ କିଛି ଜଣାଯାଉ ନଥାଏ । ଅନୁଭବୀ କବି କାଳିଦାସ ଠିକ୍ କହିଛନ୍ତି—‘‘ରମ୍ୟାଣି ବୀକ୍ଷ୍ୟ ମଧୁରାଶ୍ଚ.... ।’’ ମୁଁ କିଛି ସମୟଯାଏ ଶୋଇ ଓ ବିରାଗରେ ଗାଉଛି ‘‘ଆହା, ବେଦନା ବିଦା କି ହେଲା’’ ! ଏବଂ ଆଣ୍ଠୁ ପକେଈ ସ୍କନ୍ଦଗୁପ୍ତଠାରୁ ବିଦାୟ ମାଗୁଛି—‘‘ହେ ଜୀବନର ଦେବତା, ପର ଜୀବନର କ୍ଷମା ମୋର ପ୍ରାପ୍ୟ ହେଉ !’’ତା’ ପରେ ଅନନ୍ତ ବିରହକୁ ନେଇ ପର୍ଦା ବିରହକୁ ନେଇ ପର୍ଦା ପଡ଼ୁଛି ।

 

[ଦେବସେନା—ହିନ୍ଦୀ ସାହିତ୍ୟର ପ୍ରମୁଖ କବି ଓ ନାଟ୍ୟକାର ୰ ଜୟଶଙ୍କର ପ୍ରସାଦଶଙ୍କର ପ୍ରସିଦ୍ଧ ଐତିହାସିକ ନାଟକ ‘‘ସ୍କନ୍ଦଗୁପ୍ତ’’ ର ପ୍ରଧାନ ନାୟିକା । ଦେବସେନାର ଚରିତ୍ର ଅତି ଉଜ୍ଜ୍ୱଳ । ତାର ବ୍ୟକ୍ତିତ୍ୱ ତ୍ୟାଗ, ତପସ୍ୟା, ସେବା, ରାଷ୍ଟ୍ରୀୟତା ଓ ସ୍ୱର୍ଗୀୟ ପ୍ରେମରେ ପରିପୂର୍ଣ୍ଣ–]

 

—ଅନୁବାଦକ

 

ତାକୁ ପଢ଼ିବାଦ୍ୱାରା ମୋ ମନ ଆହୁରି ଉଦାସ ହୋଇଗଲା । ନିରୁପାୟ ହୋଇ ମାଣିକଙ୍କ ପାଖକୁ ଯିବାକୁ ଠିକ୍ କଲି । ସେଠି ପହଞ୍ଚିଲାବେଳକୁ ସେ ଚୁପ୍‌ଚୁପ ବସି ଗୋଡ଼ ହଲେଇ ହଲେଇ ଝରକାରେ ମେଘଆଡ଼କୁ ଚାହିଁଛନ୍ତି । ସେଥିରୁ ଜଣାଯାଉଥାଏ—ତାଙ୍କର ଅତୀତର କଥା ଯେପରି କିଛି ମନେ ପଡ଼ିଛି । ସେଥିପାଇଁ ସେ ଏତେ ଉଦାସୀନ । ଏପରି ଭାବଭଙ୍ଗୀ ହିଁ ସେ ରୋଗର ଲକ୍ଷଣ । ଏ ଅବସ୍ଥାରେ ଏଭଳି ଲୋକଙ୍କଠି ଦୁଇପ୍ରକାର ପ୍ରତିକ୍ରିୟା ଦେଖାଯାଏ—ଯଦି କେହି ଭାବକତାପୂର୍ଣ୍ଣ କଥା କହେ, ତାକୁ ସେମାନେ ଥଟ୍ଟାରେ ଉଡ଼ାଇଦିଅନ୍ତି । ଯଦି କେହି ଭାବୁକପୂର୍ଣ୍ଣ କଥା କହେ, ତାକୁ ସେମାନେ ଥଟ୍ଟାରେ ଉଡାଈଦିଅନ୍ତି । ଯଦି ଚୁପ୍ ହୋଇ ବସେ ତା’ ହେଲେ ତାଙ୍କୁ କହିଲି–ମୋତେ ଆଜି ବଡ଼ ଖରାପ ଲାଗୁଛି । ସେ ହସି ହସି କହିଲେ—ଖରାପ ଲାଗିବାର ଦୁଇଟି କାରଣ..... ।

 

‘‘କଣ ସେ ଦୁଇଟି ?’’ —ମୁଁ ପଚାରିଲି ।

 

‘‘ପ୍ରଥମତଃ ତୁମର ହଜମ ଠିକ୍ ରୂପେ ହୋଇ ନଥିବ । ଦ୍ୱିତୀୟରେ ତୁମେ ଦାନ୍ତେଙ୍କର ‘‘ଡିଭାଇନା କାମେଡ଼ିଆ’’ ପଢ଼ିଛ କି ? ତା’ର ନାୟକକୁ ସ୍ୱର୍ଗରେ ଯାଇ ନାୟିକା ତା’କୁ ଇଶ୍ୱରଙ୍କ ସିଂହାସନପର୍ଯ୍ୟନ୍ତ ନେଇଯାଉଛି ।’’ ମୁଁ ଯେତେବେଳେ ଟିକିଏ ଲଜ୍ଜିତ ହୋଇ କହିଲି—ବାସ୍ତବିକ୍ ଦୁଇଟିଯାକ ସତ, ସେ ଚୁପ୍ ହୋଇଗଲେ । ପୁଣି ପୂର୍ବପରି ଗୋଡ଼ ହଲେଇ ହଲେଇ ଝରକାରେ ମେଘଆଡ଼କୁ ଚାହିଁ ରହିଲେ । ଟିକକ ପରେ କହିଲେ—‘‘କହିପାରୁନି, ଏ ମେଘକୁ ଦେଖି ତୁମକୁ କ’ଣ ଲାଗୁଥିବ । କିନ୍ତୁ ମୋତେ ବଡ଼ ଆନନ୍ଦ ଲାଗୁଛି । ପିଲାଦିନର ସେ ଖେଳଘର କଥା ମନେପଡ଼ୁଛି ! ଯାହାକୁ ବହୁଦିନୁ ଛାଡ଼ି, ସାରା ଜଗତ ବୁଲି ବୁଲି ଆମେ ପୁଣି ସେଇଠି ଆସି ପହଞ୍ଚିଛେ ।’’ ମୋ’ଠୁ ଯେତେବେଳେ ଶୁଣିଲେ, ମୋ’ ମନରେ ମଧ୍ୟ ସେହିଭଳି ଆନନ୍ଦ ଅନୁଭୂତ ହେଉଛି । ସେ ପୁଣି ଦ୍ୱିଗୁଣିତ ଉତ୍ସାହରେ କହି ଉଠିଲେ—‘‘ପ୍ରକୃତରେ ଯଦି ଜୀବନରେ ଫୁଲ, ବାଦଲ, ପବିତ୍ରତା ଓ ଆଲୋକ ଆଦି ଦେଖା ନ ଦେଇ କେବଳ ଅନ୍ଧକାର, କର୍ଦ୍ଦମ ଓ ମଳିନତା ହିଁ ଦେଖାଦିଅନ୍ତା, ତା’ହେଲେ କେତେ ଭଲ ହୁଅନ୍ତା ! ଆମେମାନେ ସେଥିରେ ନର୍ଦ୍ଦମାର ପୋକପରି ଖାଲି ସାଲୁ ସାଲୁ ହୁଅନ୍ତେ ଏବଂ ମରିଯାଆନ୍ତେ । କିନ୍ତୁ ଯେଉଁଦିନ ଆମ ଆତ୍ମା ପବିତ୍ରତାର ଟିକିଏ ମାତ୍ର ଅଂଶ, ଆଲୋକର ଗୋଟିଏ ମାତ୍ର କଣିକା ପାଏ, ସେଦିନ ମୁଁ ନିଜକୁ ବଡ଼ ଅଭାଗା ମନେକରେ । କାରଣ ତା’ପରେ ଶତାବ୍ଦୀ-ଶତାବ୍ଦୀ ଧରି ଅନ୍ଧକାରରେ ପଡ଼ିରହିଲେ ମଧ୍ୟ ଆଲୋକର ତୃଷ୍ଣା ମେଣ୍ଟେ ନାହିଁ । ଅନ୍ଧକାର ସହିତ ମିଳିମିଶି ଗଲେ ବି କେବେ କାହାକୁ ଶାନ୍ତି ମିଳେ ନାହିଁ ।’’ ମୁଁ ତାଙ୍କ କଥାରେ ପୂର୍ଣ୍ଣ ସମ୍ମତି ପ୍ରକାଶ କଲି । କାରଣ ହିନ୍ଦୀରେ ଯୁକ୍ତି କରିବାର ଅଭ୍ୟାସ ମୋର ନ ଥିଲା କି ଶକ୍ତି ନ ଥିଲା । ହଁ, କେବଳ ଚେଷ୍ଟାକରି ଟିକିଏ ଲେଖି-ପଢ଼ି ପାରୁଥିଲି-। ଏଣୁ ତାଙ୍କରି କଥାରେ ଏକମତ ହୋଇ ତାଙ୍କରିପରି ଆକାଶକୁ ଚାହିଁରହିଲି । ମାଣିକ ପୁଣି କହିଲେ—‘‘ବର୍ତ୍ତମାନ ପ୍ରେମକୁ ହିଁ ନିଅ । ବାସ୍ତବିକ ଏହା ଆର୍ଥିକ ସ୍ଥିତିଦ୍ୱାରା ଅନୁଶାସିତ; କିନ୍ତୁ ଭାବପ୍ରବଣତାରେ ମୁଁ ଯାହା କହିପକାଈଛି–ପ୍ରେମ ଆର୍ଥିକ-ନିର୍ଭର-ଶୀଳତାର ଦ୍ୱିତୀୟ ନାମ, ତା’ ଆଂଶିକ ମାତ୍ର ସତ୍ୟ । ଏହା କେହି ଅସ୍ୱୀକାର କରିପାରିବେ ନାହିଁ ଯେ ପ୍ରେମ...’’ କହୁ କହୁ ସେ ଟିକିଏ ଅଟକିଯାଇ ମୋ’ଆଡ଼କୁ ଚାହିଁ ପୁଣି ଆରମ୍ଭ କଲେ—‘‘କ୍ଷମା କରିବ, ତୁମରି ଅଭ୍ୟସ୍ତ ଶୈଳୀରେ ଯଦି କହେ, ତା’ କେହି ଅସ୍ୱୀକାର କରିପାରିବେ ନାହିଁ ଯେ ପ୍ରେମ ଆତ୍ମାର ଅନ୍ତରତମ ପ୍ରଦେଶରେ ସୁପ୍ତ ଥିବା ସୌନ୍ଦର୍ଯ୍ୟର ସଙ୍ଗୀତକୁ ପ୍ରକାଶ କରି ଆମମାନଙ୍କୁ ଅତି ସୁନ୍ଦର ପବିତ୍ରତା, ନୈତିକ ନିଷ୍ଠା ଓ ଆଲୋକ ଦୀପ୍ତିରେ ପରିପୂର୍ଣ୍ଣ କରିଦିଏ; କିନ୍ତୁ......’’

 

‘‘କିନ୍ତୁ ପୁଣି କଣ ?’’ ମୁଁ ପଚାରିଲି ।

 

‘‘କିନ୍ତୁ ଆମେମାନେ ପରମ୍ପରା, ସାମାଜିକ ପରିସ୍ଥିତି, ମିଥ୍ୟା ବନ୍ଧନ ଆଦି ଦ୍ୱାରା ଏତେ ଆବଦ୍ଧ ଯେ ତାକୁ ସାମାଜିକ ସ୍ତରରେ ଗ୍ରହଣ କରିପାରୁ ନ ଥାଏଁ । ତା’ ସକାଶେ ସଂଘର୍ଷ କରିପାରୁ ନ ଥାଏଁ । କେବଳ ନିଜର କାପୁରୁଷତା ଓ ବିବଶତାରୂପକ ରଙ୍ଗରେ ତାକୁ ରଙ୍ଗେଇବାର ଚେଷ୍ଟା କରୁଥାଏଁ ।

 

କିନ୍ତୁ ଏ’ ପ୍ରେମ ଦୁର୍ବଳ ମନର । ଏଥିରେ ସ୍ୱପ୍ନ, ସୁନେଲୀ କଳ୍ପନା ଓ ଆନନ୍ଦ ବହୁ ପରିମାଣରେ ଥିଲେ ମଧ୍ୟ ସାହସ ଓ ପରିପକ୍ୱତାର ଅଭାବ ପରିଲକ୍ଷିତ ହୁଏ, ଯାହାକି ସ୍ୱପ୍ନ ଓ ସୁଖକୁ ସୁସ୍ଥ ସାମାଜିକ ସମ୍ବନ୍ଧରେ ପରିବର୍ତ୍ତିତ କରିପାରିବ । ପରିଣାମସ୍ୱରୂପ ଏଗୁଡ଼ିକ ମେଘର ଛାୟାପରି ଅଳ୍ପ ସମୟଭିତରେ ମନରୁ ଦୂରେଈଯାଏ । ଶେଷରେ ଆମକୁ ସମାଜରେ ହିଁ ରହିବାକୁ ପଡ଼େ । ଏଣୁ ସାମାଜିକ ଜୀବନାନୁକୂଳ ଭାବନା ବ୍ୟତୀତ ଅନ୍ୟ ଭାବନାକୁ ଜୀବନ ସ୍ୱୀକାର କରେନାହିଁ; ଅନାବନା ଗଛଭଳି ତା’ର ମୂଳୋତ୍ପାଟନ କରି ଫିଙ୍ଗିଦିଏ ।’’

 

ଓଁ କାର, ଶ୍ୟାମ ଓ ପ୍ରକାଶ ସେତେବେଳକୁ ଆସିଯାଇଥାନ୍ତି । ସମସ୍ତେ ଅପେକ୍ଷା କରିଥାଉଁ–ମାଣିକ କେତେବେଳେ କଥା ଆରମ୍ଭ କରିବେ; କିନ୍ତୁ ତାଙ୍କର ମନ ସ୍ଥିତିକୁ ଦେଖି କିଛି କହିବାକୁ ସାହସ ହେଉ ନ ଥାଏ ।

 

ମାଣିକ ଆମ ମନକଥା ଜାଣିପାରିଲାପରି ହଠାତ୍ ଉଠି ବସିଲେ । ଦିବା-ସ୍ୱପ୍ନର ଦୁନିଆକୁ ଫେରିଆସି ନିଷ୍ପ୍ରଭ ହସଟିଏ ହସି କହିଲେ–‘‘ଆଜି ତୁମମାନଙ୍କୁ ଏପରି ଗୋଟିଏ ଝିଅ କଥା କହିବି, ଯାହାକୁ ମୁଁ କେବେ ଭୁଲି ପାରିନି କି ପାରିବି ନାହିଁ । ବିଶେଷ କରି ଏ ମେଘୁଆ ପାଗରେ ସର୍ବଦା ସେ ମନେପଡ଼େ । ବାସ୍ତବିକ୍ ବଡ଼ ବିଚିତ୍ର ଥିଲା ସେ ଝିଅ !’’

 

ତା’ ପରେ ସେ କାହାଣୀ ଆରମ୍ଭ କରିଦେଲେ । କଥା ମଝିରୁ ମୁଁ ତାଙ୍କୁ ସ୍ମରଣ କରାଈଦେଲି ଯେ ଗତ କାହାଣୀଟିର କାଳ ସଙ୍କଳନ ଠିକ୍ ନ ଥିଲା । ସୀମାରହିତ ସମୟ ଯୋଗୁଁ ଘଟଣାପ୍ରବାହ ଅତି ଜୋରରେ ଚାଲିବାକୁ ଲାଗିଲା । ତା’ ସଙ୍ଗେ–ସଙ୍ଗେ ବିବରଣଗୁଡ଼ିକ ଏତେଶୀଘ୍ର ଗତି କଲା ଯେ ବ୍ୟକ୍ତିଗତ ମନୋବିଶ୍ଳେଷଣ ଓ ମନସ୍ଥିତି ନିରୂପଣପ୍ରତି ଉପଯୁକ୍ତ ଧ୍ୟାନ ଦିଆଯାଇପାରିଲା ନାହିଁ । ପୂର୍ବ କାହାଣୀର ଏ ଅଭାବଗୁଡ଼ିକ ସେ ସ୍ୱୀକାର କଲେ । କିନ୍ତୁ ଟିକିଏ ଅସନ୍ତୁଷ୍ଟ ହେଲାପରି ଜଣାଗଲା । କାହିଁକି ନା ଚଢାଗଳାରେ ସେ କହିଲେ–‘‘ହଉ, ଏ କାହାଣୀର ଘଟଣା କେବଳ ଚବିଶ ଘଣ୍ଟାରେ ସୀମିତି ରହିବ ।

 

ସନ ୧୯....ର ଜୁଲାଇ ୨୯ ତାରିଖ ସନ୍ଧ୍ୟା ଛଅଟାଠାରୁ ୩୦ ଜୁଲାଇ ସନ୍ଧ୍ୟା ଛଅଟାଯାଏ । ତା’ ପରେ ସେ କାହାଣୀ କହିବା କହିବା ଆରମ୍ଭ କଲେ–

 

(କାହାଣୀ କହିବା ପୂର୍ବରୁ ମୋତେ କହିଲେ—‘‘ଶୈଳୀରେ ତୁମର କୌଣସି ପ୍ରକାର ଆଭାସ ଆସିଯାଇପାରେ, କ୍ଷମା କରିବ ।’’)

 

ଅସ୍ତଗାମୀ ସୂର୍ଯ୍ୟଙ୍କର ସୁନେଲୀ କିରଣ ଖିଡ଼୍‌କିରେ ଝୁଲୁଥିବା ଜର୍ଜେଟ ପର୍ଦାକୁ ଚୁମା ଦେଇ ଘର ଭିତରେ ତକିଆରେ ମୁହଁମାଡ଼ି କଇଁକଇଁ ହୋଇ କାନ୍ଦୁଥିବା ବାଳିକାକୁ ଚାହିଁଥାଏ । ତାର ଶୁଷ୍କ ଚୂର୍ଣ୍ଣକୁନ୍ତଳ ଲୁଣିଆ ଲୁହରେ ଓଦାହୋଇଥିବା ଗାଲକୁ ଛୁଇଁ ଶିହରିଉଠୁଥାଏ । ଚମ୍ପାକଢ଼ିପରି ତା’ର ସେହି ଲମ୍ବା ପତଳା ଓ ସୁନ୍ଦର ଆଙ୍ଗୁଳି, କୋହରେ କମ୍ପି ଉଠୁଥିବା ତାର ସୁନାଜୁଇପରି କୋମଳ କ୍ଷୀଣ ଶରୀର, ଗୋଲାପର ଶୁଖିଲା ପାଖୁଡ଼ାପରି ତାର ସେହି ଓଠ ଓ ଘରର ଉଦାସ ବାତାବରଣ ଦେଖି ମନେ ହେଉଥାଏ ଏକପ୍ରକାର ଅବ୍ୟକ୍ତ ବେଦନାରେ ଅଙ୍ଗୁଠିଗୁଡ଼ିକ ରହି ରହି ତା ବ୍ୟକ୍ତିତ୍ୱର ମୃଣାଳ ତନ୍ତୁର ସଙ୍ଗୀତକୁ ଯେପରି ଅସ୍ତବ୍ୟସ୍ତ କରିଦେଉଛି ।

 

ଟିକକ ପରେ ସେ ଉଠି ବସିଲା । ତା’ ଆଖିତଳର କଅଁଳିଆ କାଳିମା ରେଖା ଟିକିଏ ଟିକିଏ ଦେଖାଯାଉଥାଏ । ବ୍ୟଥାଭରା ତା’ର ସେ ହଂସର ଗତି–ମାନସରୋବରରୁ ବହୁଦିନପାଇଁ ବିଦାୟ ନେଉଥିବା ହଂସପରି ଜଣାଯାଉଥାଏ ! ସେ ଏକ ଦୀର୍ଘ ନିଃଶ୍ୱାସ ଛାଡ଼ି ସେଠୁ ଉଠି ଖିଡ଼କି ପାଖରେ ଯାଇଁ ବସିଲା । ଜର୍ଜେଟ ପର୍ଦ୍ଦା ପବନରେ ଉଡ଼ି ଉଡ଼ି କେତେବେଳେ କାନକୁ ତ କେତେବେଳେ କାନକୁ ତ କେତେବେଳେ ଓଠକୁ ସାଉଁଳି ଦେଉଥାଏ ।

 

ବାହାରେ ସୂର୍ଯ୍ୟଙ୍କର ଶେଷ ସ୍ୱର୍ଣ୍ଣିମ-କିରଣ ନିମ୍ବ ଓ ଓସ୍ତ ଗଛ ଶିଖରେ ବିଛେଇ ହୋଇପଡ଼ିଥାଏ । ଝଟକୁଥାଏ ସେଥିରୁ ଏକ ନୂତନ ଆଭା । ମେଘୁଆ ବାତାବରଣ । ଦିଗ୍‌ବଳୟ ନିକଟରେ ଜାମୁକୋଳି ରଙ୍ଗର ଆସ୍ତରଣ ବିଛେଇ ଦେଲାପରି ଜଣାଯାଉଥାଏ । ପୁଣି ହାଲୁକା ତୋଫାନର ଆଭାସ ।

 

‘‘ତୋଫାନ ଆସିବ ମ, ଚା..... ଲେ, ଗଣ୍ଡେ କଣ ଖାଇନେ ।’’ ମା’ ଦୁଆର ମୁହଁରେ ଠିଆହୋଇ ଡାକିଲେ ବାଳିକା କିଛି ନ କହି କେବଳ ମୁଣ୍ଡ ହଲେଈଦେଲା । ମା’ କିଛି କହିଲେନି, ବାଧା ବି ଦେଲେନି । ମା’ର ହଲେଇଦେଲା । ମା’ କିଛି କହିଲେନି, ବାଧା ବି ଦେଲେନି । ମା’ର ଏକମାତ୍ର ସନ୍ତାନ ! ତାକୁ ଝିଅ କୁହ ବା ପୁଅ କହ; ଘରଯାକରେ ମା-ଝିଅ ଛଡ଼ା କେହି ନାହିଁ । ତା’ କଥା ନ ଶୁଣନ୍ତା କିଏ, ନ ଶୁଣିବାକୁ ସାଧ୍ୟ କାହାର ? ମା’ କିଛି ସମୟ ଠିଆହୋଇ ଚାଲିଗଲେ । ବାଳିକା ଉଦାସ ନୟନରେ ଶାନ୍ତଚିତ୍ତରେ ଛାଇ ରହିଥିବା ଜାମୁ ରଙ୍ଗର ସଜ ମେଘକୁ ଚାହିଁରହିଲା । ତା ସଙ୍ଗେ ସଙ୍ଗେ ରକ୍ତିମ ଅଭାକୁ ଓ ତା ଉପରେ ଢାଙ୍କିଥିବା ତୋଫାନର ଆଭାସକୁ.... ।

 

ଅନ୍ଧାରର ସୁନ୍ଦର ଚାଦର ଘୋଡ଼େଇ ହୋଇଥାଏ, ସନ୍ଧ୍ୟାରାଣୀ । ସେ ବିଚାରୀ ବସିଥାଏ ମଲ୍ଲୀରେ ନିର୍ମିତ କଳା-ପ୍ରତିମାପରି ଶାନ୍ତଚିତ୍ତରେ । ଉଦାସୀନ ଦୃଷ୍ଟି, ଲଜ୍ଜାଯୁକ୍ତ ରଜନୀଗନ୍ଧାପରି ଦେଖାଯାଉଥାଏ ।

 

ମାଣିକ ଘରଭିତରେ ପଶିଯିବାମାତ୍ରେ ‘‘ଆସନ୍ତୁ’’ କହି, ଉଠି ଠିଆହେଲା ଓ ବତି ଜାଳିଦେଲା । ମାଣିକ ତାର ବିଷର୍ଣ୍ଣ ମନସ୍ଥିତି ଓ ଅଶ୍ରୁସିକ୍ତ ମୂକତା ଦେଖି ଦବିଗଲେ । ତା’ପରେ ଗମ୍ଭୀର ହୋଇ କହିଲେ—‘‘ତୁମର କ’ଣ ହୋଇଛି ଲିଲି..... ! ହୋଇଛି କ’ଣ !!’’

 

‘‘ନାଇଁ, କିଛି ନାଇଁ ତ!’’ ବାଳିକା ହସିବାର ଚେଷ୍ଟାକରି ଉତ୍ତର ଦେଲା । କିନ୍ତୁ ଲୁହରେ ଆଖି ଛଳଛଳ କରି ତାଙ୍କ ପାଦପାଖରେ ଆସି ବସିପଡ଼ିଲା ।

 

ତା’ କାନର ମାଙ୍କେଡ଼ୀରେ ଲାଗିଥିବା ଅଡ଼ୁଆ ବାଳକୁ ଛଡ଼ଉ ଛଡ଼ଉ ସେ କହିଲେ–‘‘ତା’ହେଲେ ତୁମେ କିଛି କହିବ ନାହିଁ ?’’

 

‘‘ତୁମ ପାଖରେ କେବେ କୌଣସି କଥା ମୁଁ ଲୁଚେଇଛି ?’’

 

‘‘ନାଇଁ, ଆଜିଯାଏ ଲୁଚାଇନାହିଁ, କିନ୍ତୁ ଆଜି.......’’

 

‘‘ନା, ସେପରି କିଛି ନାହିଁ, ସତ କହୁଛି, ବିଶ୍ୱାସ କର ।’’ ଲିଲି-ଯାହା ନାଁ ଲୀଳା; ମାଣିକଙ୍କ କମିଜର କାଚବୋତାମ ଖୋଲି ବନ୍ଦ କରୁ କରୁ କହିଲା ।

 

‘‘ହଉ ନ କହ ! ମୁଁ ବି ଆଜିଠୁ ତୁମକୁ କିଛି କହିବି ନାହିଁ ।’’

 

ମାଣିକ ଉଠୁ ଉଠୁ କହିଲେ ।

 

‘‘ଯାଉଛ କୁଆଡ଼େ?’’ ତାଙ୍କ କାନ୍ଧ ଉପରକୁ ଆଉଜିପଡ଼ି ସେ କହିଲା—

 

‘‘କହୁଛି ପରା..... ।’’

 

‘‘ଆଚ୍ଛା କହ!’’

 

ଲିଲି ଟିକିଏ ଲଜ୍ଜିତ ହେଲା । ତା’ପରେ ମାଣିକଙ୍କ ହାତକୁ ବ୍ୟଥିତ ଦୃଷ୍ଟିରେ ଦେଖି କହିଲା—‘‘ଆଜି ଦେବଦାସ ଦେଖିବାକୁ ଆସିଥିଲେ, କନକ ବି ସାଙ୍ଗରେ ଆସିଥିଲା । ଛାଡ଼, ସେ କିଛି ବୁଝିପାରିନାହିଁ । କିନ୍ତୁ ମୋତେ ଯାହା ଲାଗୁଥାଏ ମୁଁ ଜାଣେ ! ମାଣିକ, ଆଚ୍ଛା କହ ତ, ଏବେ କଣ କରିବି ? ତୁମକୁ ଦିନେ ନ ଦେଖିଲେ ଖାଇବା-ପିଇବା ସବୁ ତୁଚ୍ଛ ଲାଗୁଛି । ତୁମକୁ ଛାଡ଼ି ମାସ-ମାସ ଧରି ରହିବି କିମିତି ? ବାସ୍ତବିକ୍ କେତେ ହସିଲେ-ଖାଇଲେ-ଖେଳିଲେ ମଧ୍ୟ ଏ କଥା ମନେ ପଡ଼ିବାମାତ୍ରେ ଜୀବ ଛାଡ଼ିଗଲାପରି ଲାଗୁଛି ।

 

ମାଣିକ କିଛି କହିପାରିଲେନି । ଏକ ସକରୁଣ ବ୍ୟଥା ତାଙ୍କ ଆଖିରେ ଦେଖାଦେଲା । ସେ ଚୁପ୍‌ଚାପ ବସିରହିଲେ । ସେତେବେଳକୁ ତୋଫାନ ଆସିଯାଇଥାଏ । ମେଜତଳେ ପଡ଼ିଥିବା ସିନେମାର ଦୁଇଟି ଖଣ୍ଡିଆ ଟିକଟ ପବନର ଆଘାତ ପାଇ ପ୍ରଜାପତି ପରି ଘରସାରା ଉଡ଼ି ଉଡ଼ି କାନ୍ଥରେ ବାଜି ଖସିପଡ଼ୁଥାଏ ।

 

ମାଣିକଙ୍କ ପାଦଉପରେ ହଠାତ୍ ଗରମ ଲୁହ ବୁନ୍ଦାଏ ଖସିପଡ଼ିଲା । ସେ ଚମକିପଡ଼ି ଦେଖନ୍ତି ତ ଲିଲିର ଆଖିରୁ ଲୁହ ଗଡ଼ିଯାଉଛି । ସେ ତା’ର ହାତ ଧରି ପାଖକୁ ଟାଣିଆଣିଲେ । ଆଗରେ ବସାଇ କପୋତପରି ତାର ଛୋଟ ଛୋଟ ପାଦ ଯୋଡ଼ିକୁ ସାଉଁଳି ସାଉଁଳି କହିଲେ–‘‘ଛିଃ, ଏପରି କାନ୍ଦିବାଟା ଭଲ ନୁହେଁ ଲିଲି ! ଏସବୁ ହୃଦୟର ଦୁର୍ବଳତା, ମନର ମୋହ-। ତୁମେ ଜାଣ, ତୁମପ୍ରତି ମୋ ମନରେ କେବେହେଲେ ମୋହ ଜନ୍ମିନି ଓ ତୁମ ମନରେ ବି ମୋପ୍ରତି ଅଧିକାର ଭାବନା କେବେ ହେଲେ ଦେଖାଦେଇନି । ଆମ ଦୁହିଁଙ୍କର ଏ ମଧୁର ସମ୍ବନ୍ଧ କେବଳ ଅପୂର୍ଣ୍ଣ ଆତ୍ମାକୁ ପୂର୍ଣ୍ଣ କରି ଜଣେ ଜଣକୁ ଶକ୍ତି, ସାହସ, ପ୍ରେରଣା ଓ ଆଲୋକ ଦେବାପାଇଁ-। ଦୁନିଆରେ ଏପରି କୌଣସି ଶକ୍ତି ନାହିଁ, ଯେ କି ଆମର ଏ ପବିତ୍ର ସମ୍ବନ୍ଧରେ ବାଧକ ହେବ-। ମୋର ଆଶା ଓ ବିଶ୍ୱାସ, ଏ ଜୀବନ କାଳରେ ଯେ କୌଣସି ଜାଗାରେ, ଯେ କୌଣସି ପରିସ୍ଥିତିରେ ରହେନା କାହିଁକି; ତୁମର ଏ ଅନାବିଳ ପ୍ରେମ ମୋତେ ଜୀବନୀଶକ୍ତି ଦେଉଥିବ । ପୁଣି ଏଥଈପାଇଁ ତୁମେ ଏତେ ଅସ୍ଥିର କାହିଁକି ? ମୁଁ ବୁଝିପାରୁନି ତୁମକୁ କିପରି ବୁଝେଇବି, କିପରି ଆଶ୍ୱାସନା ଦେବି, ଆଉ ତୁମ ମନରେ କିପରି ବୁଝେଇବି, କିପରି ଆଶ୍ୱାସନା ଦେବି, ଆଉ ତୁମ ମନରେ କିପରି ବିଶ୍ୱାସ ଜନ୍ମେଇବି !’’

 

ଲିଲି ଅଶ୍ରୁପୂର୍ଣ୍ଣ ନୟନ ଉଠାଈ ବଡ଼ କାତରଭାବେ ମାଣିକଙ୍କୁ ଚାହିଁ ରହିଲା, ଯାହାର ଅର୍ଥ—‘‘ଏପରି କହନି, ଯାହା କିଛି ମୋ ଜୀବନ ଓ ବ୍ୟକ୍ତିତ୍ୱରେ ପ୍ରତିଫଳିତ ହେଉଛି, ସେସବୁ ତୁମରି ଦେୟ ବସ୍ତୁ’’ ଏସବୁ ଶବ୍ଦରେ ନ କହି ଆଖିରେ ସଂକେତରେ ସେ କହିଦେଲା ।

 

ମାଣିକ ଧୀରେ ଧୀରେ ତା’ରି କାନିରେ ତା ଲୁହ ପୋଛିଦେଇ କହିଲେ—‘‘ଯାଅ, ଟିକିଏ ମୁହଁ ଧୋଇ ଆସ....ଉଠ ।’’ ସେ ଉଠି ମୁହଁ ଧୋଇ ଆସିଲା । ମାଣିକ ବସି ବସି ରେଡ଼ିଓ କଣ୍ଟା ଏପରି ବୁଲାଉଥାନ୍ତି ଯେ କେବେ ଚଟ୍‌କରି ଦିଲ୍ଲୀ କେନ୍ଦ୍ରରୁ ବାଜିଉଠେ ତ କେବେ ଲକ୍ଷ୍ମୌରୁ କୌଣସି ଅସ୍ପଷ୍ଟ ସଂଗୀତ-ମାଧୁରୀ ଶୁଣାଯାଏ, କେବେ ନାଗପୁରରୁ ତ କେବେ କଲିକତାରୁ । ଲିଲି ଚୁପ୍‍ଚାପ୍ କିଛିକ୍ଷଣ ବସିରହିଲା । ତା’ପରେ ଉଠି ରେଡ଼ିଓ ଅଫ୍‌ କରିଦେଇ ବ୍ୟାକୁଳ ଓ ଆଗ୍ରହପୂର୍ଣ୍ଣ ସ୍ୱରରେ କହିଲା—‘‘ମାଣିକ, କିଛି ଗୋଟେ କହ, ମୋ ମନ ବଡ଼ ଅଧୀର ହେଲାଣି ।’’

 

ସେ ହସି ହସି କହିଲେ—‘‘ଆଚ୍ଛା । କହୁଛି । କିନ୍ତୁ ମୋ ଲିଲି ଯିମିତି କହିବ ସିମିତି କ’ଣ ମୁଁ କହିପାରିବି ? ହଁ, ତୁମ କନକ ଫଟୋରୁ କିଛି ବୁଝି ପାରିଲାନି ?’’

 

‘‘ଉଁ..........ହୁଁ !’’

 

‘‘କନକ ବଡ଼ ଓଲୀ; କିନ୍ତୁ ସବୁ କାମରେ ହାତଦେବାକୁ ଚେଷ୍ଟା କରୁଥିବ ।’’

 

‘‘ତଥାପି ତୁମ ଯମୁନାଠୁ ଭଲ !’’

 

ଯମୁନା କଥା ପଡ଼ୁ ପଡ଼ୁ ସେ ହସିପକାଈଲେ । ପୁଣି ଅସୀମ ସ୍ନେହ ଓ ଭାବୁକତାରେ ତା’ଆଡ଼କୁ ଚାହିଁ ବଡ଼ ଆଗ୍ରହରେ ପଚାରିଲେ—‘‘ଲିଲି, ତୁମେ ‘ସ୍କନ୍ଦଗୁପ୍ତ’ ଶେଷ କଲଣି ?’’

 

‘‘ହଁ !’’

 

‘‘କିମିତି ଲାଗିଲା ?’’

 

‘‘ବଡ଼ ଭଲ.... ।’’ ମୁଣ୍ଡ ହଲାଇ ସେ ଉତ୍ତର ଦେଲା । ମାଣିକ ଆସ୍ତେ ତା’ ହାତକୁ ଧରିପକେଇ ତା ପାପୁଲି ଉପରେ ନିଜ କମ୍ପିତ ପାପୁଲି ରଖି କହିଲେ—‘‘ମୁଁ ଚାହୁଁଛି ମୋ ଲିଲି ମଧ୍ୟ ‘ଦେବସେନା’ ପରି ପବିତ୍ର, ବୁଦ୍ଧିମତୀ ଓ ଦୃଢ଼ପ୍ରତିଜ୍ଞ ହେବ । କଣ ଲିଲି, ସେପରି ତୁମେ ହେବନି-?’’

 

ମର୍ତ୍ତ୍ୟଦୁର୍ଲଭ ଦେବସଂଗୀତରେ ମୁଗ୍‌ଧା ଆତ୍ମହରା ହରିଣୀପରି ଲିଲି ମାଣିକଙ୍କୁ ଟିକିଏ ଅନେଇଦେଇ ତାଙ୍କର ସେହି କମ୍ପୁଥିବା ପାପୁଲିରେ ନିଜ ମୁହଁକୁ ଘୋଡ଼େଇ ନେଲା । ବାହାରେ ଚାରିଆଡ଼େ ଢାଙ୍କି ରହିଥାଏ ଜାମୁକୋଳି ରଙ୍ଗର ହାଲୁକା ମେଘ, ଆର୍ଦ୍ର, ଗନ୍ଧଯୁକ୍ତ ପବନ ଲିଲିର ଆଜାନୁଲମ୍ବିତ ଘନ କୁନ୍ତଳର ବେଣୀକୁ ହଲାଇଦେଉଥାଏ ।

 

‘‘ବାଃ ! .....ସିଆଡ଼କୁ ଟିକିଏ ଦେଖ ତ ଲିଲି !’’ ତା’ର ପଦ୍ମଫୁଲଭଳି ମୁହଁକୁ ଟିକିଏ ଟେକିଦେଇ କହିଲେ ମାଣିକ । ସାମନା ଗଳିରେ ଇଲେକ୍‌ଟ୍ରିକ୍‌ ଜଳୁ ନ ଥାଏ । ରହି ରହି ନୀଳ ରଙ୍ଗର ବିଜୁଳି ମାରିଦେଉଥାଏ । ଲମ୍ବା ଓ ସଂକୀର୍ଣ୍ଣ ଗଳି, ଦି’ପଟର ଉଚ୍ଚ ଉଚ୍ଚ ପକାଘର, ଖାଲି ବାରଣ୍ଡା, ପାହାଚ ଓ ଚଉତରା, ବନ୍ଦ ଖିଡ଼କି, ଶୂନ୍ୟ ଛାତ ଆଦି ନୀଳ ରଙ୍ଗର ବିଜୁଳିରେ ଜାଦୁପରି ଏକପ୍ରକାର ରହସ୍ୟ ସୃଷ୍ଟି କରୁଥାଏ । ଚଟ୍‌କରି ବିଜୁଳି ମାରିଦେବା ମାତ୍ରେ ଅନ୍ଧାର ଭିତରେ ଏସବୁ ନିମିଷକପାଇଁ ଦେଖାଦେଇ ପୁଣି ଅନ୍ଧାରରେ ବିଲୀନ ହୋଇଯାଏ ।

 

ମଝି-ମଝିରେ ବିଜୁଳିର ନୀଳରଙ୍ଗ କ୍ଷଣକପାଇଁ କାନ୍ଥ ଉପରେ ଚମକି ଉଠେ । କୋଠା ଉପରୁ ପାଣିର ଧାରା ବୋହିଚାଲିଥାଏ । ପବନରେ ଖମ୍ବ ଓ ବିଜୁଳିବତିର ତାର ଦୋହଲୁଥାଏ । ପାଣିର କ୍ଷୀଣ ଛିଟିକା ଘର ଭିତରେ ପଡ଼ୁଥାଏ । ମନେ ହେଉଥାଏ, ଯେପରି ସାରା ବାତାବରଣ ବିଜୁଳିର କ୍ଷୀଣ ଆଘାତରେ କମ୍ପିଉଠୁଛି ।

 

ଲିଲି ଝରକା ପାଖରେ ଠିଆହୋଇଥାଏ । ହଠାତ୍ ଛିଟିକା ଆସିବାଦ୍ୱାରା ସେ ସଂପୂର୍ଣ୍ଣ ଓଦା । ମୁଣ୍ଡ ଓ ଭ୍ରୁଲତାରୁ ପାଣି ପୋଛି ଆଡ଼େଇ ହେଉ ହେଉ ମାଣିକ କହିଲେ—‘‘ଲିଲି, ଟିକିଏ ଖିଡ଼ିକି ପାଖରେ ଠିଆହୁଅ । ସେଇଠି ହଁ ଠିକ୍ ସେହିପରି; ପାଣି ପୋଛନା—ତୁମର ଏ ଓଦା ଅଳକା କେଡ଼େ ସୁନ୍ଦର ଦିଶୁଛି !’’

 

ସେ ଲଜ୍ଜିତ ହୋଇ ଚୁପ୍‌ଚାପ୍ ପାଣିଛିଟିକାରେ ଠିଆହୋଇ ରହିଲା । କେବେ ବାହାରକୁ ତ କେବେ ମାଣିକଙ୍କଆଡ଼କୁ ଅନେଇଦେଉଥାଏ । ବିଜୁଳି ମାରିଦେଲାବେଳେ ଝରଣା ଭିତରେ କମ୍ପୁଥିବା ନୀଳ ପଦ୍ମପରି ଦିଶିଯାଉଥାଏ ତା’ର ମୁହଁ ।

 

‘‘ମୁଣ୍ଡ ଓଦା ହେଲା । ଉଠିବି’’—ପଚାରିଲା ସେ ।

 

‘‘ନା’’—ମାଣିକ ଉତ୍ତର ଦେଲେ । ତା’ପରେ ମୁଣ୍ଡର ପାଣି ବେକ ମୁଣ୍ଡାରେ ପଡ଼ି ବେକରେ ଥିବା ହାରଦେଇ ତଳକୁ ଖସିବାରୁ ସେ ଥରିଉଠିଲା । ‘‘କ’ଣ ଶୀତ ହେଉଛି କି ?’’ ସେ ପଚାରିଲେ । ଏକ ବିଚିତ୍ର, ଉନ୍ନତ ଆତ୍ମସମର୍ପଣ ସ୍ୱରରେ ସେ ଉତ୍ତର ଦେଲା ‘‘ନାଇଁ, କାଇଁ ଶୀତ ତ ନାହିଁ....କିନ୍ତୁ ତୁମେ ବଡ଼ ପାଗଳ !’’

 

‘‘ହଁ, କେବେ-କେବେ ହୋଇଯାଏ । ଲିଲି, ଇଂରାଜୀରେ ଗୋଟିଏ କବିତା ଅଛି—A lily girl not made for this world’s Pain—କଇଁଫୁଲପରି ବାଳିକାର ଜନ୍ମ ଏ ଦୁଃଖ-କଷ୍ଟର ଦୁନିଆପାଇଁ ନୁହେଁ । ତୁମକୁ କ’ଣ ଏ କବି ଚିହ୍ନେ କି ? ତୁମ ନାଁ ମଧ୍ୟ ଲେଖି ପକାଇଛି !’’ ‘‘ହଁ, ମତେ ତ ଅବଶ୍ୟ ଚିହ୍ନେ, କିନ୍ତୁ ତୁମକୁ ଏପରି ନୂଆ–ନୂଆ କଥା ସବୁଦିନେ ଦିଶେ କୋଉଁଠୁ ?’’

 

‘‘ନାଇଁମ ! ସେ ତ ଆଉ କେତେ କ’ଣ ଲେଖିଛି–And Longing eyes half wailed with slumbers tears, like bluest waters seen through mists of rain….’’

 

‘‘ନିଦ୍ରାଭିଭୂତ ଲୋତକଦ୍ୱାରା ଆଚ୍ଛାଦିତ ତୁମର ଲାଳସାପୂର୍ଣ୍ଣ ଚକ୍ଷୁ ଧୂମିଳ ବର୍ଷାରେ ନୀଳ ଜଳାଶୟପରି....’’

 

ହଠାତ୍ ଦୂରରେ କେଉଁଠି ବିଜୁଳି ପଡ଼ିଲା, ଲିଲି ଚମକିପଡ଼ି ମାଣିକଙ୍କ ଛାତି ଉପରେ । ଦୁଇମିନିଟ୍ ପର୍ଯ୍ୟନ୍ତ ବିଜୁଳିର ଭୀଷଣ ଶବ୍ଦ ପ୍ରତିଧ୍ୱନିତ ହୋଇଉଠୁଥାଏ । ଇଆଡ଼େ ଲିଲି ମଧ୍ୟ ଘରଚଟିଆପରି ଥରି ଥରି ମାଣିକଙ୍କ ବାହୁପାଶରେ ପଡ଼ିଥାଏ । ତା’ ପରେ ଆଖି ଫିଟେଇ ନଇଁପଡ଼ି ତାଙ୍କ ପାଦକୁ ଚୁମି ପକେଇବାରୁ ମାଣିକଙ୍କ ଆଖି ଲୁହରେ ଛଳ ଛଳ ହୋଇ ଆସିଲା । ବାହାରେ ବର୍ଷା କମିଯାଇଥାଏ । କେବଳ ଛାତ ଉପରୁ ଟପ୍ ଟପ୍ ପାଣି ପଡ଼ୁଥାଏ । ଅନ୍ଧାରରେ ଭାସିଚାଲିଥାଏ ଛୋଟ ଛୋଟ ମେଘଖଣ୍ଡ ।

 

ବଡ଼ି ସକାଳୁ ଉଠିଲା ଲିଲି । ଉଠିବ କ’ଣ, ରାତି ସାରା ତାକୁ ନିଦ ନାହିଁ । ତାକୁ ଜଣା ନାହିଁ—ମା’ କେତେବେଳେ ତାକୁ ଖାଇବାକୁ ଡାକିଲେ, ସେ କିପରି ମନା କରିଦେଲା ଆଉ କେତେବେଳେ ତାକୁ ପଲଙ୍କ ଉପରେ ନେଇ ଶୁଆଇଲେ । ତାର କେବଳ ଏତିକି ମନେଥିଲା ଯେ ସେ କାହା ପାଦ ଉପରେ ମୁଣ୍ଡ ରଖି ରାତିସାରା କାନ୍ଦୁଛି । ତକିଆ ଲୁହରେ ଓଦା ହୋଇଛି, ଆଖି ଫୁଲି ବେଙ୍ଗପରି ହୋଇଯାଇଛି ।

 

କନକ ସକାଳୁ ଆସିଯାଇଥାଏ । ଆଜି ଲିଲିକୁ ଅଳଙ୍କାର ପିନ୍ଧାଯିବ । ଶଶୁର ସନ୍ଧ୍ୟା ସାତଟାରେ ବୋହୂ ଦେଖିଆସିବେ । ଶାଶୁ ନ ଥିଲେ, କେବଳ ଶ୍ୱଶୁର ଆସିବାର ଥିଲା । ଲିଲିର ସାଥୀ କନକ । ତା’ ଉପରେ ସାରା ଘର ଓ ଲିଲିକୁ ସଜାଇବାର ଭାର । କିନ୍ତୁ ସେ କନକ କାନ୍ଧ ଉପରେ ମୁହଁ ରଖି ଦିନସାରା କାନ୍ଦି କାନ୍ଦି ବେଦମ.... ।

 

କନକ ବଡ଼ ଯଥାର୍ଥବାଦିନୀ ଓ ଭାବପ୍ରବଣହୀନା ବାଳିକା । କେତେ ସହୀ-ସଙ୍ଗାତଙ୍କ ବାହାଘର ସେ ଦେଖିଛି; କିନ୍ତୁ ୟା ପରି କୌଣସି କଥା ନ କହି ଖାଲି କଇଁ କଇଁ ହୋଇ ଦିନସାରା କାନ୍ଦିବାର ସେ କାହାକୁ ଦେଖିନି । ବିଦା ହେଲାବେଳେ କାନ୍ଦିବାଟା କେତେକାଂଶରେ ଠିକ୍ ହୋଇପାରେ । ନ ହେଲେ ସାଇପଡ଼ିଶାର ବୁଢ଼ୀ ମାଇପେ କହିବେ—‘‘ଦେଖୁଛ ଏ କାଳର ଝିଅ ବୋହୂଙ୍କୁ ! ଏଗୁଡ଼ା ତ ଲାଜ ବଣ୍ଟାଠିକି ଯାଇନାହାନ୍ତି, ଦେଖୁନ କିମିତି ଓଟପରି ବେକ କରି ଶାଶୁଘର ଯାଉଛି ! ଆମେମାନେ ତ କାନ୍ଦି କାନ୍ଦି ରାତି ପୁଆଇ ଦେଇଥିଲୁ । ବାପ ଦାଦି ଜୋର ଜବରଦସ୍ତି କରି ସବାରିରେ ବସାଇ ଦେବାରେ ଯାଇ ବସିଥିଲୁ । ଆଜିକାଲି ସେସବୁ କଥା କାଇଁ-?’’

 

କିନ୍ତୁ ଏପରି କାନ୍ଦିବାରେ ଲାଭ କଣ ? ତା’ ପୁଣି ମା କିମ୍ବା ଅନ୍ୟ କେହି ନଥିବା ବେଳେ-। ସେମାନଙ୍କ ଆଗରେ କାନ୍ଦିବାଟା ଗୋଟେ କଥା । ଏଥିପାଇଁ ତା’ ଉପରେ ସେ ଭାରି ଚିଡ଼ୁଥାଏ-। ତଥାପି ତାର କାନ୍ଦ ବନ୍ଦ ହେଉ ନ ଥାଏ ।

 

ଅତିଶୀଘ୍ର କାମ ଶେଷ କଲା ସେ । ଦିନସାରା ଏଠି ରହିବ ବୋଲି କହି ଆସିଥାଏ । ସେ ବଡ଼ ଭ୍ରମଣଶୀଳା ଓ କର୍ମନିପୁଣା । ଏଲନ୍‌ଗଞ୍ଜ ଯାଇ ସିଲାଇ ବହି ଫେରାଇଆଣିବା କଥା ହଠାତ୍‌ ତା’ର ମନେପଡ଼ିବାରୁ ଟିକିଏ ହେଲେ ଶାନ୍ତି ଲାଗିଲାନି । ଝିଅଟେ ଯାଇ ଲିଲି ମା’ଙ୍କୁ ପଚାରି ଜବରଦସ୍ତି ତାକୁ ସଜବାଜ କରି ସାଙ୍ଗରେ ଧରି ଚାଲିଲା ।

 

ମେଘ ଢାଙ୍କି ରହିଥାଏ । ମନମୁଗ୍‌ଧକର ବାତାବରଣ, ସଡ଼କ ଉପରେ ଠାଏ ଠାଏ ପାଣି ଜମିଥାଏ । ଚଢ଼େଇ ଗାଧୋଉଥାନ୍ତି । ଦୁହେଁ ଏଲନ୍‌ଗଞ୍ଜରେ କାମସାରି ବୁଲି ବାହାରିଲେ । ଖଣ୍ଡେ ବାଟ ଚାଲିବା ପରେ ଆଗରେ ଗୋଟାଏ ବଡ଼ ବନ୍ଧ । ତା’ ତଳେ ତଳେ ରେଲଲାଇନ୍ । ଲାଇନ୍ ଏବେ ବେକାର ପଡ଼ିଥାଏ । ମଝିରେ ମଝିରେ ଘାସ ଉଠିଯାଇଥାଏ । ବର୍ଷା ହେବାଦ୍ୱାରା ଘାସରେ ନାଲି ହୀରାପରି ସୁନ୍ଦର ସୁନ୍ଦର ସାଧବବୋହୂ ପୋକ ଚାଲୁଥାନ୍ତି । ଦିହେଁ ସେଠି ବସିପଡ଼ିଲେ । ଗୋଟିଏ ସାଧବବୋହୂ ରହି-ରହି କଳଙ୍କି ଧରିଥିବା ଲାଇନ୍ ଲୁହା ପାରି ହେବାର ଚେଷ୍ଟା କରୁଥାଏ, କିନ୍ତୁ ବାରବାର ଖସି ପଡ଼ୁଥାଏ । ଲିଲି ତାକୁ ଟିକିଏ ଚାହିଁଲା । ତା’ପରେ ଉଦାସ ହୋଇଯାଇ କହିଲା— ‘‘କନକ ! ଆଉ ସେ ପିଞ୍ଜରାରୁ ନିସ୍ତାର ନାହିଁ । ସେଇଠି ଆଉ ଏପରି ବୁଲା-ଚଲା, ପୁଣି ତୁମ..... !’’ ସେ ଘାସର ନାଡ଼ ଚୋବାଉ-ଚୋବାଉ କହିଲା— ‘‘ଦେଖ୍ ଲିଲି ଘୋଡ଼ାମୁହିଁ ! ମୋ’ ଆଗରେ ଏପରି କାନ୍ଦି କିଛି ଲାଭ ନାହିଁ । ଏସବୁ ବାହାନା ମୋତେ ଭଲଲାଗେନି । ଝିଅ ଜନମ ତ ପରଘରକୁ, ତୋ’ପାଇଁ ଏହା ଗୋଟିଏ କ’ଣ ନୂଆ କଥା ! ବାହାହେବା ପୂର୍ବରୁ ସମସ୍ତେ ଏପରି କହିଥାନ୍ତି, ଶାଶୁଘରକୁ ଗଲାପରେ ସବୁ ପାଶୋରିଯାଆନ୍ତି । ତୁ ବି କିଛିଦିନ ପରେ ମୋତେ ଭୁଲିଯାଇ ପଚାରିବୁ—କନକ ! ସେ କେଉଁ ଗଛର ଫଳ ?

 

ଲିଲି କିଛି କହିଲାନି; କେବଳ ଟିକିଏ ହସିଦେଲା । ଉଠି ଚାଲିଲେ ଦିହେଁ । ଧୀରେ–ଧୀରେ ସାଧବବୋହୂ ପୋକ ଗୋଟାଇଲାବେଳକୁ କନକ ଗୋଟିଏ ସାପକାତି ଉଠାଇ ପକେଇଦେଲା ତା’ ଉପରକୁ । ସେ ଚମକିପଡ଼ି ‘ଆଲୋ ମାଲୋ’ କହି ଦୁଇପାଦ ଆଗକୁ ଡେଇଁପଡ଼ିଲା । ତା’ପରେ ଦୁହେଁ ଯାଇ ପହଞ୍ଚିଲେ ଗୋଟିଏ ପିଜୁଳି ବଗିଚାରେ । ସେଇଠି ଦି-ଚାରିଟା ବର୍ଷା ଦିନିଆ ପିଜୁଳି ତୋଳି ଖାଇଲେ । ପୁରୁଣା କବର ଆଉ ବିଲ ରାସ୍ତା ଦେଇ ଦିହେଁ ଗୋଟିଏ ବଡ଼ ଗାଡ଼ିଆ ପାଖରେ ପହଞ୍ଚିଲେ । ସାଧବ ବୋହୂ, ସାପ କାତି, ପିଜୁଳି ଓ ସବୁଜ ବିଲ ଦେଖି ଲିଲି ମନରେ ଯଥେଷ୍ଟ ପରିବର୍ତ୍ତନ ଆସିଯାଇଥାଏ । କାନ୍ଦି-କାନ୍ଦି ଥକିଯାଇଥିବା ମନ ତାର ଉଲ୍ଲସିତ ହୋଇଉଠିଥିଲା । ଗୋଡ଼ରୁ ଚପଲ ବାହାର କରିଦେଇ ଖାଲିପାଦରେ କଅଁଳିଆ ଆଉ ଓଦା ଘାସ ଉପରେ ବୁଲିବାକୁ ଲାଗିଲା । ସେ ଆଉ ପୂର୍ବର ଲିଲି ନ ଥାଏ । ଫେରିଲାବେଳକୁ ସନ୍ଧ୍ୟା ପ୍ରାୟ ପାଞ୍ଚଟା । ହସ-ଖୁସିରେ ଘର ଫାଟିପଡ଼ୁଥାଏ ।

 

ଦିନଯାକ ବୁଲିବା ଫଳରେ ଯଥେଷ୍ଟ ଭୋକ ଲାଗୁଥାଏ; ତେଣୁ ଆସିଲାମାତ୍ରେ ମା’ଙ୍କୁ ଜଳଖିଆ ମାଗିଦେଇ ନିଜେ ଯାଇ ଆଲମାରୀ ଖୋଲି ବସିଲା । ‘‘ତୁ ତ ସବୁ ଖାଇଯିବୁ, ତୋ ଶଶୁର ଆସି ଖାଇବେ କଣ ?’’–ମା ପଚାରିଲେ । ସେ ହସି-ହସି କହିଲା–‘‘ଯାହା ବଳିବ ମୁଁ ନିଜେ ନେଇ ଦେଇଆସିବି । ପ୍ରଥମେ ଟିକିଏ ଚାଖି ନ ନେଲେ ବଦନାମ୍ ହବନି ?’’ ସେତିକିବେଳକୁ ସେମାନେ ଆସିଯିବାର ଖବର ଆସିବାରୁ । ଅଧାଖିଆରୁ ଉଠି ଭିତରକୁ ଚାଲିଗଲା ଲିଲି । କନକ ଶାଢୀ ବ୍ଳାଉଜ ପିନ୍ଧାଈ ସଜବାଜ କରିଦେଲା; କିନ୍ତୁ ତାକୁ ଖୁବ୍ ଭୋକ ହେଉଥାଏ । ସେମାନଙ୍କ ଆଗକୁ ଯିବା ପୂର୍ବରୁ ସେ ପୁଣି ବସିପଡ଼ିଲା ଖାଇବାକୁ । ଶେଷରେ କନକ ଥାଳିଆ ଭିଡ଼ିନେଲାରୁ ଯାଇ ଉଠିଲା ।

 

ଦିନଯାକ ବୁଲି ବୁଲି ପେଟ ପୂରାଈ ଖାଇବାଦ୍ୱାରା ତାର ସକାଳର ଉଦାସୀନତା ଚାଲିଯାଇ ଥାଏ, ସେ ପ୍ରଫୁଲ୍ଲ ଦେଖାଯାଉଥାଏ । ଶଶୁର ତାକୁ ଦେଖି ଭାରି ପସନ୍ଦ କଲେ, ଖୁବ ଖୁସିହେଲେ ।

 

ଏତକ କହିସାରିବାପରେ ମାଣିକ ପଚାରିଲେ—‘‘ବନ୍ଧୁମାନେ ! ଏବେ ଦେଖିଲ, ମୁକ୍ତ ବାୟୁରେ ବୁଲି ସୂର୍ଯ୍ୟାସ୍ତ ପୂର୍ବରୁ ଖାଇବାଦ୍ୱାରା ସମସ୍ତ ପ୍ରକାର ଶାରୀରିକ ଓ ମାନସିକ ଦୁଶ୍ଚିନ୍ତା କିପରି ଶାନ୍ତ ହୋଇଗଲା ? ଆଚ୍ଛା କହିଲ, ଏହାର ସାର କଣ ?’’ ‘‘ଖାଅ, ଶରୀର ସୁସ୍ଥ ରଖ’’—ଆମ୍ଭେମାନେ ତାଙ୍କ ଘରେ ଟଙ୍ଗା ହୋଇଥିବା ମଟୋଆଡ଼କୁ ଦେଖି ଏକ ସ୍ୱରରେ କହିଉଠିଲୁ ।

 

‘‘କିନ୍ତୁ ଆପଣ ତ କହିଲେନି ତାକୁ କିମିତି ଚିହ୍ନିଲେ; ଆଉ ତା’ର ପରିଚୟ କଣ?’’ ଓଁକାର ପଚାରିଲା ।

 

‘‘ବାଃ, ତୁମେ କହିବ କାହାଣୀର ଘଟଣାକାଳ କେବଳ ଚବିଶ ଘଣ୍ଟାର ହେଉ ସେଥିରେ ପୁଣି ଅଠର ଖଣ୍ଡ ମହାଭାରତ ଓ ପୂରା ଜ୍ଞାନମଣ୍ଡଳ ଶୁଣିବାକୁ ଚାହିଁବ । ମୁଁ ତା’କୁ କିପରି ଚିହ୍ନେ, ସେଥିରେ ତୁମର ଯାଏ–ଆସେ କେତେ ?

 

‘‘ହଉ, ପଚାରିଲଣି ଯେତେବେଳେ କିଛି କହିଦେଉଛି । ଲିଲି ହେଉଛି ତନ୍ନାର ଭାବୀ ସ୍ତ୍ରୀ-। ତାକୁ ଦେଖିବାକୁ ସେଦିନ ମହେଶ୍ୱର ଆସିଥିଲେ ।

 

 

 

 

 

 

 

 

 

 

 

 

 

ପଞ୍ଚମ ଦ୍ୱିପ୍ରହର

 

କଳାବେଣ୍ଟର ଚାକୁ

 

ତା’ପରଦିନ ଆମର ମାନସିକ ଅବସ୍ଥା ବଡ଼ ବିଚିତ୍ର ମନେ ହେଉଥାଏ । ଆମେମାନେ ଏ ରସରସିଆ ପ୍ରେମ-କାହାଣୀ ଛାଡ଼ିପାରୁ ନ ଥାଉଁ । ଏସବୁ ଶୁଣି ହସ ଲାଗୁଥାଏ, ପୁଣି ଗ୍ଳାନି ବି । ଆମେ ଓ ଆମର ଏ ଯୁବାବସ୍ଥାର ସ୍ୱପ୍ନ କେଡ଼େ ସାରଶୂନ୍ୟ ! ଏଭଳି ଭାବନାର ସଂଘର୍ଷଯୋଗୁ ଲଜ୍ଜାଓ ବିରକ୍ତି ଆସୁଥାଏ; କିନ୍ତୁ ମାଣିକ ବିଲ୍‌କୁଲ ନିର୍ଦ୍ୱନ୍ଦ୍ୱ ଭାବରେ ପ୍ରସନ୍ନଚିତ୍ତରେ ହସି ହସି କହିଚାଲିଥାନ୍ତି ଏବଂ ରାତିର ଝଡ଼-ତୋଫାନରେ ଆଲମାରୀ ଓ ମେଜ ଆଦିରେ ଜମିଥିବା ମଇଳା ଝାଡ଼ି ଚାଲିଥାନ୍ତି । ମନୁଷ୍ୟ ଫଟା-ପୁରୁଣା ଅଦରକାରୀ ପଦାର୍ଥକୁ ଯେପରି ବାହାରକୁ ଫିଙ୍ଗିଦିଏ; ଠିକ୍ ସେହିପରି ସମସ୍ତ ମୋହ-ମମତା ଛାଡ଼ି ଏ ରସରସିଆ ପ୍ରେମକୁ ସେ ଫିଙ୍ଗି ଦେଇଥିଲେ । ସେଆଡ଼କୁ ଟିକିଏ ଚାହିଁଦେବାର ମୋହ ସୁଦ୍ଧା ତାଙ୍କର ନ ଥିଲା ।

 

‘‘ଏ ଘଟଣା ତ ଆପଣଙ୍କ ମନଉପରେ ଯଥେଷ୍ଟ ପ୍ରଭାବ ପକାଇଥିବ ?’’ —ହଠାତ୍ ମୁଁ ପଚାରିଦେଲି ।

 

ମୋର ଏ ପ୍ରଶ୍ନରେ ତାଙ୍କ ମୁଖମଣ୍ଡଳରେ କେତୋଟି କରୁଣ ରେଖା ଦେଖାଦେଲା । କିନ୍ତୁ ସେ ବଡ଼ ଚତୁରତାସହକାରେ ନିଜ ମନୋଭାବକୁ ଛପେଇ କହିଲେ–‘‘ମନୋବୈଜ୍ଞାନିକମାନେ କହନ୍ତି, ଛୋଟରୁ ଛୋଟ; ଆଉ ବଡ଼ରୁ ବଡ଼ ଜୀବନର ଯେ କୌଣସି ଘଟଣା ମନୁଷ୍ୟର ଅନ୍ତର୍ମନ ଉପରେ ବଡ଼ ଗମ୍ଭୀର ପ୍ରଭାବ ପକାଇଥାଏ ।’’ ମୁଁ କହିଲି–‘‘ମୋ ଜୀବନରେ ଏପରି ଘଟଣା ଘଟିଥିଲେ ମୋର ସାରା ଜୀବନ ମରୁଭୂମି ହୋଇଯାଇଥାନ୍ତା । ସମ୍ଭବତଃ ଦୁନିଆର ଅତି ମୂଲ୍ୟବାନ ବସ୍ତୁ ବି ମୋ ମନରେ ପୁଣି ରସ ସଂଚାର କରିପାରି ନ ଥାନ୍ତା-। ମାଣିକ ମୋ’ଆଡ଼କୁ ଦେଖି ହସିଦେଇ କହିଲେ—‘‘ଏହା ମାନେ ହେଉଛି ଅନୁଭବର ଅଭାବ-। ତା’ଛଡ଼ା ତୁମେ ଭଲ ଉପନ୍ୟାସ ବି ପଢ଼ିନାହିଁ । ଅଧିକାଂଶ ଜାଗାରେ ଶୁଣାଯାଇଛି ଓ ଦେଖାଯାଇଛି ଯେ ଏପରି ନିଷ୍କାମ ଉପାସନାପରେ ହିଁ ଖୁବ୍ ଭଲ ଝିଅଟିଏ ଆସିଥାଏ । ବୌଦ୍ଧିକ ତଥା ଆର୍ଥିକ ଦୃଷ୍ଟିରୁ ନିମ୍ନସ୍ତରର ହେଲେ ବି ସେ ବାସ୍ତବିକ ସଚ୍ଚୋଟ୍, ଚରିତ୍ରବତୀ ଏବଂ ପତିପରାୟଣା ହୋଇଥାଏ । ଉଦାହରଣସ୍ୱରୂପ, ଶରତ ଚାର୍ଟାଜୀଙ୍କର ଦେବଦାସ ମୂଖାର୍ଜୀଙ୍କୁ ନିଅ । ‘ପାରେ’ ପରେ ସେ ‘ଚନ୍ଦ୍ରା’କୁ ପାଇଲେ । ଏପରି ଅନେକ ଉଦାହରଣ ଦିଆଯାଇପାରେ । କ’ଣ ମାଣିକକୁ ତୁମେ କମ ମନେକର-? ....ମାଣିକ, ଲିଲି ପରେ କ’ଣ ଗାନ୍ଧାରୀପରି ସାରା ଜୀବନ ଆଖିରେ ଅନ୍ଧପୁଟୁଳି ବାନ୍ଧିବାର ଶପଥ କରିଥିଲା ? ......ବାସ୍ତବିକ୍ ଅନ୍ଧପୁଟୁଳି ବାନ୍ଧିଥିଲେ ଭଲ ହୋଇଥାନ୍ତା-। କାରଣ ‘ଲିଲି’ ପରେ ‘ସତୀ’ ର ଆକର୍ଷଣ ମୋ’ପାଇଁ ସେତେ ମଙ୍ଗଳକର ଓ ଆନନ୍ଦଦାୟକ ହୋଇ ନ ଥିଲା ଏବଂ ତା’ପାଇଁ ମଧ୍ୟ; କିନ୍ତୁ ସେ ସଂପୂର୍ଣ୍ଣ ଏକ ଅଲଗା ପ୍ରକୃତିର ଥିଲା–‘ଯମୁନା’ଠାରୁ ଏପରିକି ‘ଲିଲି’ଠାରୁ ମଧ୍ୟ । ତା’ କଥା ବଡ଼ ବିଚିତ୍ର ଧରଣର.... ।’’

 

‘‘କିନ୍ତୁ ମୁଲ୍ଲାଭାଇ ! ଗୋଟିଏ କଥା ମୁଁ କହିବାକୁ ଚାହେ, ଯଦି ତୁମେ କିଛି ଖରାପ ମନେ ନ କର.... । ତୁମ କାହାଣୀଗୁଡ଼ିକ ବଡ଼ ସାଦାସିଧା ଢଙ୍ଗର ହେଉଛି । ସେଥିରେ ଗୋଟେ କିଛି କଥାଶିଳ୍ପ ବା ଟେକ୍‌ନିକ ରହିବା ଦରକାର—’’ ପ୍ରକାଶ ମଝିରେ କହିପକାଇଲା—‘‘ଟେକ୍‌ନିକ୍‌’’ ? ହଁ, ଯେଉଁମାନେ ଅତି ଅପରିପକ୍ୱ, ବିଶେଷ କରି ଯେଉଁମାନେ ଅଭ୍ୟାସ କରୁଥାନ୍ତି, ଯେଉଁମାନଙ୍କୁ କାହାଣୀର ଉଚିତ ମାଧ୍ୟମ ଜଣା ନ ଥାଏ, ସେଇମାନେ ହିଁ ଟେକ୍‌ନିକ୍ ଉପରେ ଅଧିକ ଜୋର ଦେଇଥାନ୍ତି । ଟେକ୍‌ନିକ୍ ପ୍ରତି ଧ୍ୟାନ ଦେବା ଉଚିତ୍; କିନ୍ତୁ ଅନୁପାତରୁ ଯେପରି ଅଧିକ ନ ହୋଇଯାଏ । ମୋ ମତରେ ଫ୍ଲାବେୟର୍ ଓ ମୋପାଁସା ଶ୍ରେଷ୍ଠ କାହାଣୀକାର; କାରଣ ପାଠକକୁ ନିଜ କାହାଣୀ-କଳାର ଇନ୍ଦ୍ରଜାଲରେ ବାନ୍ଧି ରଖିବାର ଶକ୍ତି ସେମାନଙ୍କ କାହାଣୀରେ ପରିପୂର୍ଣ୍ଣ । ତାଙ୍କପରେ ଚେଖବ୍‌ଙ୍କର ସ୍ଥାନ ଆସିପାରେ । ତାଙ୍କର ବ୍ୟକ୍ତିତ୍ୱ ଓ ପ୍ରତିଭା ସ୍ୱୀକାର୍ଯ୍ୟ । ଦିନେ ଚେଖବ୍‌ ଜଣେ ମହିଳାଙ୍କୁ କହିଲେ—କାହାଣୀ କହିବା ବିଶେଷ ବଡ଼ କଥା ନୁହେଁ । ଆପଣ ମୋ’ ଆଗରେ କୌଣସି ଗୋଟିଏ ଜିନିଷ ରଖିଦେଇ ତା’ବିଷୟରେ କାହାଣୀ କହିବାକୁ କୁହନ୍ତୁ, କିଛି ସମୟପରେ ମୁଁ ତା’ବିଷୟରେ ନିଶ୍ଚୟ ଗୋଟିଏ କାହାଣୀ ଶୁଣାଇଦେବି । ସାଧାରଣତଃ ଏଇ କାଚ ଗିଲାସ ଅଥବା ପିକଦାନୀକୁ ନିଅନ୍ତୁ । କିଛି ସମୟପରେ ମୋ’ କଳ୍ପନାରାଶି ଜାଗି ଉଠିବ ଏବଂ ଏଥିସହିତ ସମ୍ବନ୍ଧିତ କେତେକ କଥା ମନେପଡ଼ି କାହାଣୀର ସୁନ୍ଦର ବିଷୟବସ୍ତୁ ହୋଇପାରିବ ।’’

 

ମୁଁ ଏ ସୁବିଧା ପାଇ ଶୀଘ୍ର କଳାବେଣ୍ଟର ଚାକୁକୁ କ’ଣମଛାରୁ ବାହାର କରିଆଣି ମଝିରେ ରଖି କହିଲି— ‘‘ଆଚ୍ଛା, ଏହାକୁ କାହାଣୀର କେନ୍ଦ୍ରବିନ୍ଦୁ ରନ୍ତୁ ତ !’’

 

‘‘କରନ୍ତୁ ତ!’’ ମାଣିକ ଗମ୍ଭୀର ହୋଇ କହିଲେ—‘‘ଏ ତ ତା’ କାହାଣୀର କେନ୍ଦ୍ରବିନ୍ଦୁ । ଏହାକୁ ଦେଖିଲାମାତ୍ରେ ମୁଁ କଳ୍ପନା କରିନିଏ ତା’ର ସେଇ ଗୋଲାପୀ ନଖର ଲମ୍ବା ପତଳା ଆଙ୍ଗୁଠିଗୁଡ଼ିକୁ; ଯାହା ଆବେଗରେ ଥରି ଉଠିଥିଲା ଏବଂ ଯାହାର ଚେହେରା କ୍ରୋଧରେ ଆରକ୍ତ ହୋଇଯାଇଥିଲା ତା’ଛଡ଼ା ନିରାଶାରେ ନୀଳ ଓ ଡରରେ ବିବର୍ଣ୍ଣ ହୋଇପଡ଼ିଥିଲା । ଏସମସ୍ତ ସ୍ମୃତି-ଚିତ୍ର ସତୀର । ଶେଷ ଥରପାଇଁ ଯେତେବେଳେ ମୋ’ର ତା’ସଙ୍ଗେ ଦେଖାହେଲା, ମୁଁ ତା’ଆଡ଼କୁ ଚାହିଁପାରିଲି ନାହିଁ । ସେଦିନ ତା’ ହାତରେ ଏଇ ଚାକୁ ଥିଲା ।’’

 

ତା’ପରେ ସେ ସତୀର ଯେଉଁ କାହାଣୀ କହିଲେ, ଟେକ୍‌ନିକ୍ ବ୍ୟତୀତ ତାକୁ ସଂକ୍ଷେପରେ କହୁଛି—

 

ମାଣିକଙ୍କ ଧାରଣାରେ ସତୀକୁ ଅତି ଭଲ ଝିଅ କୁହାଯାଇ ନପାରେ । କାରଣ ତା’ର ଚାଲି–ଚଳଣରେ ଏକ ବିଚିତ୍ର ବିଳାସିତା ଓ ଗତି, ବିଧିରେ ମାଦକତା ଦେଖାଯାଉଥାଏ । ପ୍ରତ୍ୟେକ ଜଣା-ଅଜଣା, ଯିବା–ଆସିବା ଲୋକ ସହିତ କଥା ଭାଷା କରିବାକୁ ତାକୁ ଭାରି ଭଲଲାଗେ । ଏହାଛଡ଼ା ଗଳି କନ୍ଦିରେ ଚାଲିଗଲାବେଳେ ଗୁଣୁ ଗୁଣୁ ହୋଇ ଗୀତ ଗାଇବା, ବିନା କାରଣରେ ଲୋକଙ୍କୁ ଦେଖି ହସିବା ଆଦି କେତେକ ଅବଗୁଣ ଯେ ନ ଥିଲା ତା’ ନୁହେଁ । ତଥାପି ତାକୁ ଅତି ଖରାପ ଝିଅ କୁହାଯାଇ ନପାରେ । କାରଣ ତା’ସମ୍ବନ୍ଧରେ କେବେ କାହାଠାରୁ କୌଣସି ଦୁର୍ନାମ ଶୁଣାଯାଇ ନାହିଁ, ବରଂ ଲୋକଙ୍କଠାରୁ ଏ ଦିଗରେ ତା’ର ଭୂରି ଭୂରି ପ୍ରଶଂସା ଶୁଣାଯାଇଛି । ସେ ବି ଏଇଥିପାଇଁ ସର୍ବଦା ନିଜ ପାଖରେ ଏଇ କଳାବେଣ୍ଟର ଚାକୁ ରଖିଥାଏ ।

 

ଲୋକେ କହନ୍ତି, ତା’ ସଙ୍ଗେ ରହୁଥିବା ତା’ କକା ପ୍ରକୃତରେ ତା’ର ନିଜର କେହି ନୁହେଁ-। ତା’ ଘର ଫତେପୁର ନିକଟରେ କୌଣସି ଗାଁରେ । ସେ ଜାତିରେ ଭଣ୍ଡାରି । କିଛି ଦିନତଳେ ‘ସଫର୍‌ ମେନ ପଲଟଣ’ରେ ଭରତି ହୋଇ କ୍ୱେଟା, ବେଲୁଚିସ୍ତାନ ଆଡ଼କୁ ଯାଇଥିଲା-। ସେଠି କୌଣସି ଗାଁ ଛାରଖାର ହୋଇଯିବାରୁ ଅସହାୟଭାବେ କାନ୍ଦୁଥିବା ତିନି ଚାରି ବର୍ଷର ଗୋଟିଏ ବାଳିକାକୁ ସେ ସଙ୍ଗରେ ନେଇ ଆସିଥିଲା । ସେଇଦିନୁ ସେ ପିଲାର-ପାଳନର ଭାର ତା’ ଉପରେ-। କେତେଦିନ ପରେ ହଠାତ୍ ଯୁଦ୍ଧରେ ଗୋଟିଏ ହାତ କଟିଯିବାରୁ ସେ ପେନ୍‌ସନ୍ ନେଇ ଏଇଠି ଆସି ରହିଲା । ଖଣ୍ଡିଆ ହାତ ଯୋଗୁଁ ନିଜ କୁଳ-ବେଉସା କରିପାରିଲା ନାହିଁ । ଏଣୁ ସାବୁନ ତିଆରି କରିବା ଆରମ୍ଭ କରିଦେଲା । ଦିନକୁ ଦିନ ଚମନ୍ ଠାକୁରର ‘ଚକ ଛାପ ସାବୁନ’ର ବଡ଼ ନାଁ ହେଲା–ପ୍ରଚାର ବି ବଢ଼ିଲା; କେବଳ ସାଇରେ କାହିଁକି, ବାହାର ବଜାରରେ ମଧ୍ୟ । ତାର ଗୋଟିଏ ହାତ କଟିଯାଇଥିବା ହେତୁ ଷୋଳସତର ବର୍ଷର ଅନିନ୍ଦ୍ୟ ସୁନ୍ଦରୀ ‘‘ସତୀ’’ ସାବୁନ ଜମାଇଦିଏ ଏବଂ ତାକୁ ଏଇ କଳାବେଣ୍ଟର ଚାକୁରେ କାଟେ । ସତୀ ସାବୁନ ନେଇ ବିଭିନ୍ନ ଦୋକାନମାନଙ୍କରେ ଦେଇଆସେ; ପୁଣି ପ୍ରତି ପନ୍ଦର ଦିନରେ ଥରେ ଯାଇ ପଇସା ନେଇଆସେ । ପ୍ରତ୍ୟେକ ଦୋକାନୀ ତା’ର ସେଇ ମୁଣ୍ଡରେ ବାନ୍ଧିଥିବା ରଙ୍ଗ-ବେରଙ୍ଗୀ ରୁମାଲ, ବେଲୁଚିସ୍ତାନର ବ୍ଳାଉଜ ଆଉ ଚୌଡ଼ା ଘାଗରାକୁ କଣେଇ କଣେଇ ଦେଖନ୍ତି ଓ ଅନ୍ୟ ସାବୁନ ଛାଡ଼ି ତା’ର ସେଇ ଚକ ମାର୍କା ସାବୁନ କିଣନ୍ତି । ଗ୍ରାହକମାନଙ୍କ ଆଗରେ ଏ ସାବୁନର ଯଥେଷ୍ଟ ପ୍ରଶଂସା କରି ଏବଂ ଯଥେଷ୍ଟ ବିକ୍ରୀ ହେଲେ ସତୀ ଯେପରି ଅଧିକରୁ ଅଧିକ ପଇସା ପାଇବ ତା’ର ବ୍ୟବସ୍ଥା କରିଦିଅନ୍ତି ।

 

ଚମନ ଠାକୁର କାରଖାନା ବାହାରେ ଖଟିଆ ପକେଇ ହୁକା ପିଏ । ସତୀ ଭିତରେ ରହି କାମ କରେ । ନିୟମିତ ପରିଶ୍ରମଫଳରେ ତା’ର ଶାରୀରିକ ଗଠନରେ ମଧୁର ସୌନ୍ଦର୍ଯ୍ୟ, ଚେହେରାରେ ସୁନ୍ଦର ତେଜ ଓ କଥାରେ ଆତ୍ମବିଶ୍ୱାସ ଫୁଟିପଡ଼ୁଥାଏ । ତାକୁ ଦେଖିବାମାତ୍ରେ ମାଣିକଙ୍କର ଲିଲିଜନିତ ଅଭାବ କେତେକାଂଶରେ ଦୂର ହୋଇଯାଇ ଥାଏ । ସେ ତା’ର ବ୍ୟକ୍ତିତ୍ୱରେ ମନ୍ତ୍ର-ମୁଗ୍‌ଧଭଳି ହୋଇପଡ଼ିଥାନ୍ତି ।

 

ସତୀ ସହ ତାଙ୍କର ଭେଟ ମଧ୍ୟ ବଡ଼ ବିଚିତ୍ର ପ୍ରକାରେ ହୋଇଥିଲା । ଦିନେ ଚମନ ଆଉ ସତୀ ଦିହେଁ ବସି ଗଙ୍ଗା ମହାଜନର ଦେଣା-ପାଉଣା ହିସାବ କରୁଥିଲେ । ଚମନ ପିଲାବେଳେ ଯାହା କିଛି ପାଠ ପଢ଼ିଥିଲା, ତା’ର ନାଁ-ଗନ୍ଧ ସୁଦ୍ଧା ନଥିଲା । ସତୀ ଅଳ୍ପ କିଛି ପଢ଼ିଥିଲା; କିନ୍ତୁ ସେତିକିରେ ଏ ଜଟିଳ ହିସାବ ହେଉଛି କେଉଁଠି ! ସେତେବେଳକୁ ମାଣିକ ଦହି ନେଇ ସେଇପଟେ ଘରକୁ ଫେରୁଥିଲେ । ଏ ଦୁହିଁଙ୍କ କଳି ଦେଖି ସେ ଅଟକି ଗଲେ । ଯେତେବେଳେ ସତୀ ଜୋରଦେଇ ନଇଁପଡ଼େ, ତା’ର କାନଫୁଲ ଝଟକିଉଠେ, ହସିଦେଲାବେଳେ ମୋତିପରି ଦାନ୍ତ ଚମକିଯାଏ, ଟିକିଏ ବୁଲିପଡ଼ିଲେ ସୁନାପରି ମୁହଁ ଝଲସିଉଠେ, ମୁଣ୍ଡ ନୁଆଁଇ ଦେଲେ ନାଗୁଣୀ ପରି ଚୂର୍ଣ୍ଣକୁନ୍ତଳ ଓହଳିପଡ଼େ । ଏପରି ଛବି ଦେଖି କିଏ ନିଜକୁ ଭୁଲି ନଯିବ ! ଏଥିରେ ମାଣିକଙ୍କର ବା ଦୋଷ କଣ ।

 

ତାଙ୍କୁ ଦେଖି ଚମନ କହିଲା—‘‘ପ୍ରଣାମ ଭାଇ !’’ ଖଣ୍ଡିଆ ହାତ ଟିକିଏ ଦୋହଲିଗଲା; ତା’ପରେ ପୂର୍ବପରି ଓହଳି ପଡ଼ିଲା । ସତୀ ମୁରୁକି ହସି କହିଲା—‘‘ଟିକିଏ ହିସାବ କରିଦେବ ମାଣିକ ବାବୁ !’’ ଏତିକିରେ ମାଣିକ ଭାଉଜଙ୍କପାଇଁ ଶୀଘ୍ର ଦହି ନେଇ ଯିବାକଥା ଭୁଲି ସେଠି ବସିପଡ଼ି ହିସାବ କରିବାରେ ଲାଗିପଡ଼ିଲେ । ଘରକୁ ଫେରିଲାବେଳକୁ ବହୁତ ଡେରି ହୋଇଯାଇଥାଏ । ଭାଉଜଙ୍କଠାରୁ ଯେଉଁ ଶୋଧା ଖାଇଲେ, ସେ କଥା କ’ଣ କହିବା ! କିନ୍ତୁ ସେହିଦିନୁ ସତୀର ସମସ୍ତ ହିସାବକିତାବର ଭାର ତାଙ୍କ ଉପରେ । ଏଥିଯୋଗୁଁ ଗଣିତପ୍ରତି ତାଙ୍କର ହଠାତ୍ ରୁଚି ବଢ଼ିଯିବା ଦେଖି ଆଶ୍ଚର୍ଯ୍ୟ ଲାଗେ ।

 

କାହିଁକି କେଜାଣି ସତୀ ମାଣିକଙ୍କୁ ବଡ଼ ବିଶ୍ୱାସ କରେ, ଭାରି ଭଲପାଏ, ମନେ ମନେ ଭାବେ—ଏ ଭାରି ଭଲଲୋକ । ଏହାଙ୍କୁ ବିଶ୍ୱାସ କରାଯାଇପାରେ ଓ ନିଃସନ୍ଦେହରେ ସାବୁନର ପ୍ରସ୍ତୁତ ପ୍ରଣାଳୀ ବତେଇ ଦିଆଯାଇପାରେ । ଏକଥା କୌଣସି ସାବୁନ କମ୍ପାନୀକୁ ସେ କହିବେ ନାହିଁ; ଏ ବିଶ୍ୱାସ ମଧ୍ୟ ଆସିଯାଇଥିଲା । ଏହାଙ୍କ ଉପରେ ହିସାବପତ୍ରର ଭାର ଛାଡ଼ି ଦିଆଯାଇପାରେ; ଆଉ ହରଧନ ଷ୍ଟୋର୍ସ ଆଦିକୁ ମାଲ ଉଧାର ଦିଆଯିବ କି ନାହିଁ, ସେ ବିଷୟରେ ପରାମର୍ଶ ମଧ୍ୟ ନିଆଯାଇପାରେ । ମାଣିକ ପହଞ୍ଚିବାମାତ୍ରେ ସତୀ ସବୁ କାମ ଛାଡ଼ି ଚାଲିଆସେ—ଦରି ବିଛେଇଦିଏ—ସାବୁନ ବସିଥିବା ଥାଳି ନେଇଆସେ । ତା’ ସାଙ୍ଗେ-ସାଙ୍ଗେ ଘର ଭିତରୁ ଚାକୁ ଆଣି ମାଣିକଙ୍କ ଆଗରେ ବସିପଡ଼େ । ଏଣେ ସାବୁନ କାଟିଚାଲିଥାଏ, ତେଣେ ତାଙ୍କୁ ଦିନଯାକର ଦୁଃଖ-ସୁଖ କହି ଚାଲିଥାଏ—କେଉଁ ଦୋକାନୀ ବଦମାସୀ କଲା, କିଏ ସବୁଠୁ ଅଧିକ ସାବୁନ ବିକିଲା, କେଉଁଠି ନୂଆ ଦୋକାନ ଖୋଲାଗଲା, ଇମିତି କେତେ କ’ଣ ।

 

ତା’ ପାଖରେ ବସି ମାଣିକ ବଡ଼ ଆନନ୍ଦ ଅନୁଭବ କରୁଥାନ୍ତି । ସେହି ପରିଶ୍ରମୀ, ସ୍ୱାଧୀନଚେତା ବାଳିକାର ବ୍ୟକ୍ତିତ୍ୱରେ ଏପରି କୌଣସି ବିଶେଷତ୍ୱ ଥାଏ, ଯାହା ଶିକ୍ଷିତା, ଭାବୁକା ଲିଲି ଓ ଅର୍ଦ୍ଧଶିକ୍ଷିତା ଦମିତବାସନା ଯମୁନାଠାରେ ବି ଅଭାବ । ସେ ତା’ଠାରୁ ସହଜ-ସ୍ୱାଭାବିକ ଓ ସୁସ୍ଥ ମମତା ପାଉଥିଲେ । ସମବେଦନା ଦେଖାଇବା ସଙ୍ଗେ-ସଙ୍ଗେ ସେ ଯେ ତା’ ଚାହୁ ନଥିଲେ, ତା’ନୁହେଁ । ମିତ୍ରତାର ଅର୍ଥ ହେଉଛି, ଜଣେ ଜଣକର ଦୁଃଖ-ସୁଖ, ଶ୍ରମ ଓ ଉଲ୍ଲାସରେ ଭାଗ ନେବା-। ଏଥିରେ କୌଣସି ପ୍ରକାର ବନ୍ଧନ କି କୌଣସି ପ୍ରକାର ଭୟ ବା ଦୁର୍ବଳତା ନଥିଲା । ତା’ର ମନ ସୂର୍ଯ୍ୟକିରଣପରି ଅତି ସ୍ୱଚ୍ଛ ଥିଲା । ଲିଲି ପରି ଶିକ୍ଷା ପାଇ ନଥିଲା ସେ । ଯଦି ଟିକିଏ ଶିକ୍ଷା ପାଇଥାନ୍ତା, ତା’ର ବ୍ୟକ୍ତିତ୍ୱ କେତେ ଉଜ୍ଜ୍ୱଳ ହୋଇ ନଥାନ୍ତା ! ତଥାପି ଯାହା କିଛି ଥିଲା, ସେଥିରୁ ମାଣିକଙ୍କର ଆକାଶ-କୁସୁମ ତୋଳିବାକୁ ଇଚ୍ଛା ହେଉ ନଥାଏ କି ବିକୃତ ବାସନାର ଅନ୍ଧକୂପରେ ପଶିବାର ପ୍ରେରଣା ମିଳୁ ନଥାଏ । ତାଙ୍କୁ କେବଳ ସହଜ ସ୍ୱାଭାବିକ ମାନବୀୟ ଭାବନା ନେଇ ଜୀଇ ରହିବାର ପ୍ରେରଣା ମିଳୁଥାଏ । ମନରେ ଏପରି କେତେକ ଭାବନା ଜାଗେ ଯାହା କେବଳ କୌଣସି ସହୃଦୟା, ସ୍ୱାଧୀନଚେତା, ସାହସିକା ସଙ୍ଗିନୀଠାରେ ହିଁ ସମ୍ଭବ ହୋଇପାରେ; ମଧ୍ୟବର୍ଗୀୟ ମର୍ଯ୍ୟାଦାର କାଚତଳେ ସଜାହୋଇ ରଖାଯାଇଥିବା ଖେଳନାପରି ନିର୍ଜୀବଠାରେ ତାହା ସମ୍ପୂର୍ଣ୍ଣ ଅସମ୍ଭବ । ଶ୍ରମ ଓ ସାମାଜିକ ଜୀବନରେ ଯିଏ ସମୁଚିତ ଅଂଶ ଗ୍ରହଣ କରିପାରେ ଏବଂ ଉଚିତ ଦେୟ ଦେଇପାରେ, ତା’ପକ୍ଷରେ କେତେକାଂଶରେ ତାହା ସମ୍ଭବ ହୋଇପାରେ ।

 

ତା’ପାଖରେ ବସି ମାଣିକ ସର୍ବଦା ଏଇ କଥାହିଁ ଭାବୁଥିଲେ—ମୁଁ ତାହା କହୁନି । ଏହା କେବଳ ସେତେବେଳର ମୋ ମନର ବିଶ୍ଳେଷଣ । ସାଧାରଣତଃ ମାଣିକ ତାକୁ ଭାରି ଭଲ ପାଉଥିଲେ । ସେତେବେଳେ ତାଙ୍କ ମନ ପଢ଼ାପଢ଼ିରେ ଓ କାମ କରିବାରେ ଖୁବ୍ ଲାଗିଲା । ଦେହର ଉଜନ ବଢ଼ିଯିବା ବଢ଼ିଯିବା ସଙ୍ଗେ ସଙ୍ଗେ ଭଲ ଭୋକ ହେଲା । ତା ଛଡ଼ା ସେ କଲେଜର ବିଭିନ୍ନ ଖେଳରେ ଅଂଶ ଗ୍ରହଣ କରିବାକୁ ଲାଗିଲେ । ପଚାରିବାରେ ଟିକିଏ ଲଜ୍ଜିତ ହୋଇ ସ୍ୱୀକାର କଲେ ଯେ ସେ ସତୀପ୍ରତି ଖୁବ୍‌ ଆକୃଷ୍ଟ ହୋଇପଡ଼ିଥିଲେ । ଝୁଲୁଥିବା ଦୁଲକୁ ଦେଖି ତାର ହାତିଦାନ୍ତପରି ଗଣ୍ଡସ୍ଥଳକୁ ଚୁମ୍ବିବାକୁ ତାଙ୍କ ଓଠ କମ୍ପିଉଠେ, ଆଉ ମଥାର ଶିରାଗୁଡ଼ିକରେ ଗରମ ରକ୍ତ ବଡ଼ ଜୋରରେ ପ୍ରବାହିତ ହେବାକୁ ଲାଗେ; କିନ୍ତୁ ଘନିଷ୍ଠତା ଏତେଦୂର ବଢ଼ିଯିବା ପରେ ବି ସତୀର ବ୍ୟବହାରରେ ସେ ଯମୁନାପରି କୌଣସି କଥା ଦେଖିବାକୁ ପାଆନ୍ତି ନାହିଁ । ତାଙ୍କର ଦୃଷ୍ଟି ତା’ର ଝୁଲୁଥିବା ଦୁଲ୍ ଉପରେ ପଡ଼ିବାମାତ୍ରେ ମୁଣ୍ଡ ଗରମ ହୋଇଆସେ; କିନ୍ତୁ ପର ମୁହୂର୍ତ୍ତରେ ତା’ ଅଣ୍ଟାରେ ଚାକୁକୁ ଦେଖି ଥଣ୍ଡା ପଡ଼ିଯାଏ । ଥରେ ତାକୁ ଶୁଣିଲେ, ଜଣେ ଦୋକାନୀ ସାବୁନ ରଖୁ-ରଖୁ କହିଲା—‘‘ସାବୁନ କ’ଣ, ଚାହିଁଲେ ସାବୁନବାଲୀକି ବି ରଖିନେବି ।’’ ଏକଥା ଶୁଣିବାମାତ୍ରେ ଝଟକିନା ଚାକୁ ବାହାର କରି ସତୀ ଉତ୍ତର ଦେଲା—‘‘ନୀଚ, ମୋତେ ତ ରଖିବୁ; ନେ, ପ୍ରଥମେ ଏ ଗୋଟିକ ଛାତରେ ରଖ !’’ ଦୋକାନୀ ବିଚରା ଭୟରେ ତା’ ପାଦ ଛୁଇଁ ନିୟମ କରି କହିଲା—‘‘ମୁଁ କେବଳ ଥଟ୍ଟା କରୁଥିଲି । ମୁଁ ତ ନିଜ ମାଇକିନିଆକୁ ରଖିପାରିଲି ନାହିଁ ଯେ ସେ ଦରୱାନ ସାଙ୍ଗେ ପଳେଇଯାଇଛି । ତୁମକୁ କିପରି ରଖିବି !’’

 

ଏ କଥା ମନେପକେଇ ମାଣିକ କେବେ କିଛି କହନ୍ତି ନାହିଁ । ଏକପ୍ରକାରେ ଅବ୍ୟକ୍ତ କରୁଣ ଉଦାସୀନତା ତା’ଙ୍କ ମନରେ ଖେଳିଯାଏ । ସେ କବିତା ଲେଖି ହୃଦୟର ଗୋପନୀୟ ଭାବକୁ ବ୍ୟକ୍ତ କରନ୍ତି । ସେଗୁଡ଼ିକ ବିରହ ଆଉ କାରୁଣ୍ୟରେ ଭରିଯାଏ । ସେ କଳ୍ପନା କରନ୍ତି, ‘ସତୀ ତାଙ୍କଠାରୁ ଦୂରେଇଯାଇଛି; କିନ୍ତୁ ସେ ତାକୁ ବିଶ୍ୱାସ ଓ ଆଶ୍ୱାସନା ଦେଉଛନ୍ତି—ପ୍ରିୟେ ! ତୁମ ପ୍ରଣୟର ସ୍ୱପ୍ନ ମୋ ହୃଦୟରେ ବଢ଼ିଚାଲିଛି ଏବଂ ମୁଁ ଆଶା କରୁଛି ଏହିଭଳି ବଢ଼ିଚାଲିଥିବ ।’’ କେବେ କେବେ ସେ ଅଧିକ ବ୍ୟାକୁଳ ହୋଇ (ଯାହାର ସାର ହେଉଛି ) ଆକାଶର ଏ ଘନୀଭୂତ ମେଘମାଳକୁ ଦେଖି ତୃଷିତ ହୋଇ ରହିବା ମୋ’ ପକ୍ଷେ ସଂପୂର୍ଣ୍ଣ ଅସମ୍ଭବ । କ୍ଷଣ–କ୍ଷଣକେ ମୋର ଏ ଅସ୍ଥିର ପ୍ରାଣ ତୁମ ବିରହରେ ଅଧୀର ହୋଇଉଠୁଛି ।

 

ଏପରି ଲେଖିବାର କାରଣ ହେଉଛି, ଯାହା ସେ ତାକୁ କହିପାରୁ ନଥିଲେ, ତାକୁ ଗୀତରେ ଲେଖି ସେ ପ୍ରକାଶ କରୁଥିଲେ । କେବେ କେମିତି ତା’ ଆଗରେ ଗୁଣୁ-ଗୁଣୁ ହୋଇ ଗୀତ ଗାଇଲେ, ସେ ହସି ହସି ଲୋଟିଯାଏ, କହେ—‘‘ତୁମେ କେବେ ସନ୍ଧ୍ୟା-ଗୀତ ଶୁଣିଛ ? ତା’ ପରେ ସେ ସାଇରେ ବୋଲାଯାଉଥିବା ଗୀତକୁ ଏଡ଼େ କରୁଣ ସ୍ୱରରେ ଗାଏ ଯେ ମାଣିକ ଆତ୍ମହରା ହୋଇପଡ଼ନ୍ତି । ନିଜର ଗୀତ ତାଙ୍କୁ କୃତ୍ରିମ ଶବ୍ଦ-ଆଡ଼ମ୍ବରପୂର୍ଣ୍ଣ ଜଣାଯାଏ । ସତୀ ଏପରି ସବୁବେଳେ ସ୍ୱତନ୍ତ୍ର ସତ୍ତା ନେଇ ତାଙ୍କ ନିକଟକୁ ଆସେ । ସେ ବଡ଼ ଖୁସି ହୁଅନ୍ତି; କିନ୍ତୁ ବ୍ୟାକୁଳତା ବଢ଼ିଯାଏ ।

 

ବେଳେ ବେଳେ ମନ ବଡ଼ ଉଦ୍‌ବେଳିତ ହୋଇଉଠେ । ସେ ଭାବନ୍ତି, ସମସ୍ତ ଭାବନା ଚିଠିରେ ଳେଖି ତାକୁ ଜଣାଇଦେବେ । କେତେଥର ଚିଠି ମଧ୍ୟ ଲେଖିଛନ୍ତି । ବହୁତ ଲମ୍ବା ଓ ବଡ଼ ମଧୁର । ଏପରି କି ଯଦି ସେଗୁଡ଼ିକ ଥା’ନ୍ତା, ତା’ହେଲେ ନେପୋଲିୟନ ଓ ସିଜର୍‌ଙ୍କର ପ୍ରେମପତ୍ର ସହିତ ସେଗୁଡ଼ିକ ତୁଳନା କରାଯାଇପାରନ୍ତା; କିନ୍ତୁ ‘ଆତ୍ମାର ଜ୍ୟୋତି’, ‘ପରୀରାଇଜର ରାଜକୁମାରୀ’ ଆଦି ଶବ୍ଦ ବ୍ୟବହାର କରି ଲେଖିଲାବେଳେ ତାଙ୍କର ମନେ ହୁଏ—ଏ ଭାଷା ତ ସେ ବିଚାରୀ ବୁଝିପାରିବ ନାହିଁ ଏବଂ ସେ ବୁଝିପାରିଲାଭଳି ଭାଷା ପ୍ରୟୋଗ କଲାବେଳକୁ ତା’ ଅଣ୍ଟାରେ ଝୁଲୁଥିବା ଚାକୁ ଦିଶିଯାଏ, ଛାତି ଥରିଉଠେ । ଚିଠିଗୁଡ଼ିକ ସେ ଚିରିପକାନ୍ତି ।

 

ଏହା ଭିତରେ ସତୀର ମମତା ତାଙ୍କପ୍ରତି ଦିନକୁ ଦିନ ବଢ଼ିଚାଲିଥାଏ । ମାଣିକ ପହଞ୍ଚିବା ମାତ୍ରେ ଚମନ୍‌ ଠାକୁର ବାହାରେ ବସି ଖଣ୍ଡିଆ ହାତ ହଲେଇ ସଲାମ କରେ—ହସିଦିଏ; କିନ୍ତୁ ପଛରେ ନୃଶଂସ ଦୃଷ୍ଟିରେ ଦେଖେ-ଦାନ୍ତ ରଗଡ଼େ-ଗୋଡ଼ କଚାଡ଼ି ହୁକାର ଅଙ୍ଗାରକୁ ଚୁରିପକାଏ । ସତୀ ମାଣିକଙ୍କର ଖାଇବା-ପିଇବା, ଲୁଗାପଟାପ୍ରତି ବିଶେଷ ଦୃଷ୍ଟି ଦେଉଥାଏ । ବେଳେ ବେଳେ ସାଇପଡ଼ିଶାର ମାଇପିଙ୍କ ଆଗରେ ତାଙ୍କର ପ୍ରଶଂସା କରେ, କହେ-‘‘ମାଣିକ ଦ୍ୱାଦଶ ଶ୍ରେଣୀରେ ପଢ଼ୁଛନ୍ତି । ଆଉ କିଛିଦିନପରେ ତାଙ୍କୁ ବଡ଼ଲାଟଙ୍କ କଚେରୀରେ ଚାକିରୀ ମିଳିଯିବା ।’’ ଏଣେ ପଢ଼ାରେ ଯିମିତି ଅବହେଳା ନ ହୁଏ, ସେ ବିଷୟରେ ତାଙ୍କୁ ତାଗିଦ୍‌ କରି ଦେଉଥାଏ ।

 

ଆଜିକାଲି ସତୀ ଟିକିଏ ଉଦାସୀନ ରହିବାଭଳି ମାଣିକ ଅନୁଭବ କରୁଥାନ୍ତି । କୌଣସି ଗୋଟିଏ କଥା ସେ ତାଙ୍କୁ ସଦା-ସର୍ବଦା ଲୁଚାଉଥାଏ । ଏ ସମ୍ବନ୍ଧରେ କେତେଥର ସେ ତାକୁ ପଚାରି ସାରିଥାନ୍ତି । କିନ୍ତୁ ସେ ତାକୁ କିଛି ନ କହି ବାହାନା ଦେଖେଇ ଖସି ଯାଉଥାଏ । ଏବେ ସେ ଚମନ୍‌ ଠାକୁର ଉପରେ ବିରକ୍ତ ହେଉଛି । ଯଦି କେବେ କିମିତି ଚିଲମ ବା ହୁକା ବାଟରେ ଦେଖେ, ଗୋଡ଼ରେ ଆଡ଼େଇଦିଏ । ନିଜେ ହିସାବ-କିତାବ ନ କରି ଚମନଆଡ଼କୁ ଖାତା-ପେନ୍‌ସିଲି ଆଉ ଆଦାୟ ଟଙ୍କାତକ ଫିଙ୍ଗିଦିଏ । ଦିନେ ଚମନ୍‌ ମାଣିକଙ୍କୁ ଡାକି କହିଲା—‘‘ଯଦି ମୁଁ ଏହାକୁ ଆଣି ପାଳି ପୋଷି ନଥାନ୍ତି ତା’ ହେଲେ କାଉ-ଶାଗୁଣା ଖାଇ ଯାଇଥାନ୍ତେ ।’’ ଏ କଥା ମାଣିକ ସତୀକୁ କହିଲେ । ଏକଥା ଶୁଣିବା ମାତ୍ରେ ସତୀ କହିଲା—‘‘ତା’ ହୋଇଥିଲେ ତ ଭଲ ହୋଇ ହୋଇଥାନ୍ତା-। ଏ ନର-ରାକ୍ଷସଠାରୁ ରକ୍ଷା ପାଇଥାନ୍ତି । ଏବ ତ ମୋତେ ଟିକ-ଟିକ କରି ଖାଇଯାଉଛି-।’’ ସଶଙ୍କିତ ହୋଇ ମାଣିକ ପଚାରିପାରୁ ସେ ବିରକ୍ତ ହୋଇ କହିଲା—‘‘ଏ ମୋର କକା ହୋଇଛି, ଏଇଥିପାଇଁ ଏ ମୋତେ ପାଳି-ପୋଷି ଥିଲେ ? ଏଇଟାର ଏଇ ଖରାପ ଦୃଷ୍ଟି ! ହଉ, ମୁଁ କ’ଣ ୟାକୁ ଡରିଛି । ସେଇଥିପାଇଁ ମୁଁ ଅଣ୍ଟାରେ ସର୍ବଦା ଚାକୁ ରଖିଛି !’ ତା’ ପରେ ଅନାଥିନୀ, ଆଶ୍ରୟହୀନା ବାଳିକାପରି ବିଚାରୀ ଖୁବ୍‌ କାନ୍ଦିଲା । ମାଣିକ ଆଜି ତା’ ଆଖିରେ ଲୁହ ଦେଖିଲେ । ସତୀ ତାଙ୍କୁ କେତେ ଘଟଣା ଶୁଣାଇଲା । ଏସବୁରେ ତାଙ୍କର ବିଶ୍ୱାସ ନ ହେଲେ ବି ବଡ଼ ଦୁଃଖ ଲାଗିଲା । ସେ ଭାବିଲେ—ମନୁଷ୍ୟ ଏପରି ମଧ୍ୟ କରିପାରେ ! ମନୁଷ୍ୟ ଜୀବନ ଏଡ଼େ ଘୃଣ୍ୟ, ଏଡ଼େ ରାତିରେ ସେ କିଛି ଖାଇପାରିଲେ ନାହିଁ । ଭାବୁ ଭାବୁ ତାଙ୍କ ଆଖି ଲୁହରେ ଭରିଗଲା

 

ସତୀ ଆଉ ଚମନ୍ ଭିତରେ ଦିନକୁ ଦିନ ତିକ୍ତତା ବଢ଼ିଚାଲିଲା । ସାବୁନ କାରବାର ବି ମାନ୍ଦା ପଡ଼ିଯାଇଥାଏ । ମାଣିକ ଗଲାବେଳକୁ ସତୀ ପ୍ରାୟ କାନ୍ଦୁଥାଏ । ଚମନ ପାଟି-ତୁଣ୍ଡ କରି ଗର୍ଜୁଥିବାର ଦେଖାଯାଏ । ସେ ରିଟାୟାର୍ଡ ସୋଲଜର୍‌ । ତେଣୁ କହେ—‘‘ସୁଟ୍‌ କରିଦେବି, ସଙ୍ଗିନ୍‌ରେ ଦିଖଣ୍ଡ କରିଦେବି । ତୁ ମତେ କ’ଣ ବୋଲି ଠଉରେଉଛୁ କି ?’’

 

ମାଣିକ ଦ୍ୱାଦଶ ଶ୍ରେଣି ପାଶ କରିଯିବା ଖବର ଶୁଣିଲା ସତୀ । ସେଦିନ ସେ ଭାରି ଖୁସି-। କେତେ ମାସ ପରେ ସେ ଆଜି ଚମନ୍‌ ଠାକୁରଙ୍କୁ ଦୁଇଟି ଟଙ୍କା ମାଗିଛି । ସେଥିରୁ ଟଙ୍କାକର ମିଠେଇ ଆଉ ଟଙ୍କାକର ଫୁଲ-ଚନ୍ଦନ କିଣି ଚଣ୍ଡୀଙ୍କୁ ଚଢ଼େଇଚି ଏବଂ ଭୋଗ ଲଗେଇଛି-। ସେଦିନ ମାଣିକଙ୍କର ଦେଖା ମିଳିଲାନି । ଦ୍ୱିତୀୟ ଦିନ ମାଣିକଙ୍କଠାରୁ ଶୁଣିଲା ଯେ ସେ ଚାକିରୀ କରିବେ ନାହିଁ, ପଢ଼ିବେ; କିନ୍ତୁ ଭାଇ-ଭାଉଜଙ୍କ ଅବସ୍ଥା ଖରାପ । ସେ ଆଉ ଖର୍ଚ୍ଚ ବହନ କରିପାରିବେ ନାହିଁ କହି ସଫା ସଫା ମନା କରିଦେଲେ । ତଥାପି ତାଙ୍କୁ ପଢ଼ିବାକୁ ହେବ ।

 

ଏକଥା ଶୁଣି ସତୀ ବଡ଼ ନିରାଶ ହେଲା । ସେ ଭାଇ-ଭାଉଜଙ୍କ ସହ ଏକମତ । କାରଣ ନିଜ ଆଖିରେ ସେ ତାଙ୍କୁ ବଡ଼ଲାଟଙ୍କ ଅଫିସ୍‌ରେ ଦେଖିବାକୁ ଚାହେଁ; କିନ୍ତୁ ପଢ଼ିବାଲାଗି ତାଙ୍କର ଆଗ୍ରହ ଦେଖି କହିଲା—‘‘ଏତେ ଦୁଃଖ କାହିଁକି ? ଯଦି ମୁଁ ଏଠି ରହେ ଖର୍ଚ୍ଚର କୌଣସି ଅଭାବ ରହିବ ନାହିଁ । ଯଦି ଏଇଠୁ ଚାଲିଯାଏ, ତା’ ହେଲେ ଦେଖାଯିବ ।’’

 

ମାଣିକ ଆଶ୍ଚର୍ଯ୍ୟ ପଚାରିଲେ—‘‘କୁଆଡ଼େ ଯିବ ତୁମେ ?’’ ସତୀ ଏପରି ଗୋଟିଏ ଜାଗାରେ ନାଁ କହିଲା, ଯାହା ଶୁଣିବାମାତ୍ରେ ସେ ବିବ୍ରତ ହୋଇପଡ଼ିଲେ ।

 

ମହେଶ୍ୱର ଦଲାଲ—ତନ୍ନାର ବାପ—ପ୍ରାୟ ସବୁଦିନ ଆସୁଥାଏ । ଦଲାଲ ହୋଇଥିବାଯୋଗୁ ବଣିଆ ଆଉ କଂସାରୀମାନଙ୍କ ସାଙ୍ଗେ ତାର ଖୁବ୍‌ ଜଣାଶୁଣାଥାଏ । ଏଣୁ ସେ ଗିଲିଟିର ବଳା-ପାଉଁଜୀକୁ ପାଲିସ୍‌ଦେଇ, ରୂପା ଅଳଙ୍କାରରେ ସୁନାପାଣି ଦେଇ ସତୀକୁ ଦେବାର ଚେଷ୍ଟା କରୁଥାଏ । ଦିନେ ମାଣିକ ତାକୁ ପଚାରିଲେ—‘‘କଣ ଚମନ୍‌ ଠାକୁର ଆଜିକାଲି କିଛି କରୁନି କି ?’’ ସେ ଉତ୍ତର ଦେଲା—‘‘ରୋଜଗାର ତ ବହୁଦିନୁ କୁଆଡ଼େ କିଛି ନାହିଁ, ଖାଲି ମଦ-ଗଞ୍ଜେଇ ଚଲେଇଛି । ମହେଶ୍ୱର ନିତି କେଉଁଠୁ ନୂଆ-ନୂଆ ନୋଟ ଆଣି ଦେଉଛୁ । ସଞ୍ଜକୁ ସଞ୍ଜ ସାଙ୍ଗରେ ନେଇଯାଉଛି । ରାତି ଅଧକୁ କୁଆଡ଼ୁ ଦିହେଁ ପିଇକରି ଆସୁଛନ୍ତି । ସିଆଡ଼ୁ ଆସି ଚମନ୍‌ ଯିମିତି ବଜାରୀ କଥା କହୁଛି, ସେଗୁଡ଼ା କଣ କହିବି ? ତୁଣ୍ଡରେ ଧରିବା କଥା ନୁହଁ । ମୁଁ କାନରେ ହାତ ଦେଇଦେଉଛି, ଭୟରେ ଭିତର ପଟୁ ଦୁଆର ବନ୍ଦ କରିଦେଉଛି । ଡରରେ ରାତିସାରା ନିଦ ହେଉନି-।’’ ଏକଥା କହୁ କହୁ ସେ କାନ୍ଦି ପକେଇ ଗୁଣୁ ଗୁଣୁ ହୋଇ କହିଲା—‘‘କେବଳ ତୁମ ଛଡ଼ା ମୋର ନିଜର ହୋଇ କିଏ ଅଛି ? ତୁମେ ବି ଆଜିଯାଏ ମୋତେ କୌଣସି ବାଟ ଦେଖାଉ ନାହିଁ-।’’

 

ସେଦିନ ମାଣିକଙ୍କୁ ବଡ଼ ଦୁଃଖ ଲାଗିଲା । ସେ କରୁଣରସର ଗୋଟିଏ କବିତା କଲେ । ତାକୁ ନେଇ କୌଣସି ସ୍ଥାନୀୟ ପତ୍ରିକାରେ ଦେବାକୁ ଗଲାବେଳକୁ ବାଟରେ ସତୀ ଜୁଟିଲା । ସେ ବହୁତ ଭୟଭୀତ ଥିଲାପରି ଜଣାଯାଉଥାଏ । ତାଙ୍କୁ ଅଟକେଈ କହିଲା—‘‘ତୁମେ ଆଜିଠାରୁ ଆଉ ସେଠିକି ଯିବ ନାହିଁ । ଚମନ୍‌ ବୁଢ଼ା ତୁମକୁ ହାଣିବ ବୋଲି ଚଦିଛି । ଚବିଶ ଘଣ୍ଟା ନିଶାରେ ଚୁର୍‌ ରହୁଛି । ତୁମକୁ ମୋ ରାଣ ! ତୁମେ ମୋ ଚିନ୍ତା କରିବ ନାହିଁ । ମୋ ପାଖରେ ଚାକୁ ଅଛି; ଦରକାର ପଡ଼ିଲେ ତୁମେ ତ ଅଛ ! ହଁ ଶୁଣିଲଣି, ସେ ବୁଢ଼ା ପୋଡ଼ାମୁହଁ ମହେଶ୍ୱର ମୋତେ ବାହା ହେବ ବୋଲି କହୁଛି ।’’

 

ମାଣିକ ଅଧିକ ବ୍ୟାକୁଳ ହୋଇଉଠିଥାନ୍ତି ସତୀ ଘରଆଡ଼େ ଯାଇ ଟିକିଏ ବୁଲି ଆସିବାକୁ । ସଦାବେଳେ ମନ ହେଉଥାଏ; କିନ୍ତୁ ନିଶାଖୋର୍‌ ଚମନ୍‌ କଥା ମନେପଡ଼ିଯିବା ମାତ୍ରେ ସବୁ ଇଚ୍ଛାତକ ଉଭେଇଯାଏ । ଗୋଟେ ହାତ ଥିଲେ କ’ଣ ହେଲା, ସିପେଇ ହାତ ଯେ !

 

ଏହା ଭିତରେ ଆଉ ଗୋଟିଏ କାଣ୍ଡ ଘଟିଲା । ଏସବୁ କଥା ଗୋଟାକୁ ଦିଇଟା ହୋଇ ସାଇସାରା ବ୍ୟାପିଗଲା । କେତେଜଣ ବୁଢ଼ୀ ଆସି ମାଣିକଙ୍କ ଭାଉଜଙ୍କୁ ଏକଥା ଆଉଟିକେ ବଢେଇ-ଚଢେଇ କହି ତାଗିଦ୍‌ କରିଦେଲେ ଏବଂ ଶୀଘ୍ର ତାଙ୍କୁ ବାହା କରିଦେବାକୁ ପ୍ରସ୍ତାବ ଦେଇଗଲେ । ତା’ ଭିତରେ ଜଣେ-ଅଧେ ନିଜ ନିଜ ବନ୍ଧୁ ବାନ୍ଧବଙ୍କ ସୁନ୍ଦରୀ, ସୁଶୀଳା ଝିଅମାନଙ୍କର ନାଁ ମଧ୍ୟ ଦେଇଗଲେ । ରାତିରେ ଭାଉଜ ଆଉ ଟିକେ ନିଜଆଡ଼ୁ ଲଗେଇ–ଜୁଟେଇ ଭାଇଙ୍କ ଆଗରେ ବାଢ଼ିଲେ । ସକାଳୁ ସେ ମାଣିକଙ୍କୁ ଡକେଇ ବୁଝେଇଲେ—‘‘ତୋ ଉପରେ ମୋର ପୂରା ବିଶ୍ୱାସ, ତୁ ଆଉ ଦୁଧଖିଆ ପିଲା ନୁହଁ । ଦୁନିଆ ଦେଖି ତୋର ଚଳିବା ଦରକାର । ଏ ଛୋଟ ଲୋକଙ୍କ ସଙ୍ଗେ ସମ୍ବନ୍ଧ ରଖିବା ଠିକ୍‌ ନୁହେଁ । ଏମାନେ ବଡ଼ ହୀନ ଓ ନୀଚ । ଆମକୁ ବଂଶର ମାନ-ମର୍ଯ୍ୟାଦା ଦେଖିବାକୁ ହେବ ।’’ ତାଙ୍କ କଥା ଶୁଣି ମାଣିକ ପ୍ରତିଜ୍ଞା କଲେ ଯେ ଆଜିଠାରୁ ସେମାନଙ୍କ ସାଙ୍ଗେ ସେ ଆଉ କୌଣସି ସମ୍ବନ୍ଧ ରଖିବେ ନାହିଁ ।

 

ଦୁଇ ଚାରିଥର ସତୀ ଆସିଲା । କିନ୍ତୁ ମାଣିକ ଘରଭିତରୁ ବାହାରିଲେ ନାହିଁ । ସେ ନାହାନ୍ତି ବୋଲି କହିପଠାଇ ଘରେ ଲୁଚି ରହନ୍ତି; କିନ୍ତୁ ପ୍ରାୟ ଯମୁନା ଘରକୁ ଯାଉଥାନ୍ତି । ଦିନେ ହଠାତ୍‌ ସତୀ ସଙ୍ଗେ ତାଙ୍କର ଦେଖା ହୋଇଗଲା । ସେ କିଛି କହିଲେ ନି । ସତୀ କାନ୍ଦି କାନ୍ଦି କହିଲା—‘‘ଦୁର୍ଭାଗ୍ୟରୁ ତୁମେ ବି ପଚାରିଲ ନି ! ମୋ’ ଆଡ଼ୁ କି ଭୁଲ୍‍ ହେଲା ? ମାଣିକ ଡରରେ ଚାରିଆଡ଼େ ଚାହିଁଲେ । ଭାଇଙ୍କର ଅଫିସରୁ ଫେରିବା ବେଳ । ତାଙ୍କ ଡରିବାର କାରଣ ବୁଝିପାରି ଟିକକପାଇଁ ତାଙ୍କୁ ବଡ଼ ମର୍ମାହତ ଦୃଷ୍ଟିରେ ଚାହିଁ ସେ କହିଲା—‘‘ଡର ନାହିଁ, ମୁଁ ଯାଉଛି ।’’ ଆଖିରୁ ଲୁହ ପୋଛି, ପୋଛି ଧୀରେ ଧୀରେ ପଛକୁ ଚାହିଁ ଚାହିଁ ସେ ଚାଲିଗଲା ।

 

ଏହା ଭିତରେ ଭାଉଜଙ୍କ ସହିତ ତାଙ୍କର ସର୍ବଦା କଳି ଲାଗୁଥାଏ । କାରଣ ଭାଇ-ଭାଉଜ କହି ଦେଇଥାନ୍ତି ଯେ ଏଣିକି ଚାକିରୀ କରିବା ଦରକାର ଆଉ ପଢ଼ିବା ଆବଶ୍ୟକ ନାହିଁ; କିନ୍ତୁ ମାଣିକଙ୍କର ପଢ଼ିବାକୁ ପ୍ରବଳ ଇଚ୍ଛା ଥାଏ । ଦିନେ ଭାଉଜ ଯେତେବେଳେ ତାଙ୍କୁ କଡ଼ା କଡ଼ା ଶୁଣାଇଲେ, ତାଙ୍କୁ ବଡ଼ ଦୁଃଖ ଲାଗିଲା । ସେ ଘରେ ନ ରହି ବଗିଚା ଭିତରକୁ ଚାଲିଯାଇ ଗୋଟିଏ ବରଗଛମୂଳେ ବସିପଡ଼ି ବର୍ତ୍ତମାନ କ’ଣ କରିବାକୁ ହେବ ଭାବିବାକୁ ଲାଗିଲେ । କିଛି ସମୟ ପରେ କିଏ ଜଣେ ଡାକିବାରୁ ଆଖି ଫିଟାଈ ଦେଖନ୍ତି ତ ଆଗରେ ସତୀ ଠିଆହୋଇଛି । ବିଲ୍‌କୁଲ ଶାନ୍ତ ଶରୀର, ମୁର୍ଦ୍ଦାର ପରି ଫିକା ଚେହେରା, ନିଷ୍ପ୍ରଭ ଆଖି । ଝଟ୍‌କିନା ତାଙ୍କ ଗୋଡ଼ତଳେ ବସିପଡ଼ି କହିଲେ—‘‘ସମସ୍ତେ ଯାହା ଚାହୁଁଥିଲେ ଶେଷରେ ସେଈୟା ହିଁ ହେଲା ।’’

 

ମାଣିକ ପଚାରିବାରୁ କହିଲା—‘‘କାଲି ରାତିରେ ସେ ରଇଜଳା ଚମନ୍‌ ସାଥିରେ ମହେଶ୍ୱର ଆସିଥିଲା । ଦିହେଁ କେତେ ରାତିଯାଏ ଦାରୁ ପିଇଲେ–ଫୁସ୍‌ଫାସ୍‌ ହେଲେ । ହଠାତ୍‌ ମହେଶ୍ୱରଠାରୁ ଟଙ୍କା ଥାଳି ଧରି ଚମନ୍ ଚାଲିଗଲା ବାହାରକୁ । ତା’ ପରେ ମହେଶ୍ୱର ଆସି ମତେ ବଜାରୀ କଥା କହିଲା । ସେତିରେ ମୋର ସାରା ସରୀର ଜଳିଉଠିଲା । ମୁଁ ବାହାରକୁ ପଳାଈଯିବାକୁ ବାହାରିଲାବେଳକୁ ଦେଖେ ତ ଚମନ୍‌ ବାଡିପଡା ବାହାରୁ ଶିକୁଳୀ ଦେଇ ଚାଲିଯାଇଛି । ମୁଁ ଝଟ୍‌ ଅଣ୍ଟାରୁ ଚାକୁ ବାହାର କରି ମହେଶ୍ୱରକୁ ଧକ୍‌କାଟିଏ ପକାଇଲି । ସେ ତିନି ଗଡ଼ଗଡ଼ା ଦେଇ ଯାଇ ଘରର ସେ ମୁଣ୍ଡରେ । ବୁଢ଼ା ତଥାପି ନିଶାରେ ଚୁର୍‌ । ଯେତେବେଳେ ଚାକୁ ଧରି ତା’ ବେକମୁଣ୍ଡାରେ ବସି ପଡ଼ିଲେ, ତା’ର ସାରା ନିଶା ଉଡ଼ଗଲା । ଡରରେ ଥରି ଥରି କହିଲା–‘‘ଦେ ମାରିଦେ, ମୁଁ ଟିକିଏ ହେଲେ ଉଁ-ଚୁଁ କରିବି ନି, ତୋ ଉପରକୁ ହାତ ଉଠେଇବି ନି; କିନ୍ତୁ ନଗଦ ପାଞ୍ଚଶହ ଟଙ୍କା ଦେଇଛି । ମା’ ଛେଉଣ୍ଡ ପିଲା-ପିଲି ମୋର, ମରିଯିବି ମୁଁ; କହି କଇଁ-କଇଁ ହୋଇ କାନ୍ଦିବାକୁ ଲାଗିଲା । ତା’ ପରେ ପାଞ୍ଚଶହ ଟଙ୍କା ନେଇ ମତେ ତା’ ସାଙ୍ଗେ ପଠାଇ ଦେବାର ଚୁକ୍ତି କରିଥିବା ଚମନର କାଗଜ ଦେଖେଇ ପୁଣି ସୁଁ-ସୁଁ ହୋଇ କାନ୍ଦି ଉଠିଲା ସେତେବେଳେ ମୋତେ ଇମିତି ଲାଗିଲା, ସତେ ଯେମିତି କିଏ ମୋର ପ୍ରାଣ ମୋଠାରୁ ଜବରଦସ୍ତ ଛଡ଼େଇ ନେଉଛି ! ମହେଶ୍ୱର ଟିକିଏ ସାନ୍ତ୍ୱନା ପାଇ ମୋତେ ବୁଝେଇ ବସିଲା—‘‘ଲେଖା ପଢ଼ା ସବୁ ସେ ଯାଇଛି, ତୋତେ ନେଇ ମୁଁ ସୁଖରେ ରଖିବି, ତୁ ମୋ ଘରର ଲକ୍ଷ୍ମୀ ହେବୁ; ଈମିତି କେତେ କ’ଣ କହିଗଲା । ସେ ସବୁ ଶୁଣି ମୁଁ ପ୍ରାଣଶୂନ୍ୟ ହୋଇ ପଡ଼ିଗଲି । ମୁଁ ଜାଣେନି ତା’ ପରେ କ’ଣ ହେଲା ଆଉ ସେ କ’ଣ କହିଲା ।’’

 

ଏତକ କହି ତଳକୁ ମୁହଁପୋତି ସତୀ ଚୁପ୍‌ଚାପ ନଖରେ ମାଟି ଖୋଳୁଥାଏ । ଟିକକ ପରେ ମାଣିକଙ୍କ ଆଡ଼କୁ ଚାହିଁ କହିଲା—‘‘ମହେଶ୍ୱର ଆଜି ଏ ମୁଦିଟି ମୋତେ ଦେଇଛି ।’’ ମାଣିକ ତାକୁ ନାଇ ଦେଖିଲାବେଳକୁ ହସିବାର ଟିକିଏ ଚେଷ୍ଟାକରି ପଚାରିଲା—‘‘ଅସଲି ନୁହେଁ ?’’ ସେ କିଛି ନ କହିବାରୁ ପୁଣି ପଚାରିଲା—‘‘ଆଜି ତୁମେ ଏତେ ଦୁଃଖିତ କିଆଁ ?’’ ‘‘ ଭାଉଜ ସାଙ୍ଗରେ ସାଙ୍ଗରେ ଆଜି ପଢ଼ିବା ବିଷୟ ନେଇ ଟିକିଏ ବଚସା ହୋଇଯାଇଛି’’—ମାଣିକ ଉତ୍ତର ଦେଲେ । ଏକଥା ଶୁଣିବାମାତ୍ରେ ଚଟ୍‌କରି ସେ ମାଣିକଙ୍କ ହାତରେ ମୁଦିଟି ରଖିଦେଇ କହିଲା— ‘‘ଏହାକୁ ବିକି ଫିସ୍‍ ଦାଖଲ କରିଦିଅ । ଆଉସବୁ ଭାର ମୋ ଉପରେ ।’’ ସେ ତାକୁ ନ ନେବାରୁ ଟିକିଏ ଚୁପ୍‌ ରହି ପୁଣି କହିଲା ‘‘ମୁଁ ବୁଝିଲି, ତୁମେ ଏବେ ମୋ’ଠୁ କିଛି ନବାକୁ ଚାହୁ ନାହଁ । ଆଚ୍ଛା କହ, ମୁଁ କ’ଣ କରିବି....ମତେ କିଛି ହେଲେ କହୁନାହିଁ କାହିଁକି ?....ତୁମ ଗୋଡ଼ତଳେ ପଡ଼ୁଛି, ମତେ କୌଣସି ବାଟ ବତାଅ....ତୁମେ ଯାହା କହିବ ମୁଁ ତା’ କରିବି, ସବୁଥିପାଇଁ ମୁଁ ତିଆର ଅଛି ।’’ ଏତେବେଳଯାଏ ଛାତିକୁ ପଥର କରି ବସିଥିଲା ସତୀ । ହଠାତ୍‌ ମାଣିକଙ୍କ ପାଦ ଧରିପକାଇ ଭୋ ଭୋ ହୋଇ କାନ୍ଦିଉଠିଲା । ମାଣିକ ଭୟରେ ଉଠି ଠିଆହେଲେ । ମାତ୍ରେ ତାଙ୍କ ପାଦରେ ମୁଣ୍ଡ ରଖି ଖୁବ୍‌ କାନ୍ଦିଲା । କିନ୍ତୁ ମାଣିକ ‘‘ମୋର ଡେରି ହେଉଛି’’ ବୋଲି କହିବାରୁ ସତୀ ଚୁପ୍‌ଚାପ୍‌ ଉଠି ଚାଲିଗଲା ।

 

ଆଉ ଦିନକର ଘଟଣା । ସେଦିନ ସତୀ ଆସିଲାବେଳକୁ ମାଣିକ ମୁହଁ ଶୁଖେଇ ବସିଖାନ୍ତି । କାରଣ ଜୁଲାଇ ହୋଇଗଲାଣି । କଲେଜରେ ନାଁ ଲେଖିବାର ଠିକ୍‌ ହୋଇ ନଥାଏ । ସତୀ ଏକଥା ବୁଝିପାରି ବହୁତ ଅନୁନୟବିନୟ ହୋଇ ତାଙ୍କୁ ଟଙ୍କା ଦେଲା । ତାଙ୍କ କାମ କିମିତି ପ୍ରଥମେ ହୋଇଯାଉ । ତା’ ପରେ କାନ୍ଦି କାନ୍ଦି କହିଲା—‘‘ମୋ’ ଜୀବନ ନରକଠାରୁ ଆହୁରି ଘୃଣିତ ହୋଇଗଲାଣି । କେହି ମୋତେ ଠିକ୍‌ ବାଟ ବତାଉ ନାହାନ୍ତି ।’’ ଏସବୁ ଶୁଣି ବି ମାଣିକଙ୍କର ଟିକିଏ ହେଲେ ମୁହଁ ଖୋଲିଲା ନି । କିଛି ସମୟ ଚୁପ୍‌ ରହିବାପରେ ତାଙ୍କୁ ସେ ପୁଣି ପଚାରିଲା—‘‘ମୋର ଏ କଥାଗୁଡ଼ାକ ତୁମକୁ ଖରାପ ଲାଗୁଥିବ । ମୁଁ ଭଲା କ’ଣ କରିବି ? ତୁମ ଛଡ଼ା ମୋର ଆଉ କିଏ ଅଛି ? କାହା ଆଗରେ ମୁଁ ଏକଥା କହିବି ? କିଏ ମୋର ଏକଥା ଶୁଣିବ ?’’ କାହିଁକି କେଜାଣି ମାଣିକଙ୍କୁ ସବୁ କଥା ନ କହି ସେ ରହିପାରୁ ନ ଥାଏ । ତାଙ୍କ ଆଗରେ ସବୁତକ ଉଦ୍‌ଗାର କରି ଦେବା-ପରେ ତାକୁ ଶାନ୍ତି ଲାଗେ । ସେ ଭାବୁଥାଏ—ଏ ଜଗତରେ ତା’ ଆତ୍ମା ନିଷ୍ପାପ ଓ ନିଷ୍କଳଙ୍କ-। ମାଣିକଙ୍କୁ କୌଣସି ରାସ୍ତା ଦେଖାଯାଉ ନଥାଏ । ଭାଇଙ୍କ କହିବା କଥା ସେ ଉଚିତ ମନେ କରୁଥାନ୍ତି । ତାଙ୍କ ସହିତ ଏମାନେ ସମାନ ହେବେ କିପରି ! ଦୁହିଁଙ୍କର ସମାଜ,ମାନ-ସମ୍ମାନ ଆଦି ଭିନ୍ନ । ତଥାପି ସେ ସତୀକୁ କିଛି କହିପାରୁ ନ ଥାନ୍ତି । କାରଣ ପଢ଼ିବାକୁ ତାଙ୍କର ପ୍ରବଳ ଇଚ୍ଛା ଥାଏ-। ଏହି ଅନ୍ତଦ୍ୱନ୍ଦ୍ୱ ଯୋଗୁଁ ତାଙ୍କ କବିତାରେ ଆଜିକାଲି ଗହନ ନିରାଶ ଓ ତିକ୍ତତା ପ୍ରକାଶ ପାଉଥାଏ-

 

ପୁଣି ରାତିରେ ଏକ ବିଚିତ୍ର ଘଟଣା ଘଟିଲା । ରାତିରେ ମାଣିକ ଶୋଇଥିବା ଅବସ୍ଥାରେ କେହି ଜଣେ ତାଙ୍କୁ ଆସି ଉଠାଇଲା । ସେ ଉଠି ଦେଖନ୍ତି ତ ସତୀ । ତା’ ହାତରେ ଚାକୁ ଲହ-ଲହ ହେଉଛି । ଚେହେରା ଆବେଶରେ ଆରକ୍ତ,ନିରାଶରେ ନୀଳ, ଡରରେ ବିବର୍ଣ୍ଣ ହୋଇଯାଇଛି । କାନ୍ଧରେ ଗୋଟିଏ ଛୋଟ ବ୍ୟାଗ, ଯେଉଁଥିରେ ତା’ର ଅଳଙ୍କାରପତ୍ର ପୂରାଈ ଥାଏ । ମାଣିକଙ୍କ ଗୋଡ଼ତଳେ ପଡ଼ିଯାଇ କହିଲା—‘‘କୌଣସି ପ୍ରକାର ସେ ଯୋଗଣୀଖିଆ ଚମନଠୁ ମୁକ୍ତି ପାଇଛି । କେଉଁଠି ବୁଡ଼ି ମରିବି ପଛେ ଆଉ ସେଠିକି ଲେଉଟିବି ନାହିଁ । ମତେ ଯେଉଁଠିକି ଇଚ୍ଛା ନେଇ ଚାଲ-। ମୁଁ କାମ କରିବି, ଚାକିରି କରିବି, ମୂଲ ଲାଗିବି । ତୁମକୁ ଭରସା କରି ହିଁ ପଳାଇଆସିଛି-।’’

 

ଏକଥା ଶୁଣି ମାଣିକଙ୍କର ପିଳେହୀପାଣି । ସେ ନ ଯଯୌ ନ ତସ୍ଥୋ ଅବସ୍ଥାରେ ଠିଆ ହୋଇରହିଲେ । କବିତା-ଫବିତା ଲେଖିବା ସହଜ କଥା, କିନ୍ତୁ ଏହାକୁ ସମ୍ଭାଳିବ କିଏ ? ଭାଇଙ୍କ କଥା ଛାଡ଼ ! ଭାଉଜ ତ ତାଙ୍କଠାରୁ ସାତ ଗୁଣେ ବଳି । ବର୍ତ୍ତମାନ ମାଣିକଙ୍କର ଭାଗ୍ୟ ବଡ଼ ଦୋଦୁଲ୍ୟମାନେ ଅବସ୍ଥାରେ । ସେଥିରେ ପୁଣି ମାଣିକଙ୍କ ମୁଣ୍ଡ ! ଟିକିଏ ବିଚାର କରି ପାଖରେ ହାଜର । ଦୁଇପଦରେ ତାଙ୍କୁ ସବୁକଥା ଶୁଣାଇଦେଲେ । ‘‘ ତୁ ତାକୁ ବସେଇ ଥା, ମୁଁ ଚମନକୁ ଡାକି ଆଣୁଛି’’ କହି ଭାଇ ଉଠି ଠିଆହେଲେ ।

 

ଏଣେ ସତୀପାଖରେ ପହଞ୍ଚିବା ମାତ୍ରେ ସେ ପଳାଇଯିବାକୁ ବାର ବାର ଲଗାଇଥାଏ । କାଳେ ମହେଶ୍ୱର ବା ଚମନ କେହି ଚାଲିଆସିବ ! କିନ୍ତୁ ମାଣିକ ଗୋଟାକୁ ଗୋଟା ବାହାନା କରି ଟାଳି ଚାଲିଥାନ୍ତି । ହଠାତ୍‌ ସତୀ ଚାକୁ ଦେଖାଇ କହିଲା—‘‘ଆଜି ଯଦି ନ ଚାଲ, ମୋର ତ ପ୍ରାଣ ଯିବ, ତା’ ସଙ୍ଗେ ମୁଁ ଅନ୍ୟର ବି ନେଇଯିବି ।’’ ଏକଥା ଶୁଣି ମାଣିକଙ୍କ ଛାତି ଥରୁ ଥରୁ । ମନେ ମନେ ଖାଲି ଭାଇଙ୍କୁ ସ୍ମରଣ କରୁଥାନ୍ତି ।

 

ତା’ ପରେ ସତୀ ପଚାରିଲା—‘‘ଆଚ୍ଛା, ମତେ କୁଆଡ଼େ ନେବ, କେଉଁଠି ରଖିବ, ଆଉ କ’ଣ କାମ ଦେବ କହିଲ ? ମୁଁ କେବେହେଲେ ତୁମ ଛଡ଼ା ଏକୁଟିଆ ରହିବି ନାହିଁ ।’’ ତା’ ପାଟିରୁ ଏକଥା ବାହାରିଛି କି ନାହିଁ, ମହେଶ୍ୱର ଗୋଟେ ହାତରେ ଠେଙ୍ଗା ଧରି ଆଉ ଚମନ ନଲଟଣ ଧରି ହାଜର । ତାଙ୍କ ପଛେ-ପଛେ ଭାଇ ଆଉ ଭାଉଜ । ଏମାନଙ୍କୁ ଦେଖିବା କ୍ଷଣି ସତୀ ନାଗୁଣୀପରି ଡେଇଁଯାଇ ଘର କଣରେ । ଟିକକପରେ ସବୁ ବୁଝିପାରି ଚାକୁ ଖୋଲି–‘‘ଦାଗଭଜା, ନିମକ୍‌ହାରାମ୍‌, ନୀଚ, ରହ, ତତେ ଦେଖୁଛି’’ କହି ମାଣିକଙ୍କ ଉପରକୁ ଝପଟି ଆସିଲା । ଭାଇ ତାଙ୍କୁ ଭିଡ଼ି ନେଲେ-। ମହେଶ୍ୱର ସତୀକୁ କୁଣ୍ଢେଇ ଧଇଲା । ସେ ଦୃଶ୍ୟ ଦେଖି ଭାଉଜ ଚିତ୍କାର କରି ପଳାଇଗଲେ-

 

ତା’ ପରେ ବଡ଼ ଭୟଙ୍କର ଦୃଶ୍ୟ ହେଲା । ସତୀ କାବୁରେ ଆସୁ ନ ଥାଏ । ଚମନ ତା ଫୌଜୀ ହାତରେ ଠେଙ୍ଗାଏ ଦେଲା । ସେତିକିରି ସେ ଗଛ କାଟିଲାପରି ଲଥ୍‌ କରି ଭୂଇଁରେ, ବେହୋସ । ତାକୁ ତା’ ହାତରେ ଯାଇ ଖଣ୍ଡେ ଦୂରରେ । ତା’ ଗହଣା ବ୍ୟାଗରେ କିଛି ଠିକଣା ନ ଥାଏ । ଭାଉଜ ତାର ସୁରକ୍ଷାପାଇଁ ସିନ୍ଦୁକରେ ନେଇ ରଖି ଦେଲେ ବୋଲି ମାଣିକ ସନ୍ଦେହ କରିଥିଲେ ।

 

ବେହୋସ ସତୀକୁ ଭାଇ ଓ ମହେଶ୍ୱର ଦୁହେଁ ନେଇ ତା’ ଘରେ ଛାଡ଼ି ଦେଇ ଆସିଲେ । ସେଦିନ ମାଣିକଙ୍କ ଅବସ୍ଥା କହିଲେ ନ ସରେ । ଡରରେ ସେ ଯାଇ ଭାଇଙ୍କ ପାଖରେ ଶୋଇଲେ ।

 

ତା’ ଆରଦିନ ସକାଳୁ ଚମନ ଘର ଦୁଆର ମୁହଁରେ ଖୁବ୍‌ ଲୋକଗହଳି । ଦୁଆର-ଘର ମେଲା, ଜିନିଷ–ପତ୍ର ଖୋଲା ଆଉ ଅସ୍ତ-ବସ୍ତ । ଚମନ ଓ ସତୀ ଦୁହିଁଙ୍କୁ ଦୁହେଁ ଚମ୍ପଟ । ରାତିରୁ ଗଙ୍ଗା ସ୍ନାନଲାଗି ଯାଉଥିବା ଲୋକେ କହୁଥାନ୍ତି—ଗୋଟିଏ ବଗି ରାତି ତିନିଟାରେ ଏଇ ପଟେ ଗଲା । ସେଥିରେ କେତେକ ଜିନିଷ ଲଦା ହୋଇଥାଏ । ଚମନ ବସିଥାଏ ପଛପଟେ । ଆଗ ସିଟ୍‌ରେ ଧଳା ଚଦର ଘୋଡ଼େଇ ହୋଇ କିଏ ଜଣେ ଶୋଇଥାଏ, ଯେମିତି କି ଗୋଟେ ମୁର୍ଦ୍ଦାର ।

 

ଲୋକେ କହୁଥାନ୍ତି—ମହେଶ୍ୱର ଆଉ ଚମନ ଦିହିଁକି ଦିହେଁ ରାତିରେ ସତୀର ତଣ୍ଟି ଚିପି ମାରି ଦେଇଛନ୍ତି ।

 

 

 

 

 

 

 

 

 

 

 

 

 

ଷଷ୍ଠ ଦ୍ୱିପ୍ରହର

 

କ୍ରମାଗତ

 

ମାଣିକଙ୍କଭଳି ସରଳ କବି-ହୃଦୟ ଉପରେ ସତୀ ମୃତ୍ୟୁରେ ଯଥେଷ୍ଟ ପ୍ରଭାବ ପଡ଼ିଥାଏ-। ପରିଣାମସ୍ୱରୂପ ତାଙ୍କ କବିତାରେ ବାରମ୍ବାର ମୃତ୍ୟୁର ପ୍ରତିଧ୍ୱନି ଶୁଣାଯାଉଥାଏ ।

 

ଏ ଭିତରେ ମାଣିକଙ୍କ ଭାଇଙ୍କର ବଦଳି ହୋଇଯାଇଥାଏ । ଭାଉଜ ତାଙ୍କ ସାଙ୍ଗରେ ଚାଲିଯାଇଥାନ୍ତି । ଘରର ସବୁ ଭାର ମାଣିକଙ୍କ ଉପରେ ଥାଏ । ମନେ, ହୁଏ ସତେ ଯେପରି ଗୋଟିଏ ମୁର୍ଦ୍ଦାର ଘରେ ପଡ଼ି ରହିଛି । ପଢ଼ିବାକୁ ଖୁବ୍‌ ଇଚ୍ଛା ଥିଲେ ବି ଆଦୌ ମନ ଲାଗୁ ନଥାଏ । ଭାଇଯିବା ଦିନୁ ପକେଟ ଖାଲି । ଏବେ ସେ ଗୋଟିଏ ଚାକିରୀର ତଲାସରେ ଥା’ନ୍ତି, ଯେଉଁଥିରେ କାମ କରିବା ସଙ୍ଗେ ସଙ୍ଗେ ପଢ଼ା-ପଢ଼ି ବି ହୋଇପାରିବ । ସେ ବଡ଼ ଚିନ୍ତିତ ଜଣାପଡ଼ୁଥାନ୍ତି । ଏହାଛଡ଼ା କୌଣସି ରହସ୍ୟମୟ ଆଧ୍ୟାତ୍ମିକ କାରଣରୁ ସତୀର ମୃତ୍ୟୁଲାଗି ସେ ନିଜେ ଦାୟୀ ବୋଲି ମନେକରୁଥାନ୍ତି । ଧୀରେ ଧୀରେ ତାଙ୍କର ମାନସିକ ସ୍ଥିତି ଏପରି ହେଲା ସେ ସାଇ-ପଡ଼ିଶା ଛାଡ଼ି ଗାଁଠାରୁ ଦୂରରେ ଥିବା ଓସ୍ତ ଗଛ ତଳ, ଭୟଙ୍କର କବର ସ୍ଥାନ,ପୂରୁଣା ମାଶାଣି ଓ ପାହାଡ଼ରେ ସମୟ କଟାଇବାକୁ ସେ ଭଲ ପାଇଲେ । ଚନ୍ଦ୍ର ରଶ୍ମି ତାଙ୍କୁ ମୁର୍ଦ୍ଦାର ଉପରେ ଘୋଡ଼ା ଯାଇଥିବା ଲୁଗାପରି ଜଣାଗଲା ଏବଂ ସୂର୍ଯ୍ୟତାପ ପ୍ରେମିକା ଚିତାରେ ନିଆଁ ପରି ।

 

ମାଣିକଙ୍କ ସହ ଆମମାନଙ୍କର ସେତେବେଳେ ସେତେଦୂର ଘନିଷ୍ଠତା ହୋଇ ନଥାଏ । ତେଣୁ ବର୍ତ୍ତମାନ ଭଳି ବସା-ଉଠା ହୋଇପାରୁ ନ ଥାଏ । ସେଥିପାଇଁ ସେ ଦିନସାରା ବୁଲି-ବୁଲି ଓ ଚା ଦୋକାନରେ ବସି ସମୟ କଟାନ୍ତି । ସେଠି ମନ ଟିକିଏ ଭୁଲିଯାଏ ।

 

(ବାସ୍ତବିକ୍‌ ସତୀ ମରି ନଥିଲା । ମାଣିକ ଭୁଲ୍‌ ବୁଝିଥିଲେ । କିନ୍ତୁ ସେ କେବଳ ବେହୋସ ହୋଇ ପଡ଼ିଥିବା ଅବସ୍ଥାରେ ଜମନ ତାକୁ ବଗିରେ ନେଇ ଅନ୍ୟ ଠିକ ଚାଲି ଯାଇଥିଲା । କାରଣ ଏ ଘଟଣା ଘଟିଯିବା ପରେ ଦୁର୍ନାମ ଭୟରେ ମହେଶ୍ୱର ଚାହୁଁ ନ ଥିଲେ ଯେ ସେମାନେ ଟିକକ ପାଇଁ ସାଇରେ ରହନ୍ତୁ । କିନ୍ତୁ ତା’ର ଠିକଣା ମାଣିକଙ୍କୁ ପରେ ମିଳିଥିଲା ।)

 

ମାଣିକ ଠିକ୍‌ କରି ସାରିଥିଲେ—ଯଦି ତାଙ୍କ ଯୋଗୁଁ ସତୀର ମୃତ୍ୟୁ ଘଟିଛି, ତା’ ହେଲେ ସେ ନିଶ୍ଚୟ ତା’ ପାଇଁ ନିଜର ପ୍ରାଣ ଦେଇଦେବେ; ଯେପରି ଶରତଙ୍କ ଦେବଦାସ ଆଦି କରିଛନ୍ତି । ଏଣୁ ଜୀବନ ନଷ୍ଟ କରିବାର ସମସ୍ତ ସାଧନାକୁ ସେ କାର୍ଯ୍ୟକାରୀ କରୁଥାନ୍ତି । ତାଙ୍କର ସ୍ୱାସ୍ଥ୍ୟହାନି ଘଟୁଥାଏ । ସ୍ୱଭାବ ବଡ଼ ଅସାମାଜିକ, ଉଚ୍ଛୃଙ୍ଖଳ ଓ ଆତ୍ମଘାତୀ ହୋଇ ଯାଇଥାଏ; ତଥାପି ପ୍ରାୟଶ୍ଚିତ୍ତ ହେତୁ ସେ ବଡ଼ ସନ୍ତୋଷ ଅନୁଭବ କରୁଥାନ୍ତି । କାରଣ ତାଙ୍କ ଆତ୍ମା, ବ୍ୟକ୍ତିତ୍ୱ ଓ ପ୍ରତିଭାକୁ ନରହତ୍ୟା ପାତକ ଲାଗିଥାଏ । ଏ ଅବସ୍ଥାରେ ଆଉ ହୁଅନ୍ତା ବା କ’ଣ ?

 

ତାଙ୍କୁ ସାଙ୍ଗସାଥି ପ୍ରାୟ ବୁଝାନ୍ତି— ‘‘ଜୀବନପ୍ରତି ଆସ୍ଥା ରଖିବା ଉଚିତ୍‌ । ମୃତ୍ୟୁ ପ୍ରତି ଏପରି ମୋହ ହେବା ଏକମାତ୍ର କାପୁରୁଷତା ଓ ଚିତ୍ତଚଞ୍ଚଳତାର ଲକ୍ଷଣ । ତାଙ୍କର ଉପଯୁକ୍ତ ମାର୍ଗରେ ଗତି କରିବା ଦରକାର.... ।’’ ପୁଣି ବିଚାର ଆସେ—ସେ ନିଜ କର୍ତ୍ତବ୍ୟ ପଥରୁ ବିଚଳିତ ହୋଇଯାଉଛନ୍ତି । ମୃତ୍ୟୁ ପଥରେ ଅଦମ୍ୟ ସାହସର ସହିତ ଅଗ୍ରସର ହେବା ତାଙ୍କର କର୍ତ୍ତବ୍ୟ । ଏପରି ବିଚାର ଆସିବା ମାତ୍ରେ ସେ କଇଁଞ୍ଚପରି ସଙ୍କୁଚିତ ଅବସ୍ଥାରେ ଅନ୍ତର୍ମୁଖୀ ହୋଇଯାଆନ୍ତି । ଧୀରେ ଧୀରେ ତାଙ୍କର ମାନସିକ ଦଶା ସ୍ଥିତପ୍ରଜ୍ଞ ଅବସ୍ଥାରେ ପହଞ୍ଚିଯାଏ । ସୁଖ-ଦୁଃଖ ଶତ୍ରୁ-ମିତ୍ର, ଆଲୁଅ-ଅନ୍ଧାର, ସତ-ମିଛ ଆଦିରେ ତାଙ୍କୁ କୌଣସି ପ୍ରକାର ଭିନ୍ନତା ଜଣା ନଥାଏ । ଜୀବନ୍ନୁକ୍ତ ଆତ୍ମାପରି ସେ ଦେଶକାଳ ବନ୍ଧନରୁ ମୁକ୍ତ ହୋଇ ବଦ୍ଧ ଜୀବଙ୍କ ସଙ୍ଗେ ଏ ସଂସାରରେ କେବଳ ବିଚରଣ କରୁଥାନ୍ତି । ସାମାଜିକ ବ୍ୟବସ୍ଥା କୌଣସି ପ୍ରକାରେ ତାଙ୍କୁ ଆୟତ୍ତ କରିପାରୁ ନ ଥାଏ । ପ୍ରେମ ସଂସାରରେ ସମସ୍ତ ବସ୍ତୁକୁ ସେ ସାରଶୂନ୍ୟ ମନେ କରୁଥାନ୍ତି । ଆାର୍ଥିକ ପ୍ରଶ୍ନ ଅଥବା ରାଜନୀତିକ ଆନ୍ଦୋଳନ, ମୋତିହାରୀର ଅଭାବ କିମ୍ବା କୋରିଆ ଯୁଦ୍ଧ, ଶାନ୍ତି କାମନା ବା ସାଂସ୍କୃତିକ ସ୍ୱାଧୀନତାର ଘୋଷଣାପତ୍ର ଆଦି ଯାହା କିଛି ହେଉନା କାହିଁକି ତା’ ସହିତ ତାଙ୍କର କୌଣସି ପ୍ରକାର ସମ୍ବନ୍ଧ ନ ଥାଏ । ପ୍ରେମ ହେଉଛି ସତ୍ୟ, କାରଣ ପ୍ରେମ ରସ ଏବଂ ରସ ହେଉଛି ବ୍ରହ୍ମ (ରସୋ ବୈ ସଃ—ବୃହଦାରଣ୍ୟକ) ।

 

ନିଜେ ନିଜେ ମୃତ୍ୟୁକୁ ଚାହୁଥିବା ଯୋଗୁଁ ତାଙ୍କ କବିତାଗୁଡ଼ିକରେ କରୁଣା, ନିରାଶ ଓ ବିରହବ୍ୟଥା ଅତି ମାତ୍ରାରେ ପ୍ରକାଶ ପାଉଥିଲା । ଆଜିକାଲି ଏପରି ଲୋକ କମ୍‍ ଦେଖାଯାନ୍ତି ନାହିଁ-। ପ୍ରାୟ ସମସ୍ତଙ୍କ ହୃଦୟରେ କୌଣସି ନା କୌଣସି ଅଂଶରେ ମାଣିକ ଓ ଦେବଦାସର ବିଶେଷତା ଦେଖିବାକୁ ମିଳେ । ଏଣୁ ପ୍ରତ୍ୟେକେ ଏ ଗୀତରୁ ରସାସ୍ୱାଦନ କରିବା ସଙ୍ଗେ ସଙ୍ଗେ ଏହାର ଭୂୟସୀ ପ୍ରଶଂସା ମଧ୍ୟ କରୁଥାନ୍ତି । ମାଣିକ ନିଜେ ଯେ ଏହାର ଯଥାର୍ଥ ଅନୁଭବ କରିପାରୁ ନ ଥିଲେ ତା’ ନୁହେଁ; ସେ ଜାଣିପାରୁଥିଲେ ଯେ ତାଙ୍କର ଅବସ୍ଥା ଉଡ଼ୁଥିବା ଚକୋରର ଖଣ୍ଡିଆ ଡେଣାପରି, ଯାହାକି ଚନ୍ଦ୍ରଙ୍କ ପାଖରେ ପହଞ୍ଚିବା ପୂର୍ବରୁ ପବନର ହାଲୁକା ଆଘାତରେ ଛିଡ଼ି ପଡ଼ି ଦିଗଭ୍ରାନ୍ତ ହୋଇ କୁଆଡ଼େ ଉଡ଼ିଯାଇଛି । ତାଙ୍କର କୌଣସି ନିର୍ଦ୍ଦଷ୍ଟ ମାର୍ଗ, ମହାନ୍‌ ଲକ୍ଷ୍ୟ, ସଫଳଲାଭରେ ଚେଷ୍ଟା ଓ ପ୍ରଗତି କରିବାର ଅଭିଳାଷ ନ ଥିଲା ।

 

ହଠାତ୍ ମୁଁ ମାଣିକଙ୍କୁ ପଚାରିଲି—‘‘ଆଚ୍ଛା, ଏପରି ସ୍ଥିତିରେ ଆପଣଙ୍କୁ କିଛି ଖରାପ ଲାଗୁ ନଥିଲା ?’’ ସେ କହିଲେ (କଥା ତାଙ୍କର କିନ୍ତୁ ଭାଷା ମୋର) ‘‘ଖରାପ ନ ଲାଗନ୍ତା କିପରି ? ବଡ଼ ବ୍ୟସ୍ତ ଲାଗେ । ସମୟେ-ସମୟେ ଏପରି କିଛି କାମ କରି ବସେ, ସେଥିରୁ ମୁଁ ନିଜେ ବିଚଳିତ ହୋଇପଡ଼େ ଏବଂ ଯିଏ ଦେଖେ ସିଏ ବି ଚମକି ପଡ଼େ । କେବଳ ମୁଁ ଜୀଇ ରହିଛି ଏବଂ କ୍ରିୟାଶୀଳ ଅଛି ଏଇ ବିଶ୍ୱାସ ଟିକକ ମୋର ଥାଏ । ବେଳେ-ବେଳେ କହେ କିଛି, ଆଉ କରେ କିଛି-। ଏହାକୁ କେହି-କେହି ମିଥ୍ୟା ଛଳନା କହି ପାରନ୍ତି; କିନ୍ତୁ ଏ ସବୁକୁ ଅତି ବିରକ୍ତରେ ମୁଁ କରି ପକାଏ । ନିଜର ମାନ-ମହତ୍ତ୍ୱ ନଷ୍ଟ କରି କଡ଼ା-କଡ଼ା ବିପଦ ଶୁଣାଇ ଦେବା ମୋ ମାନସିକ ବିକୃତିର ପରିଣାମ ହୋଇ ଯାଇଥାଏ ।’’

 

‘‘ଏ ସବୁ ଆପଣଙ୍କୁ ଭଲ ଲାଗୁଥିଲା ?’’ ଆମ୍ଭେମାନେ ପଚାରିଲୁ । ସେ ଉତ୍ତର ଦେଲେ–‘‘ମୁଁ ଅନୁଭବ କରୁଥିଲେ, ମୁଁ ଅନ୍ୟମାନଙ୍କଠାରୁ ଭିନ୍ନ । ମୋର ଏକ ଅଦ୍‌ଭୁତ ଓ ଅଦ୍ୱିତୀୟ ବ୍ୟକ୍ତିତ୍ୱ ଅଛି, ଯାହାକୁ ସମାନ ବୁଝି ନାହିଁ କି ବୁଝି ପାରିବନାହିଁ । ମୋର ପ୍ରତିଭା ସାଧାରଣ ଲୋକଙ୍କଠାରୁ ଯଥେଷ୍ଟ ଉପରେ । ଏଣୁ ମୁଁ ଯେପରି ଚାହିଁବି ସେପରି କରି ପାରିବି । ତା’ ଛଡ଼ା ନିଜ ବ୍ୟକ୍ତିତ୍ୱ ପ୍ରତି ମୋହ,ମାନସିକ ବିକୃତି ଗୁଡିକୁ ପ୍ରତିଭାର ତେଜ ଭାବିବାର ଭ୍ରମ ଓ ଅସାମାଜିକତା ନିଜର ବୁଦ୍ଧିମତ୍ତା ମନେକରିବାରେ ଅନାବଶ୍ୟକ ଦମ୍ଭ ମୋର ବହୁତ ଥିଲା । ଧୀରେ–ଧୀରେ ମୁଁ ନିଜକୁ ଯଥେଷ୍ଟ ଭଲପାଇବାକୁ ଲାଗିଲି ଏବଂ ନିଜର ଅହଂଭାବରେ ଆବଦ୍ଧ ହୋଇ ରହିଲା । ମୋର ଅହମିକା ବହୁ ପରିମାଣରେ ବଢ଼ିଗଲା । ମୁଁ ନିଜର ଅବସ୍ଥା ନିଜେ ବୁଝିପାରିଲି ନାହିଁ ।’’

 

‘‘ତାହେଲେ ଆପଣ ଏଥିରୁ ମୁକ୍ତ କିପରି ହେଲେ ?’’

 

‘‘ହଁ, ଦିନେ ମୁଁ ଶୁଣିଲି ଯେ ସତୀ ଜୀବିତ ଅଛି । ବର୍ତ୍ତମାନ ତାର ପ୍ରେମ-ଭାବନା ମୋ’ ପ୍ରତି ନାହିଁ ଏବଂ ମୋତେ ଯଥେଷ୍ଟ ଘୃଣା କରୁଛି । ଏକଥା ଶୁଣିବା ମାତ୍ରେ ମୋର ସମସ୍ତ କଳ୍ପନାରେ ମାୟା ଜାଲ ଛିଣ୍ଡିଗଲା । ଏବଂ ପୂର୍ବ ଅବସ୍ଥା ଫେରି ଆସିଲା ।’’

 

ତା’ ପରେ ସେ ପୁଣି ଆଗ୍ରହରେ ଚାଲିଲେ—‘‘ମୁଁ ଯେଉଁ ହୋଟଲକୁ ଚା ପିଇବାକୁ ଯାଉଥିଲି, ତ ଚାରିପଟେ ପ୍ରାୟ ସବୁବେଳେ ଭିକାରୀ ବୁଲୁଥାନ୍ତି । ବେଳେ-ବେଳେ ଚା ପିଇସାରି ବାହାରିଲା ବେଳକୁ ମୋ ଚାରି ପଟେ ବେଢିଯାନ୍ତି । ଦିନକର ଘଟଣା କେଉଁଠୁ ଗୋଟାଏ ନୂଆ ଭିକରୀ ସେ ଦିନ ଆସିଥାଏ । ତା’ର ଗୋଟିଏ ହାତ ନ ଥାଏ । ଛୋଟ ଗାଡିଟିରେ ସେ ବସିଥାଏ । ଜଣେ ସ୍ତ୍ରୀ ଛୋଟ ପିଲାଟିଏ କାଖେଈ ଗାଡି ଭିଡି-ଭିଡି ଚାଲିଥାଏ । ସେ ଆସି ମୋ ପାଖରେ ଛିଡା ହୋଇ ହଳଦିଆ-ହଳଦିଆ ଦାନ୍ତ ଦେଖେଈ କିଛି କହିଲା ବେଳକୁ ହଠାତ୍‌ ମୋ ଦୃଷ୍ଟି ପଡ଼ିବାମାତ୍ରେ ମୁଁ ଚିହ୍ନି ପାରିଲି ଯେ ସେ ଆଉ କେହି ନୁହେ, ସେ ସେଇ ଚମକ ଆଉ ଏ ହେଉଛି ସତୀ । ମୋତେ ପାଖରେ ଦେଖିବାମାତ୍ରେ ସତୀ ଦି’ ପାହୁଣ୍ଡ ପଛକୁ ଘୁଞ୍ଚିଯାଇ ଝଟକରି ଅଣ୍ଟାକୁ ଦରାଣ୍ଡି ପକାଈଲା; ବୋଧହୁଏ ସେ ଚାକୁକୁ ଖୋଜୁଥିଲା; କିନ୍ତୁ ଚାକୁ ନ ପାଇ ପିଆଲା ଧରି ଘାତକ ଦୃଷ୍ଟିରେ ମୋ ଆଡକୁ ଚମକି ଆସିଲା । ସେ ବଞ୍ଚିରହି ସନ୍ତାନ ସହିତ ଆନନ୍ଦରେ ଅଛି ଦେଖି ମୋର ସମସ୍ତ ସନ୍ତାପ ଉଭେଈ ଯାଇଥାଏ । ମୋ ଭିତରେ ନୂଆ ଜୀବନର ସଞ୍ଚାର ହେଲା ପରି ମନେହେଉଥାଏ-। କିଛିଦିନ ପରେ କବିତା-କାହାଣୀ ଛାଡ଼ି ଆର. ଏମ. ଏସ.ରେ ତନ୍ନା ସ୍ଥାନରେ ମୁଁ କାମ କରିବାକୁ ଲାଗିଲେ ଏବଂ ସୁଖରେ ଜୀବନ ନିର୍ବାହ ମଧ୍ୟ..... ।

 

(ଯେପରି ମାଣିକଙ୍କର ସୁଖର ଦିନ ଫେରି ଆସିଲା, ଭଗବାନ କରନ୍ତୁ ସମସ୍ତଙ୍କର ସେହିପରି ଫେରିଆସୁ) ଏହାର କିଛିଦିନ ପରେ ମାଣିକଙ୍କ ସହିତ ଆମମାନଙ୍କର ଘନିଷ୍ଠତା ବଢ଼ିଯିବା ସଙ୍ଗେ ସଙ୍ଗେ ତାଙ୍କ ଘର ଆମମାନଙ୍କର ଏକମାତ୍ର ଆଡ଼୍‍ଡା ସ୍ଥାନ ହୋଇ ଯାଇଥିଲା ।

Image

 

ଅନଧ୍ୟାୟ

 

ପେଟରେ ଗୋଳମାଳ ନଥାଏ । ଭଲ ହଜମ ହୋଇଯାଉଥାଏ । ଏହା ମଧ୍ୟରେ ଦାନ୍ତେଙ୍କର ‘‘ଡିଭାଇନାକା ମେଡ଼ିଆ’’ ମଧ୍ୟ ପଢ଼ି ନ ଥାଏ । ତଥାପି କାହିଁକି କେଜାଣି ସେଦିନ ଗୋଟିଏ ସ୍ୱପ୍ନ ଦେଖିଲି—ଚମିଣୀରୁ ବାହାରୁଥିବା ଧୂଆଁ ପରି ସାତ ରଙ୍ଗିଆ ଇନ୍ଦ୍ରଧନୁ ଧୀରେ-ଧୀରେ ଆକାଶ ମଝିରେ ଟାଣି ହୋଇଗଲା ।

 

ଗୋଟିଏ ଜଳୁଥିବା ଓଠ କମ୍ପି-କମ୍ପି ବାଆଁ ପଟୁ ଇନ୍ଦ୍ରଧନୁ ଆଡ଼କୁ ମାଡ଼ି ଆସିଲା, ପୁଣି ଆଉ ଗୋଟିଏ ଜଳୁଥିବା ଓଠ କମ୍ପି-କମ୍ପି ଡାହାଣ ପଟୁ ଆଡ଼କୁ ମାଡ଼ି ଆସିଲା ।

 

ଡାହାଣ ପଟୁ ମାଣିକଙ୍କର ଓ ବାଆଁପଟୁ ଲିଲିର ଓଠ ଧୀରେ-ଧୀରେ ଆସି ଇନ୍ଦ୍ରଧନୁ ପାଖରେ ଅଟକି ଗଲା ।

 

ତଳେ ମହେଶ୍ୱର ଗୋଟିଏ ଗାଡ଼ି ଟାଣି-ଟାଣି ଆସିଲା । ଚମନ ଠାକୁରର ସେଇ ଭିକମଗା ଗାଡ଼ିଟିପରି ଜଣା ପଡୁଥାଏ । ତା’ ଉପରେ ଛୋଟ-ଛୋଟ ପିଲା କେତୋଟି ବସିଥାନ୍ତି—ଯମୁନାର, ତନ୍ନାର ଓ ସତୀର । ଚମନର ଖଣ୍ଡିଆ ହାତ ଅନ୍ଧ ଅଜଗର ପରି ମାଡ଼ି ଆସେ, ପିଲାମାନଙ୍କ କାନ୍ଧ ଉପରେ ପଡ଼ିଯାଇ ରଗଡ଼ି ଦିଏ । ତାଙ୍କୁ ପ୍ରାଣ ଗଲା ଭଳି ଲାଗେ । ଇନ୍ଦ୍ରଧନୁର ଦିପଟେ ଥିବା ଦୁଇଟି ଯାକ ଓଠ ଖୁବ୍‍ ପାଖା-ପାଖି ହୋଇଆସେ ।

 

କଟା ହୋଇଥିବା ତନ୍ନାର ଗୋଡ଼ା ଯୋଡ଼ାକ ହଲି-ହଲି ରାକ୍ଷସ ପରି ମାଡ଼ି ଆସେ । ସେଥିରେ ଲୁହାର ନୂଆ ନାଲ ଲାଗିଥାଏ । ପିଲେ ସେଥିରେ ଦଳି ହୋଇ ଯାଉଥାନ୍ତି । ଚାରିଆଡ଼େ କଅଁଳିଆଘାସ ମାଡ଼ି ରହିଥାଏ । ତା’ ଉପରେ ବରଷାଦିନିଆ ସାଧବବୋହୂ ପୋକଗୁଡ଼ିକ ସାଇକେଲରେ ଦଳି ହୋଇ ପଡ଼ିଥାନ୍ତି । ରକ୍ତ କଳାପଡ଼ି ଯାଇଥାଏ । ଇନ୍ଦ୍ରଧନୁ ଛାଇ ସମସ୍ତ ପାହାଡ଼ ଓ ପଡ଼ିଆ ଉପରେ ତେରଛାଇ ହୋଇ ପଡ଼ିଥାଏ ।

 

ଯମୁନା, ଲିଲି ଓ ସତୀର କଇଁ-କଇଁ ସ୍ୱର... । ଯୋଡ଼ିକଯାକ ଓଠ ଇନ୍ଦ୍ରଧନୁର ବହୁତ ନିକଟକୁ ଚାଲି ଆସିଥାଏ....ଖୁବ୍‍ ନିକଟକୁ....ଆହୁରି ନିକଟକୁ ।

 

ଏତିକି ବେଳକୁ ଗୋଟିଏ କାଳିଆ ବେଣ୍ଟର ଚାକୁ ଇନ୍ଦ୍ରଧନୁକୁ ଦଉଡ଼ିପରି ଚଟ୍‌କରି କାଟିଦେଲା । ଦୁଇଟି ଯାକ ଓଠ ମାଉଁସ ପିଣ୍ଡୁଳାପରି ଲଥକରି ଭୂଇଁରେ.... ।

 

ଚିଲ,ଚିଲ,ଚିଲ,ପଙ୍ଗପାଳ ଦଳପରି ଯୁଆଡ଼େ ଦେଖ ଖାଲି ଚିଲ..... । ଅସଂଖ୍ୟ ଚିଲ...-

 

 

 

 

 

 

 

 

 

 

 

 

ସପ୍ତମ ଦ୍ୱିପ୍ରହର

 

ଶେଷ ସ୍ୱପ୍ନ

 

ତା’ ପରଦିନ କଥା । ମୁଁ ଯାଇ ମାଣିକଙ୍କୁ କହିଲ—କାଲି ରାତିରେ ଇମିତି ଗୋଟିଏ ସ୍ୱପ୍ନ ଦେଖିଲି । ସେ ଶୁଣିବା ମାତ୍ରେ ବିରକ୍ତ ହୋଇ ଉଠିଲେ, କହିଲେ—‘‘ଦେଖିଲ ତ ଦେଖିଲ ମୁଁ କ’ଣ କରିବି ? ଆଉ ତ କିଛି ନାହିଁ, ସବୁବେଳେ ଖାଲି ସପନ ଦେଖିଲି.....ସପନ । ସେଇଟା କୋଉ ନୂଆ କଥା ଯେ ଖାଲି କହି ଚାଲୁଛ ?’’ ମୁଁ ଚୁପ୍‌ ହୋଇଯିବାରୁ ସେ ସେଠୁ ଉଠି ଆସି ମୋ ପାଖରେ ବସିପଡ଼ିଲେ । ସାନ୍ତ୍ୱନା ଦେଇ ପଚାରିଲେ—‘‘ଆଚ୍ଛା, ଏପରି ସ୍ୱପ୍ନ ତୁମେ ସବୁବେଳେ ଦେଖ ?’’ ମୁଁ ହଁ କଲାରୁ କହିଲେ, ‘‘ପ୍ରକୃତି ତୁମକୁ କୌଣସି ବିଶିଷ୍ଟ କାର୍ଯ୍ୟ ପାଇଁ ବାଛି ନେଇଛି । ଯଥାର୍ଥ ଜୀବନର କେତେକ ତତ୍ତ୍ୱ, କେତେକଙ୍କର ଆନ୍ତରିକ ସମ୍ବନ୍ଧ ଏବଂ କେତେକ ବସ୍ତୁର ମହତ୍ତ୍ୱକୁ ତୁମେ ଏ ସବୁ ଦେଖିପାରୁଛ, ତା’ ଅନ୍ୟପକ୍ଷରେ ସଂପୂର୍ଣ୍ଣ ଅସମ୍ଭବ । ତା’ଛଡ଼ା ଏ ସ୍ୱପ୍ନଗୁଡ଼ିକ ସରଳ ଭାଷାରେ ସମସ୍ତଙ୍କ ଆଗରେ କହିପାରିବାର ସାମର୍ଥ୍ୟ ମଧ୍ୟ ତୁମଠାରେ ଅଛି; ବୁଝିଲ ?’’ ମୁଁ ମୁଣ୍ଡ ହଲାଇ ହଁ କଲାରୁ ସେ କହିଲେ ‘‘ଜାଣିଛ ଏଗୁଡ଼ିକ କିଏ ପଠାଉଛି ? ଏଗୁଡ଼ିକ ସୂର୍ଯ୍ୟଙ୍କର ସମସ୍ତ ଅଶ୍ୱ ପଠାଉଛି ।’’ ଇମିତି କ’ଣ କହୁଛନ୍ତି ?’’ ମୁଁ ପଚାରିଲି । ମୋ ପାଟିରୁ କଥା ବାହାରୁଛି କି ନାହିଁ ସମସ୍ତେ କହିଉଠିଲେ—‘‘ରଖ ରଖ ପଛେ ପଚାରିବା ।’’ ତା’ପରେ ମାଣିକଙ୍କୁ କାହାଣୀ କହିବାକୁ ଅନୁରୋଧ କରାଗଲା ।

 

ମାଣିକ ମନା କରି ଦେଲେ, କହିଲେ—‘‘ଧାରାବାହିକ ଏତେ ଗୁଡ଼ିଏ ପ୍ରେମ କାହାଣୀ ଯଥେଷ୍ଟ ହୋଇନି ଯେ ଆଉ କହିବି ?’’ ବାସ୍ତବିକ ଗୋଟିଏ ପୂରା ଉପନ୍ୟାସ କହି ସାରିଥିଲେ । କେବଳ ଆଗ୍ରହ ଜନ୍ମାଇବା ଓ ରୁଚି ବଢ଼ାଇବା ପାଇଁ କାହାଣୀର ରୂପ ଦେଇଥିଲେ; କିନ୍ତୁ ଏହା ଗୋଟିଏ ଉପନ୍ୟାସ । କହିବାର ଶୈଳୀରୁ ସମସ୍ତେ ଏଥିରୁ ରସ ଗ୍ରହଣ କରି ପାରୁଥିଲେ । ସୁଖାନ୍ତ ଉପନ୍ୟାସ ପସନ୍ଦ କରୁଥିବା ଲୋକେ ଯମୁନାର ସୁଖଦ ବୈଧବ୍ୟ କଥା ଶୁଣି, ସ୍ୱର୍ଗରେ ଯମୁନା ଓ ତନ୍ନାର ମିଳନ ଖବର ପାଇ, ଲିଲିର ବିବାହ ଓ ସତୀ ଚାକୁରୁ ମାଣିକଙ୍କ ପ୍ରାଣ-ରକ୍ଷା କଥା ଜାଣି ସୁଖି ହେଉଥିଲେ । ଦୁଖାନ୍ତ ପସନ୍ଦ କରୁଥିବା ଲୋକେ ମଧ୍ୟ ସତୀର ଭିକାରୁଣୀ ଜୀବନ, ତନ୍ନାର ରେଳ ଦୁର୍ଘଟଣା ଏବଂ ଲିଲି ଓ ମାଣିକଙ୍କର ଚିର ବିରହରୁ ରସ ଗ୍ରହଣ କରୁଥିଲେ । ଏହା ଛଡ଼ା ସେ ଆମମାନଙ୍କୁ କହିଲେ—ଏଗୁଡ଼ିକ ‘‘ନେତି ପ୍ରେମ କାହାଣୀ ।’’ ଉପନିଷଦରେ ଯେପରି ନେତି-ନେତି କହି ବ୍ରହ୍ମର ସ୍ୱରୂପ ନିରୂପଣ କରାଯାଇଛି, ଠିକ୍‌ ସେହିପରି ଏହା ପ୍ରେମ ନୁହେଁ, ଏହା ପ୍ରେମ ନୁହେଁ, ଏହା ମଧ୍ୟ ପ୍ରେମ ନୁହେଁ’’ କହି ପ୍ରେମର ବିଶ୍ଳେଷଣ ଓ ସାମାଜିକ ଜୀବନରେ ତାର ସ୍ଥାନ ନିରୂପଣ କରାଯାଇଛି । ଏଥିରୁ ସାମାଜିକ ଜୀବନ କହୁ କହୁ ମାଣିକ ମୋ କାନ୍ଧ ହଲେଇ ଦେଇ ମତେ ସଚେତ କରିଦେଲେ । କହିଲେ—‘‘ତୁମେ ପରା ଆଜିକାଲି ବହୁତ ସ୍ୱପ୍ନ ଦେଖୁଛ, ତୁମର ମନେ ରଖିବା ଦରକାର ଯେ ଯେଉଁ ପ୍ରେମ ସମାଜର ଉନ୍ନତି ଓ ବ୍ୟକ୍ତିର ବିକାଶରେ ସହାୟକ ନୁହେଁ, ତା’ ପ୍ରେମ ନୁହେଁ । ଏହା ନିରାଟ ସତ୍ୟ ! ଏହା ଛଡ଼ା କାହାଣୀ, କବିତାରେ ଲେଖା ଯାଉଥିବା ଓ ପତ୍ରିକାରେ ପ୍ରକାଶ ପାଉଥିବା ପ୍ରେମ ରଙ୍ଗୀନ ମିଥ୍ୟାଛଡ଼ା ଅନ୍ୟ କିଛି ନାହେଁ । ପୁଣି ସେ ଆମକୁ ପ୍ରଥମେ ପ୍ରେମ କାହାଣୀ କାହିକିଁ ଶୁଣାଇଲେ ତା’ର କାରଣ କହିବାକୁ ଯାଇ କହିଲେ–‘‘ତୁମେମାନେ ପ୍ରେମ କାହାଣୀ ଶୁଣିବାରେ ଏତେ ଦୂର ଅଭ୍ୟସ୍ତ ଓ ପ୍ରଭାବିତ ହୋଇ ପଡ଼ିଛି ଯେ ତା’ ଛଡ଼ା ଅନ୍ୟ କିଛି କହିଥିଲେ ଶୁଣିବାକୁ ଆଦୌ ରାଜି ହୋଇନଥାନ୍ତା । ଆନନ୍ଦ ପାଇବାତ ଦୂରର କଥା । ଏହା ବ୍ୟତୀତ ସେ ଆଉ କେତୋଟି ଉପନ୍ୟାସ କଥା ଆକାରରେ କହି ଶୁଣାଇଥିଲେ-। ସେଗୁଡ଼ିକ ସମସ୍ତ ପାଇଲେ ଲେଖିବି । ପ୍ରଥମ ମୁଁ ଜାଣିବାକୁ ଚାହେ ଯେ, ସୂର୍ଯ୍ୟଙ୍କ ସମସ୍ତ ଅଶ୍ୱ ସମ୍ବନ୍ଧରେ ମାଣିକଙ୍କର ପ୍ରତିକ୍ରିୟା କ’ଣ ।]

 

ସାତ ଦିନଯାଏ ଚାଲିଥିବା ଏ କଥାଚକ୍ର ସମ୍ବନ୍ଧରେ କହିବାକୁ ଯାଇ ସେ କହିଲେ—କେତେକାଂଶରେ ଏହା ଧାର୍ମିକ ପାଠଚକ୍ର ପରି । ବାସ୍ତବିକ୍‌ ପାଠଚକ୍ରରେ ଯେପରି କୌଣସି ନୈଷ୍ଠିକ ବ୍ରାହ୍ମଣ ବା ସାଧୁ-ସନ୍ଥଙ୍କଦ୍ୱାରା ସାତଦିନ ଯାଏ ଧର୍ମଗ୍ରନ୍ଥର ପରାୟଣ କରାଯାଏ ଓ ପ୍ରତିଦିନ ପ୍ରସାଦ ବଣ୍ଟାଯାଏ ଠିକ୍‌ ସେହିପରି ସେ ଆମମାନଙ୍କୁ ଏ ପ୍ରେମ କାହାଣୀ ଶୁଣାନ୍ତି ଏବଂ ପରିଶେଷରେ କାହାଣୀର ସାର ବସ୍ତୁଟି ବାଣ୍ଟି ଦିଅନ୍ତି । କିନ୍ତୁ କେତୋଟି କାହାଣୀର ସାରବସ୍ତୁ ସେ ଆମକୁ କହି ନ ଥିଲେ । ‘‘ସୂର୍ଯ୍ୟଙ୍କ ସମସ୍ତ ଅଶ୍ୱ’’ କଥା ଚକ୍ର ମଧ୍ୟ ସାତଦିନର । ଏଣୁ ମାଣିକ ବୋଧହୁଏ ଏହି ସପ୍ତ ଅଶ୍ୱଙ୍କୁ ଆଧାର କରି ଏ କାହାଣୀଗୁଡ଼ିକ ସାତ ଦିନରେ ବାଣ୍ଟିଥିଲେ ।

 

ଶେଷରେ ମୁଁ ପଚାରିଲି—‘‘ଏପରି ସମସ୍ତ ଅଶ୍ୱ କହିବାର ଆପଣଙ୍କର ଉଦ୍ଦେଶ୍ୟ କ’ଣ-? ଏବଂ ସ୍ୱପ୍ନ ସହିତ ସପ୍ତମ ଅଶ୍ୱର ସମ୍ବନ୍ଧ କ’ଣ ?’’

 

ମୋ ପ୍ରଶ୍ନ ଶୁଣି ସେ ବଡ଼ ଗମ୍ଭୀର ହୋଇ ଯାଇ କହିଲେ,‘‘ଏଗୁଡ଼ିକ ପ୍ରକୃତରେ ପ୍ରେମ କାହାଣୀ ନୁହେଁ । ଏଥିରେ କେବଳ ପ୍ରେମର ବିଶ୍ଳେଷଣ କରାଯାଇ ନାହିଁ; ବରଂ ସାମାଜିକ ଜୀବନର ଅଧିକ ବିଶ୍ଳେଷଣ କରାଯାଇଛି ଏବଂ ଏହା ନିମ୍ନ-ମଧ୍ୟବିତ୍ତ-ଶ୍ରେଣୀର ଅବିକଳ ପ୍ରତିବିମ୍ବ । ପ୍ରେମ ଅପେକ୍ଷା ଏହା ବିଶେଷ ମହତ୍ତ୍ୱପୂର୍ଣ୍ଣ । ଆଜିର ଆର୍ଥିକ ସଂଘର୍ଷ ଓ ନୈତିକ ବିଶୃଙ୍ଖଳା ଯୋଗୁ ହିଁ ମଧ୍ୟ ଜାତି ଭିତରେ ବ୍ୟଭିଚାର, ନୈରାଶ୍ୟ, ତିକ୍ତତା ଓ ଅନ୍ଧକାର ବ୍ୟାପି ରହିଛି । ତଥାପି ଆମ ଭିତରେ ଏପରି କୌଣସି ଗୋଟିଏ ଶକ୍ତି ଅଛି, ଯିଏକି ଏ ପ୍ରକାର ଅନ୍ଧକାରକୁ ଦୂର କରି, ସମାଜକୁ ବଦଳାଇ, ମାନବୀୟ ସହଜମୂଲ୍ୟରେ ପୁନରୁଦ୍ଧାର କରିବାର ସାମର୍ଥ୍ୟ ଓ ପ୍ରେରଣା ଦେଇ ଚାଲୁଛି । ତୁମେ ତାକୁ ଆତ୍ମା ଅନ୍ୟ ଯାହା କଛି କହିପାର । ଏହି ପ୍ରକାଶମାନ ଆତ୍ମାକୁ ବିଶ୍ୱାସ, ସାହାସ, ନିଷ୍ଠା ସର୍ବଦା ଆଗେଇ ନେଇ ଚାଲିଛନ୍ତି; ଯେପରିକି ସୂର୍ଯ୍ୟଙ୍କୁ ତାଙ୍କର ସାତୋଟି ଯାକ ଅଶ୍ୱ । ଶାସ୍ତ୍ରରେ କୁହାଯାଇଛି—‘‘ସୂର୍ଯ୍ୟ ଆତ୍ମା ଜଗତସ୍ଥୁ କ୍ଷୁଶ୍ଚ ।’’

 

ସୂର୍ଯ୍ୟଙ୍କ ରଥକୁ କୌଣସି ନା କୌଣସି ପ୍ରକାରେ ଆଗେଇ ନେବାକୁ ହେବ । ଆମର ବର୍ଗ-ବିଗଳିତ, ଅନୈତିକ, ଭ୍ରଷ୍ଟ ଓ ଅନ୍ଧକାର ଜୀବନ ଗଳିରେ ଚାଲିବା ଫଳରେ ସୂର୍ଯ୍ୟଙ୍କ ରଥର କିଛି ବାକି ନାହିଁ, ସବୁ ନଷ୍ଟ ହୋଇଗଲାଣି । ଅଶ୍ୱମାନଙ୍କ ଅବସ୍ଥା ତହୁଁ ଶୋଚନୀୟ ! କାହାର ଲାଞ୍ଜ କଟି ଯାଇଛି ତ କାହାର ଫଡ଼ିଆ, କିଏ ଶୁଖି କଳାକାଠ ପଡ଼ିଗଲାଣି ତ କିଏ ଛୋଟା ହୋଇଗଲାଣି-। ଏପରି ଛ’ଟି ଅଶ୍ୱ ବିକଳାଙ୍ଗ ହୋଇପଡ଼ିଲେଣି । କେବଳ ଗୋଟିଏ ରହିଛି, ସେ ଏପର୍ଯ୍ୟନ୍ତ ପୂର୍ବ ଅବସ୍ଥାରେ ରହିପାରିଛି । ତା’ର ଉନ୍ନତ, ଛାତି ବିଶାଳ ଏବଂ ପକ୍ଷ ମଧ୍ୟ ସେହିପରି ଗତିଶୀଳ-

 

ସେ ହେଉଛି ଭବିଷ୍ୟତର ଅଶ୍ୱ—ତନ୍ନା, ଯମୁନା ଆଉ ସତୀର ଛୋଟ ନିଷ୍ପାପ ସନ୍ତାନମାନଙ୍କର ଅଶ୍ୱ । ଯାହାର ଜୀବନ ଆମଠାରୁ ଅଧିକ ସୁଖ-ଶାନ୍ତିରେ କଟିବ । ଯିଏ ଅଧିକ ସଶକ୍ତ, ଅଧିକ ଦୀପ୍ତିମାନ ଏବଂ ଅମୃତର-ସନ୍ତାନ ହୋଇପାରିବ । ଏହି ସପ୍ତମ ଅଶ୍ୱଦ୍ୱାରା ହିଁ ଭବିଷ୍ୟତର ସ୍ୱପ୍ନ ଓ ଆଜିର ନବୀନ ଅନୁସନ୍ଧାନ ଆମଯାଏ ଆସି ପାରିଛି, ଯାହାକୁ ନେଇ ଭବିଷ୍ୟତ-ଅଶ୍ୱଲାଗି ଆମକୁ ମାର୍ଗ ପ୍ରସ୍ତୁତ କରିବାକୁ ହେବ ଏବଂ ଏପରି ଇତିହାସ ସୃଷ୍ଟି କରିବାକୁ ହେବ, ଯାହାକୁ ନେଇ ଭବିଷ୍ୟତ-ଅଶ୍ୱମେଧର ଦିଗ୍‌ବିଜୟୀ ଅଶ୍ୱ ଅତି ତୀବ୍ରଭାବରେ ଗତିକରି ପାରିବ । ମାଣିକ ଏକଥା ମଧ୍ୟ କହିଛିନ୍ତି ଯେ, ଯଦିଓ ଛଅଟିଯାକ ଅଶ୍ୱ ଦୁର୍ବଳ, ରକ୍ତହୀନ ବିକଳାଙ୍ଗ ଓ ନିର୍ଜୀବ; କିନ୍ତୁ ଏହି ସପ୍ତମ ଅଶ୍ୱଟି ଏବେବି ତେଜସ୍ୱୀ ଏବଂ ଶୌର୍ଯ୍ୟବାନ ଅବସ୍ଥାରେ ରହିଛି । ଏଣୁ ଏହାପ୍ରତି ଆମକୁ ଦୃଷ୍ଟି ଦେବାକୁ ହେବ—ଆସ୍ଥା ରଖିବାକୁ ହେବ ।’’

 

ମାଣିକ ଏଇଥିପାଇଁ ପ୍ରଥମ କଥାଚକ୍ରର ନା ‘‘ସୂର୍ଯ୍ୟଙ୍କ ସପ୍ତମ ଅଶ୍ୱ’’ ଦେଇଥିଲେ । ଏ ନାଁଟି ଆପଣମାନଙ୍କୁ ବୋଧହୁଏ ଭଲ ଲାଗି ନ ପାରେ, ସେଥିପାଇଁ ମୁଁ ଆଗରୁ କହି ରଖୁଛି ଯେ ଏ ନାଁ ଟିକୁ ମୁଁ ଦେଇନାହିଁ ।

 

ପରିଶେଷରେ ମୁଁ କହି ଦେବାକୁ ଚାହେଁ—ଏ ଲଘୁ ଉପନ୍ୟାସର ବିଷୟ ବସ୍ତୁ ସମ୍ବନ୍ଧୀ ସମସ୍ତପ୍ରକାର ଭଲ ମନ୍ଦ ସକାଶେ ଦାୟୀ ମାଣିକ, ମୁଁ ନୁହେଁ । ତାଙ୍କ କଥାଟି ମୁଁ କେବଳ ମୋ ଶୈଳୀରେ ଆପଣମାନଙ୍କ ଆଗରେ ଉପସ୍ଥାପିତ କରିଛି । ଆପଣ ପୂର୍ଣ୍ଣ ସ୍ୱତନ୍ତ୍ର, ଅତଏବ ମାଣିକ ଓ ତାଙ୍କର ଏହି କୃତି ସମ୍ବନ୍ଧରେ ନିଜର ମତ ପ୍ରକାଶ କରିବାରେ ଆପଣଙ୍କର ପୂର୍ଣ୍ଣ ସ୍ୱାତନ୍ତ୍ର୍ୟ ରହିଛି ।

Image